Posted inଜାତୀୟ

ଅଭିଯୁକ୍ତଙ୍କ ସହିତ ପୀଡ଼ିତାଙ୍କ ପ୍ରତି ନ୍ୟାୟ କରାଯିବା ଜରୁରୀ ଦର୍ଶାଇ ମାମଲା ସ୍ଥାନାନ୍ତରଣ ଆବେଦନ ଖାରଜ କଲେ ହାଇକୋର୍ଟ…

ଆହ୍ଲାବାଦ, ୩୦।୪ : ନ୍ୟାୟ କେବଳ ଅଭିଯୁକ୍ତଙ୍କ ପାଇଁ ନୁହେଁ, ପୀଡ଼ିତାଙ୍କ ଲାଗି ମଧ୍ୟ ଏହା ଅପରିହାର୍ଯ୍ୟ। ଏକ ସାମୁହିକ ବଳାତ୍କାର ମାମଲାରେ ଆହ୍ଲାବାଦ ହାଇକୋର୍ଟ ଏଭଳି କହିଛନ୍ତି। ଏହି ମାମଲାର ସ୍ଥାନାନ୍ତରଣ ଅନ୍ୟ କୋର୍ଟକୁ କରାଯିବା ଲାଗି ଅଭିଯୁକ୍ତମାନଙ୍କ ପକ୍ଷରୁ ଆବେଦନ କରାଯାଇଥିଲା। ତେବେ ଏପରି ମନ୍ତବ୍ୟ ପ୍ରଦାନ କରିବା ସହିତ ହାଇକୋର୍ଟ ଆବେଦନକୁ ଖାରଜ କରି ଦେଇଛନ୍ତି।

ଝାନ୍ସି ଜିଲାରୁ ଏହି ମାମଲାକୁ ଅନ୍ୟ ଜିଲାକୁ ସ୍ଥାନାନ୍ତରଣ ପାଇଁ ଅଭିଯୁକ୍ତଙ୍କ ପକ୍ଷରୁ ଏନେଇ ୩ଟି ଆବେଦନ କରାଯାଇଥିଲା। ମାତ୍ର ବିଚାରପତି ଅନୀଲ କୁମାର ଓଝାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାକୁ ଖାରଜ କରି ଦେଇଛନ୍ତି। ଏପରି କରାଗଲେ ପୀଡ଼ିତାଙ୍କ ପ୍ରତି ଏହା ଅନ୍ୟାୟ ହେବ।

ଦୂର ଜିଲାକୁ ମାମଲା ସ୍ଥାନାନ୍ତରଣ କରାଗଲେ ବିଚାର ପାଇଁ ଧାର୍ଯ୍ୟ ଶୁଣାଣି ତାରିଖରେ ପୀଡ଼ତାଙ୍କ ଯିବା ଆସିବାରେ ସମସ୍ୟା ସୃଷ୍ଟି ହେବ। ତେଣୁ ଅଭିଯୁକ୍ତଙ୍କ ଏଭଳି ଆବେଦନ ଗ୍ରହଣୀୟ ନୁହେଁ ଏବଂ ଏହାକୁ ଖାରଜ କରାଯାଉଛି ବୋଲି ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ସୁରକ୍ଷା ପ୍ରସ୍ତୁତି: ରାଜଧାନୀରେ କେନ୍ଦ୍ରୀୟ ଫୋର୍ସର ଫ୍ଲାଗମାର୍ଚ୍ଚ

ଭୁବନେଶ୍ୱର,୩।୩ (ସୂର୍ଯ୍ୟକାନ୍ତ ବେହେରା): ଆଗକୁ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଏନେଇ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ନିର୍ବାଚନ ହାୱା ଚାରି ଆଡେ ଦେଖିବାକୁ...

ବୁଝି ବିଚାରି ଦିଅନ୍ତୁ ବୟାନ, ଲୋକ ସଭା ନିର୍ବାଚନ ପୂର୍ବରୁ ନେତାଙ୍କୁ ମୋଦିଙ୍କ ଉପଦେଶ

ନୂଆଦିଲ୍ଲୀ,୩।୩: ଲୋକ ସଭା ନିର୍ବାଚନ ପାଇଁ ଯୋରଦାର ପ୍ରସ୍ତୁତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ମାର୍ଚ୍ଚ ୩, ୨୦୨୪)ରେ କେନ୍ଦ୍ର ମନ୍ତ୍ରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ...

‘ମୋଦି ଆଣ୍ଟି ବଙ୍ଗାଳି’, ପଓ୍ବନ ସିଂଙ୍କ ଟିକେଟକୁ ନେଇ କହିଲେ ଟିଏମସି ନେତା

କୋଲକାତା,୩।୩: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତ୍ରୁଣମୂଳ କଂଗ୍ରେସ (ଟିଏମସି) ପୱନ ସିଂଙ୍କ ଟିକେଟ ଉପରେ ଭାରତୀୟ ଜନତା ପାର୍ଟି (ଭାଜପା) କୁ ଟାର୍ଗେଟ...

୭ ଜଣଙ୍କ ନାଁରେ ସିବିଆଇ ଚାର୍ଜଶିଟ୍‌

ନୂଆଦିଲ୍ଲୀ,୩।୩:ଗତବର୍ଷ ମଣିପୁରରେ ଜାତିଆଣ ହିଂସା ବେଳେ ବିଷ୍ଣୁପୁର ପୋଲିସ ଅସ୍ତ୍ରାଗାରରୁ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଲୁଟ୍‌ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ୭ ଅଭିଯୁକ୍ତଙ୍କ...

ମୋଦିଙ୍କ ମାରାଥନ ଗସ୍ତ: ୩ ଦିନରେ ଯିବେ ୫ ରାଜ୍ୟ

ନୂଆଦିଲ୍ଲୀ,୩।୩:ଲୋକ ସଭା ନିର୍ବାଚନ ଖୁବ୍‌ଶୀଘ୍ର ଘୋଷଣା ହେବାକୁ ଥିବାରୁ ପ୍ରଧାନମନ୍ତ୍ରୀ ଏହା ପୂର୍ବରୁ ୧୦ ଦିନରେ ୧୨ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗସ୍ତ କରିବା...

ଟିକେଟ୍‌ କଟିବା ପରେ ପ୍ରଜ୍ଞା ଠାକୁରଙ୍କ ବଡ ବୟାନ, ମୋଦିଙ୍କୁ କହିଲେ…

ନୂଆଦିଲ୍ଲୀ,୩।୩: ଚଳିତ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ଭାଜପା। ଏଥିରେ ନୂଆ ଚେହେରାଙ୍କୁ ଟିକେଟ୍‌ ମିଳିଥିବାବେଳେ କେତେଜଣ ପୁରୁଖା...

କିଏ ସେହି ହର୍ଷବର୍ଦ୍ଧନ, ଯାହାଙ୍କୁ ଭାଜପା ଟିକେଟ ନ ଦେବାର ଗୋଟିଏ ଦିନ ପରେ ରାଜନୀତିରୁ ନେଲେ ଅବସର

ନୂଆଦିଲ୍ଲୀ,୩।୩: ଦିଲ୍ଲୀର ଚାନ୍ଦନୀ ଲୋକ ସଭା ଆସନରୁ ଭାରତୀୟ ଜନତା ପାର୍ଟି (ଭାଜପା) ଏମ୍‌ପି ଡା. ହର୍ଷବର୍ଦ୍ଧନ ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ଲୋକ...

ଯେଉଁମାନେ ଦଳ ଛାଡିଛନ୍ତି ସେମାନଙ୍କୁ ଆବଶ୍ୟକ ଥିଲା ୱାଶିଂ ମେଶିନ: ଦିଗବିଜୟ ସିଂ

ନୂଆଦଲ୍ଲୀ,୩।୩: ଭାଜପା କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଗୁନା ଆସନରୁ ପ୍ରାର୍ଥୀ ଘୋଷଣା କରିଛି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ନେତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri