ଜାତୀୟ

ନୌସେରାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୨ଆତଙ୍କବାଦୀ ନିହତ

ଶ୍ରୀନଗର,୨୩।୮: ଜମ୍ମୁ-କଶ୍ମୀରର ରାଜୌରୀରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ମଙ୍ଗଳବାର ନୌସେରା ସେକ୍ଟରର ଏଲ୍‌ଓସି ନିକଟରେ କେତେକ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ। ସେମାନଙ୍କ ଉଦ୍ୟମକୁ ସୁରକ୍ଷାକର୍ମୀ ବିଫଳ କରିଛନ୍ତି। ଏଥିସହ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ଜଣ ଆତଙ୍କବବାଦୀଙ୍କ ମୃତ୍ୟୁ ହୋଇଥିବା…

ମନ୍ଦିରରେ ମୁସଲମାନ ମନ୍ତ୍ରୀଙ୍କ ପ୍ରବେଶକୁ ନେଇ ଉଠିଲା ବିବାଦ

ପାଟନା,୨୩।୮: ବିହାରରେ ମହାମେଣ୍ଟ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ଗୟାସ୍ଥିତ ବିଷ୍ଣୁପଦ ମନ୍ଦିରରେ ପହଞ୍ଚିଥିଲେ। ଏହି ସମୟରେ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ମହମ୍ମଦ ଇସ୍ରାଏଲ ମନସୁରୀଙ୍କ ସମେତ ଅନ୍ୟ ନେତାମାନେ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ।…

ଭାଜପା ନେତ୍ରୀଙ୍କ ପରଲୋକ

ପାଣାଜୀ,୨୩।୮: ଟିକଟକ ଷ୍ଟାର ତଥା ଭାଜପା ନେତ୍ରୀ ସୋନାଲି ଫୋଗଟଙ୍କ ହୃଦଘାତରେ ପରଲୋକ ଘଟିଛି। ଭାରତୀୟ ଜନତା ପାର୍ଟି ୨୦୧୯ରେ ତାଙ୍କୁ ହରିୟାଣାର ହିସାର ଜିଲାର ଆଦମପୁର ବିଧାନସଭା ଆସନରୁ ଟିକେଟ ଦେଇଥିଲା। ସେ ଏହି ନିର୍ବାଚନରେ ହାରିଯାଇଥିଲେ। ସେ ମଧ୍ୟ…

ଭାଜପା ବିଧାୟକ ଗିରଫ

ହାଇଦ୍ରାବାଦ,୨୩।୮: ତେଲେଙ୍ଗାନାର ଭାଜପା ବିଧାୟକ ଟି ରାଜା ସିଂ ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଗିରଫ ହୋଇଛନ୍ତି। ନିକଟରେ ଟି ରାଜା ସିଂ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ କରିଥିଲେ। ଏହି ଭିଡିଓରେ ସେ ମହମ୍ମଦ ମହମ୍ମଦଙ୍କ…

ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଭାଜପା ବିଧାୟକ

ହାଇଦ୍ରାବାଦ୍‌,୨୩।୮: ନିଲମ୍ବିତ ଭାଜପା ମୁଖପାତ୍ର ନୁପୁର ଶର୍ମା ମାମଲା ଏପର୍ଯ୍ୟନ୍ତ ଥମି ନ ଥିବାବେଳେ ତେଲେଙ୍ଗାନାରେ ଭାଜପା ବିଧାୟକ ଟି ରାଜା ସିଂ ଫ୍ରଫେଟ୍‌ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଅଭିଯୋଗ ହୋଇଛି ଯେ, ବିଧାୟକ ମହମ୍ମଦଙ୍କ ବିଷୟରେ ଅପମାନଜନକ…

ଦେଶରେ କମୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୨୩।୮: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯,୬୮୦ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୨୯ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ…

ବିଳମ୍ବିତ ରାତିରେ ୧୫ ଆଇପିଏସଙ୍କ ବଦଳି

ଲକ୍ଷ୍ନୌ,୨୩ ।୮: ଉତ୍ତର ପ୍ରଦେଶରେ ସୋମବାର ବିଳମ୍ବିତ ରାତିରେ ୧୫ ଆଇପିଏସଙ୍କ ବଦଳି କରାଯାଇଛି । ସରକାରଙ୍କ ଦ୍ୱାରା ବିଳମ୍ବିତ ରାତିରେ ଏହି ନୋଟିସ ଜାରି କରାଯାଇଛି । ଡେପୁଟେଶନରୁ ଫେରିଥିବା ଡିଆଇଜି ଅବଦୁଲ ହମିଦଙ୍କୁ ଆଣ୍ଟି ନାର୍କୋଟିକ୍ସ ଫୋର୍ସର ଡିଆଇଜି…

