Posted inଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ରାଜନୀତି

ମୁମ୍ବାଇ,୨୨।୧୨: ଗତ ୪୫ ଦିନ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କୌଣସି ସାଧାରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିନାହାଁନ୍ତି କିମ୍ବା ଅଫିସକୁ ଆସୁନାହାଁନ୍ତି। ନିକଟରେ ତାଙ୍କର ଏକ ଗଳା ଅପରେଶନ ହୋଇଥିଲା। ଏହାପରେ ସେ ଏବେ ବିଶ୍ରାମ ନେଉଛନ୍ତି। ମହାରାଷ୍ଟ୍ର ଭାଜପା ସଭାପତି ଚନ୍ଦ୍ରକାନ୍ତ ପାଟିଲ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକୁର ସୁସ୍ଥ ନ ହେବା ପର୍ଯ୍ୟନ୍ତ ତାଙ୍କ ଦାୟିତ୍ୱ ଅନ୍ୟ କାହାକୁ ଦେବା ଉଚିତ୍‌। ମହାରାଷ୍ଟ୍ର ବିଧାନସଭାର ଶୀତକାଳୀନ ଅଧିବେଶନରେ ତାଙ୍କର ଅନୁପସ୍ଥିତି ଠିକ ବୋଲି ବିବେଚନା କରାଯିବ ନାହିଁ। ଯଦି ଉଦ୍ଧବଙ୍କର କଂଗ୍ରେସ ଏବଂ ଏନସିପି ଉପରେ ବିଶ୍ୱାସ ନାହିଁି, ତେବେ ଏହି ଦାୟିତ୍ୱକୁ ରାଜ୍ୟ ମନ୍ତ୍ରୀ ଏବଂ ତାଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ହସ୍ତାନ୍ତର କରନ୍ତୁ ବୋଲି ସେ କହିଛନ୍ତି।
ପାଟିଲ ଆହୁରି ମଧ୍ୟ କହିଛନ୍ତି,ଏଭଳି କାର୍ଯ୍ୟ କେତେ ଦିନ ଚାଲିବ, କାରଣ ମୁଖ୍ୟମନ୍ତ୍ରୀ ବିନା ପ୍ରଶାସନ ଚାଲିପାରିବ ନାହିଁ, ପ୍ରତ୍ୟେକ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଆବଶ୍ୟକ। ଏପରି ପରିସ୍ଥିତିରେ ଅନ୍ୟ କାହାକୁ ଏହି ଚାର୍ଜ ଦେବା ଉଚିତ୍‌।
ଏଥି ସହିତ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ପୁଅ ତଥା ମନ୍ତ୍ରୀ ଆଦିତ୍ୟ ଠାକରେ ପାଟିଲଙ୍କ ବିବୃତ୍ତିରେ କହିଛନ୍ତି ଯେ ମୋ ବାପା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ କିଛି ଦିନ ପରେ ସେ କାମକୁ ଫେରିବେ। ସେ ପାଟିଲଙ୍କ ବିବୃତ୍ତିକୁ ଭିତ୍ତିହୀନ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମପରିବର୍ତ୍ତନ ସହିତ ନିଜ ପସନ୍ଦର ଜୀବନସାଥୀ ଚୟନ କରିପାରିବେ ସାବାଳକ: ହାଇକୋର୍ଟ

କୋଲକାତା,୨୩।୧୨: ସାବାଳକମାନେ ଧର୍ମପରିବର୍ତ୍ତନ କରିବା ସହିତ ନିଜ ପସନ୍ଦର ଜୀବନସାଥୀ ଚୟନ କରିପାରିବେ। ଏନେଇ ତାଙ୍କୁ କେହି ବାଧା ଦେଇପାରିବେ ନାହିଁ। କୋଲକାତା ହାଇକୋର୍ଟଙ୍କ ପକ୍ଷରୁ...

ଇନ୍ଦିରାଙ୍କୁ ଶକ୍ତିସ୍ଥଳରେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୧୯।୧୧: ଲୌହ ମାନବୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୧୦୩ ତମ ଜନ୍ମ ବାର୍ଷିକୀ ଅବସରରେ ଶକ୍ତିସ୍ଥଳରେ ଗୁରୁବାର ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି...

୨୯ ଫୁଟ୍‌ ମୋବାଇଲ ଟାଓ୍ବାର ଚୋରି

ପାଟନା,୨୧।୧: ବିହାରର ପାଟନାରେ ଏକ ଡକାୟତ ଗ୍ୟାଙ୍ଗ୍‌ ନିଜକୁ ଟେଲିକମ୍‌ କମ୍ପାନୀର କର୍ମଚାରୀ ପରିଚୟ ଦେଇ ୨୯ ଫୁଟ୍‌ ଉଚ୍ଚତାର ଏକ ମୋବାଇଲ ଟାଓ୍ବାରକୁ ଚୋରିକରି...

ପୋଲିସ ବାବୁ ସାଜିଥିଲେ ଅପରାଧୀ ବିକାଶ ଦୁବେଙ୍କ ଇନଫର୍ମର

ଲକ୍ଷ୍ନୌ,୮।୭: ଅପରାଧୀ ବିକାଶ ଦୁବେଙ୍କ ଇନଫର୍ମର ସାଜିଥିବା ପୋଲିସ ବାବୁଙ୍କ ଉପରେ ଉତ୍ତରପ୍ରଦେଶ ପୋଲିସ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୂର୍ବରୁ ତାଙ୍କୁ...

ପୁଣି ବଢ଼ିଲା ନୂଆ ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା…

ନୂଆଦିଲ୍ଲୀ,୨।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ...

ବିଶ୍ୱରେ ୮କୋଟି ବିସ୍ଥାପିତ

ନୂଆଦିଲ୍ଲୀ, ୨୧ା୬: ଯୁଦ୍ଧ, ସଂଘର୍ଷ, ନିର୍ଯାତନା ଏବଂ ମାନବାଧିକାର ଉଲ୍ଲଂଘନ ଭଳି ସମସ୍ୟା ଲୋକଙ୍କୁ ବିସ୍ଥାପିତ କରିଚାଲିଛି। ଏସବୁର ପ୍ରଭାବରେ ୨୦୧୯ରେ ସାରା ବିଶ୍ୱର ୭...

ନୂଆ ଦଲାଇ ଲାମା ଚୟନରେ ହସ୍ତକ୍ଷେପ କରିବ ଚାଇନା

କୋଲକାତା,୫।୧: ତିବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନରେ ଚାଇନା ହସ୍ତକ୍ଷେପ କରିବ। ଏଥିପାଇଁ ବେଜିଂ ୧୫ ବର୍ଷ ହେଲା ପ୍ରସ୍ତୁତି ଚଳାଇଥିବା ତିବ୍ବତ ନିର୍ବାସିତ ସରକାରର...

ପୁରୁଷ ହକି ଦଳର ମନୋବଳ ବଢ଼ାଇଲେ ପ୍ରଧାନମନ୍ତ୍ରୀ, କହିଲେ ଖେଳାଳିଙ୍କ ପ୍ରଦର୍ଶନ ନେଇ ଗର୍ବିତ…

ନୂଆଦିଲ୍ଲୀ,୩।୮: ଅଲିମ୍ପିକ ସେମିଫାଇନାଲରେ ଭାରତୀୟ ପୁରୁଷ ହକି ଦଳ ବେଲଜିୟମଠାରୁ ପରାଜିତ ହୋଇଛି। ଫଳରେ ଦଳ ଫାଇନାଲରୁ ବାହାର ହେବା ସହିତ ଗୋଲ୍ଡ ଏବଂ ସିଲିଭର୍‌...

Advertisement
Archives

Model This Week