Posted inଜାତୀୟ

୫ ରାଜ୍ୟପାଳଙ୍କ ନିଯୁକ୍ତି ନେଇ ଚର୍ଚ୍ଚା ଆରମ୍ଭ…

ନୂଆଦିଲ୍ଲୀ, ୩୦।୪ : ସେପ୍ଟେମ୍ବର-ଅକ୍ଟୋବରରେ ଖାଲି ହେବାକୁ ଯାଉଥିବା କେତେକ ରାଜ୍ୟର ରାଜ୍ୟପାଳ ଏବଂ ଉପରାଜ୍ୟପାଳଙ୍କ ନିଯୁକ୍ତିକୁ ନେଇ ରାଜନୈତିକସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ମେଘାଳୟ, ଆସାମ, ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମର ରାଜ୍ୟପାଳ ଏବଂ ଆଣ୍ଡାମାନ ନିକୋବରର ଉପରାଜ୍ୟପାଳଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏଥି ସହିତ ନାଗାଲାଣ୍ଡ ରାଜ୍ୟପାଳଙ୍କ ଅତିରିକ୍ତ ଚାର୍ଜ ଆସାମର ରାଜ୍ୟପାଳ ଜଗଦୀଶ ମୁଖୀଙ୍କ ପାଖରେ ରହିଛି। ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ ପରେ ରାଜ୍ୟପାଳଙ୍କ ଏହି ଖାଲି ପଦଗୁଡ଼ିକ ତୁରନ୍ତ ପୂରଣ କରାଯିବ। ନୂତନ ରାଜ୍ୟପାଳ ନିଯୁକ୍ତ ହେବାର ସମ୍ଭାବନା ଥିବା ପାଞ୍ଚଟି ରାଜ୍ୟ ଉତ୍ତର-ପୂର୍ବର। ଏଭଳି ପରିସ୍ଥିତିରେ ଏହି ରାଜ୍ୟଗୁଡିକର ରାଜନୀତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟପାଳଙ୍କ ନିଯୁକ୍ତି ମାଧ୍ୟମ ଏକ ରାଜନୈତିକ ବାର୍ତ୍ତା ଦେବାକୁ ଯାଉଛନ୍ତି। ଯେପରି ଏହାର ପ୍ରଭାବ ୨୦୨୪ ଲୋକ ସଭା ନିର୍ବାଚନ ରାଜନୀତିରେ ଉପରେ ସିଧାସଳଖ ପଡ଼ିବ।

ଅକ୍ଟୋବରରେ ଆସାମ ରାଜ୍ୟପାଳ ଜଗଦୀଶ ମୁଖୀ, ଅରୁଣାଚଳ ରାଜ୍ୟପାଳ ବି.ଡି ମିଶ୍ର, ସିକମ ରାଜ୍ୟପାଳ ଗଙ୍ଗା ପ୍ରସାଦ ଏବଂ ଆଣ୍ଡାମାନ ଏବଂ ନିକୋବର ଉପରାଜ୍ୟପାଳ ଡି.କେ ଯୋଶୀଙ୍କ କାର୍ଯ୍ୟକାଳ ଶେଷ ହେବ। ମେଘାଳୟର ରାଜ୍ୟପାଳ ସତ୍ୟ ପାଲ ମଲିକଙ୍କ କାର୍ଯ୍ୟକାଳ ସେପ୍ଟେମ୍ବରରେ ଶେଷ ହେବ। ପୁଡୁଚେରୀରେ ଉପରାଜ୍ୟପାଳଙ୍କ ପଦ ମଧ୍ୟ ଖାଲି ଅଛି, ଏହାର ଅତିରିକ୍ତ ଚାର୍ଜ ତାମିଲନାଡୁର ରାଜ୍ୟପାଳ ତାମିଲାଇସାଇ ସୁନ୍ଦରରାଜନଙ୍କ ଉପରେ ରହିଛି। ପଞ୍ଜାବର ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ ଏବଂ ଗୁଜୁରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କ ଦ୍ୱିତୀୟ ପାଳିର କାର୍ଯ୍ୟକାଳ ଜାରି ରହିଛି। ଦିଲ୍ଲୀର ଉପ ରାଜ୍ୟପାଳ ଅନିଲ ବୈଜଲଙ୍କ ଦ୍ୱିତୀୟ କାର୍ଯ୍ୟକାଳ ମଧ୍ୟ ଚାଲିଛି।

ମେଘାଳୟର ରାଜ୍ୟପାଳ ସତ୍ୟ ପାଲ ମଲିକ କେନ୍ଦ୍ର ସରକାର ଏବଂ ଭାଜପା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। କୃଷକ ଆନ୍ଦୋଳନର ସମୟ ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ସେ କେନ୍ଦ୍ର ଓ ଭାଜପାକୁ ସମାଲୋଚନା କରିଛନ୍ତି। ଏଭଳି ପରିସ୍ଥିତିରେ ମଧ୍ୟଭାଗରେ ତାଙ୍କୁ ହଟାଇବା ନେଇ କଳ୍ପନାଜଳ୍ପନା ଚାଲିଥିଲା, କିନ୍ତୁ ସରକାର ତାଙ୍କ କାର୍ଯ୍ୟକାଳ ଶେଷ କରିବା ଉଚିତ୍‌ ବୋଲି ଭାବିଥିଲେ। ଏହା ପଛରେ ରାଜନୈତିକ ଏବଂ ସାମାଜିକ ସମୀକରଣ ମଧ୍ୟ ରହିଥିଲା।

ପାଞ୍ଚ ବର୍ଷ ପୂର୍ବେ ରାଷ୍ଟ୍ରପତି ନିର୍ବାଚନ ସମୟରେ ବିହାରର ତତ୍କାଳୀନ ରାଜ୍ୟପାଳ ରାମ ନାଥ କୋବିନ୍ଦଙ୍କୁ ଯେଉଁଭଳି ଭାବରେ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିଲା, ସେହିପରି ମଧ୍ୟ ଅନେକ ରାଜ୍ୟପାଳଙ୍କ ନାମକୁ ନେଇ କଳ୍ପନାଜଳ୍ପନା ଚାଲିଛି। ତେବେ ଏଥର ରାଜ୍ୟପାଳ ନିଯୁକ୍ତି ପାଇଁ ଏକ ଭିନ୍ନ ସୂତ୍ର ଗ୍ରହଣ କରାଯିବାର ସୂଚନା ରହିଛି। ଯାହା ସହିତ ୨୦୨୪ ଲୋକସଭା ନିର୍ବାଚନ ପାଇଁ ସାମାଜିକ ସମୀକରଣକୁ ଏକ ରାଜନୈତିକ ବାର୍ତ୍ତା ମଧ୍ୟ ଦିଆଯାଇପାରି।

ରାଜ୍ୟପାଳ ଦୌଡ଼ରେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଡିୟୁରପ୍ପା ଅଛନ୍ତି। ଆସନ୍ତା ୨୦୨୩ ବର୍ଷରେ କର୍ନାଟକରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତ କରି ଭାଜପା ରାଜ୍ୟର ଶକ୍ତିଶାଳୀ ଲିଙ୍ଗାୟତ ସମ୍ପ୍ରଦାୟକୁ ଏକ ବଡ଼ ବାର୍ତ୍ତା ପଠାଇପାରେ। ରାଜ୍ୟ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ମଧ୍ୟ ଲିଙ୍ଗାୟତ ସମ୍ପ୍ରଦାୟର। ସେହିପରି ରାଜ୍ୟପାଳ ନିଯୁକ୍ତି ନେଇ ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରେମ କୁମାର ଧୁମଲ ଏବଂ ବିହାରର ବରିଷ୍ଠ ନେତା ସିପି ଠାକୁରଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?