Posted inଜାତୀୟ

ଅଜାନ୍‌ ସମୟରେ ବାଜି ପାରିବନି ହନୁମାନ ଚାଳିଶା

ନାଶିକ,୧୮।୪: ଅଜାନ୍‌ ସମୟରେ ହନୁମାନ ଚଲିଶା ସହରରେ ବାଜିବାକୁ ଦିଆଯିବ ନାହିଁ ବୋଲି ମହାରାଷ୍ଟ୍ରର ନାଶିକ ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଅନୁଯାୟୀ, ହନୁମାନ ଚାଳିଶା ଅଜାନର ୧୫ ମିନିଟ ପୂର୍ବରୁ ଏବଂ ୧୫ ମିନିଟ ପରେ ମଧ୍ୟ ବଜାଯାଇପାରିବ ନାହିଁ। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ନାଶିକ ପ୍ରଶାସନ କହିଛି।
ନାଶିକ ପୋଲିସ କମିଶନର ଦୀପକ ପାଣ୍ଡେ କହିଛନ୍ତି ଯେ, ହନୁମାନ ଚାଳିଶା କିମ୍ବା ଭଜନ ବାଜିବା ପାଇଁ ଅନୁମତି ନେବାକୁ ପଡିବ। ମସଜିଦର ୧୦୦ମିଟର ମଧ୍ୟରେ ଏହାକୁ ଅନୁମତି ଦିଆଯିବ ନାହିଁ। ସମସ୍ତ ଧାର୍ମିକ ସ୍ଥାନକୁ ମେ ୩ ତାରିଖ ଅର୍ଥାତ୍‌ ଇଦ୍‌ ପର୍ଯ୍ୟନ୍ତ ଲାଉଡ ସ୍ପିକର ବ୍ୟବହାର କରିବାକୁ ଅନୁମତି ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ମେ ୩ ପରେ, ଯଦି କୌଣସି ବ୍ୟକ୍ତି ଏହି ଆଦେଶର ଉଲ୍ଲଂଘନ କରନ୍ତି, ତେବେ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଆଦେଶର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଇନ ଶୃଙ୍ଖଳା ବଜାୟ ରଖିବା ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ନିକଟରେ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ମହାରାଷ୍ଟ୍ର ସରକାରଙ୍କୁ ଏକ ଅଲ୍ଟିମେଟମ ଦେଇଥିଲେ। ମେ ୩ ତାରିଖ ସୁଦ୍ଧା ମସଜିଦରୁ ଲାଉଡ ସ୍ପିକର ହଟାଯିବ କିମ୍ବା ନଚେତ୍‌ ମସଜିଦ ସମ୍ମୁଖରେ ହନୁମାନ ଚାଳିଶା ଉଚ୍ଚସ୍ବରରେ ପାଟ କରାଯିବ। ଯାହା ପରେ ମହାରାଷ୍ଟ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଲିକପ୍ଟର ଦୁର୍ଘଟଣା: ଚିହ୍ନଟ ହେଲେ ଅନ୍ୟ ୪ ମୃତ ଯବାନ, ଦିଆଯିବ ଶେଷ ବିଦାୟ

ନୂଆଦିଲ୍ଲୀ,୧୧ ।୧୨: ଡିସେମ୍ବର ୮ରେ ତାମିଲନାଡୁର କୁନ୍ନୁରରେ ହୋଇଥିବା ସେନା ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଅନ୍ୟ ୪ ଯବାନଙ୍କ ମୃତଦେହ ଚିହ୍ନଟ କରାଯାଇଛି ।...

ଶେଲ୍‌ କମ୍ପାନୀ ଦେଉଥିଲେ ଚିଦାମ୍ବରମଙ୍କ ଗସ୍ତ ଖର୍ଚ୍ଚ

ନୂଆଦିଲ୍ଲୀ,୨୫ା୮: ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ଗସ୍ତ ଖର୍ଚ୍ଚ କାର୍ତ୍ତି ଚିଦାମ୍ବରମଙ୍କ ନିୟନ୍ତ୍ରଣରେ ଥିବା ଶେଲ୍‌ କମ୍ପାନୀ ଭରଣା କରୁଥିଲେ। କାର୍ତ୍ତିଙ୍କ କମ୍ପାନୀର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାସ୍କର...

ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୪କୁ ବୃଦ୍ଧି

ମୁମ୍ବାଇ,୨୨।୩: ଡରାଇଲାଣି କରୋନା। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଲୋକେ ଭୟଭୀତ ହୋଇ ଯାଇଛନ୍ତି। ରବିବାର ସାରା ଦେଶରେ ‘ଜନତା କର୍ଫ୍ୟୁ’...

ଅଯୋଧ୍ୟାକୁ ଦେଖି ଯେଉଁମାନେ ଲଙ୍କା ଖାଇବା ଭଳି ହେଉଛନ୍ତି, ସେମାନଙ୍କ ପାଇଁ ମୁଁ ଔଷଧ ପ୍ରସ୍ତୁତ କରିବି: ରାମଦେବ

ଅଯୋଧ୍ୟା,୫।୮: ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ଭବ୍ୟ ମନ୍ଦିର ନିର୍ମାଣ ନେଇ ଅନୁଷ୍ଠିତ ହୋଇଛି ଭୂମିପୂଜନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ...

ଖୁବ୍‌ଶୀଘ୍ର ସ୍ପୁଟ୍‌ନିକ ଭି

ନୂଆଦିଲ୍ଲୀ, ୧୫।୪: ଭାରତରେ କୋଭିଡ୍‌ ଟିକାକରଣରେ ତୃତୀୟ ଟିକା ଭାବେ ସାମିଲ ହେବାକୁ ଯାଉଥିବା ସ୍ପୁଟ୍‌ନିକ ଭି ଖୁବ୍‌ଶୀଘ୍ର ଭାରତରେ ପହଞ୍ଚତ୍ବ। ଭାରତରେ ଏହାର ପାର୍ଟନର...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡିଲେ ୩ ଆତଙ୍କବାଦୀ

ଶ୍ରୀନଗର,୩।୬: ଜମ୍ମୁ-କାଶ୍ମୀରର ପୁଲୱାମା ଜିଲାରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀଙ୍କ ଅପରେଶନ ଜାରି ରହିଛି। ବୁଧବାର ଏଠାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀମାନେ...

କୋଭିଡ୍‌ ସହାୟତା ଲାଗି ଜାଲ୍‌ ମୃତ୍ୟୁ ପ୍ରମାଣପତ୍ର ଉଦ୍‌ବେଗ ଜଣାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭।୩(ପି.ଟି.): କୋଭିଡ୍‌-୧୯ରେ ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ପ୍ରଦାନର ବ୍ୟବସ୍ଥା ହୋଇଥିବାବେଳେ ଏଥିପାଇଁ ଡାକ୍ତରମାନେ ଜାଲ୍‌ ମୃତ୍ୟୁ ପ୍ରମାଣପତ୍ର ଇସ୍ୟୁ କରୁଥିବା ଜଣାପଡ଼ିଛି। ଏହାକୁ ନେଇ...

ବିଫଳତା ଲୁଚାଇବାକୁ ୧୪୪ ଧାରା ଜାରି କରିଛନ୍ତି ଯୋଗୀ ସରକାର: ମାୟାବତୀ

ଲକ୍ଷ୍ନୌ,୨୦।୭: ଉତ୍ତର ପ୍ରଦେଶର ସୋନଭଦ୍ରାରେ ଜମି ବିବାଦକୁ ନେଇ ମୃତ୍ୟୁ ହୋଇଥିବା ଆଦିବାସୀଙ୍କ ଘଟଣାକୁ ନେଇ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ଯୋଗୀ ଆଦିତ୍ୟନାଥ...

Advertisement
Archives

Model This Week