ଜାତୀୟ

ସ୍ତ୍ରୀଙ୍କ ପାଇଁ ତାଜମହଲ ଭଳି ଘର

ଭୋପାଳ,୨୨।୧୧: ମଧ୍ୟପ୍ରଦେଶର ବୁର୍ହାନପୁରର ଜଣେ ବସିନ୍ଦା ଆନନ୍ଦ ପ୍ରକାଶ ଚୋକସି ତାଙ୍କ ସ୍ତ୍ରୀ ମଞ୍ଜୁଶା ଚୋକସିଙ୍କୁ ଉପହାର ଆକାରରେ ଦେଇଛନ୍ତି ତାଜମହଲ ଭଳି ଘର। ୪ ବେଡ୍‌ରୁମ୍‌ ବିଶିଷ୍ଟ ଘର ନିର୍ମାଣ ପୂର୍ବରୁ ଏହି ଦମ୍ପତି ତାଜମହଲ ଦେଖିବା ଲାଗି ଆଗ୍ରା…

ଇମ୍ପ୍ରୁଭ୍‌ମେଣ୍ଟ୍‌ ପରୀକ୍ଷାରେ କମ୍‌ ନମ୍ବର ଅବା ଫେଲ୍‌ ହେଲେ ପୂର୍ବ ମାର୍କ ବଜାୟ ରଖୁ ସିବିଏସ୍‌ଇ, ଡିସେମ୍ବରରେ ଶୁଣାଣି …

ନୂଆଦିଲ୍ଲୀ,୨୨।୧୧: ସିବିଏସ୍‌ଇ ଦ୍ୱାଦଶ ବୋର୍ଡରେ ଇମ୍ପ୍ରୁଭ୍‌ମେଣ୍ଟ୍‌ ପରୀକ୍ଷାରେ ଦେଇ କମ୍‌ ନମ୍ବର ଅବା ଫେଲ୍‌ ହୋଇଥିବା ଶିକ୍ଷାର୍ଥୀଙ୍କର ପୂର୍ବ ମାର୍କ ବଜାୟ ରହିବା ଲାଗି ସୁପ୍ରିମ୍‌କୋର୍ଟରେ କରାଯାଇଥିବା ଏକ ଆବେଦନର ଶୁଣାଣିକୁ ଡିସେମ୍ବର ୬ କୁ ଘୁଞ୍ଚାଇ ଦିଆଯାଇଛି। ସିବିଏସ୍‌ଇକୁ ଏନେଇ…

ମୁଖ୍ୟମନ୍ତ୍ରୀଙ୍କୁ କିଛି ଜଣାନାହିଁ, କରୋନା ମୃତ୍ୟୁ କ୍ଷତିପୂରଣ ନେଇ ସୁପ୍ରିମ୍‌କୋର୍ଟଙ୍କ ଭର୍ସନା…

ନୂଆଦିଲ୍ଲୀ,୨୨।୧୧: କରୋନା ମୃତ୍ୟୁ କ୍ଷତିପୂରଣ ପ୍ରଦାନ ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଗୁଜରାଟ ରାଜ୍ୟ ସରକାରଙ୍କୁ ଭର୍ସନା କରାଯାଇଛି। ବିଚାରପତି ଏମ୍‌.ଆର୍‌.ଶାହା ଏବଂ ବି.ଭି. ନାଗରଥ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଏଭଳି କହିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା…

‘ଓୱାଇସି-ଭାଜପା ସମ୍ପର୍କ ମାମୁ-ଭଣଜା ଭଳି’

ଲକ୍ଷ୍ନୌ,୨୨।୧୧: କୃଷକ ଆନ୍ଦୋଳନର ନେତୃତ୍ୱ ନେଉଥିବା ରାକେଶ ଟିକାଏଟ କୃଷକ ମହାପଞ୍ଚାୟତରେ ଯୋଗଦେବା ପାଇଁ ଲକ୍ଷ୍ନୌରେ ପହଞ୍ଚିଛନ୍ତି। ସୋମବାର କୃଷକ ମହାପଞ୍ଚାୟତ ପୂର୍ବରୁ ସିଏଏ ବିଷୟରେ ପଚରାଯାଇଥିବା ଏକ ପ୍ରଶ୍ନରେ ରାକେଶ ଟିକାଏତ କହିଛନ୍ତି ଯେ, ଏଆଇଏମଆଇଏମ ସଭାପତି ଅସଦୁଦ୍ଦିନ ଓୱାଇସି…

ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ିଲେ ମହିଳା

ମୁମ୍ବାଇ,୨୨ା୧୧: ସ୍ଥାନୀୟ ବାଇକୁଲା ରେଳ ଷ୍ଟେଶନରେ ଚଳନ୍ତା ଟ୍ରେନ ଧରିବାବେଳେ ଜଣେ ମହିଳା ହଠାତ୍‌ ଖସିପଡ଼ିଥିଲେ। ସୌଭାଗ୍ୟ ବଶତଃ ଜଣେ ଆରପିଏଫ ମହିଳା କର୍ମଚାରୀ ତାଙ୍କ ଜୀବନ ରକ୍ଷା କରିଛନ୍ତି। ରେଳବାଇ ପକ୍ଷରୁ ଏହି ଘଟଣାର ଭିଡିଓ ଟୁଇଟର ପେଜ୍‌ରେ ଶେୟାର…

‘ପ୍ରତି ମହିଳାଙ୍କୁ ମାସକୁ ମିଳିବ ହଜାର ଟଙ୍କା’

ମୋଗା,୨୨।୧୧: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ବଡ ନିର୍ବାଚନ ପ୍ରତିଶୃତି ଦେଇଛନ୍ତି। ପଞ୍ଜାବର ମୋଗାରେ ଏକ ସମାବେଶକୁ ସମ୍ବୋଧିତ କରିବାବେଳେ ସେ କହିଛନ୍ତି ଯେ, ଯଦି ପଞ୍ଜାବରେ ଆମ ଆଦମୀ ପାର୍ଟି ସରକାର ଗଠନ ହୁଏ ତେବେ ୧୮ ବର୍ଷରୁ…

ଭରଣପୋଷଣରେ ଖିଲାପ ଅଭିଯୋଗରେ ଏକକାଳୀନ ମାସେରୁ ଅଧିକ କାରାଦଣ୍ଡାଦେଶ କରି ହେବ ନାହିଁ…

ଚଣ୍ଡିଗଡ଼,୨୨।୧୧: ଭରଣପୋଷଣ ଆଦେଶର ଖିଲାପ ଅଭିଯୋଗରେ ଅଭିଯୁକ୍ତଙ୍କୁ ଏକକାଳୀନ ମାସେରୁ ଅଧିକ କାରାଦଣ୍ଡାଦେଶ କରି ହେବ ନାହିଁ ବୋଲି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ପକ୍ଷରୁ ଏକ ମାମଲାର ଶୁଣାଣି ସମୟରେ କୁହାଯାଇଛି। ବିଚାରପତି ମଞ୍ଜୁରୀ ନେହେରୁ କୌଲଙ୍କ ନେତୃତ୍ୱରେ ଗଠିତ…

ସାବରିମାଲା ପ୍ରସାଦରେ ହଲାଲ ଗୁଡ଼ ବିବାଦ, ଖାଦ୍ୟ ସୁରକ୍ଷା ବିଭାଗର ସ୍ପଷ୍ଟୀକରଣ ଲୋଡିଲେ ହାଇକୋର୍ଟ…

ଥିରୁଭାନନ୍ତପୁରମ୍‌,୨୨।୧୧: ସାବରିମାଲା ମନ୍ଦିରରେ ପ୍ରସାଦ ଏବଂ ନୈବେଦ୍ୟ ପାଇଁ ବ୍ୟବହୃତ ହେଉଥିବା ଅଶୁଦ୍ଧ ହଲାଲ ଗୁଡ଼ ବିବାଦରେ କେରଳ ହାଇକୋର୍ଟ ଖାଦ୍ୟ ସୁରକ୍ଷା ବିଭାଗର ସ୍ପଷ୍ଟୀକରଣ ଲୋଡିଛନ୍ତି। ବିଚାରପତି ଅନୀଲ କେ. ନରେନ୍ଦ୍ରମ୍‌ ଏବଂ ପି.ଜି. ଅଜିତ୍‌ କୁମାରଙ୍କ ନେତୃତ୍ୱରେ ଗଠିତ…

