ଜାତୀୟ

ଦେଶରେ ଓମିକ୍ରନ୍ ଯୋଗୁ ଫେବୃୟାରୀରେ ଆସିବ ତୃତୀୟ ଲହର: କୋଭିଡ ସୁପର ମଡେଲ କମିଟିର ଚେତାବନୀ

ନୂଆଦିଲ୍ଲୀ,୧୯ ।୧୨: କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ ଦ୍ରୁତ ବେଗରେ ମାଡି ଚାଲିଛି । ଏପର୍ଯ୍ୟନ୍ତ ଏହା ଦେଶର ୧୨ ରାଜ୍ୟକୁ ବ୍ୟାପି ସାରିଲାଣି । ଆଉ ଏଥିରେ ୧୪୫ ଜଣ ସଂକ୍ରମିତ ହୋଇ ସାରିଲେଣି । ଏହାକୁ ଦେଖି…

ସ୍ବର୍ଣ୍ଣ ମନ୍ଦିରରେ ଅପବିତ୍ର ଉଦ୍ୟମ: ଯୁବକଙ୍କୁ ପିଟି ପିଟି ହତ୍ୟା

ଚଣ୍ଡିଗଡ଼,୧୮।୧୨: ଅମୃତସରର ସ୍ବର୍ଣ୍ଣ ମନ୍ଦିର ଅପବିତ୍ର କରିବାକୁ ଉଦ୍ୟମ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଉତ୍ତ୍ୟକ୍ତ ଲୋକେ ପିଟି ମାରିଦେଇଛନ୍ତି। ଖବର ଅନୁଯାୟୀ ଯୁବକ ଜଣଙ୍କ ଶନିବାର ସନ୍ଧ୍ୟା ପ୍ରାର୍ଥନା ସମୟରେ ରେଲିଂ ଡେଇଁ ମନ୍ଦିର ଭିତରେ ପ୍ରବେଶ କରିଥିଲେ। ଶିଖ୍‌ମାନଙ୍କ…

ଆମେଠିରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ

ଆମେଠି,୧୮।୧୨: ୨୦୧୯ ସାଧାରଣ ନିର୍ବାଚନରେ ପରାଜିତ ହେବାର ଅଢେଇ ବର୍ଷ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ନିଜ ନିର୍ବାଚନମଣ୍ଡଳୀ ଆମେଠୀକୁ ପ୍ରଥମଥର ପାଇଁ ଗସ୍ତ କରିଛନ୍ତି। ଏହି ଅବସରରେ ରାହୁଲ ଏବଂ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପଦଯାତ୍ରା…

ଗଙ୍ଗା ଏକ୍ସପ୍ରେସ ୱେର ଶିଳାନ୍ୟାସ କଲେ ମୋଦି: ଡବଲ ଇଞ୍ଜିନ ସରକାରଙ୍କର ବିକାଶ ଉପରେ ଧ୍ୟାନ

ଶାହାଜହନପୁର,୧୮ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉତ୍ତର ପ୍ରଦେଶର ଶାହଜହାନପୁରରେ ଗଙ୍ଗା ଏକ୍ସପ୍ରେସ ୱେର ଶିଳାନ୍ୟାସ କରିଛନ୍ତି । ପାଖାପାଖି ୫୯୪ କିଲୋମିଟର ଲମ୍ବା ଏହା ୬ ଲେନ ବିଶିଷ୍ଟ ହେବ । ଏହି କାର୍ଯ୍ୟକ୍ରମରେ ସମ୍ବୋଧନ ଦେବା ଅବସରରେ…

ମନ୍ଦିର ଶପିଂ କମ୍ପ୍ଲେକ୍ସ୍‌ ନିଲାମୀ ପ୍ରକ୍ରିୟାରେ ସବୁଧର୍ମର ଲୋକଙ୍କୁ ସାମିଲ କରାଯାଉ, ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ…

କୁରନୁଲ୍‌, ୧୮।୧୨: ଆନ୍ଧ୍ରପ୍ରଦେଶର କୁରନୁଲ୍‌ରେ ଥିବା ଶ୍ରୀ ବ୍ରମରମମ୍ବା ମଲ୍ଲକାର୍ଜୁନ ସ୍ବାମୀ ମନ୍ଦିରର ଶପିଂ କମ୍ପ୍ଲେକ୍ସ୍‌ ଲିଜ୍‌ ନିଲାମୀ ପ୍ରକ୍ରିୟାରେ ସବୁଧର୍ମର ଲୋକଙ୍କୁ ସାମିଲ୍‌ କରିବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ଶୀର୍ଷ କୋର୍ଟ କହିଛନ୍ତି ଯେ, କେବଳ ଧର୍ମର ଆଧାରରେ…

ସାକ୍ଷୀ ପୁଣି ଗର୍ଭବତୀ ଖବର ପରେ, ଏମ୍‌ଏସ୍‌ଙ୍କ ଫ୍ୟାମିଲି ଫଟୋ ଭାଇରାଲ…

ନୂଆଦିଲ୍ଲୀ, ୧୮।୧୨: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ (ଏମ୍‌ଏସ୍‌ ଧୋନୀ)ଙ୍କ ସ୍ତ୍ରୀ ସାକ୍ଷୀ ପୁଣି ଗର୍ଭବତୀ ହୋଇଥିବା ଖବର ପ୍ରଚାରିତ ହେଉଥିବାବେଳେ ଏବେ ତାଙ୍କର ଫ୍ୟାମିଲି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଚେନ୍ନାଇ ସୁପର…

ନାବାଳିକା ବଳାତ୍କାରୀଙ୍କୁ ବାନ୍ଧିଲା ପୋଲିସ

ପଶ୍ଚିମବଙ୍ଗର,୧୮।୧୨: ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲାରେ ଜଣେ ୧୫ ବର୍ଷର ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଘଟଣାରେ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ ଶନିବାର କହିଛି। ସେହି ଅଭିଯୁକ୍ତ ଜଣଙ୍କ ଏକ ରିକ୍ସା ଡ୍ରାଇଭର ବୋଲି ପୋଲିସ…

ରାଜସ୍ଥାନରେ ତାପମାତ୍ରା ମାଇନସ୍‌ ୩.୩ ଡିଗ୍ରୀ, ୟେଲୋ ଓ୍ବାର୍ନିଂ ଜାରି

ଜୟପୁର,୧୮।୧୨: ଫତେହପୁର ଏବଂ ଚୁରୁର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଥିବାରୁ ଦେଶର ଉତ୍ତର ଭାଗରୁ ଶୀତଳ ପବନ ରାଜସ୍ଥାନରେ ପ୍ରବାହିତ ହୋଇଛି ବୋଲି ପାଣିପାଗ ବିଭାଗର ଜଣେ ଅଧିକାରୀ ଶନିବାର କହିଛନ୍ତି। ରାଜସ୍ଥାନରେ ଶୁକ୍ରବାର ରାତିରେ ତାପମାତ୍ରା ଏକ ଡିଗ୍ରୀ ସେଲସିୟସ…

ଉତ୍ତର ପ୍ରଦେଶ ନିର୍ବାଚନ: ମୋଦିଙ୍କ ରାଲିରେ ୧୦ଲକ୍ଷ ଲୋକଙ୍କୁ ଏକଜୁଟ କରିବା ଯୋଜନାରେ ଭାଜପା

ନୂଆଦିଲ୍ଲୀ,୧୮ ।୧୨: ଆସନ୍ତା ବର୍ଷ ହେବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ଏଥିରେ ବିଜୟ ହାସଲ କରିବାକୁ ଭାରତୀୟ ଜନତା ପାର୍ଟି(ଭାଜପା) ସମସ୍ତ ବଳ ଲଗାଇ ଦେଇଛି । ସେଥିପାଇଁ ଜାନୁୟାରୀ ଦ୍ୱିତୀୟ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ସ୍କୁଲରେ କରୋନା ବିସ୍ଫୋରଣ, ୧୬ ଛାତ୍ର ଆକ୍ରାନ୍ତ…

ମୁମ୍ବାଇ, ୧୮।୧୨: ମହାରାଷ୍ଟ୍ରର ନଭି ମୁମ୍ବାଇରେ ଏକ ସ୍କୁଲରେ କରୋନା ବିସ୍ଫୋରଣ ହୋଇଛି। ସ୍କୁଲର ୧୬ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନଭି ମୁମ୍ବାଇ ନଗର ନିଗମ ପକ୍ଷରୁ କୁହାଯାଇଛି ଯେ, ଆକ୍ରାନ୍ତ ହୋଇଥିବା ଛାତ୍ରମାନଙ୍କ ମଧ୍ୟରେ ଅଷ୍ଟମରୁ ଏକାଦଶ…

ପଞ୍ଜାବ ସୀମାରେ ପାକିସ୍ତାନର ‘ମେଡ୍‌ ଇନ୍‌ ଚାଇନା’ ଡ୍ରୋନ୍‌…

ଚଣ୍ଡିଗଡ଼, ୧୮।୧୨: ପଞ୍ଜାବର ଫେରୋଜପୁର ଅଞ୍ଚଳରେ ଅନ୍ତର୍ଜାତୀୟ ସୀମା ନିକଟରେ ପାକିସ୍ତାନୀ ଡ୍ରୋନକୁ ସୀମା ସୁରକ୍ଷା ବଳ (ବିଏସଏଫ) ଯବାନଙ୍କ ପକ୍ଷରୁ ଗୁଳି କରି ଖସାଇ ଦିଆଯାଇଛି। ବିଏସଏଫ ଅନୁଯାୟୀ, ଏହି ଡ୍ରୋନ ପାକିସ୍ତାନ ପଟୁ ଆସିଥିବାବେଳେ ଏହା ଉପରେ ମେଡ…

ଅଗ୍ନି ପ୍ରାଇମ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ…

ନୂଆଦିଲ୍ଲୀ, ୧୮।୧୨: ଭାରତ ଶନିବାର ସଫଳତାର ସହ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି। ଏହି କ୍ଷେପଣାସ୍ତ୍ରଟି ଓଡିଶାର ବାଲେଶ୍ୱରର ଚାନ୍ଦିପୁର ସ୍ଥିତ ଅବ୍ଦୁଲ୍‌ କାଲାମ ଦ୍ୱୀପରୁ ପୂର୍ବାହ୍ନ ୧୧ଟା ୬ରେ ଉତ୍‌କ୍ଷେପଣ କରାଯାଇଛି। ଅଗ୍ନି ପ୍ରାଇମ୍‌ ମିଜାଇଲ୍‌ ହେଉଛି ଅଗ୍ନି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri