Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କୁ ଖାର୍ଗେଙ୍କ ୬ ପ୍ରସ୍ତାବ

ନୂଆଦିଲ୍ଲୀ, ୧୦।୫: କରୋନା ଦ୍ୱିତୀୟ ଲହରର ମୁକାବିଲା ପାଇଁ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ୬ଟି ପ୍ରସ୍ତାବ ଦେଇଛନ୍ତି। ମହାମାରୀ ସାଧାରଣ ଲୋକଙ୍କ ଜୀବନକୁ ଦୁର୍ବିଷହ କରିଦେଲାଣି। ଚିକିତ୍ସା ପାଇଁ ଲୋକେ ସେମାନଙ୍କ ଜମି, ଗହଣା ବିକ୍ରି କରିଦେବା ସହ ଜୀବନ ସାରା ସଞ୍ଚତ୍ଥିବା ଧନକୁ ଖର୍ଚ୍ଚ କରିଦେଉଛନ୍ତି। କେନ୍ଦ୍ର ସରକାର ନିଜ କର୍ତ୍ତବ୍ୟରୁ ବିଚ୍ୟୁତ ହୋଇଥିବାବେଳେ ମହାମାରୀ ମୁକାବିଲାରେ ସିଭିଲ୍‌ ସୋସାଇଟି ଏବଂ ନାଗରିକ ଗୋଷ୍ଠୀ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ସାମୂହିକ ତଥା ସହମତି ଆଧାରିତ ଦୃଷ୍ଟିଭଙ୍ଗୀ ଆପଣାଇବା ପାଇଁ ରାଜ୍ୟ ସଭାର ବିରୋଧୀ ଦଳ ନେତା ଆହ୍ବାନ ଦେଇଛନ୍ତି। ମହାମାରୀର ମୁକାବିଲା ପାଇଁ ମିଳିତ ଭାବେ ଯୋଜନା ରୂପରେଖ ପ୍ରସ୍ତୁତ ପାଇଁ ସର୍ବଦଳୀୟ ବୈଠକ ଡାକିବାକୁ ଖାର୍ଗେ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି। କୋଭିଡ୍‌ ଟିକାକରଣ ଲାଗି ବଜେଟରେ ୩୫,୦୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ସମସ୍ତେ ଯେପରି ଟିକା ନେବେ ତାହା ସୁନିଶ୍ଚିତ କରାଯାଉ। ସେହିପରି ଟିକା ଉତ୍ପାଦନ ବୃଦ୍ଧି ପାଇଁ ବାଧ୍ୟତାମୂଳକ ଲାଇସେନ୍ସ ବ୍ୟବସ୍ଥା ଉଠାଇଦେବା ଏବଂ ଗୁରୁତ୍ୱପୂର୍ଣ୍ଣ ମେଡ଼ିକାଲ ଉପକରଣ, ଟିକା ଉପରୁ କେନ୍ଦ୍ର ଟିକସ ଛାଡ଼ କରୁ। ବିଦେଶରୁ ଆସୁଥିବା ସହାୟତା ସାମଗ୍ରୀର ଉପଯୁକ୍ତ ବଣ୍ଟନ କରିବା ସହ ଏମ୍‌ଜିଏନ୍‌ଆର୍‌ଇଜିଏରେ ପ୍ରବାସୀ ଶ୍ରମିକମାନଙ୍କୁ କାମଧନ୍ଦା ଯୋଗାଇ ଦେବା ପାଇଁ କାର୍ଯ୍ୟଦିବସ ଓ ସର୍ବନିମ୍ନ ମଜୁରି ବୃଦ୍ଧି କରିବା ପାଇଁ କଂଗ୍ରେସ ନେତା ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ବାଟ୍ସଆପ୍‌ ସ୍ପାଏଗେଟ୍‌ ଭାଜପା ବିରୋଧରେ କଂଗ୍ରେସର ଅଭିଯୋଗ: ତଦନ୍ତ କରିବେ ୨ ପାର୍ଲାମେଣ୍ଟ କମିଟି

ନୂଆଦିଲ୍ଲୀ,୪ା୧୧(ପି.ଟି.): କଂଗ୍ରେସ ନେତାମାନଙ୍କ ନେତୃତ୍ୱରେ ଦୁଇଟି ପାର୍ଲାମେଣ୍ଟ କମିଟି ହ୍ବାଟ୍ସଆପ୍‌ ଗୋଇନ୍ଦାଗିରି ନେଇ ତଦନ୍ତ କରିବେ। ଏହି ଦୁଇ କମିଟି ସ୍ବରାଷ୍ଟ୍ର ସଚିବଙ୍କ ସମେତ କେତେଜଣ...

