Posted inଜାତୀୟ

ପାକିସ୍ତାନ-ବାଂଲାଦେଶ ସୀମାରେ ବଢ଼ିବ କଡ଼ା ପହରା…

ନୂଆଦିଲ୍ଲୀ, ୧୮।୪ : ଅନୁପ୍ରବେଶକୁ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନ ଏବଂ ବାଂଲାଦେଶ ସୀମାରେ କଡ଼ା ପହରା ପାଇଁୟ ଯୋଜନା କରାଯାଇଛି। ଏହା ଅନ୍ତର୍ଗତ ଚଳିତ ବର୍ଷର ସାଢ଼େ ତିନି ମାସ ମଧ୍ୟରେ ପ୍ରାୟ ୯,୫୦୦ରୁ ଅଧିକ ଯବାନ ସୀମା ସୁରକ୍ଷା ବଳ (ବିଏସଏଫ) ରେ ଯୋଗ ଦେଇଛନ୍ତି। ଯବାନମାନଙ୍କୁ ପାକିସ୍ତାନ ଏବଂ ବାଂଲାଦେଶ ସୀମାରେ ମୁତୟନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ବିଏସଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ଯବାନମାନଙ୍କ ମଧ୍ୟରୁ ଅଧିକାଂଶ କନଷ୍ଟେବଳ ଭାବରେ ଫୋର୍ସରେ ପ୍ରବେଶ କରିଛନ୍ତି। ସେମାନଙ୍କୁ ଧୀରେ ଧୀରେ ପାକିସ୍ତାନ ଏବଂ ବାଂଲାଦେଶ ସହିତ ସୀମା ପୋଷ୍ଟ ଏବଂ ବାମପନ୍ଥୀ ଉଗ୍ରବାଦକୁ ନିୟନ୍ତ୍ରଣ କରିବା ଲାଗି ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରରେ ନିୟୋଜିତ କରାଯିବା କାର୍ଯ୍ୟ ଜାରି ରହିଛି।

ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଜାନୁୟାରୀ ୧ ରୁ ଏପ୍ରିଲ ୧୩ ପର୍ଯ୍ୟନ୍ତ ମୋଟ ୯,୫୫୦ ଯବାନଙ୍କୁ ନିଯୁକ୍ତ କରାଯାଇଛି। ସେମାନଙ୍କ ମଧ୍ୟରୁ ୧,୭୦୦ ଜଣ ମହିଳା ରହିଛନ୍ତି। ଅସ୍ତ୍ରଶସ୍ତ୍ର ପରିଚାଳନା, ମାନଚିତ୍ର ଅଧ୍ୟୟନ, ବିପର୍ଯ୍ୟୟ ପରିଚାଳନା, ସୀମା ପରିଚାଳନା ଏବଂ ମାନବିକ ଅଧିକାର ଭଳି ବିଷୟଗୁଡିକରେ ୪୪ ସପ୍ତାହ ତାଲିମ ପ୍ରଦାନ କରାଯିବା ପରେ ବିଏସ୍‌ଏଫ୍‌ରେ ନିଯୁକ୍ତି ପ୍ରଦାନ କରାଯାଇଛି।

ଚଳିତ ବର୍ଷ ଯବାନଙ୍କ ନିଯୁକ୍ତି ସମ୍ପର୍କରେ ବିଏସଏଫ ଅଧିକାରୀ କହିଛନ୍ତି ଯେ ଅଧିକାଂଶ ନିଯୁକ୍ତି ଡ୍ୟୁଟି କ୍ୟାଡରର ହୋଇଥିବାବେଳେ କିଛି କର୍ମଚାରୀ ରେଡିଓ ଅପରେଟର ଏବଂ ଅନ୍ୟାନ୍ୟ ବିଶେଷ ଶାଖା ପାଇଁ ନିଯୁକ୍ତି ପାଇଛନ୍ତି। ଆଗାମୀ ଦିନରେ ଅଧିକ ଯବାନ ନିଯୁକ୍ତି କରାଯିବ ବୋଲି ସେ କହିଛନ୍ତି।

ଅଧିକାରୀ ଆହୁରି ସୂଚନା ଦେଇଛନ୍ତି ଯେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ପ୍ରାୟ ୨.୬୫ ଲକ୍ଷ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଭାରତର ସୀମା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଖାଲିଥିବା ପଦବୀ ପୂରଣ କରିବା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଳବଦଳ ନିରୋଧୀ ଆଇନ ଗଣତନ୍ତ୍ର ବିରୋଧୀ: ତଥାଗତ

ନୂଆଦିଲ୍ଲୀ,୧୩।୧୨:ଦଳବଦଳ ନିରୋଧୀ ଆଇନକୁ ପୂର୍ବତନ ଏମ୍‌ପି ତଥାଗତ ସତପଥୀ କଡ଼ା ସମାଲୋଚନା କରିଛନ୍ତି। ଗୁରୁବାର ପିଆର୍‌ଏସ୍‌ ଲେଜିସ୍‌ଲେଟିଭ୍‌ ପକ୍ଷରୁ ଏଠାରେ ଆୟୋଜିତ ଦଳବଦଳ ନିରୋଧୀ ଆଇନ...

ନ୍ୟାଶନାଲ ହେରାଲ୍ଡ କାର୍ଯ୍ୟାଳୟରେ ଇଡିର ଚଢ଼ାଉ

ନୂଆଦିଲ୍ଲୀ,୨।୮: ନ୍ୟାଶନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମଙ୍ଗଳବାର ଦିଲ୍ଲୀ ଓ କୋଲକାତା ସମେତ ୧୨ଟି ସ୍ଥାନରେ ଚଢ଼ାଉ କରିଛି। ଦିଲ୍ଲୀ ସ୍ଥିତ...

ନବନିର୍ବାଚିତ ବିଏସପି ଏମ୍‌ପିଙ୍କୁ ସୁରକ୍ଷା ଦେବାକୁ ମନାକଲେ ସୁପ୍ରିମକୋର୍ଟ

ଲକ୍ଷ୍ନୌ,୨୭।୫: ଜଣେ ଛାତ୍ରୀଙ୍କୁ ବଳାତ୍କାର ମାମଲାରେ ବିଏସପିର ନବନିର୍ବାଚିତ ଏମ୍‌ପି ଅତୁଲ ରାୟଙ୍କୁ ସୁପ୍ରିମକୋର୍ଟରୁ ଝଟ୍‌କା ଲାଗିଛି। ଗିରଫଦାରୀରୁ ବର୍ତ୍ତିବା ପାଇଁ ହୋଇଥିବା ଏକ ଆବେଦନ...

୪ ହଜାର ମୁହାଁ ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ୨୬…

ନୂଆଦିଲ୍ଲୀ, ୪।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ମାମଲାରେ ୯ ବର୍ଷରେ ୩ ଚାର୍ଜଶିଟ୍‌, ଅଭିଯୁକ୍ତ ଚିହ୍ନଟ-ହେବେ ଗିରଫ…

ନୂଆଦିଲ୍ଲୀ, ୧୭।୪ : ନଅ ବର୍ଷ ପରେ ବି ସିବିଆଇ ଅଧିକାରୀମାନେ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଚପର କାରବାରରେ ହୋଇଥିବା ୩,୭୨୭ କୋଟି ଟଙ୍କାର ହେରଫେରର ତଦନ୍ତ...

ଗାୟତ୍ରୀ ପ୍ରଜାପତିଙ୍କ ଘରେ ଚଢ଼ାଉ: ୧୧ ଲକ୍ଷ ଅଚଳ ଟଙ୍କା ସହିତ ୧୦୦ ବେନାମୀ ସମ୍ପତ୍ତି ଜବତ

ଲକ୍ଷ୍ନୌ,୩୧।୧୨: ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି ନେତା ଗାୟତ୍ରୀ ପ୍ରଜାପତିଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଖଣି ଦୁର୍ନୀତିରେ ତାଙ୍କର ବିଭିନ୍ନ ସ୍ଥାନରେ ଥିବା ଘରେ ପ୍ରବତ୍ତନ ନିର୍ଦ୍ଦେଶାଳୟ(ଇଡ଼ି)...

ଗୋଟିଏ ଶ୍ରେଣୀର ୨୨ ପିଲା କରୋନା ପଜିଟିଭ

କୋଣ୍ଡାଗାଓଁ,୩୧ ।୧: ଦେଶରେ ବେଳକୁ ବେଳ କରୋନା ସଂକ୍ରମଣ କମ୍ ହେବା ପରିଲକ୍ଷିତ ହେଉଛି । ହେଲେ ଛତିଶଗଡ଼ କୋଣ୍ଡାଗାଓଁରେ ଗୋଟିଏ ଶ୍ରେଣୀରେ ୨୨ ପିଲା...

ତୃତୀୟ ଲହର ବିପଦ: ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ତାଣ୍ଡବ ରଚିବା ଆଶଙ୍କା …

ନୂଆଦିଲ୍ଲୀ,୧୭।୬: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଭାରତରେ ସୃଷ୍ଟି ହୋଇଥିବା ଡେଲ୍ଟା ଭାରିଆଣ୍ଟ୍‌ର ନୂଆ ରୂପ ଡେଲ୍ଟା...

Advertisement
Archives

Model This Week