Posted inଜାତୀୟ

ତୃତୀୟ ସାମ୍ମୁଖ୍ୟ: ସମୟ ଆସିଲେ ନିଷ୍ପତ୍ତି

ନୂଆଦିଲ୍ଲୀ,୧।୫: ଆଗାମୀ ଲୋକ ସଭା ଏବଂ ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିଜେଡିର ଯୋଜନା ସମ୍ପର୍କରେ ଦଳ ସଭାପତି ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାପିଚୁପି ମତ ରଖିଛନ୍ତି। ପ୍ରସ୍ତାବିତ ତୃତୀୟ ସାମ୍ମୁଖ୍ୟ ନେଇ ପ୍ରଶ୍ନ ହେବାରୁ ନିର୍ବାଚନ ବହୁତ ଡେରି ଅଛି, ସମୟ ଆସିଲେ ଆମେ ଏନେଇ ବିଚାର କରିବୁ ବୋଲି ନବୀନ କହିଥିଲେ। ତେବେ କୌଣସି ରାଜନୈତକ ମେଣ୍ଟ ଗଠନଠାରୁ ତାଙ୍କ ଦଳ ସ୍ବାଧୀନ ରହିବାକୁ ପସନ୍ଦ କରିବ ବୋଲି ସେ ମତ ରଖିଥିଲେ। ସେହିପରି ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀଙ୍କୁ ଚାହିଁ ନିଷ୍ପତ୍ତି ନିଆଯିବ ବୋଲି ବିଜେଡି ସୁପ୍ରିମୋ କହିଛନ୍ତି। କାରଣ ପ୍ରାର୍ଥୀ ହେଉଛନ୍ତି ଅଧିକ ଗୁରୁତ୍ୱପୂର୍ଣ୍ଣ। ୨୦୧୭ ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ବିଜେଡି ସମର୍ଥନ ଦେଇଥିଲା। ଶାସକ ଏନ୍‌ଡିଏ ପାଖରେ ସଂଖ୍ୟାଗରିଷ୍ଠତା ଲାଗି ୧.୨ ପ୍ରତିଶତ କମ୍‌ ଭୋଟ ରହିଥିବାରୁ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଜିତାଇବାକୁ ହେଲେ ବିଜେଡିର ସମର୍ଥନ ଗୁରୁତ୍ୱପୂର୍ଣ୍ଣ। ପାର୍ଲାମେଣ୍ଟର ଉଭୟ ଗୃହରେ ୨୧ ଏମ୍‌ପିଙ୍କ ସହ ନବୀନଙ୍କ ନିୟନ୍ତ୍ରଣରେ ୩.୨୨ ପ୍ରତିଶତ ଭୋଟ ରହିଥିବାରୁ ଜୁଲାଇରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀଙ୍କୁ ସହଜରେ ବିଜୟୀ କରାଇପାରିବ ବୋଲି କୁହାଯାଉଛି।
ଭାରତର ରାଷ୍ଟ୍ରପତିଙ୍କୁ ଇଲେକ୍ଟୋରାଲ କଲେଜ ନିର୍ବାଚିତ କରିଥାଏ। ଏଥିରେ ୭୭୬ ଏମ୍‌ପି ଏବଂ ୪,୧୨୦ ବିଧାୟକ ସଦସ୍ୟ ଅଛନ୍ତି। ସରକାର ମେଣ୍ଟ ସହଯୋଗୀ ଦଳ ସମେତ ଓ୍ବାଇଏସ୍‌ଆର୍‌ କଂଗ୍ରେସ ଏବଂ ବିଜେଡି ଭଳି ଦଳଗୁଡ଼ିକର ସମର୍ଥନ ପାଇଁ ଉଦ୍ୟମ ଚଳାଇଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳ ମିଳିତ ପ୍ରାର୍ଥୀ ଦେବା ନେଇ ଚର୍ଚ୍ଚା ହେଉଥିଲାବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଗୁରୁତ୍ୱପୂର୍ଣ୍ଣ। ମିଳିତ ବିରୋଧୀ ଦଳ ପ୍ରାର୍ଥୀ ଦେବା ନେଇ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ, ଏମ୍‌.କେ. ଷ୍ଟାଲିନ୍‌ଙ୍କ ଡିଏମ୍‌କେ, ଉଦ୍ଧବ ଠାକ୍‌ରେଙ୍କ ଶିବସେନା, କେ. ଚନ୍ଦ୍ରଶେଖର ରାଓଙ୍କ ତେଲଙ୍ଗାନା ରାଷ୍ଟ୍ର ସମିତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା ଆଶା କରାଯାଉଛି। ସେହିପରି ୨୦୨୪ ସାଧାରଣ ନିର୍ବାଚନ ଭାଜପା ବିରୋଧୀ ତୃତୀୟ ସାମ୍ମୁଖ୍ୟ ଗଠନ ଲାଗି ଏହି ନେତାମାନେ ଉଦ୍ୟମ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?