ଦେଶର ଅର୍ଥନୀତିକୁ ହାତୀ ସହ ତୁଳନା କଲେ ଆନନ୍ଦ ମହିନ୍ଦ୍ରା: ଦେଖନ୍ତୁ ମଜାଦାର ଭିଡିଓ

ନୂଆଦିଲ୍ଲୀ,୨୨।୧୧: ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ପ୍ରତିଦିନ କିଛି ନୂଆ ନୂଆ ମଜାଦାର ଶିକ୍ଷଣୀୟ ଭିଡିଓ ଶେୟାର କରନ୍ତି। ବିଶେଷ କଥା ହେଉଛି ତାଙ୍କ ପୋଷ୍ଟ ଦେଖିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ଥାଏ।…

ନିଜ ପସନ୍ଦରେ ବିବାହ କରିଥିବା ଦମ୍ପତିଙ୍କୁ ଧମକ ଦେଲେ କାର୍ଯାନୁଷ୍ଠାନ, ଡିଜିପିଙ୍କୁ ନିର୍ଦ୍ଦେଶ…

ଡେରାଡୁନ୍‌,୨୨।୧୧: ନିଜ ପସନ୍ଦରରେ ବିବାହ କରୁଥିବା ଦମ୍ପତିଙ୍କୁ ସେମାନଙ୍କ ପରିବାର ସଦସ୍ୟ ଅବା ବାହାରର କୌଣସି ବ୍ୟକ୍ତିଙ୍କ ଠାରୁ ଧମକ ମିଳିବାର ଅଭିଯୋଗ ଆସିଲେ, ଏନେଇ ତତ୍‌କାଳ ପଦକ୍ଷେପ ଗ୍ରହଣ କରିବାକୁ ଉତ୍ତରାଖଣ୍ଡ ହାଇକୋର୍ଟ ପୋଲିସ ବିଭାଗ ଉଚ୍ଚ ଅଧିକାରୀଙ୍କୁ ନିର୍ଦ୍ଦେଶ…

ସଂଶୋଧିତ କୃଷି ଆଇନକୁ ଫେରାଇ ନିଆଯିବାର ସାମ୍ବିଧାନିକ ଉପାୟ…

ନୂଆଦିଲ୍ଲୀ,୨୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଏକ ବର୍ଷ ଧରି ବିବାଦ ଲାଗି ରହିଥିବା ତିନୋଟି କୃଷି ଆଇନକୁ ପ୍ରତ୍ୟାହାର କରି ନେଇଛନ୍ତି। ଆନ୍ଦୋଳନ ଶେଷ କରିବାକୁ ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି। ତେବେ ସଂସଦରେ ଆଇନ ନ ଫେରିବା…

ତ୍ରିପୁରା ହିଂସା: ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବାହାରେ ଅଡି ବସିଲା ତ୍ରୁଣମୂଳ କଂଗ୍ରେସ

ନୂଆଦିଲ୍ଲୀ,୨୨ ।୧୧: ତ୍ରିପୁରାରେ ପୋଲିସ ବର୍ବରତାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ପାର୍ଟି ତ୍ରୁଣମୂଳ କଂଗ୍ରେସର ଏମ୍‌ପଙ୍କ ପ୍ରତିନିଧିମଣ୍ଡଳ ସୋମବାର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବାହାରେ ବିରୋଧ ପ୍ରଦର୍ଶନ କରିଛନ୍ତି । ଟିଏମ୍‌ସିର ଏମ୍‌ପିମାନେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ସହ ସାକ୍ଷାତ୍…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri