ଜାତୀୟ

୨ ବର୍ଷ ପରେ ସୁପ୍ରିମକୋର୍ଟରେ ପ୍ରତ୍ୟକ୍ଷ ଶୁଣାଣି

ନୂଆଦିଲ୍ଲୀ,୫ା୪: ପ୍ରାୟ ୨ ବର୍ଷ ହେଲା ସୁପ୍ରିମକୋର୍ଟରେ ବନ୍ଦ ଥିବା ପୂର୍ଣ୍ଣ ପ୍ରତ୍ୟକ୍ଷ ଶୁଣାଣି ସୋମବାର ଆରମ୍ଭ ହୋଇଛି। କୋଭିଡ୍‌ ମହାମାରୀ ଯୋଗୁ ୨୦୨୦ ମାର୍ଚ୍ଚଠାରୁ ଭର୍ଚୁଆଲ୍‌ ମୋଡ୍‌ରେ ବିଭିନ୍ନ ମାମଲାର ଶୁଣାଣି କରାଯାଉଥିଲା। ତେବେ ଗତବର୍ଷ ଅକ୍ଟୋବରରୁ ସର୍ବୋଚ୍ଚ ଅଦାଲତରେ…

ହରିୟାଣା ସରକାରଙ୍କ ବଡ ନିଷ୍ପତ୍ତି: ଘରୋଇ ସ୍କୁଲରେ ନର୍ସରୀ, ପ୍ରଥମ ଶ୍ରେଣୀ ପାଇଁ ୨୫ ପ୍ରତିଶତ ଗରିବ ପିଲାଙ୍କ ପାଇଁ ରହିବ ସଂରକ୍ଷିତ

ଚଣ୍ଡିଗଡ଼,୫ ।୪: ହରିୟାଣା ସରକାର ଶିକ୍ଷା ଅଧିକାର (ଆରଟିଇ) ଅଧିନିୟମ ଅନୁଯାୟୀ, ଗିରିବ ଶିଶୁଙ୍କ ପାଇଁ ଘରୋଇ ସ୍କୁଲରେ ପାଠ ପଢିବା ଲାଗି ଅଣ୍ଟା ଭିଡିଛନ୍ତି । ଅନୁସୁଚିତ ଜାତି, ଜନଜାତି, ଗରିବ ଶିଶୁ ଓ ୧.୮୦ଲକ୍ଷରୁ କମ୍ ଆୟ କରୁଥିବା…

ବାବୁ ବି କଲେଣି ରାଜନୀତି

ନୂଆଦିଲ୍ଲୀ,୫ା୪:ଲୋକପ୍ରିୟ ଯୋଜନା ମାଧ୍ୟମରେ ରାଜ୍ୟ ସରକାରଗୁଡ଼ିକ ଲୋକମାନଙ୍କୁ ଦେଉଥିବା ମାଗଣା ସୁବିଧା ଉପରେ କେନ୍ଦ୍ର ସରକାରଙ୍କ କେତେଜଣ ବରିଷ୍ଠ ସଚିବ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ଏଭଳି ସ୍ଥିତି ଜାରି ରହିଲେ ଶ୍ରୀଲଙ୍କା ଭଳି ଆର୍ଥିକ ଦୁଃସ୍ଥିତି ଦେଖାଦେବ। ଏହି ଅମଲାତନ୍ତ୍ରୀମାନେ…

‘ଯୌତୁକ ଯୋଗୁ ବାହା ହୋଇପାରୁଛନ୍ତି ଅସୁନ୍ଦରୀ’

ନୂଆଦିଲ୍ଳୀ,୫ା୪:ଭାରତରେ ଯୌତୁକକୁ ଅପରାଧ କୁହାଯାଉଥିବା ବେଳେ ପାଠ୍ୟପୁସ୍ତକରେ ଏହାର ଉପଯୋଗିତା ସମ୍ପର୍କରେ ପିଲାମାନଙ୍କୁ ପଢ଼ାଯାଉଥିବାରୁ ଏହାକୁ ନେଇ ବିବାଦ ଦେଖାଦେଇଛି। ବହିରେ ଯୌତୁକର ଉପଯୋଗିତା ବିଷୟରେ ଉଲ୍ଳେଖ ରହିଥିବା ପୃଷ୍ଠାର ଫଟୋ ଭାଇରାଲ ହେବା ପରେ ସୋସିଆଲ ମିଡିଆ ୟୁଜର୍ସଙ୍କ ମଧ୍ୟରେ…

ବିନୟ କ୍ୱାତ୍ରା ନୂଆ ବୈଦେଶିକ ସଚିବ

ନୂଆଦିଲ୍ଲୀ,୪।୪: ନେପାଳରେ ଭାରତର ରାଷ୍ଟ୍ରଦୂତ ଥିବା ବିନୟ ମୋହନ କ୍ୱାତ୍ରାଙ୍କୁ ସୋମବାର କେନ୍ଦ୍ର ସରକାର ନୂଆ ବୈଦେଶିକ ସଚିବ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ବର୍ତ୍ତମାନର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଏପ୍ରିଲ ୩୦ରେ ଅବସର ଗ୍ରହଣ କରିବେ। ଏହାପରେ ତାଙ୍କ…

ପୁଣି ଆତଙ୍କବାଦୀଙ୍କ ଟାର୍ଗେଟରେ କଶ୍ମୀର ପଣ୍ଡିତ: ଗୋଟିଏ ଦିନରେ ତୃତୀୟ ଆକ୍ରମଣ

ଶ୍ରୀନଗର,୪।୪: ଜମ୍ମୁ-କଶ୍ମୀରରେ ସୋମବାର ଆତଙ୍କବାଦୀମାନେ ଗୋଟିଏ ପରେ ଗୋଟିଏ ଆକ୍ରମଣ କରିଛନ୍ତି। ଗୋଟିଏ ଦିନରେ ୩ଟି ଆକ୍ରମଣ ଘଟାଇଛନ୍ତି ଆତଙ୍କବାଦୀ। ଇତିମଧ୍ୟରେ ଶୋପିଆନ ଜିଲାରେ ପୁଣି ଜଣେ କଶ୍ମୀର ପଣ୍ଡିତଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରି ତାଙ୍କ ଉପରେ ଉପରେ ଗୁଳିଚଳାଇଛନ୍ତି। ଗୁରୁତର…

ଗୋରଖପୁର ଆକ୍ରମଣରେ ଆହତ ପୋଲିସକର୍ମୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୪।୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ଗୋରଖପୁରରେ ପହଞ୍ଚିଛନ୍ତି। ଗୋରଖପୁରରେ ପହଞ୍ଚିବା ପରେ ବିଆର୍‌ଡି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଯାଇ ଆହତ ପୋଲିସ କର୍ମୀଙ୍କୁ ଭେଟିଛନ୍ତି। ଏଥିସହ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିଛନ୍ତି। ସୂଚନାଯୋଗ୍ୟ, ଗୋରଖନାଥ ମନ୍ଦିର ବାହାରେ ଆତଙ୍କବାଦୀ…

ହିମାଚଳ ପ୍ରଦେଶରେ ସାମିଲ ହେଲା ଭାଗବତ ଗୀତା

ଶିମଲା,୪।୪: ଗୁଜରାଟ ଓ କର୍ନାଟକ ପରେ ଏବେ ହିମାଚଳ ପ୍ରଦେଶରେ ପିଲାଙ୍କ ପାଠପଢ଼ାରେ ସାମିଲ ହୋଇଛି ଭାଗବତ ଗୀତା। ୨୦୨୨-୨୩ ପାଠ୍ୟକ୍ରମରେ ନବମରୁ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଠପଢ଼ାରେ ଭାଗବତ ଗୀତା ସାମିଲ କରିବାକୁ ହିମାଚଳ ପ୍ରଦେଶର ଶିକ୍ଷାବିଭାଗ ଯୋଜନା କରିଛି।…

ମିସ୍‌ ଇଣ୍ଡିଆ ପ୍ଲାନେଟ୍‌ ୨୦୨୨ ଟ୍ରଫି ହାତେଇଲେ ଓଡ଼ିଆ ଝିଅ

ନୂଆଦିଲ୍ଲୀ/ଭୁବନେଶ୍ୱର,୪।୪(ବ୍ୟୁରୋ): ମିସ୍‌ ଇଣ୍ଡିଆ ପ୍ଲାନେଟ୍‌ ୨୦୨୨ରେ ସମ୍ବଲପୁରର ଓଡ଼ିଆ ଝିଅ ଅନ୍ବେଷା ଆଦିତି ମହାପାତ୍ର ଦ୍ୱିତୀୟ ରନର୍ସ ଅପ ଟ୍ରଫି ଜିତିଛନ୍ତି। ଏହି ଇଭେଣ୍ଟ ମାର୍ଚ୍ଚ ୨୭ରୁ ୨୯ ମଧ୍ୟରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ଅନ୍ବେଷା ସମ୍ବଲପୁରର ଗଙ୍ଗାଧର ମେହେର କଲେଜରୁ…

ରାତ୍ରଭୋଜନ ଖାଇ ୨୮ ଛାତ୍ରୀ ଅସୁସ୍ଥ

ଲକ୍ଷ୍ନୌ,୪।୪: ଉତ୍ତର ପ୍ରଦେଶର ବୁଡାଉନ ଜିଲା ସମରେର ବ୍ଲକ ଅଧୀନ ସର୍ବୋଦୟ ବିଦ୍ୟାଳୟରେ ରାତ୍ରଭୋଜନ ଖାଇ ୨୮ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ୮ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ରବିବାର ରାତିରେ ସେମାନଙ୍କୁ ଭାତ ସହିତ…

ଆଧାରକାର୍ଡରେ ନା ଦେଖି ଆଡ୍‌ମିଶନ କରିବାକୁ ମନା କଲା ସ୍କୁଲ

ବୁଦାଉନ(ୟୁପି),୪।୪: ଆଧାରକାର୍ଡରେ ନାମ ଦେଖି ଜଣେ କୁନି ଝିଅକୁ ଆଡ୍‌ମିଶନ ଦେବାକୁ ମନା କରି ଦେଇଛି ଉତ୍ତରପ୍ରଦେଶର ଏକ ସରକାରୀ ସ୍କୁଲ। ତେବେ ଆଧାରକାର୍ଡରେ ନାମ ସ୍ଥାନରେ ‘ମଧୁକା ପାଞ୍ଚଓ୍ବା ବଚ୍ଚା’ (ମଧୁର ପଞ୍ଚମ ଛୁଆ) ଉଲ୍ଲେଖ ଥିଲା। ସେହି କାର୍ଡରେ…

ନାବାଳକଙ୍କୁ ମାଡ଼ମାରିବା ଥାନା ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା

ଭଦୋଦରା,୪।୪: ଜଣେ ୧୩ ବର୍ଷ ନାବାଳକକୁ ମାଡ଼ମାରିବା ପୋଲିସ ଅଧିକାରୀଙ୍କୁ ମହଙ୍ଗା ପଡିଛି। ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଗୁଜରାଟର ଭଦୋଦରାରେ ଥିବା ନନ୍ଦେସାରି ବଜାରରେ ଏହି ଘଟଣା ଘଟିଛି। ଶକ୍ତିସିନ ପାୱାର ନାମକ ଜଣେ ପୋଲିସ ଅଧିକାରୀ ଅଫିସିଆଲ କାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?