Posted inଜାତୀୟ

ଝାଡ଼ଖଣ୍ଡରେ ସ୍ୱାଇନ ଫ୍ଲୁ, ତିନି ଜିଲାରେ ୪ ଜଣଙ୍କ ରିପୋର୍ଟ ପଜିଟିଭ

ରାଞ୍ଚି,୨୮ ।୮: ଝାଡ଼ଖଣ୍ଡରେ ସ୍ୱାଇନ ଫ୍ଲୁ ଏଣ୍ଟ୍ରି କରିଛି । କୁହାଯାଉଛି କି ରାଜ୍ୟରେ ୪ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ବୋକାରୋ, ରାଞ୍ଚି ଓ ଗିରିହିଡ ଜିଲାରେ ସ୍ୱାଇନ ଫ୍ଲୁ ମାମଲା ସାମ୍ନାକୁ ଆସିଛି । ହାଇ ଆଲର୍ଟରେ ରହିଛି ସ୍ୱାସ୍ଥ୍ର‌୍ୟ ବିଭାଗ । ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରାଯାଇଛି । ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ(ଏନଏଚ୍‌ଏମ)ର ଏମଡି ଡା. ଭୁବନେଶ ପ୍ରତାପ ସିଂହ କହିଛନ୍ତି ସ୍ଥିତି ନିୟନ୍ତ୍ରଣରେ ରହିଛି । ସମସ୍ତ ଜରୁରୀ ବ୍ୟବସ୍ଥା କରାଯାଇଛି ।
ସୂଚନାଯୋଗ୍ୟ, ସଂକ୍ରମିତଙ୍କ ମଧ୍ୟରେ ୨ ମହିଳା ଓ ଜଣେ ପୁରୁଷ ରହିଛନ୍ତି । ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସଂକ୍ରମିତ ମହିଳା ହେଲେ ଦିପଟୋଲି ଓ ପଶ୍ଚିମବଙ୍ଗ ପୁରୁଲିଆ ଜିଲା ବାସିନ୍ଦା । ତୃତୀୟ ସଂକ୍ରମିତ ବୟସ୍କ ବ୍ୟକ୍ତି ଜଣଙ୍କ ଧନବାଦର ବାସିନ୍ଦା ବୋଲି ଜଣାପଡିଛି । ଚତୁର୍ଥ ସଂକ୍ରମିତଙ୍କ ସମ୍ପର୍କରେ କୌଣସି ସୂଚନା ଜଣାପଡି ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ କମିଶନଙ୍କ ବହୁ ପୂର୍ବରୁ ଦିଲ୍ଲୀ ଭୋଟିଂ ତାରିଖ ମନୋଜ ତିଓ୍ବାରୀଙ୍କୁ ଥିଲା ଜଣା: ଏଏପି

ନୂଆଦିଲ୍ଲୀ,୭।୧: ଦିଲ୍ଲୀ ନିର୍ବାଚନ ତାରିଖ ଘୋଷଣା ହୋଇଛି। ତେବେ ଏହାକୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ନିର୍ବାଚନ କମିଶନଙ୍କ ବହୁ ପୂର୍ବରୁ ଭୋଟିଂ ତାରିଖ...

ରାଜନୀତି ଛାଡ଼ିଲେ ଶଶିକଳା

ଚେନ୍ନାଇ,୩।୩ : ତାମିଲନାଡୁ ସରକାରରେ ଥିବା ଏଆଇଏଡିଏମ୍‌କେ ମୁଖ୍ୟ ପଦରୁ ବିଦା ହୋଇଥିବା ଭି.କେ. ଶଶିକଳା ବୁଧବାର ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି। ବିଧାନସଭା ନିର୍ବାଚନର କିଛି...

ସୁନା ଚୋରା ଚାଲାଣ ପାଇଁ ଏମିତି ବୁଦ୍ଧି

କାନ୍ନୁର,୩୧।୮- କେରଳର କାନ୍ନୁର ବିମାନ ବନ୍ଦରରୁ ୩୦୨ ଗ୍ରାମର ସୁନା ଜବତ ହୋଇଛି। ଏୟାର ଇଣ୍ଟେଲିଜେନ୍ସ ବିଭାଗ ଓ କଷ୍ଟମ୍ସ ବିଭାଗର ଅଧିକାରୀମାନେ ବିମାନ ବନ୍ଦରରେ...

ରାଗିଛନ୍ତି ସିଦ୍ଧୁଙ୍କ ସ୍ତ୍ରୀ, କହିଲେ ମନର କଥା

ଚଣ୍ଡିଗଡ,୮।୨: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି। ପ୍ରାର୍ଥୀ ଦୌଡରେ ସର୍ବାଗ୍ରେ ଥିବା ନବଜୋତ ସିଂ ସିଦ୍ଧୁଙ୍କୁ ପଛରେ ପକାଇ...

ଯୋଗୀଙ୍କୁ ଭେଟିଲେ କମଲେଶଙ୍କ ପରିବାର

ଲକ୍ଷ୍ନୌ,୨୦।୧୦: ହିନ୍ଦୁ ସମାଜ ପାର୍ଟିର ନେତା କମଲେଶ ତିଓ୍ବାରୀଙ୍କ ମା’ ସ୍ତ୍ରୀ ଓ ଭାଇ ରବିବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ଭେଟିଛନ୍ତି।...

ନୂଆ ଶିକ୍ଷାନୀତି: ୫+୩+୩+୪

ନୂଆଦିଲ୍ଲୀ,୩୦।୭:ଏନ୍‌ଇପିରେ ରହିଥିବା ପ୍ରସ୍ତାବ ଅନୁଯାୟୀ ୧୦+୨ଶିକ୍ଷା ପାଟର୍ନ (ଢାଞ୍ଚା)ରେ ପରିବର୍ତ୍ତନ କରାଯିବ। ଅର୍ଥାତ୍‌ ୧୨ ବର୍ଷର ସ୍କୁଲ୍‌ ଶିକ୍ଷା ଓ ୩ ବର୍ଷର ଅଙ୍ଗନଓ୍ବାଡି ବା...

ପୁଣି ବିପଦ, ବ୍ୟାପିଲା ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌, ସ୍ବତନ୍ତ୍ର ନିର୍ଦ୍ଦେଶ ଜାରି କଲେ ମୁଖ୍ୟମନ୍ତ୍ରୀ…

ଲକ୍ଷ୍ନୌ,୨୬।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଡେଲ୍ଟା ଭାରିଆଣ୍ଟ୍‌ ପରେ ଏବେ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଯୋଗୁ ପୁଣି ବିପଦ...

ଦରବୃଦ୍ଧି, ବେରୋଜଗାରକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୪।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ଦରବୃଦ୍ଧିକୁ ନେଇ ବାରମ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କୁ ଟାର୍ଗେଟ କରୁଛି କଂଗ୍ରେସ। ଏପଟେ ଖାଦ୍ୟ ପଦାର୍ଥ ଓ...

Advertisement
Archives

Model This Week