Posted inଜାତୀୟ

ଅଧା ତଥ୍ୟ ଦେଇଥିବାରୁ ସିରମର ଟିବି ଟିକାକୁ ମିଳିଲା ନାହିଁ ମଞ୍ଜୁରୀ

ନୂଆଦିଲ୍ଲୀ,୧ ।୫: ଟିବି ଟିକା ପାଇଁ ସରକାରଙ୍କ ସମିତି ସିରମ କମ୍ପାନୀର ପ୍ରସ୍ତାବକୁ ନାମଞ୍ଜୁର କରି ଦେଇଛନ୍ତି । ଏହାସହ ସୁରକ୍ଷା ଓ ଇମ୍ୟୁନୋଜେନେସିଟି ସମ୍ପର୍କିତ ଡାଟା ମାଗୁଛନ୍ତି । କମ୍ପାନୀ ପକ୍ଷରୁ ପ୍ରାୟ ୧ ମାସ ପୂର୍ବେ ଟିବି ଟିକାକୁ ଜରୁରୀ ପରିସ୍ଥିତିରେ ବ୍ୟବହାର ପାଇଁ ଅନୁମତି ଦେବାକୁ ଆବେଦନ କରାଯାଇଥିଲା । ଏହାପରେ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ(ସିଡିଏସସିଓ)ର ବିଶେଷଜ୍ଞ କାର୍ଯ୍ୟ ସମିତି(ଏସଇସି) ବୈଠକରେ ଏହାକୁ ଖାରଜ କରିଦିଆଯାଇଥିଲା ।
ସୂଚନାଯୋଗ୍ୟ, ଦେଶରେ ପ୍ରତିବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ ଟିବି ରୋଗୀ ଚିହ୍ନଟ ହେବା ସହ ବହୁ ସଂଖ୍ୟାରେ ଏମାନଙ୍କର ମୃତ୍ୟୁ ମଧ୍ୟ ହେଉଛି । ୨୦୨୧ରେ ୧୯.୩୩ ଲକ୍ଷ ନୂଆ ରୋଗୀ ଚିହ୍ନଟ ହୋଇଥିଲେ, ଯାହା ୨୦୨୦ ତୁଳନାରେ ପାଖାପାଖି ୧୯ ପ୍ରତିଶତ ଅଧିକ । ସେହିଭଳି ୨୦୧୯ରୁ ୨୦୨୧ ମଧ୍ୟରେ ଟିବି ରୋଗୀଙ୍କ ମୃତ୍ୟୁହାରରେ ୧୧ ପ୍ରତିଶତ ବୃଦ୍ଧି ହୋଇଥିଲା । ୨୦୨୦ରେ ୪.୯୩ ଲକ୍ଷ ଲୋକଙ୍କର ଟିବି ସଂକ୍ରମଣରେ ମୃତ୍ୟୁ ହୋଇଛି । ସେଥିପାଇଁ ଏକ ବଡ ଜନସଂଖ୍ୟାକୁ ଟିବିରୁ ମୁକ୍ତ କରିବା ପାଇଁ ଅଧ୍ୟୟନ କରାଯାଉଛି ।
ହେଲେ ଏହି ଅଧ୍ୟୟନ ଭାରତରେ ହୋଇ ନ ଥିଲା । ମିଳିଥିବା ସୂଚନା ଅନୁଯାୟୀ, ସିରକ କମ୍ପାନୀ ଦକ୍ଷିଣ ଆଫ୍ରିକାରେ ହୋଇଥିବା ଅଧ୍ୟୟନ ଅନୁଯାୟୀ, ଭାରତରେ ଏହାର ବ୍ୟବହାର ପାଇଁ ଅନୁମତି ମାଗିଥିଲା । ସେଠାରେ ନବଜାତ ଶିଶୁଙ୍କ ଉପରେ ୨ଟି ପରୀକ୍ଷଣ ହୋଇଥିଲା । ଆଉ ତୃତୀୟ ପର୍ଯ୍ୟାୟର ପରୀକ୍ଷଣ ଭାରତରେ ଆଇସିଏମଆର କରୁଥିଲା । ଏବେ ଭାରତରେ ଯେଉଁ ଅଧ୍ୟୟନ ଚାଲିଛି ସେଥିରୁ ଅନୁମାନ କରାଯାଉଛି କି ଟିବି ଟିକା ପାଇଁ ୨୦୨୫ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଭୁଲ୍‌ ଦୌଡ଼ରେ ଦେଶ ଆଗରେ: ରାହୁଲ

ନୂଆଦିଲ୍ଲୀ,୭।୯: କରୋନା ଭାଇରସ ହେଉ ଅବା ଦେଶର ଜିଡିପିକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବାରମ୍ବାର କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ...

‘ତାମିଲଙ୍କୁ ଶୂଦ୍ର କରିଦେବ ହିନ୍ଦୀ’

ଚେନ୍ନାଇ,୭।୬:ଡିଏମ୍‌କେ ନେତା ତଥା ରାଜ୍ୟ ସଭା ସଦସ୍ୟ ଟି.କେ.ଏସ୍‌. ଇଲାଙ୍ଗୋଭାନ ହିନ୍ଦୀ ଭାଷାକୁ ବିରୋଧ କରିଛନ୍ତି। ସେ କହିଛନ୍ତି, ହିନ୍ଦୀ କହିବା ଦ୍ୱାରା ତାମିଲ ଲୋକମାନେ...

ହାଇଦ୍ରାବାଦରେ ମିଳିଲା ଦେଶର ପ୍ରଥମ ଓମିକ୍ରନ୍ ସବ ଭାରିଏଣ୍ଟ ବିଏ.୪ ସଂକ୍ରମିତ

ହାଇଦ୍ରାବାଦ,୨୦ ।୫: ଭାରତରେ କରୋନାର ନୂଆ ଭାରିଏଣ୍ଟ ମିଳିଛି । ଏହା ଓମିକ୍ରନ୍‌ର ସବ୍ ଭାରିଏଣ୍ଟ ବିଏ.୪ ର ପ୍ରଥମ ସଂକ୍ରମଣ ବୋଲି କୁହାଯାଉଛି ।...

ସିକିମ୍‌-ଲାକ୍ଷାଦ୍ୱୀପରେ ଏପର୍ଯ୍ୟନ୍ତ ହୋଇନି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୧।୫: ଭାରତରେ କରୋନା ସଂକ୍ରମଣ ନେଇ ଅଚଳାବସ୍ଥା ଦେଖାଦେଇଛି। ପ୍ରତିଦିନ ନୂଆ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ସିକିମ୍‌ ଏବଂ ଲାକ୍ଷାଦ୍ୱୀପରେ...

ଦେଶରେ ଆଜି ୧୧୪ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୦।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧୪ ନୂଆ...

ଗାନ୍ଧୀଙ୍କ ବିରୋଧରେ ମନ୍ତବ୍ୟ ଦେଉଥିବା ଲୋକେ ରାବଣଙ୍କ ବଂଶଜ: ଅଧିର ରଞ୍ଜନ

ନୂଆଦିଲ୍ଲୀ,୪।୨: ମହାତ୍ମା ଗାନ୍ଧୀଙ୍କ ବିରୋଧରେ ଆପତ୍ତି ଜନକ ମନ୍ତବ୍ୟ ଦେଇଥିବା ଭାଜପା ସଦସ୍ୟ ଅନନ୍ତ ହେଗ୍‌ଡେଙ୍କୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ନେତା ଅଧିରରଞ୍ଜନ ଚୌଧୁରୀ। ସେ...

‘ଘୃଣାର ବିଜୟ ହେଲା, ହାରିଗଲା ଆର୍ଟିଷ୍ଟ’

ନୂଆଦିଲ୍ଲୀ,୨୮।୧୧: ଷ୍ଟାଣ୍ଡ ଅପ୍‌ କମେଡିଆନ ମୁନାଓ୍ବର ଫାରୁକି ରବିବାର କମେଡି ଛାଡ଼ୁଥିବା ସଙ୍କେତ ଦେଇଛନ୍ତି। ଭଙ୍ଗାରୁଜା ଭୟରେ ଗତ ଦୁଇ ମାସ ମଧ୍ୟରେ ତାଙ୍କର ୧୨ଟି...

ବାପପୁଅଙ୍କ ହାଜତ ମୃତ୍ୟୁର ସିବିଆଇ ତଦନ୍ତ ହେବ

ସଲେମ,୨୯ା୬(ପି.ଟି.): ତାମିଲନାଡୁର ଟୁଟିକୋରିନ ଜିଲାରେ ବାପପୁଅଙ୍କ ହାଜତ ମୃତ୍ୟୁ ମାମଲାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କରିବ। ଏହି ମାମଲାକୁ ରାଜ୍ୟ ସରକାର ସିବିଆଇକୁ...

Advertisement
Archives

Model This Week