Posted inଜାତୀୟ

ଧର୍ମାନୁଷ୍ଠାନରୁ ହଟିଲା ୪୬ ହଜାର ବେଆଇନ ଲାଉଡ୍‌ସ୍ପିକର

ଲକ୍ଷ୍ନୌ,୩୦ା୪: ଉତ୍ତରପ୍ରଦେଶରେ ଏପର୍ଯ୍ୟନ୍ତ ପ୍ରାୟ ୪୬ ହଜାର ଲାଉଡ ସ୍ପିକରକୁ ଧାର୍ମିକ ସ୍ଥାନରେ ବିନା ଅନୁମତିରେ ହଟାଇ ଦିଆଯାଇଛି। ଆଇନ ଅନୁଯାୟୀ ଲଗାଯାଇଥିବା ପ୍ରାୟ ୫୯ ହଜାର ଲାଉଡ୍‌ ସ୍ପିକରର ଶବ୍ଦକୁ ମଧ୍ୟ ହ୍ରାସ କରାଯାଇଛି। ୟୁପି ଏଡିଜି ଆଇନ ଏବଂ ବ୍ୟବସ୍ଥା ପ୍ରଶାନ୍ତ କୁମାର କହିଛନ୍ତି, ଏହି ଅଭିଯାନ ଅଧୀନରେ ଶନିବାର ସକାଳ ପର୍ଯ୍ୟନ୍ତ ମୋଟ ୪୫,୭୩୩ ଲାଉଡସ୍ପିକର ହଟାଯାଇଛି । ୫୮,୮୬୧ ଲାଉଡ୍‌ ସ୍ପିକର ଶବ୍ଦ ଅନୁମତିପ୍ରାପ୍ତ ସୀମା ମଧ୍ୟରେ ଅଣାଯାଇଛି। ଏହା ସହ ସେ କହିଛନ୍ତି, କୌଣସି ଭେଦଭାବ ନ କରି ସମସ୍ତ ଧାର୍ମିକ ସ୍ଥାନରୁ ଲାଉଡ୍‌ସ୍ପିକର ହଟାଯାଉଛି।

ୟୁପି ଅତିରିକ୍ତ ମୁଖ୍ୟ ସଚିବ (ଗୃହ) ଅବନୀଶ ଅଓ୍ବସ୍ଥି କହିଛନ୍ତି, ଧାର୍ମିକ ସ୍ଥାନରୁ ଅନଧିକୃତ ଲାଉଡ୍‌ସ୍ପିକର ହଟାଇବା ଏବଂ ଅନୁମତିପ୍ରାପ୍ତ ସୀମା ମଧ୍ୟରେ ସାଉଣ୍ଡ ସ୍ଥିର କରିବା ପାଇଁ ରାଜ୍ୟସ୍ତରୀୟ ଅଭିଯାନ ୨୫ ଏପ୍ରିଲ ସୋମବାର ଠାରୁ ଆରମ୍ଭ ହୋଇଛି। ସେ କହିଛନ୍ତି, ଏପ୍ରିଲ ୩୦ ସୁଦ୍ଧା ଜିଲାସ୍ତରୀୟ ଅଧିକାରୀଙ୍କ ଠାରୁ ଏକ ଅନୁପାଳନ ରିପୋର୍ଟ ମଧ୍ୟ ମଗାଯାଇଥିଲା। ଜିଲାସ୍ତରୀୟ ଅଧିକାରୀଙ୍କ ଦ୍ୱାରା ଅନୁପାଳନ ରିପୋର୍ଟ ପଠାଯାଉଥିବା ସେ କହିଛନ୍ତି। ଆଗାମୀ ଦିନରେ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି ଅତିରିକ୍ତ ମୁଖ୍ୟ ସଚିବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି କ୍ୟାବିନେଟରୁ ଇସ୍ତଫା ଦେଲେ ପଶୁପତି ପାରସ, କହିଲେ ଆମ ସହ ଅନ୍ୟାୟ ହୋଇଛି

ନୂଆଦିଲ୍ଲୀ,୧୯।୩: ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ)ରେ ଆସନ ଭାଗବଣ୍ଟାରେ ଅସନ୍ତୋଷ ଥିବା ଜନ ଜନଶକ୍ତି ପାର୍ଟି (ଏଲଜେପି) ଅଧ୍ୟକ୍ଷ ପଶୁପତି ପାରସ ମୋଦି କ୍ୟାବିନେଟରୁ ଇସ୍ତଫା...

ପୋଲିସକୁ ବଡ଼ ସଫଳତା: ଟଳିପଡିଲେ ୪ ନକ୍ସଲ

ମୁମ୍ବାଇ,୧୯।୩: ମହାରାଷ୍ଟ୍ରର ଗାଡଚିରୋଲିରେ ନକ୍ସଲମାନଙ୍କ ସହ ହୋଇଥିବା ଏନକାଉଣ୍ଟରରେ ପୋଲିସ ବଡ଼ ସଫଳତା ହାସଲ କରିଛି। ଏହି ଏନକାଉଣ୍ଟରରେ ସି୬୦ କମାଣ୍ଡୋଙ୍କ ଗୁଳିରେ ୪ ଜଣ...

ନିର୍ବାଚନ ପୂର୍ବରୁ ଶକ୍ତିଶାଳୀ ହେଉଛି ଭାଜପା: ପିଏମକେ-ଭାଜପା ଆସନ ବୂଝାମଣା ଶେଷ

ଚେନ୍ନାଇ,୧୯।୩: ଲୋକ ସଭା ନିର୍ବାଚନ ପାଇଁ ତାମିଲନାଡୁ ପଟ୍ଟାଲି ମକ୍କାଲ କାଟ୍‌ଚି (ପିଏମକେ) ଭାଜପା ସହ ମେଣ୍ଟ କରିବାକୁ ଘୋଷଣା କରିଛି। ଏହି ଘୋଷଣାର ଗୋଟିଏ...

ଦାଦା-ପୁତୁରା ପୁଣି ମୁହାଁମୁହିଁ

ପାଟନା/ନୂଆଦିଲ୍ଲୀ,୧୯ା୩:ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସୋମବାର ବିହାରରେ ଆସନ ବୁଝାମଣା ସୂତ୍ର ଉପରେ ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ୪୦ ଲୋକ ସଭା ଆସନ ମଧ୍ୟରୁ...

ଓଡ଼ିଶାରେ କାହାକୁ ମିଳିବ ଲୋକ ସଭା ଟିକେଟ୍‌: ଦିଲ୍ଲୀରେ ଚାଲିଛି କସରତ

ନୂଆଦିଲ୍ଲୀ/ଭୁବନେଶ୍ୱର.୧୯।୩: ଦିଲ୍ଲୀସ୍ଥିତ ଭାଜପା ମୁଖ୍ୟାଳୟରେ ଭାଜପା କୋର କମିଟି ବୈଠକ ଚାଲିଛି। ଓଡ଼ିଶା ସମେତ ୮ଟି ରାଜ୍ୟରେ ଲୋକ ସଭା ପ୍ରାର୍ଥୀ ଚୟନ ପାଇଁ ଏହି...

ସରିଲା ଭାଜପାର କୋର କମିଟି ବୈଠକ

ନୂଆଦିଲ୍ଲୀ,୧୯।୩: ୨୦୨୪ ଲୋକ ସଭା ନିର୍ବାଚନ ସମ୍ପର୍କରେ ଦିଲ୍ଲୀରେ ଆୟୋଜିତ ଭାଜପା କୋର କମିଟି ବୈଠକ ଶେଷ ହୋଇଛି। ଏହି ବୈଠକରେ ଭାଜପା ୟୁପିର ଅବଶିଷ୍ଟ...

ନିର୍ବାଚନ ପୂର୍ବରୁ ମାୟାବତୀଙ୍କୁ ବଡ଼ ଝଟ୍‌କା: ଦଳ ଛାଡିଲେ ବରିଷ୍ଠ ନେତା

ଲକ୍ଷ୍ନୌ,୧୯।୩: ଲୋକ ସଭା ନିର୍ବାଚନ ପୂର୍ବରୁ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସପି) ଉତ୍ତରପ୍ରଦେଶରେ ଏକ ବଡ଼ ଝଟ୍‌କା ଲାଗିଛି। ଉତ୍ତରପ୍ରଦେଶର ଲାଲଗଞ୍ଜ ସଂସଦୀୟ ନିର୍ବାଚନମଣ୍ଡଳୀରୁ...

ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନା ବିଶ୍ୱର ସର୍ବବୃହତ୍‌ ଦୁର୍ନୀତି: ପ୍ରକାଶ ରାଜ

ମେଙ୍ଗାଲୁରୁ,୧୯ା୩: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ଆୟକର ବିଭାଗ ରାଡାରରେ ଥିବା କର୍ପୋରେଟ୍‌ କମ୍ପାନୀ ଓ ବ୍ୟବସାୟୀମାନଙ୍କଠାରୁ ଇଲେକ୍ଟୋରାଲ ବଣ୍ଡ୍‌ ଜରିଆରେ ଭାଜପା ବିପୁଳ ଅର୍ଥ...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri