ତିନି ରାଜଧାନୀ ଆଇନ ପ୍ରସ୍ତାବ ଫେରାଇନେବେ ଆନ୍ଧ୍ରପ୍ରଦେଶ ସରକାର…
ହାଇଦ୍ରାବାଦ,୨୨।୧୧: ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍. ଜଗନ ମୋହନ ରେଡ୍ଡୀଙ୍କ ସରକାରଙ୍କ ପକ୍ଷରୁ ଅଣାଯାଇଥିବା ତିନି ରାଜଧାନୀ ଆଇନ ପ୍ରସ୍ତାବକୁ ଫେରାଇ ନିଆଯିବ। ଏନେଇ ସରକାରଙ୍କ ପକ୍ଷରୁ ନିଷ୍ପତ୍ତିି ଗ୍ରହଣ କରାଯାଇଛି। ରାଜ୍ୟ ସରକାରଙ୍କ ଆଡଭୋକେଟ ଜେନେରାଲ ଶୁଭ୍ରାମନ୍ୟମ ଶ୍ରୀରାମ ଏନେଇ ଆନ୍ଧ୍ରପ୍ରଦେଶ…
ଇସ୍ରୋ ବୈଜ୍ଞାନିକଙ୍କୁ ନିର୍ଯାତନା, ଜାମିନ୍ ବିରୋଧରେ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ନୋଟିସ୍ ଜାରି…
ନୂଆଦିଲ୍ଲୀ,୨୨।୧୧: ଇସ୍ରୋ ଗୁପ୍ତଚରୀ ମାମଲାରେ ୪ ବୈଜ୍ଞାନିକଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗରେ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ଆଗୁଆ ଜାମିନ୍ ବିରୋଧରେ ନୋଟିସ୍ ଜାରି କରିଛନ୍ତି। ୧୯୯୪ରେ କ୍ରାୟୋଜେନିକ୍ ଇଞ୍ଜିନ୍ ଗୁପ୍ତଚରୀ ଅଭିଯୋଗ ଅଣାଯାଇ ବୈଜ୍ଞାନିକ ନାମ୍ବି ନାରାୟଣଙ୍କ ସମେତ ୪ ଇସ୍ରୋ ବୈଜ୍ଞାନିକଙ୍କୁ…
ମୁଲାୟମଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ,୨୨ ।୧୧: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦି ଟୁଇଟ୍ କରି କହିଛନ୍ତି ମୁଲାୟମ ସିଂ ଯାଦବଙ୍କର ଭାରତୀୟ ରାଜନୀତିରେ ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି…
ଦିଲ୍ଲୀରେ ଚାଲିବନି ଟ୍ରକ୍
ନୂଆଦିଲ୍ଲୀ,୨୨।୧୧: ରାଜଧାନୀ ଦିଲ୍ଲୀରେ ଚାଲିବନି ଟ୍ରକ୍। ଆଗାମୀ ୨୬ ତାରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ। ଦିଲ୍ଲୀ ସରକାର କେନ୍ଦ୍ର ସରକାରଙ୍କ ବାୟୁ ଗୁଣବତ୍ତା ପ୍ରବଧ୍ୟନ ଆୟୋଗ ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଏହି ନିୟମ ଲାଗୁ କରିଥିବା ବେଳେ…
ଅଭିନନ୍ଦନଙ୍କୁ ବୀର ଚକ୍ର…
ନୂଆଦିଲ୍ଲୀ,୨୨।୧୧: ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ ଅଭିନନ୍ଦନ ବର୍ଥମାନଙ୍କୁ ବୀର ଚକ୍ରରେ ସମ୍ମାନୀତ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ବାଲାକୋଟ ଏୟାର ଷ୍ଟ୍ରାଇକ୍ ସମୟରେ ଅଭିନନ୍ଦନ ବାୟୁସେନାର ଓ୍ବିଙ୍ଗ୍ କମାଣ୍ଡା ଭାବେ କାର୍ଯ୍ୟ କରୁଥିଲେ। ସେ…
ଆଜିଠୁ ଦୁଇ ଦିନିଆ ୟୁପି ଗସ୍ତରେ ଜେପି ନଡ୍ଡା
ନୂଆଦିଲ୍ଲୀ,୨୨।୧୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ କ୍ଷମତା ବଜାୟ ରଖିବା ପାଇଁ ଭାଜପା ଲାଗିପଡିଛି। ଦଳର ହେବିଓ୍ବେଟ୍ ନେତାମାନେ ୟୁପିରେ ଡେରା ପକାଉଛନ୍ତି। ଏହି କ୍ରମରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସୋମବାର ଦୁଇ ଦିନିଆ ୟୁପି ଗସ୍ତରେ…
ଆବାସିକ ସ୍କୁଲର ୨୮୮ ଛାତ୍ରୀ କରୋନା ପଜିଟିଭ୍…
ଖାମ୍ମାମ,୨୨।୧୧: ଦେଶରେ କରୋନା ସ୍ଥିତିରେ ସୁଧାର ଆସିବାରେ ଲାଗିଛି। ଏପରିସ୍ଥଳେ ତେଲେଙ୍ଗାନାରେ ଏକ ଅବାସିକ ସ୍କୁଲର ୨୮୮ ଛାତ୍ରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଖାମ୍ମାମ ଜିଲାର ଏକ ସରକାରୀ ଆବାସିକ ସ୍କୁଲରେ ଏଭଳି ଘଟିଛି। ଆବାସିକ ସ୍କୁଲରେ ସଂକ୍ରମଣ…
୯ ହଜାର ତଳେ ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ,୨୨।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ୯ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୮ ହଜାର ୪୮୮ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ୫୩୮ ଦିନ ପରେ ଏହା ସର୍ବନିମ୍ନ ରହିଛି। ଏହି ସମୟ…
ଚାଇନା, ପେଗାସସ୍, ଦରଦାମ୍ ପ୍ରସଙ୍ଗରେ ଘେରିବେ ବିରୋଧୀ
ନୂଆଦିଲ୍ଲୀ,୨୨।୧୧: ସପ୍ତାହେ ପରେ ସଂସଦର ଶୀତ ଅଧିବେଶନ। ଏହି ଅଧିବେଶନ ଚଳାଇବା କେନ୍ଦ୍ର ସରକାରଙ୍କ ପାଇଁ ସହଜ ହେବ ନାହିଁ। କାରଣ ବିରୋଧୀଙ୍କ ହାତରେ ଚାଇନାର ଅତିକ୍ରମଣ, ପେଗାସସ୍ ସ୍ପାଏଓ୍ବେର, ଜରୁରୀ ସାମଗ୍ରୀଗୁଡ଼ିକର ମୂଲ୍ୟବୃଦ୍ଧି ଭଳି ପ୍ରସଙ୍ଗ ରହିଛି। ସରକାରଙ୍କୁ ସବୁଠୁ…
ଏମ୍ଏସ୍ପି ଗ୍ୟାରେଣ୍ଟି ଜିଦ୍ରେ ଚାଷୀ
ନୂଆଦିଲ୍ଲୀ,୨୨।୧୧: କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ସହ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ପ୍ରଦାନ ପାଇଁ ସରକାର ଗ୍ୟାରେଣ୍ଟି ଦିଅନ୍ତୁ ବୋଲି ରବିବାର କୃଷକ ସଙ୍ଗଠନଗୁଡ଼ିକ ପକ୍ଷରୁ ଦାବି କରାଯାଇଛି। ଚାଷୀମାନେ ନିଜ ଦାବିରେ ଅଡ଼ିବସିଥିବାବେଳେ…
ମୁଲାୟମଙ୍କ ଜନ୍ମଦିନ, ଲକ୍ଷ୍ନୌରେ କେକ କାଟିବେ ଅଖିଳେଶ
ଲକ୍ଷ୍ନୌ,୨୨ ।୧୧: ସମାଜବାଦୀ ପାର୍ଟିର ସଂସ୍ଥାପକ ମୁଲାୟମ ସିଂ ଯାଦବ ୮୩ ବର୍ଷରେ ପଦାର୍ପଣ କରିଛନ୍ତି । ତାଙ୍କ ଜନ୍ମଦିନ ପାଳନ କରିବାକୁ ମୁଲାୟମଙ୍କ ଭାଇ ଶିବପାଲ ଓ ପୁଅ ଅଖିଳେଶଙ୍କ ମଧ୍ୟରେ ଛକାପଞ୍ଝା ଚାଲିଛି । ଏମାନଙ୍କ ମଧ୍ୟରେ ହୋଇଥିବା…
ପଠାନକୋଟରେ ଗ୍ରେନେଡ ମାଡ, ସମଗ୍ର ଜିଲାରେ ହାଇ ଆଲର୍ଟ
ପଠାନକୋଟ,୨୨ ।୧୧: ପଞ୍ଜାବର ପଠାନକୋଟରେ ଥିବା ସେନା ଗେଟ ନିକଟରେ ରବିବାର ବିଳମ୍ବିତ ରାତ୍ରିରେ ଗ୍ରେନେଡ ମାଡ ହୋଇଛି । ସେନା କ୍ୟାମ୍ପର ତ୍ରିବେଣୀ ଦ୍ୱାର ଗେଟରେ ବାଇକରେ ଆସି କେତେଜଣ ଅଜ୍ଞାତ ବ୍ୟକ୍ତି ଗ୍ରେନେଡ ମାଡ କରିଥିଲେ । ଏହି…
Archives


