Posted inଜାତୀୟ

ସ୍କ୍ରାପ ପାର୍ଟସରୁ ନିର୍ମିତ ଗାଡ଼ି ବଦଳରେ ନୂଆ ବୋଲେରୋ

ମୁମ୍ବାଇ,୨୨।୧୨: ମହାରାଷ୍ଟ୍ରର ଜଣେ ବ୍ୟକ୍ତି ସ୍କ୍ରାପ ମେଟାଲରୁ ଏକ ୪ ଚକିଆ ଯାନ ନିର୍ମାଣ କରିଛନ୍ତି। ଏହି ସ୍ବତନ୍ତ୍ର ୪ ଚକିଆ ଯାନ ମହିନ୍ଦ୍ରା ଗ୍ରୁପ୍‌ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରାଙ୍କ ଦୃଷ୍ଟି ଆକର୍ଷଣ କରିଛି।

ୟୁଟ୍ୟୁବ ଚ୍ୟାନେଲ ହିଷ୍ଟୋରିକାନ ଅନୁଯାୟୀ, ଦତ୍ତାତ୍ରେୟ ଲୋହାର ଅଧିକ ଶିକ୍ଷା ଗ୍ରହଣ କରି ନ ଥିଲେ ମଧ୍ୟ ପୁଅର ଇଚ୍ଛା ପୂରଣ କରିବା ପାଇଁ ଅଦରକାରୀ ସ୍କ୍ରାପ ପାର୍ଟସରୁ ଗାଡ଼ି ନିର୍ମାଣ କରିଛନ୍ତି। ଏହି ଅଭିନବ ସୃଷ୍ଟି ଆନନ୍ଦ ମହିନ୍ଦ୍ରାଙ୍କୁ ପ୍ରଭାବିତ କରିଛି। ସେ ତାଙ୍କର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଭିଡିଓ ଶେୟାର କରିବା ସହ ଲେଖିଛନ୍ତି, ଏହା ସ୍ପଷ୍ଟ ଯେ, ଏହା କୌଣସି ମାନଦଣ୍ଡ ପୂରଣ କରୁନାହିଁ। କିନ୍ତୁ ମୁଁ ତାଙ୍କ ଚତୁରତାର ପ୍ରଶଂସା କରିବି। ଏହା ଆମ ଲୋକଙ୍କ ଦକ୍ଷତା ଏବଂ ଆଗ୍ରହକୁ ପ୍ରଦର୍ଶିତ କରୁଛି।

ମହାରାଷ୍ଟ୍ରର ଦେବରାଷ୍ଟ୍ରେ ଗ୍ରାମରେ ଲୁହା କାରିଗର ଭାବେ କାର୍ଯ୍ୟ କରୁଥିବା ଦତ୍ତାତ୍ରେୟ ଲୋହାର ୪୫ ସେକେଣ୍ଡ୍‌ର ଭିଡିଓରେ ଗାଡ଼ି କେଉଁଭଳି ଚାଲୁଛି, ତାହା ବୁଝାଉଛନ୍ତି। ମାତ୍ର ଏହି ଗାଡ଼ି ନିର୍ମାଣ କରିବାରେ ତାଙ୍କର ୬୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଗାଡ଼ିକୁ ଷ୍ଟାର୍ଟ କରିବା ପାଇଁ ସେ କିକ୍‌ ଷ୍ଟାର୍ଟ ମେକାନିଜିମ୍‌ ବ୍ୟବହାର କରିଛନ୍ତି, ଯାହାକି କେବଳ ଦୁଇ ଚକିଆ ଯାନରେ ଦେବାକୁ ମିଳେ।

ଆନନ୍ଦ ମହିନ୍ଦ୍ରା ଆଉ ଏକ ଟୁଇଟ୍‌ରେ ଲେଖିଛନ୍ତି, ଗାଡ଼ିଟି କୌଣସି ମାନଦଣ୍ଡ ପୂରଣ କରୁନାହିଁ। ଏଣୁ ସ୍ଥାନୀୟ ଅଧିକାରୀ ରାସ୍ତାରେ ଗାଡ଼ି ଚଲାଇବାକୁ ଅନୁମତି ଦେବେ ନାହିଁ। କିନ୍ତୁ ଅଭିନବ ସୃଷ୍ଟି ପାଇଁ ମୁଁ ବ୍ୟକ୍ତିଗତ ଭାବେ ଉକ୍ତ ଗାଡ଼ି ପ୍ରତିବଦଳରେ ବୋଲେରୋ ପ୍ରସ୍ତାବ ଦେଉଛି। ତାଙ୍କ ସୃଷ୍ଟିକୁ ମହିନ୍ଦ୍ରାରିସର୍ଚ୍ଚଭାଲିରେ ପ୍ରଦର୍ଶିତ କରାଯାଇପାରିବ, ଯାହାକି ଆମକୁ ପ୍ରେରିତ କରିବ।

 


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

ମମତା ଗଡ଼ରେ ମୋଦିଙ୍କ ହୁଙ୍କାର

ନୂଆଦିଲ୍ଲୀ,୨୬ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି।...

EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନ୍‌ରୁ ବାହାରୁଥିବା ପେପର ସ୍ଲିପ୍‌ର...

ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ

ପାଟନା,୨୬ା୪: ବିହାରର ଦରଭଙ୍ଗା ଜିଲା ଅଣ୍ଟୋର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀ ଆସୁଥିବା ବେଳେ ପ୍ରୋସେଶନରେ ବାଣ ଫୁଟା ଯାଉଥିଲା। ଠିକ୍‌ ଏହି...

ଏନକ୍ରିପସନ୍ ହଟାଇବାକୁ ପାଇଁ କୁହାଗଲେ ଭାରତରେ ପରିଚାଳନା ବନ୍ଦ, ଦିଲ୍ଲୀ ହାଇକୋର୍ଟଙ୍କ କହିଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ସ୍ପଷ୍ଟ ଭାବେ କହିଛି ଯେ ଯଦି ଏନକ୍ରିପସନ୍ ହଟାଇବାକୁ କୁହାଯାଏ ତେବେ ଏହା ଭାରତ ଛାଡିବ। ହ୍ବାଟ୍ସଆପ୍‌ ଦିଲ୍ଲୀ...

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri