ଜାତୀୟ

ଆକାରଙ୍କୁ ବିନା ଅନୁମତିରେ ବିଦେଶ ଗସ୍ତ ମନା

ନୂଆଦିଲ୍ଲୀ,୯ା୪: ଅଦାଲତଙ୍କ ବିନା ଅନୁମତିରେ ଆମନେଷ୍ଟି ଇଣ୍ଟରନ୍ୟାଶନାଲ୍‌ର ପୂର୍ବତନ ଅଧ୍ୟକ୍ଷ ଆକାର ପଟେଲ ଦେଶ ବାହାରକୁ ଯାଇପାରିବେ ନାହିଁ। ଆକାରଙ୍କ ବିରୋଧରେ ଥିବା ଲୁକ୍‌ଆଉଟ୍‌ ସର୍କୁଲାର ପ୍ରତ୍ୟାହାର କରିନେବା ସହ ସିବିଆଇ ନିର୍ଦ୍ଦେଶକ ତାଙ୍କୁ ଲିଖିତ କ୍ଷମା ମାଗିବା ଲାଗି ଗୁରୁବାର…

ଦକ୍ଷିଣ କଶ୍ମୀରରେ ଏନକାଉଣ୍ଟର, ଅନେକ ସ୍ଥାନରେ ଇଣ୍ଟରନେଟ ବନ୍ଦ

ଶ୍ରୀନଗର,୯ ।୪: ଦକ୍ଷିଣ କଶ୍ମୀରର ୨ଟି ସ୍ଥାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଥିବା ବେଳେ ପ୍ରଥମ ଏନକାଉଣ୍ଟର ଅନନ୍ତନାଗର ସିରହମାରେ ଚାଲିଛି । ଏଠାରେ ୧-୨ ଜଣ ଆତଙ୍କବାଦୀ ଲୁଚି ରହିଥିବାର ସୂଚନା ମିଳିଛି । ଦ୍ୱିତୀୟ…

ବିଚାରପତିଙ୍କୁ ସରକାର ବଦନାମ କରିବା ଧାରା ଦୁର୍ଭାଗ୍ୟଜନକ: ସିଜେଆଇ

ନୂଆଦିଲ୍ଲୀ,୯ା୪ : ବିଚାରପତିମାନଙ୍କୁ ସରକାର ବଦନାମ କରିବାର ନୂଆ ଧାରା ଦେଶରେ ଆରମ୍ଭ ହୋଇଯାଇଛି। ଏହା ଦୁର୍ଭାଗ୍ୟଜନକ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନା କହିଛନ୍ତି। ସିଜେଆଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ କ୍ରିଷ୍ଣା ମୁରାରୀ ଏବଂ ହିମା କୋହଲିଙ୍କୁ ନେଇ…

କେଜରିୱାଲଙ୍କ ଦାବି ୫ ବର୍ଷରେ ପୂରଣ କରିବେ ୨୦ ଲକ୍ଷ ରୋଜଗାର ଦେବାର ଲକ୍ଷ୍ୟ

ନୂଆଦିଲ୍ଲୀ,୯ ।୪: ଦିଲ୍ଲୀ ସରକାର ରୋଜଗାର ବଜେଟକୁ କାର୍ଯ୍ୟକାରୀ କରିବାକୁ ଏବେ ଅଣ୍ଟା ଭିଡିବା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶୁକ୍ରବାର ବଜେଟରେ କରାଯାଇଥିବା ଘୋଷଣାକୁ କାର୍ଯ୍ୟରେ ପରିଣତ କରିବାକୁ ନେଇ ସମସ୍ତ ମନ୍ତ୍ରୀ, ସବୁ ବିଭାଗର ଅଧିକାରୀଙ୍କୁ…

ଆର୍‌ଏସ୍‌ଏସ୍‌,ମୋଦି ବିରୋଧୀ ଏକାଠି ହୁଅନ୍ତୁ: ରାହୁଲ

ନୂଆଦିଲ୍ଲୀ,୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ ବିରୋଧ କରୁଥିବା ଦଳଗୁଡ଼ିକ ଏକାଠି ହେବା ଆବଶ୍ୟକ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ଆଗାମୀ ସାଧାରଣ ନିର୍ବାଚନରେ ଭାଜପାକୁ କ୍ଷମତାରୁ ହଟାଇବାକୁ ହେଲେ ସବୁ ବିରୋଧୀ…

ଶରଦ ପାଓ୍ବାରଙ୍କ ଘରକୁ ଟେକାମାଡ଼

ମୁମ୍ବାଇ,୯।୪ (ଆଇଏଏନ୍‌ଏସ୍‌): ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମ (ଏମ୍‌ଏସ୍‌ଆର୍‌ଟିସି)ର ଆନ୍ଦୋଳନରତ କର୍ମଚାରୀମାନେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କ ବାସଭବନରେ ଧସେଇ ପଶିବା ସହ ଟେକା ଓ ଜୋତା ଫିଙ୍ଗିଥିଲେ। ଏମ୍‌ଏସ୍‌ଆର୍‌ଟିସିକୁ ରାଜ୍ୟ ସରକାରରେ ସାମିଲ କରିବା…

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କାର୍ଯ୍ୟାଳୟର ଟୁଇଟର ଆକାଉଣ୍ଟ ହ୍ୟାକ

ଲକ୍ଷ୍ନୌ,୯ ।୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯାଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟର ଟୁଇଟର ଆକାଉଣ୍ଟ ଶୁକ୍ରବାର ବିଳମ୍ବିତ ରାତ୍ରିରେ ହ୍ୟାକ ହୋଇଥିବା ଜଣାପଡିଛି । ହ୍ୟାକର ସିଏମ୍‌ଓଙ୍କ ହ୍ୟାଣ୍ଡେଲର ଡିପି ଓ ବ୍ୟାକଗ୍ରାଉଣ୍ଡ ଫଟୋ ବଦଳାଇଦେବା ସହ ଶହ ଶହ ୟୁଜର୍ସଙ୍କୁ ଟ୍ୟାଗ…

କେନ୍ଦ୍ର କଥାରେ ବିଜେଡିର ହଁ

ନୂଆଦିଲ୍ଲୀ,୯।୪: ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ପେଟ୍ରୋଲ, ଡିଜେଲ ସମେତ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧିକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଆକାଶଛୁଆଁ ଦର ବୃଦ୍ଧି ଯୋଗୁ ସାଧାରଣ ଲୋକେ ପ୍ରଭାବିତ ହୋଇଛନ୍ତି। ଏହା ଉପରେ ପାର୍ଲାମେଣ୍ଟରେ ଆଲୋଚନା ଲାଗି…

ବୁଷ୍ଟର ଡୋଜ ପାଇଁ ଦେବାକୁ ହେବ ୬୦୦ ଟଙ୍କା

ନୂଆଦିଲ୍ଲୀ,୮।୪: କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ମୁତାବକ ଏଣିକି ୧୮ ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ କରୋନାର ବୁଷ୍ଟର ଡୋଜ ଦିଆଯିବ। ତେବେ ଏହା ମାଗଣାରେ ମିଳିବ ନାହିଁ। କୋଭିସିଲ୍ଡର ବୁଷ୍ଟର ଡୋଜ୍‌ ଲାଗି ଜଣଙ୍କ ପିଛା ୬୦୦ ଟଙ୍କା ଦେବାକୁ ହେବ। ଏହାଛଡ଼ା…

୧୮ ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ ଦିଆଯିବ ବୁଷ୍ଟର ଡୋଜ୍‌

ନୂଆଦିଲ୍ଲୀ,୮।୪: କେନ୍ଦ୍ର ସରକାର ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଣିକି ଦେଶର ୧୮ ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ କରୋନାର ବୁଷ୍ଟର ଡୋଜ୍‌ ଦିଆଯିବ। ଏ ନେଇ ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଏପ୍ରିଲ ୧୦…

୭ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ

ବେଙ୍ଗାଲୁରୁ,୮।୪: ସହରର ୭ ସ୍କୁଲକୁ ଇ-ମେଲ ଜରିଆରେ ଶୁକ୍ରବାର ବୋମା ପକାଇବା ଧମକ ଦିଆଯାଇଛି। ସୂଚନା ମିଳିବା ପରେ ପୋଲିସ ଟିମ୍‌ ବିଭିନ୍ନ ସ୍କୁଲକୁ ଯାଇ ଯାଞ୍ଚ କରୁଥିବା ବେଙ୍ଗାଲୁରୁ ସହର ପୋଲିସ କମିଶନର କମଲ ପନ୍ତ କହିଛନ୍ତି। ବେଙ୍ଗାଲୁରୁ ଉପକଣ୍ଠରେ…

ମୁମ୍ବାଇରେ ଦେଶର ପ୍ରଥମ ଏକ୍ସଇ ଭାରିଆଣ୍ଟ ମାମଲା

ନୂଆଦିଲ୍ଲୀ,୮।୪: କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଏକ୍ସଇ ମାମଲା ମୁମ୍ବାଇରେ ଚିହ୍ନଟ ହୋଇଛି। ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ଭାରତରେ ପ୍ରଥମ ଏକ୍ସଇ ମାମଲା। ସେହିପରି କାପ୍ପା ଭାରିଆଣ୍ଟର ଗୋଟିଏ ମାମଲା ମଧ୍ୟ ଚିହ୍ନଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?