ଭାରତରେ ନୂଆ ପ୍ରଜାତିର ବାଦୁଡି ସନ୍ଧାନ

ନୂଆଦିଲ୍ଲୀ,୨୩।୮: ଅନ୍ତର୍ଜାତୀୟ ଅନୁସନ୍ଧାନକାରୀଙ୍କ ଏକ ଦଳ ଭାରତ ଏବଂ ଶ୍ରୀଲଙ୍କାରେ ଏକ ନୂତନ ପ୍ରଜାତିର ବାଦୁଡି ସନ୍ଧାନ କରିଛନ୍ତି, ଯାହାର ଲମ୍ବା ଆଙ୍ଗୁଠି ଅଛି। ଅନୁସନ୍ଧାନକାରୀମାନେ ଏହି ନୂତନ ପ୍ରଜାତିର ବାଦୁଡି ‘ମିନିଓପେଟରସ ଫିଲିପସି’ ନାମ ଦେଇଛନ୍ତି। ସାଧାରଣତଃ ଏହି ବାଦୁଡିଗୁଡିକ…

ଥରିଲା ଜମ୍ମୁ-କଶ୍ମୀର

ଶ୍ରୀନଗର,୨୩।୮: ଜମ୍ମୁ-କଶ୍ମୀରର କାଟ୍ରାଠାରେ ସୋମବାର ବିଳମ୍ବିତ ରାତିରେ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୯ ଥିଲା। ରାତି ପ୍ରାୟ ୨.୨୦ ସମୟରେ କାଟ୍ରା ଏବଂ ଏହାର ଆଖପାଖ ଅଞ୍ଚଳରେ…

ବିପଦରେ ଜମ୍ମୁ-କଶ୍ମୀରର ପରିଚୟ: ଫାରୁକ୍‌

ଶ୍ରୀନଗର,୨୩।୮: ଜମ୍ମୁ-କଶ୍ମୀର ଭୋଟର ତାଲିକାରେ ବାହାର ଲୋକଙ୍କୁ ସାମିଲ କରିବା ନିଷ୍ପତ୍ତି ଗ୍ରହଣୀୟ ନୁହେଁ। ଏହାକୁ ସବୁ ପ୍ରକାରେ ବିରୋଧ କରାଯିବା ସହ କୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଅଧ୍ୟକ୍ଷ ଫାରୁକ୍‌ ଅବଦୁଲ୍ଲା ସୋମବାର କହିଛନ୍ତି। ୯ଟି…

ମହାପଞ୍ଚାୟତ ଲାଗି ଦିଲ୍ଲୀରେ ହଜାର ହଜାର ଚାଷୀ

ନୂଆଦିଲ୍ଲୀ,୨୩।୮: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ଆଇନ ଆଣିବା, କୃଷି ଋଣ ଛାଡ଼ ଓ ଅନ୍ୟାନ୍ୟ ପ୍ରସଙ୍ଗ ନେଇ କୃଷକ ସଂଗଠନ ପକ୍ଷରୁ ନୂଆଦିଲ୍ଲୀରେ ମହାପଞ୍ଚାୟତର ଡାକରା ଦିଆଯାଇଥିଲା। ଏଥିରେ ଯୋଗଦେବା ଲାଗି ବିଭିନ୍ନ ରାଜ୍ୟରୁ ହଜାର ହଜାର…

ଅଟକିଯାଇଛି ୟୁକ୍ରେନୀୟଙ୍କ ସମୟ

କିଭ୍‌, ୨୩ା୮: ୟୁକ୍ରେନ୍‌ରେ ରୁଷିଆ ଆକ୍ରମଣକୁ ୧୮୦ ଦିନ ବିତିଗଲାଣି। ହେଲେ ୟୁକ୍ରେନୀୟଙ୍କ ପାଇଁ ଏହି ୬ ମାସ ଯେପରି କେଉଁଠି ଅଟକିଯାଇଛି। ମାତ୍ର ୫ ମାସର ଶିଶୁକୁ ଧରି ପଡ଼ୋଶୀ ପୋଲାଣ୍ଡକୁ ଗତ ମାର୍ଚ୍ଚରେ ପଳାୟନ କରିଥିବା ୟୁକ୍ରେନୀୟ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?