ମଦ ଛଡ଼ାଇବା ପାଇଁ ଲୋକଙ୍କୁ କ୍ଷୀର ବାଣ୍ଟିଲେ
ମୁମ୍ବାଇ,୧ା୧: ଲୋକମାନେ କିପରି ମଦ ଛାଡ଼ିବେ ସେନେଇ ନୂଆବର୍ଷରେ ଏକ ନିଆରା ପଦକ୍ଷେପ ନେଇଛନ୍ତି ପୁଣେ ସହରର ଅରୁଣ ଓହାର। ମଦ ଛାଡ଼ିବା ପାଇଁ ସେ ଲୋକଙ୍କୁ କ୍ଷୀର ଯୋଗାଇ ନିବେଦନ କରିଛନ୍ତି। (କ୍ଷୀର ପିଅ, ମଦ ନୁହେଁ) ଶୀର୍ଷକରେ ସେ…
ନୂଆବର୍ଷରେ ଅଘଟଣ: ଧସିଲା ପାହାଡ଼, ଚାପି ହୋଇଗଲେ ୨୦
ଚଣ୍ଡିଗଡ଼,୧ା୧: ବର୍ଷ ଆରମ୍ଭରୁ ଅଘଟଣ। ପାହାଡ଼ ଧସି ହରିୟାଣାର ଭବାନୀ ଜିଲାରେ ୮ରୁ ୧୦ଟି ଗାଡ଼ି ଦବି ଯାଇଥିବା ବେଳେ ପ୍ରାୟ ୨୦ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ପାହାଡ଼ ତଳେ ଫସିଥିବା ୩ ଜଣଙ୍କୁ ଉଦ୍ଧାର…
ବାଣ ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ
ଚେନ୍ନାଇ,୧।୧: ତାମିଲନାଡୁ ଶିବକାଶି ଏମ ପୁଦୁପାଟ୍ଟି ଗ୍ରାମ ନିକଟରେ ଥିବା ଭାଡ଼ିଭେଲ ଫ୍ୟାକ୍ଟ୍ରିରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୪ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡ଼ିଛି । ଖବର ପାଇ ଅଗ୍ନିଶମ ବାହିନୀ…
ମହାରାଷ୍ଟ୍ରରେ କରୋନା ବିସ୍ଫୋରଣ: ୧୦ ମନ୍ତ୍ରୀ, ୨୦ ବିଧାୟକ ସଂକ୍ରମିତ
ମୁମ୍ବାଇ,୧ ।୧: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେଳକୁ ବେଳ ବେକାବୁ ହେବାରେ ଲାଗିଛି । ଅନ୍ୟପଟେ ଓମିକ୍ରନ୍ ବି ଦ୍ରୁତ ବେଗରେ ମାଡି ଚାଲିଛି । ଶନିବାର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ୧୦ ମନ୍ତ୍ରୀ ଓ…
ବର୍ଷର ପ୍ରଥମଦିନକୁ ଅନ୍ନଦାତାଙ୍କୁ ସମର୍ପଣ କଲେ ମୋଦି
ନୂଆଦିଲ୍ଲୀ,୧ ।୧: ନୂଆବର୍ଷ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ଏକ ବଡ କଥା କହିଛନ୍ତି । ମୋଦି କହିଛନ୍ତି ବର୍ଷର ପ୍ରଥମଦିନକୁ ଅନ୍ନଦାତାଙ୍କୁ ସମର୍ପଣ କରାଯିବ । ପ୍ରଧାନମନ୍ତ୍ରୀ ମୋଦି ଶନିବାର ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର…
୨୪ ଘଣ୍ଟିଆ କରୋନା ଟେଷ୍ଟ ବୁଥ ଖୋଲିବାକୁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ
ନୂଆଦିଲ୍ଲୀ,୧ ।୧: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବୃଦ୍ଧି ପାଉଥିବା ବେଳେ ଏବେ ଏହା ଉଭୟ ଜନସାଧାରଣ ଓ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ୨୪ ଘଣ୍ଟିଆ କରୋନା ଟେଷ୍ଟିଂ…