ହୃଦୟ ବିଦାରକ ସ୍ଥିତି

ନୂଆଦିଲ୍ଲୀ,୨୮ା୪: ରାଜନୈତିକ ରାଜଧାନୀ ଦିଲ୍ଲୀ ଓ ଆର୍ଥିକ ରାଜଧାନୀ ମୁମ୍ବାଇରେ ତାଲାବନ୍ଦ ହୋଇଛି। ଦୁଇ ବଡ଼ ସହରର ପ୍ରଶସ୍ତ ରାସ୍ତାଗୁଡ଼ିକରେ ସାଇରନ୍‌ ବଜାଇ ଆମ୍ବୁଲାନ୍ସ ଦୌଡ଼ୁଛି।...

ବିଚାରପତିଙ୍କ ସୁରକ୍ଷା ନେଇ ଟାସ୍କ୍‌ ଫୋର୍ସ ଗଠନ ଦାବି ପ୍ରତି କେନ୍ଦ୍ର ସରକାରଙ୍କ ଅସହମତି…

ନୂଆଦିଲ୍ଲୀ,୧୭।୮: ବିଚାରପତିମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ଟାସ୍କ୍‌ ଫୋର୍ସ ଗଠନ ଦାବିକୁ କେନ୍ଦ୍ର ସରକାର ଅଯୌକ୍ତିକ କହିଛନ୍ତି। ଏଥିରେ ଅସହମତି ପ୍ରକାଶ କେନ୍ଦ୍ର ସରକାର...

ବୀର ସାଭରକରଙ୍କୁ ବିରୋଧ କରୁଥିବା ଲୋକଙ୍କୁ ଆଣ୍ଡାମାନ ଜେଲକୁ ପଠାଇ ଦିଆଯାଉ: ସଞ୍ଜୟ

ନୂଆଦିଲ୍ଲୀ,୧୮।୧: କିଛିଦିନ ହେବ ବୀର ସାଭରକରଙ୍କୁ ନେଇ ଗଣମାଧ୍ୟମରେ ବିଭିନ୍ନ ବୟାନବାଜି ସାମ୍ନାକୁ ଆସିଛି। ଏବେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେଉଁମାନେ ବୀର...

ମହିଳାଙ୍କ ସହ ଚାଟିଂ ପାଇଁ ପୁଅକୁ ମାରିଦେଲେ

ବୁର୍ହାନପୁର(ମଧ୍ୟପ୍ରଦେଶ),୧୮।୧: ଅନ୍ୟ ମହିଳାଙ୍କ ସହ ଚାଟିଂ କରିବା ପାଇଁ ୨୫ ବର୍ଷୀୟ ଯୁବକଙ୍କୁ ହତ୍ୟା କରିଛନ୍ତି ତାଙ୍କ ବାପା ମା’ ଓ ଭଉଣୀ। ଏଭଳି ଘଟଣା...

ପାଗ ପରିବର୍ତ୍ତନ ନ ହେଲେ ବଢିପାରେ ଅଡ୍‌-ଇଭିନର ଅବଧି

ନୂଆଦିଲ୍ଲୀ,୧୫।୧୧: ରାଜଧାନୀ ଦିଲ୍ଲୀରେ ଚାଲିଥିବା ଅଡ୍‌-ଇଭିନ ନମ୍ବରର ଅବଧି ଶୁକ୍ରବାର ସମାପ୍ତ ହୋଇଛି। ହେଲେ ଏପର୍ଯ୍ୟନ୍ତ ଦିଲ୍ଲୀର ବାୟୁ ପ୍ରଦୂଷଣ କମ୍‌ ହୋଇ ନାହିଁ। ତେବେ...

ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା, ଅନେକ ନିଖୋଜ

ଡେରାଡୁନ୍‌,୧୮।୮: ଉତ୍ତରାଖଣ୍ଡରେ ପୁଣି ପ୍ରକୃତିର କୋପ। ବାଦଲ ଫଟା ବର୍ଷା ଯୋଗୁ ଉତ୍ତରକାଶୀ ଜିଲାରେ ପାଣିରେ ଜଣେ ତିନି ବର୍ଷର ଶିଶୁ ସହ ଅନେକ ଲୋକ...

ଏଥର କଂଗ୍ରେସର ନୂଆ ଅଧ୍ୟକ୍ଷ ରାହୁଲ ନା ଆଉ କିଏ?

ନୂଆଦିଲ୍ଲୀ,୧୦।୫: ଦେଶରେ ୫ଟି ବିଧାନସଭା ନିର୍ବାଚନ ଶେଷ ହେବା ପରେ ବର୍ତ୍ତମାନ କଂଗ୍ରେସ ରାଜନୀତି ଗରଗରମ ହୋଇଉଠିଛି। ଚଳିତଥର କିଏ ଦଳର ମଙ୍ଗୁଆଳ ହେବ ସେ...

Advertisement
Archives

Model This Week