Posted inଜାତୀୟ

ଜାହାଙ୍ଗୀରପୁରୀ ହିଂସା, ୫ ପ୍ରଶ୍ନ ଘେରରେ ପୋଲିସ…

ନୂଆଦିଲ୍ଲୀ, ୧୮।୪ : ଉତ୍ତର-ପଶ୍ଚିମ ଦିଲ୍ଲୀର ଜାହାଙ୍ଗୀରପୁରୀରେ  ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଘଟିଥିବା ହିଂସାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ହିଂସା ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି।

ହିଂସାର ଦୁଇ ବଡ଼ ଅଭିଯୁକ୍ତ ଅନସର ଏବଂ ଅସଲାମଙ୍କ ସମେତ ୨୩ ଜଣଙ୍କୁ ଗିରଫ କରାଯାଇଛି। ଏହା ସହିତ ଦୁଇ ନାବାଳକଙ୍କୁ ମଧ୍ୟ ଗିରଫ କରାଯାଇଛି। ସାଧାରଣ ଲୋକଙ୍କ ସମେତ ଏହି ହିଂସାରେ ଆଠ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି।

ଜାହାଙ୍ଗୀରପୁରୀ ସମେତ ସମଗ୍ର ଦେଶରେ ଘଟିଥିବା ହିଂସା ଘଟଣାରେ ଜାତୀୟ ଅନୁସନ୍ଧାନକାରୀ ଏଜେନ୍ସି (ଏନଆଇଏ) ଦ୍ୱାରା ଯାଞ୍ଚ ପାଇଁ ଦାବି କରାଯାଇଛି। ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥାନା ସୋମବାର ସକାଳେ ଆହତ ଏସଆଇ ମେଦା ଲାଲଙ୍କୁ ଭେଟି ତାଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ତାଙ୍କୁ ପୋଲିସ ବିଭାଗ ସମସ୍ତ ସାହାଯ୍ୟ କରିବ ବୋଲି ସେ ସବ-ଇନ୍ସପେକ୍ଟରଙ୍କୁ ଆଶ୍ୱାସନା ଦେଇଛନ୍ତି।

ତେବେ ହିଂସାକୁ ନେଇ ଦିଲ୍ଲୀ ପୋଲିସ ଉପରେ ୫ଟି ଗୁରୁତର ପ୍ରଶ୍ନ ଉଠିଛି। ତାହାର ଉତ୍ତର ଏପର୍ଯ୍ୟନ୍ତ ମିଳି ନାହିଁ।

ପ୍ରଥମ ପ୍ରଶ୍ନ ହେଉଛି, ଯଦି ହିଂସା ଘଟିବାର ଗୋଇନ୍ଦା ସୂଚନା ମିଳିଥିଲା ତେବେ କାହିଁକି ଶୋଭାଯାତ୍ରା ବନ୍ଦ ହୋଇ ନ ଥିଲା?

ଦ୍ୱିତୀୟ ପ୍ରଶ୍ନ ହେଉଛି, ୩୬ ଘଣ୍ଟା ପରେ ଫୋରେନସିକ ଦଳ କାହିଁକି ପହଞ୍ଚିଲେ?

ତୃତୀୟ ପ୍ରଶ୍ନ ହେଉଛି ହିଂସାର ପ୍ରକୃତ ମାଷ୍ଟରମାଇଣ୍ଡ କିଏ?

ଚତୁର୍ଥ ପ୍ରଶ୍ନ ହେଉଛି, ଜାହାଙ୍ଗୀରପୁରୀ ସମ୍ବେଦନଶୀଳ ଅଞ୍ଚଳ, ଏପରିସ୍ଥଳେ କାହିଁକି ସୁରକ୍ଷା ବ୍ୟବସ୍ଥା ନ ଥିଲା?

ସେହିପରି ପଞ୍ଚମ ପ୍ରଶ୍ନ ହେଉଛି, ହିଂସାକୁ ରୋକିବାରେ ପୋଲିସ କାହିଁକି ବିଫଳ ହେଲା?

ନ୍ୟୁଜ ଏଜେନ୍ସି ପିଟିଆଇ ଅନୁଯାୟୀ, ଫୋରେନସିକ ଟିମ ପ୍ରମାଣ ସଂଗ୍ରହ କରୁଛନ୍ତି। ଶୀଘ୍ର କ୍ରାଇମ ବ୍ରାଞ୍ଚ ଅଧିକାରୀମାନେ ଘଟଣାସ୍ଥଳକୁ ଯିବେ ଏବଂ ଏକ ନମ୍ବର ଜାରି କରାଯାଇପାରେ। ଏହା ପରେ ଲୋକମାନଙ୍କୁ ଏହି ନମ୍ବରରେ ଫଟୋ ଏବଂ ଭିଡିଓ ପଠାଇବା ପାଇଁ ଅନୁରୋଧ କରାଯାଇପାରେ। ଏହା ଆଧାରରେ ସାଇବର ସେଲ ସାହାଯ୍ୟରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବାର ଉଦ୍ୟମ ହୋଇପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମୃତି ସ୍ଥଳରେ ଅଟଳଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୫।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୫ ତମ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ସ୍ମୃତି ସ୍ଥଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଶ୍ରଦ୍ଧାଞ୍ଜଳି ଅର୍ପଣ...

ମୁଖ୍ୟମନ୍ତ୍ରୀ ନୀତିଶଙ୍କ ସଭାରେ ବିସ୍ଫୋରଣ…

ନାଳନ୍ଦା, ୧୨।୪ : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏକ ସଭାରେ ବିସ୍ଫୋରଣ ଘଟିଛି। ମୁଖ୍ୟମନ୍ତ୍ରୀଙ୍କଠାରୁ ୧୫ରୁ ୧୮ ଫୁଟ ଦୂରରେ ଏହି ବିସ୍ଫୋରଣ ଘଟିଛି।...

କୃଷି ଆଇନକୁ ବିରୋଧ କରି ‘ଦିଲ୍ଲୀ ଚଲୋ’ ଡାକରା

ଚଣ୍ଡିଗଡ଼, ୨୫ା୧୧: କେନ୍ଦ୍ରର କୃଷି ବିଲ୍‌କୁ ବିରୋଧକରି ପଞ୍ଜାବ, ହରିୟାଣାର ସହସ୍ରାଧିକ କୃଷକ ‘ଦିଲ୍ଲୀ ଚଲୋ’ ଡାକରା ଦେବା ସହ ବିକ୍ଷୋଭ ଲାଗି ଆଗେଇ ଆସିଛନ୍ତି।...

ଘର ଘର ବୁଲି ଟିକା…

ନୂଆଦିଲ୍ଲୀ,୨।୧୧: କରୋନା ମହାମାରୀ ଲଢ଼େଇରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘର ଘର ବୁଲି ଟିକା ଦାନ ଅଭିଯାନ ଆରମ୍ଭ କରୁଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଅନୁସାରେ...

ରାମ ରହିମଙ୍କୁ ଭେଟିଲେ ହନିପ୍ରୀତ, ୪୫ ମିନିଟ୍‌ ଧରି ଚାଲିଲା କଥାବାର୍ତ୍ତା

ରୋହତକ,୯।୧୨: ଡେରା ସଚ୍ଚା ସୌଦାଗର ମୁଖ୍ୟ ଗୁରମିତ ରାମ ରହିମ ସିଂଙ୍କୁ ରୋହତକ ଦୁନାରିଆ ଜେଲରେ ଭେଟିଛନ୍ତି ତାଙ୍କ ପାଳିତ କନ୍ୟା ହନିପ୍ରୀତ। ଦୁହିଁଙ୍କ ମଧ୍ୟରେ...

ସତ୍ୟେନ୍ଦ୍ରଙ୍କ ଘରେ ଚଢ଼ାଉ, ମିଳିଲା ନଗଦ ୨.୮୨ କୋଟି ସହିତ ୧୩୩ ସୁନା ମୁଦ୍ରା…

ନୂଆଦିଲ୍ଲୀ, ୭।୬ : ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସମସ୍ୟା ପୁଣି ବଢ଼ିଛି। ମନି ଲଣ୍ଡରିଂ ମାମଲାରେ...

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ୩୬ ନମ୍ବର ବୁଥ୍‌ରେ ପଥରମାଡ ସହ ଗୁଳିଚାଳନା

ଗୁମଲା,୭।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଏହି ସମୟରେ ଗୁମଲା ଜିଲାର ସିସାଇ ବିଧାନସଭା ଅଞ୍ଚଳରେ...

ମହିଳା ବିରୋଧୀ ଅପରାଧରେ ରାଜନେତାଙ୍କ ସମ୍ପୃକ୍ତି: ଭାଜପା ପ୍ରଥମ, କଂଗ୍ରେସ ଦ୍ୱିତୀୟରେ

ନୂଆଦିଲ୍ଲୀ,୧୧ା୧୨: ଦେଶବ୍ୟାପୀ ମହିଳା ବିରୋଧୀ ହିଂସା ଓ ଅପରାଧର ମାତ୍ରା ବଢ଼ି ବଢ଼ି ଚାଲିଛି। ଦିଲ୍ଲୀରୁ ପଲ୍ଲୀ ଯାଏ ଏହାକୁ ନେଇ ତୀବ୍ର ପ୍ରତିବାଦର ସ୍ବର...

Advertisement
Archives

Model This Week