ଜାତୀୟ

ରାଜଦ୍ରୋହ ଆଇନର ସାମ୍ବିଧାନିକ ବୈଧତା, ୪ ଦିନରେ ଜବାବ୍‌ ଦାଖଲ କରିବେ କେନ୍ଦ୍ର ସରକାର, ମେ‘ ୫ରେ ଶୁଣାଣି…

ନୂଆଦିଲ୍ଲୀ, ୨୭।୪ : ରାଜଦ୍ରୋହ ଆଇନର (୧୨୪-ଏ) ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନ ବୁଧବାର ଦିନ ଶୁଣାଣି ହୋଇପାରି ନାହିଁ। କିନ୍ତୁ କୋର୍ଟ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ଏହି ସପ୍ତାହରେ…

ଚାର୍‌ ଧାମ୍‌ ଯାତ୍ରା ପାଇଁ କରୋନା ପରୀକ୍ଷା ଜରୁରୀ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା…

ନୂଆଦିଲ୍ଲୀ, ୨୭।୪ : ଉତ୍ତରାଖଣ୍ଡର ଚାର୍‌ ଧାମ୍‌ ଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କ କରୋନା ପରୀକ୍ଷା କରାଯିବା ଜରୁରୀ ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡ. ଧନ ସିଂ ରାଓ୍ବତ ବୁଧବାର ସୂଚନା ପ୍ରଦାନ କରିଛନ୍ତିି। ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ…

ମେକ୍‌ ଇନ୍‌ ଇଣ୍ଡିଆ-ହେଟ୍‌ ଇନ୍‌ ଇଣ୍ଡିଆ ଏକାଠି ସମ୍ଭବ ନୁହେଁ, ମୋଦିଙ୍କୁ ଘେରିଲେ ରାହୁଲ…

ନୂଆଦିଲ୍ଲୀ, ୨୭।୪ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିବା ଆରମ୍ଭ କରିଛନ୍ତି। ରାହୁଲ କହିଛନ୍ତି ଯେ, ମେକ୍‌ ଇନ୍‌ ଇଣ୍ଡିଆ ଏବଂ ହେଟ୍‌ ଇନ୍‌ ଇଣ୍ଡିଆ ଏକାଠି ସମ୍ଭବ ନୁହେଁ। ରାହୁଲ ଗାନ୍ଧୀ ଟୁଇଟ୍‌…

ଲକ୍‌ଡାଉନ୍‌ରେ ୩୦ ହଜାର ଖାଦ୍ୟ ଶିବିର ହୋଇଥିଲା ସ୍ଥାପିତ, ୨୦୨୦-୨୧ ରିପୋର୍ଟ…

ନୂଆଦିଲ୍ଲୀ, ୨୭।୪ : କରୋନା ମହାମାରୀ ସମୟରେ ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍‌ ସମୟରେ ପ୍ରବାସୀଙ୍କ ପାଇଁ ବିଭିନ୍ନ ସୁବିଧା କରାଯାଇଥିବା ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟ ୨୦୨୦-୨୧ରେ ଉଲ୍ଲେଖ କରାଯାଇଛି। ୧୭ ଲକ୍ଷ ଶ୍ରମିକ ସେମାନଙ୍କ ମାଲିକମାନଙ୍କ…

ଆଇଏମ୍‌ଏସ୍‌ ଇଞ୍ଜିନିୟରିଂ କଲେଜରେ ବଡ଼ ଦୁର୍ଘଟଣା: ଲିଫ୍ଟ ଭାଙ୍ଗି ୮ଆହତ

ଗାଜିଆବାଦ,୨୭।୪: ଦିଲ୍ଲୀ ନିକଟସ୍ଥ ଉତ୍ତରପ୍ରଦେଶ ଗାଜିଆବାଦ ସ୍ଥିତ ଆଇଏମ୍‌ଏସ୍‌ ଇଞ୍ଜିନିୟରିଂ କଲେଜରେ ଏକ ବଡ଼ ଅଘଟଣ ଘଟିଛି। ଜାତୀୟ ରାଜପଥ-୨୪ରେ ଡାସନା ନିକଟରେ ଥିବା ଆଧ୍ୟାତ୍ମିକ ନଗର ସ୍ଥିତ ଆଇଏମ୍‌ଏସ୍‌ ଇଞ୍ଜିନିୟରିଂ କଲେଜରେ ଲିଫ୍ଟ ଭାଙ୍ଗିବାରୁ ୮ଜଣ ଛାତ୍ର ଆହତ ହୋଇଥିବା…

କରୋନାକୁ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କଲେ ପ୍ରଧାନମନ୍ତ୍ରୀ: କହିଲେ, ସତର୍କ ରହିବା ଜରୁରୀ

ନୂଆଦିଲ୍ଲୀ,୨୭।୪: ଗତ ୨ସପ୍ତାହ ଧରି ଦେଶରେ ବର୍ଦ୍ଧିତ କରୋନା ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମଧ୍ୟାହ୍ନ ୧୨ଟାରେ ଭିଡିଓ କନଫରେନ୍ସିଂରେ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଏଥିରେ ରାଜ୍ୟର କରୋନା ସ୍ଥିତି ଉପରେ…

ଲକଡାଉନରେ ପ୍ରବାସୀଙ୍କ ପଦଯାତ୍ରା, ନିର୍ମାଣ ହୋଇଥିଲା ୪୧୦୦୦ ରିଲିଫ କ୍ୟାମ୍ପ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରିପୋର୍ଟ…

ନୂଆଦିଲ୍ଲୀ, ୨୭।୪ : କରୋନା ମହାମାରୀ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ଫଳରେ ପ୍ରବାସୀ ପଦଯାତ୍ରାରେ ଘରମୁହାଁ ହୋଇଥିଲେ। ସେମାନଙ୍କ ସୁବିଧା ପାଇଁ ବହୁ ବ୍ୟବସ୍ଥା କରାଯାଇଥିବା ସମ୍ପର୍କରେ କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବାର୍ଷିକ ରିପୋର୍ଟ ୨୦୨୦-୨୧ରେ ଉଲ୍ଲେଖ କରାଯାଇଛି।…

ସରକାରୀ ହସ୍ପିଟାଲରେ ଅଗ୍ନିକାଣ୍ଡ

ତାମିଲନାଡୁ, ୨୭।୪: ଚେନ୍ନାଇର ରାଜୀବ ଗାନ୍ଧୀ ସରକାରୀ ହସ୍ପିଟାଲରେ ବୁଧବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ତେବେ ଅଗ୍ନିକାଣ୍ତରେ କେହି ମୃତାହତ ହୋଇ ନ ଥିବା ବେଳେ ନିଆଁ ଲାଗିବାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ…

କରୋନା ଯୋଗୁ ବିଦେଶୀ ଯାତ୍ରୀଙ୍କ ସଂଖ୍ୟା କମିଛି, ଆମେରିକାରୁ ଆସିଛନ୍ତି ଅଧିକ…

ନୂଆଦିଲ୍ଲୀ, ୨୭।୪ : କରୋନା ମହାମାରୀ ସଙ୍କଟ ଯୋଗୁ ଭାରତକୁ ଆସୁଥିବା ବିଦେଶୀ ଯାତ୍ରୀଙ୍କ ସଂଖ୍ୟା କମିଛି। ଏନେଇ କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବାର୍ଷିକ ରିପୋର୍ଟ ୨୦୨୦-୨୧ରେ ସୂଚନା ପ୍ରଦାନ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ,୨୦୨୦ରେ ୩୨.୭୯ ଲକ୍ଷରୁ ଅଧିକ ବିଦେଶୀ…

ଏଲ୍‌ଓସିରେ ଅନୁପ୍ରବେଶ କମିଛି…

ନୂଆଦିଲ୍ଲୀ, ୨୭।୪ : ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା ଏଲଓସିରେ ଅନୁପ୍ରବେଶ ଏବଂ ଆତଙ୍କବାଦ ହ୍ରାସ ପାଇଛି । ଏସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁୂ ପ୍ରକାଶିତ ରିପୋର୍ଟ ୨୦୨୦-୨୧ରେ ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁଯାୟୀ, ୨୦୧୯ରେ ଜମ୍ମୁ-କଶ୍ମୀରରେ ୨୧୬ ଅନୁପ୍ରବେଶ…

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଜାରି କଲା ୨୦୨୦-୨୧ ବାର୍ଷିକ ରିପୋର୍ଟ, ସିଏଏ-ମାଓବାଦୀ ହିଂସା- ପାରାମିଲିଟାରୀ ଫୋର୍ସରେ ମହିଳାଙ୍କ ସଂଖ୍ୟା ସମ୍ପର୍କରେ ସୂଚନା…

ନୂଆଦିଲ୍ଲୀ, ୨୭।୪ : କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବାର୍ଷିକ ରିପୋର୍ଟ ୨୦୨୦-୨୧ ଜାରି ହୋଇଛି। ଏଥିରେ ସିଏଏ, ମାଓବାଦୀ ହିଂସା ହ୍ରାସ, ପାରାମିଲିଟାରୀ ଫୋର୍ସରେ ମହିଳାଙ୍କ ସଂଖ୍ୟା ସମ୍ପର୍କରେ ସୂଚନା ସହିତ ଅନ୍ୟାନ୍ୟ ତଥ୍ୟ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ରିପୋର୍ଟରେ ଦର୍ଶାଯାଇଛି…

ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁରୋପ ଗସ୍ତ କରିବେ ମୋଦି

ନୂଆଦିଲ୍ଲୀ,୨୭।୪: ଚଳିତ ବର୍ଷର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ବୈଦେଶିକ ଗସ୍ତର କାର୍ଯ୍ୟସୂଚୀ ସାମ୍ନାକୁ ଆସିଛି। ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ମେ’ ୨ରୁ ୪ ପର୍ଯ୍ୟନ୍ତ ୟୁରୋପ ଗସ୍ତ କରିବେ। ଏନେଇ ବୁଧବାର ବର୍ହିବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?