Posted inଜାତୀୟ

୧ ହଜାର କେଜି ଯୁଦ୍ଧାସ୍ତ୍ର ସହ ଶତ୍ରୁକୁ ଧ୍ୱଂସ କରିବ ମିସାଇଲ‘ପ୍ରଳୟ’

ନୂଆଦିଲ୍ଲୀ,୨୨।୧୨: ଭୁପୃଷ୍ଠରୁ ଭୁପୂଷ୍ଠକୁ ନିକ୍ଷେପ କରୁଥିବା ସ୍ବଳ୍ପ ଦୂରଗାମୀ ବାଲେଷ୍ଟିକ୍‌ ମିସାଇଲ ‘ପ୍ରଳୟ’ର ବୁଧବାର ସଫଳ ପରୀକ୍ଷଣ କରିଛି ଭାରତ। ଓଡ଼ିଶା ଉପକୂଳସ୍ଥିତ ବାଲେଶ୍ୱରର ଅବଦୁଲ କାଲାମ ଦ୍ୱୀପର ୪ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ପୂର୍ବାହ୍ନ ୧୦ଟା ୩୦ରେ ଏହାର ପରୀକ୍ଷଣ କରାଯାଇଥିଲା। ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ବାଲେଷ୍ଟିକ୍‌ ମିସାଇଲ ପରୀକ୍ଷା ବେଳେ ମିଶନର ସମସ୍ତ ଉଦ୍ଦେଶ୍ୟ ପୂରଣ କରିଛି ବୋଲି ପ୍ରତିରକ୍ଷା ଅନୁସନ୍ଧାନ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ କୁହାଯାଇଛି।

“ପ୍ରଳୟ ଏକ ଅର୍ଦ୍ଧ ବାଲେଷ୍ଟିକ ଭୁପୃଷ୍ଠରୁ ଭୁପୃଷ୍ଠକୁ ନିକ୍ଷେପ କରୁଥିବା ମିସାଇଲ। ଏହି ମିସାଇଲ ଦ୍ୱାରା ଇଣ୍ଟରସେପ୍ଟର ମିସାଇଲକୁ ପ୍ରତିହିତ କରାଯାଇପାରିବ। ନିର୍ଦ୍ଧିଷ୍ଟ ଦୂରତା ଉଡାଣ ଭରିବା ପରେ ଏହା ପାଖରେ ଦିଗ ପରିବର୍ତ୍ତନ କରିବାର କ୍ଷମତା ରହିଛି” ବୋଲି କୁହାଯାଇଛି।

ପରୀକ୍ଷା ବେଳେ ମିସାଇଲର ଗତିପଥ ତଦାରଖ କରିବା ଲାଗି ଟ୍ରାକିଂ ଯନ୍ତ୍ରାଂଶ ବ୍ୟବହାର କରାଯାଇଥିଲା। ପ୍ରଳୟ ମିସାଇଲ ୩୫୦ରୁ ୫୦୦ କିମି ଦୂରତା ମଧ୍ୟରେ ଟାର୍ଗେଟକୁ ଧ୍ୱଂସ କରିପାରିବ। ଏଥିସହିତ ଏହା ସୁରକ୍ଷିତ ଭାବେ ୫୦୦ରୁ ୧ ହଜାର କେଜି ବିସ୍ଫୋରକ ନେଇପାରିବ। ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟୁଇଟ୍‌ କରି ଡିଆରଡିଓ ଏବଂ ଏହି ପରୀକ୍ଷଣ ସହ ଜଡ଼ିତ ଟିମ୍‌କୁ ଶୁଭେଚ୍ଛା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିଭିରେ ଦେଖିଲେ ମୋଦିଙ୍କ ମା’

ଅହମଦାବାଦ,୩୧।୫ :ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାବେଳେ ତାଙ୍କ ମା’ ହୀରାବେନ୍‌ ନୂଆଦିଲ୍ଲୀରୁ ୯୦୦ କିଲୋମିଟର ଦୂର ଅହମଦାବାଦର ରାଇସାନ୍‌ସ୍ଥିତ...

ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୯।୩: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ‘ଅପରେସନ ଗଙ୍ଗା’ ମାଧ୍ୟମରେ ବାଂଲାଦେଶର ନାଗରିକ ନିଜ ଦେଶକୁ ଫେରି...

ଶ୍ରୀନଗରରୁ କୁଖ୍ୟାତ ଆତଙ୍କବାଦୀ ଗିରଫ

ଶ୍ରୀନଗର,୪।୧: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଓ ଶ୍ରୀନଗର ପୋଲିସକୁ ବଡ଼ ସଫଳତା ମିଳିଛି। ଶନିବାର ସୁରକ୍ଷାକର୍ମୀ ଓ ଶ୍ରୀନଗର ପୋଲିସର ମିଳିତ ଅଭିଯାନରେ ଜଣେ କୁଖ୍ୟାତ ଆତଙ୍କବାଦୀଙ୍କୁ...

୫ରେ ପେଗାସସ୍‌ ଶୁଣାଣି

ନୂଆଦିଲ୍ଲୀ, ୨ା୮: ଇସ୍ରାଏଲର ଏନ୍‌ଏସ୍‌ଓ ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ ସ୍ପାଏଓ୍ବେର ପେଗାସସ୍‌ ଦ୍ୱାରା ନେତା, ଖବରଦାତା, ବିଚାରବିଭାଗୀୟ କାର୍ଯ୍ୟକର୍ତ୍ତା ପ୍ରମୁଖଙ୍କ ଉପରେ ଗୁପ୍ତଚରଗିରି ଘଟଣାର ସ୍ବତନ୍ତ୍ର...

ପ୍ରଶାନ୍ତ ଭୂଷଣଙ୍କୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ,୨୩ା୭(ପି.ଟି.): ନ୍ୟାୟପାଳିକା ବିରୋଧରେ ଅସମ୍ମାନଜନକ ଟୁଇଟ୍‌ କରିଥିବା ବରିଷ୍ଠ ଆଇନଜୀବୀ ତଥା ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। ଏଥିସହିତ...

ଅସୁସ୍ଥ ମୁଲାୟମଙ୍କୁ ଭେଟିଲେ ଯୋଗୀ

ଲକ୍ଷ୍ନୌ, ୧୦।୬:ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ସମାଜବାଦୀ ପାର୍ଟି(ଏସ୍‌ପି) ମୁଖ୍ୟ ମୁଲାୟମ ସିଂହ ଯାଦବଙ୍କୁ ଭେଟିଛନ୍ତି। ଏଥିସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି...

ବିମାନବନ୍ଦରରୁ ମିଳିଲା ସନ୍ଦିଗ୍ଧ ବ୍ୟାଗ୍‌: ଦିଲ୍ଲୀରେ ସୁରକ୍ଷାବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ,୧।୧୧: ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଏକ ସନ୍ଦିଗ୍ଧ ବ୍ୟାଚ୍‌ ଜବତ ହେବା ପରେ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ...

ପରିବାର ସହ ବର୍ଷକୁ ଶହେ ଦିନ ରହିବେ ଏନ୍‌ଏସ୍‌ଜି ଯବାନ: ଶାହା

କୋଲକାତା,୧।୩: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ସକାଳ ପ୍ରାୟ ୧୧ଟାରେ କୋଲକାତାରେ ପହଞ୍ଚିଛନ୍ତି। ଏହି ସମୟରେ ସେ ନ୍ୟାଶନାଲ ସିକ୍ୟୁରିଟି ଗାର୍ଡ(ଏନ୍‌ଏସ୍‌ଜି)ର ନୂତନ ଗୃହ...

Advertisement
Archives

Model This Week