ମାତା ବୈଷ୍ଣୋ ଦେବୀ ଭବନ ଦଳାଚକଟାରେ ୧୨ ମୃତ: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧ ।୧: ନୂଆବର୍ଷରେ ଅଘଟଣ । ଜମ୍ମୁ-କଶ୍ମୀରର ମାତା ବୈଷ୍ଣୋଦେବୀ ଭବନରେ ଶୁକ୍ରବାର ରାତି ପ୍ରାୟ ୨ଟା ୪୫ରେ ଦଳାଚକଟା ହୋଇ ୧୨ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ୧୩ ଗୁରୁତରଙ୍କୁ ହସ୍ପିଟାଲରେ ଚିକିତ୍ସାଲାଗି ଭର୍ତ୍ତି…
ମାତା ବୈଷ୍ଣୋଦେବୀ ଭବନରେ ଦଳାଚକଟା: ୨୦ରୁ ଊର୍ଦ୍ଧ୍ୱ ଆହତ
ଜମ୍ମୁ,୧ ।୧: ନୂଆବର୍ଷ ଉପଲକ୍ଷେ ଜମ୍ମୁ-କଶ୍ମୀରର ମାତା ବୈଷ୍ଣୋଦେବୀ ଭବନରେ ଶ୍ରଦ୍ଧାଳୁଙ୍କ ଭିଡ ଯୋଗୁ ଦଳାକଟା ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ପ୍ରଶାସନ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏଥିରେ ୨୦ରୁ ଊର୍ଦ୍ଧ୍ୱ ଲୋକ…
ଗଣିବେ ହଜାରେ କୋଟି
ନୂଆଦିଲ୍ଲୀ,୩୧।୧୨: ଟିକସ ଫାଙ୍କି ଥିବାରୁ ମୋବାଇଲ ନିର୍ମାତା ସାଓମି ଏବଂ ଓପ୍ପୋକୁ ୧୦୦୦ କୋଟି ଟଙ୍କାର ଫାଇନ ଦେବାକୁ ପଡ଼ିପାରେ। ଏ ନେଇ ସୂଚନା ଦେଇଛନ୍ତି ଜଣେ ବରିଷ୍ଠ ଆୟକାର ଅଧିକାରୀ। ଗତ ସପ୍ତାହରେ ଦୁଇ ଚାଇନିଜ ମୋବାଇଲ କମ୍ପାନୀର ବିଭିନ୍ନ…
‘ଜବତ ଟଙ୍କା ଭାଜପାର ନୁହେଁ’
ନୂଆଦିଲ୍ଲୀ,୩୧।୧୨- ଉତ୍ତର ପ୍ରଦେଶର ଅତର ପ୍ରସ୍ତୁତକାରୀ ପୀୟୁଷ ଜୈନଙ୍କଠାରୁ ଜବତ ହୋଇଥିବା ୧୯୭.୪୯ କୋଟି ଟଙ୍କା ଭାଜପାର ନୁହେଁ। କାର୍ଯ୍ୟାନୁଷ୍ଠାନଯୋଗ୍ୟ ଗୋଇନ୍ଦା ତଥ୍ୟ ଆଧାରରେ ଟିକସ ଅଧିକାରୀମାନେ ଚଢ଼ାଉ କରିଥିଲେ ବୋଲି ଶୁକ୍ରବାର ଖବରଦାତାଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା…
ଏଏପିରେ ଯୋଗଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ଭଉଣୀ
ନୂଆଦିଲ୍ଲୀ,୩୧।୧୨: ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ବାଗଙ୍କ ଭଉଣୀ ଅଞ୍ଜୁ ସେହ୍ବାଗ ଶୁକ୍ରବାର ଆମ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି । ପାର୍ଟିର ରାଷ୍ଟ୍ରୀୟ ମହାସଚିବ ପଙ୍କଜ ଗୁପ୍ତା ଏବଂ ବିଧାୟକ ସୋମନାଥ ଭାରତୀ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପ୍ରଦାନ କରିଥିଲେ।…
ଦେଶରେ ଡେଲ୍ଟାର ସ୍ଥାନ ନେବାକୁ ଯାଉଛି ଓମିକ୍ରନ୍
ନୂଆଦିଲ୍ଲୀ,୩୧ ।୧୨: ଦେଶରେ ବେଳକୁ ବେଳ ଭୟଙ୍କର ହେବାରେ ଲାଗିଲାଣି ଓମିକ୍ରନ୍ ସଂକ୍ରମଣ । ଶୁକ୍ରବାର କେରଳରେ ଏକାଥରେ ୪୪ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଏବେ କୁଆଡେ ବିଶେଷଜ୍ଞମାନେ କହିଲେଣି ପୂର୍ବର…
Archives


