Posted inଜାତୀୟ

ସ୍କ୍ରାପ ପାର୍ଟସରୁ ନିର୍ମିତ ଗାଡ଼ି ବଦଳରେ ନୂଆ ବୋଲେରୋ

ମୁମ୍ବାଇ,୨୨।୧୨: ମହାରାଷ୍ଟ୍ରର ଜଣେ ବ୍ୟକ୍ତି ସ୍କ୍ରାପ ମେଟାଲରୁ ଏକ ୪ ଚକିଆ ଯାନ ନିର୍ମାଣ କରିଛନ୍ତି। ଏହି ସ୍ବତନ୍ତ୍ର ୪ ଚକିଆ ଯାନ ମହିନ୍ଦ୍ରା ଗ୍ରୁପ୍‌ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରାଙ୍କ ଦୃଷ୍ଟି ଆକର୍ଷଣ କରିଛି।

ୟୁଟ୍ୟୁବ ଚ୍ୟାନେଲ ହିଷ୍ଟୋରିକାନ ଅନୁଯାୟୀ, ଦତ୍ତାତ୍ରେୟ ଲୋହାର ଅଧିକ ଶିକ୍ଷା ଗ୍ରହଣ କରି ନ ଥିଲେ ମଧ୍ୟ ପୁଅର ଇଚ୍ଛା ପୂରଣ କରିବା ପାଇଁ ଅଦରକାରୀ ସ୍କ୍ରାପ ପାର୍ଟସରୁ ଗାଡ଼ି ନିର୍ମାଣ କରିଛନ୍ତି। ଏହି ଅଭିନବ ସୃଷ୍ଟି ଆନନ୍ଦ ମହିନ୍ଦ୍ରାଙ୍କୁ ପ୍ରଭାବିତ କରିଛି। ସେ ତାଙ୍କର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଭିଡିଓ ଶେୟାର କରିବା ସହ ଲେଖିଛନ୍ତି, ଏହା ସ୍ପଷ୍ଟ ଯେ, ଏହା କୌଣସି ମାନଦଣ୍ଡ ପୂରଣ କରୁନାହିଁ। କିନ୍ତୁ ମୁଁ ତାଙ୍କ ଚତୁରତାର ପ୍ରଶଂସା କରିବି। ଏହା ଆମ ଲୋକଙ୍କ ଦକ୍ଷତା ଏବଂ ଆଗ୍ରହକୁ ପ୍ରଦର୍ଶିତ କରୁଛି।

ମହାରାଷ୍ଟ୍ରର ଦେବରାଷ୍ଟ୍ରେ ଗ୍ରାମରେ ଲୁହା କାରିଗର ଭାବେ କାର୍ଯ୍ୟ କରୁଥିବା ଦତ୍ତାତ୍ରେୟ ଲୋହାର ୪୫ ସେକେଣ୍ଡ୍‌ର ଭିଡିଓରେ ଗାଡ଼ି କେଉଁଭଳି ଚାଲୁଛି, ତାହା ବୁଝାଉଛନ୍ତି। ମାତ୍ର ଏହି ଗାଡ଼ି ନିର୍ମାଣ କରିବାରେ ତାଙ୍କର ୬୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଗାଡ଼ିକୁ ଷ୍ଟାର୍ଟ କରିବା ପାଇଁ ସେ କିକ୍‌ ଷ୍ଟାର୍ଟ ମେକାନିଜିମ୍‌ ବ୍ୟବହାର କରିଛନ୍ତି, ଯାହାକି କେବଳ ଦୁଇ ଚକିଆ ଯାନରେ ଦେବାକୁ ମିଳେ।

ଆନନ୍ଦ ମହିନ୍ଦ୍ରା ଆଉ ଏକ ଟୁଇଟ୍‌ରେ ଲେଖିଛନ୍ତି, ଗାଡ଼ିଟି କୌଣସି ମାନଦଣ୍ଡ ପୂରଣ କରୁନାହିଁ। ଏଣୁ ସ୍ଥାନୀୟ ଅଧିକାରୀ ରାସ୍ତାରେ ଗାଡ଼ି ଚଲାଇବାକୁ ଅନୁମତି ଦେବେ ନାହିଁ। କିନ୍ତୁ ଅଭିନବ ସୃଷ୍ଟି ପାଇଁ ମୁଁ ବ୍ୟକ୍ତିଗତ ଭାବେ ଉକ୍ତ ଗାଡ଼ି ପ୍ରତିବଦଳରେ ବୋଲେରୋ ପ୍ରସ୍ତାବ ଦେଉଛି। ତାଙ୍କ ସୃଷ୍ଟିକୁ ମହିନ୍ଦ୍ରାରିସର୍ଚ୍ଚଭାଲିରେ ପ୍ରଦର୍ଶିତ କରାଯାଇପାରିବ, ଯାହାକି ଆମକୁ ପ୍ରେରିତ କରିବ।

 


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏହି ୪ ଔଷଧ ବିକ୍ରି ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୫ା୮: ଭାରତର ସର୍ବୋଚ୍ଚ ଔଷଧ ନିୟନ୍ତ୍ରକ ୪ଟି ଲୋକପ୍ରିୟ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ (ସିଏନ୍‌ଏସ୍‌) ଔଷଧ ବିକ୍ରି ଉପରେ ନିୟନ୍ତ୍ରଣକୁ କଡ଼ାକଡ଼ି କରିଛନ୍ତି । ଏହି ଔଷଧଗୁଡ଼ିକୁ…

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri