Posted inଜାତୀୟ

ଧର୍ମ ନାଁରେ ଚାଲିଛି ରାଜନୀତି, ମହଙ୍ଗାମାଡ, ବେକାରୀ ସମସ୍ୟାକୁ ନେଇ ହେଉନି କୌଣସି ଆଲୋଚନା

ମୁମ୍ବାଇ,୧ ।୫: କିଛିଦିନ ହେବ ସାରା ଦେଶରେ ସାଂପ୍ରଦାୟିକ ହିଂସା ଓ ଏହା ଉପରେ ଆଲୋଚନା ବଢିବାରେ ଲାଗିଛି । ଉତ୍ସବ ସମୟରେ ପଥରମାଡ ହେଉ ଅବା ଲାଉଡସ୍ପିକର ବିବାଦ ପୁଣି ହନୁମାନ ଚାଳିଶାକୁ ନେଇ ବିବାଦ । ଏମିତି ସବୁ ବିଷୟକୁ ନେଇ ରାଜନୀତିର ପାଣିପାଗ ବେଳକୁ ବେଳ ଉଷ୍ମ ହେବାରେ ଲାଗିଛି । ଏବେ ଏହାକୁ ନେଇ ଏନସିପି ମୁଖ୍ୟ ଶରଦ ପାୱାର ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି ଆବଶ୍ୟକ ବିଷୟକୁ ବାଦ ଦେଇ ଦେଶରେ ଜାତି ଓ ଧର୍ମ ଭଳି ବିଷୟକୁ ନେଇ ଆଲୋଚନା ସମାଲୋଚନା ଚାଲିଛି, ଯାହା ଦେଶକୁ ପଛକୁ ଟାଣୁଛି ।
ବରିଷ୍ଠ ନେତା ପାୱାର କହିଛନ୍ତି, କିଛିଦିନ ହେବ ଦେଶରେ ଜାତି ଓ ଧର୍ମକୁ ନେଇ ଟଣା ଭିଡା ଚାଲିଛି । ହେଲେ ମୁଖ୍ୟ ବିଷୟକୁ ଯେମିତି ସମସ୍ତେ ଭୁଲି ଯାଇଛନ୍ତି । ଦେଶରେ ଦରଦାମ ବୃଦ୍ଧି, ବେକାରୀ ଭଳି ସମସାକୁ ନେଇ କଥା ହେବା ବା ଆଲୋଚନା ହେବା ଜରୁରୀ, ହେଲେ କେହି ଏପଟକୁ ଧ୍ୟାନ ଦେଉନାହାନ୍ତି । ଏହା ପୂର୍ବରୁ ମଧ୍ୟ ପାୱାର କହିଥିଲେ ରାଜଧାନୀ ଦିଲ୍ଲୀ ଭଳି ମହାରାଷ୍ଟ୍ରରେ ବି ସାଂପ୍ରଦାୟିକ ହିଂସା ବଢାଇବାକୁ ଚେଷ୍ଟା କରାଯାଉଛି । ଲଗାତାର ଭାବେ ଲୋକ ଓ ସମାଜକୁ ଉସକାଇବା ଭଳି କାମ କରାଯାଉଛି । ପରିସ୍ଥିତିକୁ ଖରାପ କରିବାକୁ ଚେଷ୍ଟା କରାଯାଉଛି । ହେଲେ ହିନ୍ଦୁ-ମୁସଲିମ ସମାଜରେ ଭାଇଚାର ବଜାୟ ରଖିବା ଦରକାର ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ କ୍ୟାବ ଡ୍ରାଇଭର

ବେଙ୍ଗାଲୁରୁ,୬।୧୦: କ୍ୟାବରେ ଏସି ନ ଚଳାଇବାରୁ କନ୍ନଡ ଅଭିନେତ୍ରୀ ସଞ୍ଜନା ଗଲରାନି ଡ୍ରାଇଭରଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ସୋସିଆଲ...

ବିବାହରେ କନ୍ୟା ରଖିଲେ ସର୍ତ୍ତ: ଶହେ ବୃକ୍ଷଚାରା ରୋପଣ ପରେ ବରଯାତ୍ରୀ ନେଇ ଆସିବାକୁ କହିଲେ

ଗ୍ବାଲିୟର,୯।୭: ମଧ୍ୟପ୍ରଦେଶରେ ଜଣେ କନ୍ୟା ବିବାହ ପାଇଁ ଅଜବ ସର୍ତ୍ତ ରଖିଛନ୍ତି। ଶହେ ବୃକ୍ଷ ଚାରା ରୋପଣ ପରେ ବରଯାତ୍ରୀ ନେଇ ବିବାହ ଲାଗି ଆସିବାକୁ...

ରାଷ୍ଟ୍ରପତି ଶାସନ ୬ ମାସ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୯ା୬(ପି.ଟି): ଜମ୍ମୁ-କଶ୍ମୀରରେ ଆତଙ୍କବାଦର ମୂଳୋତ୍ପାଟନକୁ ସରକାର ସର୍ବାଧିକ ପ୍ରାଥମିକତା ଦେଉଥିବା ଶୁକ୍ରବାର ଲୋକ ସଭାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ କହିଛନ୍ତି। ସେଠାରେ ରାଷ୍ଟ୍ରପତି ଶାସନ...

ନେହେରୁଙ୍କ ସହ ନିଜ ପିତାଙ୍କ ଫଟୋ ଶେୟାର କଲେ ସିଦ୍ଧୁ

ଚଣ୍ଡିଗଡ଼,୧୯ ।୭: ପଞ୍ଜାବ କଂଗ୍ରେସର ନବ ନିଯୁକ୍ତ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ସୋମବାର ଦଳ ହାଇକମାଣ୍ଡଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଉ କହିଛନ୍ତି ମୁଁ...

ଭାରତୀୟ ବଂଶୋଦ୍ଭବ ସିଚେଲ୍ସ ରାଷ୍ଟ୍ରପତି

ନୂଆଦିଲ୍ଲୀ,୩୦ା୧୦:ଭାରତୀୟ ବଂଶୋଦ୍ଭବ ପୂଜକ ଓ୍ବାଭେଲ ରାମକଲଓ୍ବାନ ସିଚେଲ୍ସର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ସେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ଡାନ୍ନି ଫଉର୍‌ଙ୍କୁ ପରାସ୍ତ କରିଛନ୍ତି। ରାମକଲଓ୍ବାନଙ୍କ ଅଜା...

ଡ୍ୟୁଟି ସାରି ମାସ୍କ ତିଆରି କରୁଛନ୍ତି ମହିଳା ପୋଲିସ

ଭୋପାଳ,୪।୪: କରୋନା ଭାଇରସ ସହ ଲଢ଼ିବାକୁ ଏବେ ମାସ୍କ ଓ ସାନିଟାଇଜରର ଆବଶ୍ୟକତା ବଢିଯାଇଛି। ଏହାକୁ ଦୃଷ୍ଟିରେ ରଖି ଏବେ ବିଭିନ୍ନ ସଂସ୍ଥା ପକ୍ଷରୁ ମାସ୍କ...

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୭୩୪

ନୂଆଦିଲ୍ଲୀ,୯।୪: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍‌ ଅଗ୍ରଓ୍ବାଲଙ୍କ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୫୪୯ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ...

୪ ଦିନିଆ ୟୁପି ଗସ୍ତରେ ରାଷ୍ଟ୍ରପତି

ଲକ୍ଷ୍ନୌ,୩।୬:  ୪ ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏ ନେଇ ରାଷ୍ଟ୍ରପତି ସେକ୍ରେଟେରିଏଟ ତରଫରୁ ସୂଚନା ଦିଆଯାଇଛି। ରାଷ୍ଟ୍ରପତି ଉତ୍ତରପ୍ରଦେଶ...

Advertisement
Archives

Model This Week