Posted inଜାତୀୟ

ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ନିର୍ବାଚନ, ୧୯ରେ ଫଳାଫଳ

ନୂଆଦିଲ୍ଲୀ,୨୮।୮: କଂଗ୍ରେସ ସଭାପତି ନିର୍ବାଚନ ତାରିଖ ରବିବାର ଘୋଷଣା କରାଯାଇଛି। ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ୨୨ ସେପ୍ଟେମ୍ବରରେ ବିଜ୍ଞପ୍ତି ଜାରି କରାଯିବ। ନାମାଙ୍କନ ୨୪ ସେପ୍ଟେମ୍ବରରୁ ଆରମ୍ଭ ହେବ। ୧୭ ଅକ୍ଟୋବରରେ ଭୋଟ ଗ୍ରହଣ କରାଯିବ ଏବଂ ୧୯ ଅକ୍ଟୋବରରେ ଗଣନା ପରେ ଫଳାଫଳ ବାହାରିବ। କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି)ର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ବିଦେଶରୁ ଯୋଗ ଦେଇଥିଲେ। ଏମାନଙ୍କ ବ୍ୟତୀତ କଂଗ୍ରେସ କାର୍ଯ୍ୟାଳୟରେ ହରିଶ ରାୱତ, ସଲମାନ ଖୁର୍ସିଦ, ମୁକୁଲ ୱାସନିକ, ମଲ୍ଲିକାର୍ଜୁନ ଖାର୍‌ଗେ, କୁମାରୀ ଶୈଳଜା, ମଧୁସୂଦନ ମିସ୍ତ୍ରୀ, କେସି ଭେନୁଗୋପାଳ, ଜୟରାମ ରମେଶ, ଅଜୟ ମାକେନ, ଅଭିଷେକ ମନୁ ସିଂଘବିଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ। ନିକଟରେ ଦଳ ଉପରେ ଅସନ୍ତୋଷ ପ୍ରକାଶ କରିଥିବା ଆନନ୍ଦ ଶର୍ମା ମଧ୍ୟ ସିଡବ୍ଲ୍ୟୁସି ବୈଠକରେ ଯୋଗ ଦେଇଥିଲେ। ସିଡବ୍ଲ୍ୟୁସି ବୈଠକରେ ବହୁ ନେତା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ପୁନର୍ବାର ଦଳର ସଭାପତି ହେବାକୁ କହିଛନ୍ତି।
ସୂଚନାନୁସାରେ, ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଦଳ ୭ ସେପ୍ଟେମ୍ବରରୁ କନ୍ୟାକୁମାରୀରୁ ‘ଭାରତ ଯୋଡୋ’ ଯାତ୍ରା ଆରମ୍ଭ କରିବାକୁ ଯାଉଛି। ଏହି ୧୪୮ ଦିନିଆ ଯାତ୍ରା କଶ୍ମୀରରେ ଶେଷ ହେବ। ଏହି ପାଞ୍ଚ ମାସର ଯାତ୍ରା ୩୫୦୦ କିଲୋମିଟର ଦୂରତା ଏବଂ ୧୨ରୁ ଅଧିକ ରାଜ୍ୟ ଅତିକ୍ରମ କରିବାକୁ ଯାଉଛି। ଏଥିରେ ପଦଯାତ୍ରା, ରାଲି ଏବଂ ସାଧାରଣ ସଭା ରହିବ। ସୋନିଆ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ କଂଗ୍ରେସର ବରିଷ୍ଠ ନେତାମାନେ ମଧ୍ୟ ‘ଭାରତ ଯୋଡୋ’ ଯାତ୍ରାରେ ଅଂଶଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

‘ଦେଶ ପାଇଁ ଐତିହାସିକ ଦିନ’

ନୂଆଦିଲ୍ଲୀ,୧୭।୯: ବାୟୁସେନାର ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପହଞ୍ଚିଥିବା ୮ ଚିତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁନୋ ନ୍ୟାଶନାଲ ପାର୍କରେ ଛାଡିଛନ୍ତି। ୮ ଚିତା ଆସିବା...

ଅକବରୁଦ୍ଦିନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର, ସାନଭାଇଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ଅପିଲ୍‌ କଲେ ଓଓ୍ବେସୀ

ହାଇଦ୍ରାବାଦ,୧୧।୬: ଏଆଇଏମ୍‌ଆଇଏମ୍‌ର ମୁଖ୍ୟ ଅସବରୁଦ୍ଦିନ ଓଓ୍ବେସୀଙ୍କ ଭାଇ ଅକବରୁଦ୍ଦିନ ଓଓ୍ବେସୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ହଠାତ୍‌ ସ୍ବାସ୍ଥ୍ୟାବସ୍ଥା ଖରାପ୍‌ ହେବାରୁ ତାଙ୍କର ଲଣ୍ଡନ ସ୍ଥିତ ଏକ...

ଯୌନ ଶୋଷଣ ଅଭିଯୋଗକୁ ଖଣ୍ଡନ କଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୨୦।୪: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନାଁରେ ଜଣେ ମହିଳା ଆଣିଥିବା ଯୌନ ଉତ୍ପୀଡନ ମାମଲକୁ ସେ ନିଜେ ଖାରଜ କରି ଦେଇଛନ୍ତି। ୩ଜଣ...

‘ପ୍ରଭୁ ଶ୍ରୀରାମ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ’

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୭୧ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଦେଶ ତଥା ବିଶ୍ୱରୁ ଅଭିନନ୍ଦନର ସୁଅ ଛୁଟୁଛି।...

୭୩ତମ ସ୍ବାଧୀନତା ଦିବସ ପାଇଁ କଡ଼ା ସୁରକ୍ଷା :ଲାଲକିଲ୍ଲାରୁ ଲାଲଚୌକ ଅଭେଦ୍ୟ

ନୂଆଦିଲ୍ଲୀ,୧୪ା୮: ଦିଲ୍ଲୀର ଲାଲକିଲ୍ଲା ପ୍ରାଚୀରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିରଙ୍ଗା ଉତ୍ତୋଳନ କରି ଦେଶବାସୀଙ୍କୁ ଉଦ୍‌ବୋଧନ ଦେଉଥିବାବେଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ଶ୍ରୀନଗର କେନ୍ଦ୍ରସ୍ଥଳ ଲାଲଚୌକରେ...

ହିନ୍ଦୁ ପରାମ୍ପରାରେ ବିବାହ ବନ୍ଧନରେ ବାନ୍ଧି ହେଲେ ଅଷ୍ଟ୍ରେଲିଆ ଦମ୍ପତିି

ଡେରାଡୁନ,୨।୧୦: ବଦ୍ରିନାଥ ଧାମରେ ବୈଦିକ ମନ୍ତ୍ରୋଚ୍ଚାରଣ ସହ ଜଣେ ଅଷ୍ଟ୍ରେଲିଆ ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଅଷ୍ଟ୍ରେଲିଆର ପର୍ଥ ନିବାସୀ ପାଉଲୋ ଓ କାୟରା...

ଶକ୍ତି ପରୀକ୍ଷାରେ ୟେଦୁରପ୍ପା ପାସ୍‌: ଗୃହରେ ଭଏସ୍‌ ଭୋଟ୍‌; ବିରୋଧୀ ଦାବୀ କଲେ ନି ଭୋଟିଂ

ବେଙ୍ଗାଲୁର୍‌,୨୯।୭: କର୍ନାଟକ କ୍ଷମତା ଦଖଲ ଡ୍ରାମା ଶେଷ ହୋଇଛି। ସୋମବାର ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ବିଧାନସଭାରେ ଆସ୍ଥା ଭୋଟ୍‌ରେ ବିଜୟୀ ହୋଇଛନ୍ତି। ବାଚସ୍ପତି କେ. ଆର୍‌....

ପଳାତକ ସଞ୍ଜୟ ଭଣ୍ଡାରୀଙ୍କୁ ଭାରତ ଆଣିବାକୁ ଫିଟିଲା ବାଟ: ବ୍ରିଟେନ ଦେଲା ଅନୁମତି

ଲଣ୍ଡନ/ନୂଆଦିଲ୍ଲୀ,୭।୧୧: ଅସ୍ତ୍ରଶସ୍ତ୍ର ଡିଲର ତଥା ପଳାତକ ସଞ୍ଜୟ ଭଣ୍ଡାରୀଙ୍କ ପ୍ରତ୍ୟର୍ପଣ କ୍ଷେତ୍ରରେ ଭାରତକୁ ଏକ ସଫଳତା ମିଳିଛି। ବ୍ରିଟେନର ଓ୍ବେଷ୍ଟମିନ୍‌ଷ୍ଟର କୋର୍ଟ ସଞ୍ଜୟଙ୍କ ଭାରତ ପ୍ରତ୍ୟର୍ପଣ...

Advertisement
Archives

Model This Week