ଜଷ୍ଟିସ ଅମଜଦ ହିମାଚଳ ହାଇକୋର୍ଟର ମୁଖ୍ୟ ବିଚାରପତି
ଶିମଲା,୨୩।୬: ଜଷ୍ଟିସ ଅମଜଦ ଏ ସୟିଦଙ୍କୁ ହିମାଚଳ ହାଇକୋର୍ଟର ୨୭ତମ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି। ଗୁରୁବାର ସକାଳ ୯ଟାରେ ଶିମଲା ରାଜ ଭବନରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଅମଜଦଙ୍କୁ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରାଇଥିଲେ।…
ଯୌନ ନିର୍ଯାତନା ମାମଲାରେ କୋରିଓଗ୍ରାଫରଙ୍କୁ ମିଳିଲା ଜାମିନ୍
ମୁମ୍ବାଇ,୨୩।୬: ଯୌନ ନିର୍ଯାତନା ମାମଲାରେ ବଲିଉଡର ପ୍ରଖ୍ୟାତ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କୁ ମିଳିଲା ଜାମିନ୍। ଗୁରୁବାର ମୁମ୍ବାଇର ମାଜିଷ୍ଟ୍ରେଟ କୋର୍ଟ ତାଙ୍କୁ ଏହି ମାମଲାରେ ଜାମିନ୍ ପ୍ରଦାନ କରିଛନ୍ତି। ଗଣେଶ ଆଜି କୋର୍ଟରେ ହାଜର ହୋଇଥିଲେ।ଏହା ପରେ ତାଙ୍କୁ ମାଜିଷ୍ଟ୍ରେଟ କୋର୍ଟ…
୫୦ଫୁଟ୍ ତଳକୁ ଖସିଲା ଯାତ୍ରୀବାହୀ ବସ୍: ୫ମୃତ
ଇନ୍ଦୋର,୨୩।୬: ମଧ୍ୟପ୍ରଦେଶ ଇନ୍ଦୋର ଜିଲାର ସିମରୋଲ ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗୁରୁବାର ଅପରାହ୍ନରେ ଏକ ଯାତ୍ରୀବାହୀ ବସ୍ ୫୦ଫୁଟ୍ ଘାଟିରୁ ତଳକୁ ଖସିପଡ଼ିଛି। ଏହି ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ…
ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଲେ ଭେଙ୍କିୟା
ନୂଆଦିଲ୍ଲୀ,୨୩।୬: ଏନ୍ଡିଏ ରାଷ୍ଟ୍ରପତି ପାର୍ଥୀ ଦ୍ରୌପଦୀ ମୁର୍ମୁ ଗୁରୁବାର ଦିଲ୍ଲୀରେ ପହଞ୍ଚିଛନ୍ତି। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଉପ ରାଷ୍ଟ୍ରପତି ଭେଙ୍କେୟାଙ୍କୁ ଭେଟିଛନ୍ତି। ତେବେ ଉପରାଷ୍ଟ୍ରପତି ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶୁକ୍ରବାର ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦ ପାଇଁ…
ସିନ୍ଦେଙ୍କ ସହ ୩୭ରୁ ଅଧିକ ବିଧାୟକ, ଦଳ ବଦଳ ଆଇନକୁ ନେଇ ଚର୍ଚ୍ଚା
ମୁମ୍ବାଇ,୨୩ ।୬: ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ବେଳକୁ ବେଳ ବଢିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସରକାର ଭାଙ୍ଗିବାକୁ ଯାଉଥିବା ବେଳେ ଏବେବି ଆଶା କରାଯାଉଛି ମନ୍ତ୍ରିମଣ୍ଡଳ ଭାଙ୍ଗିବ କି ନାହିଁ । ଗୁରୁବାର ଅସନ୍ତୁଷ୍ଟ ବିଧାୟକଙ୍କୁ ନେଇ ମେଣ୍ଟ…
ସିନ୍ଦେ ‘ସେନା’ଙ୍କୁ ସଞ୍ଜୟଙ୍କ ଅପିଲ୍: ମହାରାଷ୍ଟ୍ରକୁ ଫେରି ଆଲୋଚନା କର
ମୁମ୍ବାଇ,୨୩।୬: ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ ଏବଂ ଆସାମର ଗୁଆହାଟୀରେ ବସିଥିବା ତାଙ୍କ ସମର୍ଥକ ବିଧାୟକଙ୍କୁ ମୁମ୍ବାଇ ଫେରିବାକୁ ନିବେଦନ କରିଛି ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ। ଗୁରୁବାର ରାଉତ କହିଛନ୍ତି, ମହାରାଷ୍ଟ୍ର ବାହାରେ ଥିବା ବିଧାୟକମାନେ ହିନ୍ଦୁତ୍ୱ…
ମୋଦିଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ,୨୩ ।୬: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ଗୁରୁବାର ଓଡିଶାର ରାଜଧାନୀ ଭୁବନେଶ୍ୱରରୁ ଯାଇ ଦିଲ୍ଲୀ ପହଞ୍ଚିଛନ୍ତି । ସେଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ମୁର୍ମୁ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ କରିବେ । ରାଷ୍ଟ୍ରପତି ପଦ…
୪୨ ବିଧାୟକଙ୍କ ସହ ଶକ୍ତି ପ୍ରଦର୍ଶନ କଲେ ଏକନାଥ ସିନ୍ଦେ
ଗୁଆହାଟୀ, ୨୩।୬: ମହାରାଷ୍ଟ୍ର ମନ୍ତ୍ରୀ ତଥା ବିଦ୍ରୋହୀ ଶିବସେନା ବିଧାୟକ ଏକନାଥ ସିନ୍ଦେ ଗୁରୁବାର ଏହି ଭିଡିଓ ରିଲିଜ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ଭିଡିଓରେ ସିନ୍ଦେ ୪୨ ଜଣ ବିଧାୟକ ତାଙ୍କ ସହ ନଜର ଆସିଛନ୍ତି। ମହାରାଷ୍ଟ୍ରର ନମ୍ବର ଗେମ…
ଉଦ୍ଧବ ଠାକରେଙ୍କ ବୈଠକକୁ ଆସିଲେ ମାତ୍ର ୧୩ ବିଧାୟକ
ମୁମ୍ବାଇ,୨୩।୬: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗୁରୁବାର ବିଧାୟକଙ୍କ ସହ ଏକ ବୈଠକ କରିଥିଲେ। ଏହି ବୈଠରେ କେବଳ ୧୩ ଜଣ ବିଧାୟକ ପହଞ୍ଚିଥିଲେ। ଏହା ପରେ ଉଦ୍ଧବ ଠାକରେଙ୍କ ନିକଟ ସଞ୍ଜୟ ରାଉତ ଦାବି କରିଛନ୍ତି…
ନାମାଙ୍କନପତ୍ରରେ ଦସ୍ତଖତ କଲେ ଓଡ଼ିଶାର ୨ କ୍ୟାବିନେଟ୍ ମନ୍ତ୍ରୀ
ଭୁବନେଶ୍ୱର,୨୩।୬(ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ଭରିବେ ଏନ୍ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ତେବେ ନାମାଙ୍କନ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଥା ହୋଇଥିଲେ। ନାମାଙ୍କନପତ୍ର ଦାଖଲ ସମୟରେ ବିଜେଡିର…
ଦିଲ୍ଲୀରେ ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୬(ବ୍ୟୁରୋ): ଏନ୍ଡିଏ ପକ୍ଷରୁ ରାଷ୍ଟ୍ରପତି ପାର୍ଥୀ ହୋଇଥିବା ଦ୍ରୌପଦୀ ମୁର୍ମୁ ଗୁରୁବାର ଦିଲ୍ଲୀରେ ପହଞ୍ଚିଛନ୍ତି। ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ଆସନ୍ତାକାଲି ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିବେ ଦ୍ରୌପଦୀ। ଦ୍ରୌପଦୀ ଗୁରୁବାର ସକାଳେ ଏମ୍ସିଏଲ…
ଦ୍ରୌପଦୀ ମୁର୍ମୁଙ୍କ ମାଧ୍ୟମରେ ୧୩ ରାଜ୍ୟର ୧୨ କୋଟିରୁ ଅଧିକ ଭୋଟରଙ୍କ ଉପରେ ଭାଜପାର ଲକ୍ଷ୍ୟ…
ନୂଆଦିଲ୍ଲୀ, ୨୩।୬ : ରାଷ୍ଟ୍ରପତି ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଛି। ଏହା ପଛରେ ଦେଶର ୧୩ ଟି ରାଜ୍ୟର ୧୨ କୋଟିରୁ ଅଧିକ ଜନଜାତି ଭୋଟରଙ୍କୁ ହାତେଇବା ଉପରେ ଭାଜପାର ଲକ୍ଷ୍ୟ ରହିଛି। ୨୦୧୧ ଜନଗଣନା…
Archives


