Posted inଜାତୀୟ

ଭୁଶୁଡିଲା ଟୁଇନ ଟାଓ୍ବାର: ସୁପରଟେକ୍‌କୁ ୫୦୦ କୋଟି ଟଙ୍କା କ୍ଷତି

ନୂଆଦିଲ୍ଲୀ,୨୮।୮: ଦିଲ୍ଲୀ ଉପକଣ୍ଠ ନୋଏଡ଼ା ସେକ୍ଟର ୯୩-ଏ ସ୍ଥିତ ପ୍ରାୟ ୧୦୦ ମିଟର ଉଚ୍ଚତାବିଶିଷ୍ଟ ସୁପରଟେକ୍‌ ଟୁଇନ ଟାଓ୍ବାର ରବିବାର ମାତ୍ର ୯ ସେକେଣ୍ଡରେ ଧ୍ୱଂସାବଶେଷରେ ପରିଣତ ହୋଇଛି। ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ୩୨ ମହଲାର ଆପେକ୍ସ ଟାଓ୍ବାର ଏବଂ ୨୯ ମହଲା ବିଶିଷ୍ଟ ସିୟାନେ ଟାଓ୍ବାରକୁ ବିସ୍ଫୋରକ ମାଧ୍ୟମରେ ଧ୍ୱଂସ କରାଯାଇଛି। ଏଥିପାଇଁ ୩,୭୦୦ କେ.ଜି. ଏକ୍ସପ୍ଲୋସିଭ୍‌ ବ୍ୟବହାର ହୋଇଥିଲା। କୁତବମିନାରଠାରୁ ବଡ଼ ବେଆଇନ ଭାବେ ନିର୍ମିତ ଏତେ ବଡ଼ ଅଟ୍ଟାଳିକା ଭଙ୍ଗାଯିବା ଦେଶର ପ୍ରଥମ ଘଟଣା। ଏଥିପାଇଁ ସ୍ବତନ୍ତ୍ର ଭାବେ ଇମ୍ପ୍ଲୋଜନ୍‌ ଟେକ୍‌ନିକ୍‌ ବ୍ୟବହାର ହୋଇଥିଲା।
ଖାୟ ଦଶନ୍ଧି ଧରି ଚାଲିଥିବା ଆଇନଗତ ଲଢ଼େଇରେ ସୁପ୍ରିମକୋର୍ଟ ସୁପରଟେକ୍‌ ଟାଓ୍ବାରକୁ ଭାଙ୍ଗିବା ପାଇଁ ୨୦୨୧ ଅଗଷ୍ଟ ୩୧ରେ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ବିରାଟକାୟ ଅଟ୍ଟାଳିକାକୁ ଭାଙ୍ଗିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ନୋଏଡ଼ା ଏବଂ ଗ୍ରେଟର ନୋଏଡ଼ାକୁ ସଂଯୋଗ କରୁଥିବା ଏକ୍ସପ୍ରେସ୍‌ ଓ୍ବେ ନିକଟରେ ନିର୍ମିତ ଏହି ଟୁଇନ୍‌ ଟାଓ୍ବାରକୁ ଧ୍ୱଂସ କରିବା ନିମନ୍ତେ ମୁମ୍ବାଇର ଏଡିଫିସ୍‌ ଇଞ୍ଜିନିୟରିଂ ଏବଂ ଦକ୍ଷିଣ ଆଫ୍ରିକାର ଜେଟ୍‌ ଡିମୋଲିଶନ କମ୍ପାନୀ ବିଶେଷଜ୍ଞଙ୍କୁ ନେଇ ଏକ ଟିମ୍‌ ଗଠନ ହୋଇଥିଲା। ବୈଷୟିକ ତ୍ରୁଟି ଯୋଗୁ କିଛି ମାସ ଟାଓ୍ବାର ଭାଙ୍ଗିବା କାର୍ଯ୍ୟ ଘୁଞ୍ଚିବା ପରେ ଅଗଷ୍ଟ ୨୮ ତାରିଖକୁ ଧାର୍ଯ୍ୟ କରାଯାଇଥିଲା। ବିଲ୍ଡିଂ ପିଲାରରେ ପ୍ରାୟ ୭ ହଜାର କଣା କରାଯାଇ ସେଥିରେ ବିସ୍ଫୋରକ ଭର୍ତ୍ତି କରାଯାଇଥିଲା। ଏଥିରେ ପ୍ରାୟ ୨୦ ହଜାର ସର୍କିଟ କରାଯାଇଥିଲା। ବିସ୍ଫୋରଣ ପାଇଁ ବ୍ୟବହାର ହୋଇଥିବା ଏକ୍ସପ୍ଲୋସିଭ୍‌ ୩ ଅଗ୍ନି ମିଶାଇଲ, ୧୨ ବ୍ରହ୍ମୋସ୍‌ କିମ୍ବା ୪ ପୃଥ୍ବୀ ମିଶାଇଲ ପରି ଶକ୍ତିଶାଳୀ। ଆଖପାଖ ବିଲ୍ଡିଂ ଏବଂ ଅଞ୍ଚଳକୁ ଯେପରି ବିଲ୍ଡିଂ ଭଗ୍ନାବଶେଷରୁ ବାହାରିବାକୁ ଥିବା ଧୂଳି, ଧୂଆଁ ନ ଯାଏ ସେଥିପାଇଁ ୩ ସ୍ତରୀୟ ପରଦା ବ୍ୟବସ୍ଥା କରାଯାଇଥିଲା। ଅଟ୍ଟାଳିକା ଚାରିପାଖରେ ଟ୍ରେଞ୍ଚ ଖୋଳାଯାଇଥିଲା। ପାଖ ବିଲ୍ଡିଂ ଏବଂ ସୋସାଇଟିରୁ ପ୍ରାୟ ୫ ହଜାର ଲୋକଙ୍କୁ ସେମାନଙ୍କ ଘର ଖାଲି କରିବାକୁ କୁହାଯାଇଥିଲା। ୩ ହଜାରରୁ ଊର୍ଦ୍ଧ୍ୱ ଯାନବାହନ ଏବଂ ୧୫୦ ପୋଷା ପ୍ରାଣୀଙ୍କୁ କିଛି ଘଣ୍ଟା ପାଇଁ ସେହି ସ୍ଥାନରୁ ଦୂରକୁ ନିଆଯାଇଥିଲା। ଓ୍ବାଟରଫଲ୍‌ ଇମ୍ପ୍ଲୋଜନ୍‌ କୌଶଳରେ ବିସ୍ଫୋରଣ ପରେ ଏହି ଦୁଇ ଟାଓ୍ବାରରୁ ପ୍ରାୟ ୮୦ ହଜାର ଟନ୍‌ ଭଗ୍ନାବଶେଷ ବାହାରିଛି। ତାହାକୁ ସେଠାରୁ ସଫା କରିବା ପାଇଁ ୩ ମାସ ସମୟ ଲାଗିବ। ଯୋଜନା ଅନୁସାରେ ସୁରକ୍ଷିତ ଭାବେ ବିଲ୍ଡିଂ ଭଙ୍ଗା କାମ ଶେଷ ହୋଇଥିବା ନୋଏଡ଼ା ପୋଲିସ କମିଶନର ଆଲୋକ କୁମାର କହିଛନ୍ତି।
ଏହି ଟୁଇନ ଟାଓ୍ବାର ଭଙ୍ଗାଯିବା ଯୋଗୁ ୫୦୦ କୋଟି ଟଙ୍କା କ୍ଷତି ହୋଇଥିବା କମ୍ପାନୀ କହିଛି। ସୁପରଟେକ୍‌ ଲିମିଟେଡ୍‌ର ସୂଚନା ଅନୁସାରେ, ଟୁଇନ୍‌ ଟାଓ୍ବାର ପ୍ରୋଜେକ୍ଟ ପାଇଁ ଜମି କିଣିବା ନିମନ୍ତେ କମ୍ପାନୀ ୨୫ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ଲେଆଉଟ୍‌ ସ୍ବୀକୃତି ନିମନ୍ତେ ନୋଏଡା କର୍ତ୍ତୃପକ୍ଷଙ୍କ ଅନୁମତି ପାଇଁ ଆଉ ୨୫ କୋଟି ଲାଗିଥିଲା। ଷ୍ଟିଲ, ସିମେଣ୍ଟ, ବାଲି, ମଜୁରି, ବ୍ୟାଙ୍କ ଋଣ, ସୁଧ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ପ୍ରାୟ ୪୫୦ କୋଟି ନିବେଶ ହୋଇଥିଲା ବୋଲି କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri