ଦୁବାଇର ସବୁଠାରୁ ଦାମୀ ଘର କିଣିଲେ ମୁକେଶ ଅମ୍ବାନୀଙ୍କ ସାନ ପୁଅ

ନୂଆଦିଲ୍ଳୀ,୨୮।୮: ଦୁବାଇର ସବୁଠାରୁ ଦାମୀ ଘର କିଣିଛନ୍ତି ରିଲାଏନ୍ସ ଗ୍ରୁପ୍‌ର ମାଲିକ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ। ସମୁଦ୍ରକୂଳରେ ଏହି ଘର ରହିଥିବାବେଳେ ଏହାକୁ ୮୦ ମିଲିୟନ୍‌ ଡଲାର ବିନିମୟରେ କିଣାଯାଇଛି। ଦୁବାଇର ପାଲ୍ମ ଜୁମେରାହରେ ଏହି ପ୍ରପର୍ଟି ରହିଥିବାବେଳେ ଚଳିତ ବର୍ଷ ମୁକେଶଙ୍କ ସାନ ପୁଅ ଏହି ସମ୍ପତ୍ତି କିଣିଛନ୍ତି। ସୂଚନାଯୋଗ୍ୟ ଅମ୍ବାନୀ ପରିବାର ଏହି ଡିଲ୍‌କୁ ଗୋପନୀୟ ରଖିବାକୁ ଚାହୁଁଥିଲେ। ବିଶ୍ୱର ପ୍ରତ୍ୟେକ ଧନିକ ଲୋକଙ୍କ ପ୍ରିୟ ବ୍ୟବସାୟିକ ସ୍ଥଳୀ ହେଉଛି ଦୁବାଇ। ବାହାର ଦେଶର ଲୋକଙ୍କ ପାଇଁ ଦୁବାଇ ସରକାର ବିଶେଷ କଟକଣା ଲାଗୁ କରି ନ ଥିବା ହେତୁ ସେଠାରେ ସମ୍ପତ୍ତି କ୍ରୟ କରିବାରେ ସେତେ ଅସୁବିଧା ହୋଇ ନ ଥାଏ। ବ୍ରିଟିଶ ଫୁଟବଲ ଖେଳାଳି ଡେଭିଡ୍‌ ବେକ୍‌ହାମ ସ୍ତ୍ରୀ ଭିକ୍ଟୋରିଆ ଏବଂ ବଲିଉଡ୍‌ ମେଗାଷ୍ଟାର ଶାହରୁଖ ଖାନ୍‌ ମଧ୍ୟ ଦୁବାଇରେ ସମ୍ପତ୍ତି କିଣିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖାକି ପୋଷାକରେ ରିଭଲଭର ଲଗାଇବା ମହିଳା କନଷ୍ଟେବଳଙ୍କୁ ପଡ଼ିଲା ମହଙ୍ଗା

ଉତ୍ତରପ୍ରଦେଶର ଆଗ୍ରାରେ ଖାକି ପୋଷାକ ପିନ୍ଧି ମହିଳା କନଷ୍ଟେବଳ ଛାତିରେ ରିଭଲଭର ଲଗାଇ ଅଭିନୟ କରିବା ତାଙ୍କୁ ମହଙ୍ଗା ପଡ଼ିଛି। ଏହି ପୋଜ୍‌ରେ ସେ ଏକ...

୨୦୦ ମାଓବାଦୀ କରୋନାରେ ଆକ୍ରାନ୍ତ: ୧୦ ଜଣଙ୍କର ଘଟିଲାଣି ମୃତ୍ୟୁ…

ବସ୍ତର,୧୧।୫: ଜଙ୍ଗଲରେ ବିନା ସ୍ବାସ୍ଥ୍ୟ ସୁରକ୍ଷାରେ ଥିବା ମାଓବାଦୀଙ୍କ ମଧ୍ୟରୁ ପ୍ରାୟ ୨୦୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବସ୍ତର ଜିଲାର ଏସ୍‌ପି ଅଭିଷେକ ପଲ୍ଲବ...

ଦିଲ୍ଲୀ ସମ୍ମୁଖରେ ମୁଣ୍ଡ ନୁଆଁଇବୁନି, ପାଓ୍ବାରଙ୍କ ଆହ୍ବାନ…

ନୂଆଦିଲ୍ଲୀ, ୧୧।୯ : ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକଜୁଟ କରିବାକୁ ଉଦ୍ୟମ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଲୋକଙ୍କୁ କେନ୍ଦ୍ର ସରକାର ବିରୋଧରେ...

ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର ହେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୮ ।୧୨: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତଙ୍କୁ ଦିଲ୍ଲୀ ସ୍ଥିତି ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍‌(ଏମ୍ସ)କୁ ସ୍ଥାନାନ୍ତର କରାଯାଇଛି । ତାଙ୍କୁ...

ତେଜସ୍‌ର ବଢ଼ିବ ଶକ୍ତି, ସାମିଲ ହେବ ହାମର କ୍ଷେପଣାସ୍ତ୍ର…

ନୂଆଦିଲ୍ଲୀ,୧୬।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣକୁ ଦୃଷ୍ଟିରେ ରଖି ଦେଶର ପ୍ରତିରକ୍ଷା କ୍ଷମତାକୁ ବୃଦ୍ଧି କରିବା ଲାଗି ବାୟୁସେନାରେ ଫ୍ରାନ୍ସ ନିର୍ମିତ ହାମର...

ପଶ୍ଚିମବଙ୍ଗରେ ଖୋଲିବ ‘ପାରା ଶିକ୍ଷାଳୟ’

କୋଲକାତା,୪ ।୨: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରେ ଏବେ ମୁକ୍ତାକାଶ ବିଦ୍ୟାଳୟ କାର୍ଯ୍ୟକ୍ରମ ପାରା ଶିକ୍ଷାଳୟ(ନେବରହୁଡ ସ୍କୁଲ) ଖୋଲିବାକୁ ସ୍ଥିର କରାଯାଇଛି । ପ୍ରାଇମେରୀ...

ତେଲଗୁ ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କ ପରଲୋକ

ହାଇଦ୍ରାବାଦ,୨୭।୬: ତେଲଗୁ ଚଳଚ୍ଚିତ୍ର ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କର ବୁଧବାର ମଧ୍ୟରାତ୍ରରେ ହାଇଦ୍ରାବାଦର ଗାଚିବାଓଲିଠାରେ ଥିବା କଣ୍ଟିନେଣ୍ଟାଲ ହସ୍ପିଟାଲରେ ମୃତ୍ୟୁ ହୋଇଛି। ୭୩ ବର୍ଷ ବୟସରେ ତାଙ୍କର...

୨୦୧୯-୨୦ ଆର୍ଥିକ ବଜେଟ ମୁଖ୍ୟାଂଶ: ଦୁଇଗୁଣା ହେବ ଚାଷୀଙ୍କ ଆୟ

ନୂଆଦିଲ୍ଲୀ ୫।୭: ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ଶୁକ୍ରବାର ସଂସଦରେ ସାଧାରଣ ବଜେଟ ଉପସ୍ଥାପନ ହୋଇଛି। ପୂର୍ବାହ୍ନ ୧୧ଟା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ...

Advertisement
Archives

Model This Week