Posted inଜାତୀୟ

ଭୁଶୁଡିଲା ଟୁଇନ ଟାଓ୍ବାର: ସୁପରଟେକ୍‌କୁ ୫୦୦ କୋଟି ଟଙ୍କା କ୍ଷତି

ନୂଆଦିଲ୍ଲୀ,୨୮।୮: ଦିଲ୍ଲୀ ଉପକଣ୍ଠ ନୋଏଡ଼ା ସେକ୍ଟର ୯୩-ଏ ସ୍ଥିତ ପ୍ରାୟ ୧୦୦ ମିଟର ଉଚ୍ଚତାବିଶିଷ୍ଟ ସୁପରଟେକ୍‌ ଟୁଇନ ଟାଓ୍ବାର ରବିବାର ମାତ୍ର ୯ ସେକେଣ୍ଡରେ ଧ୍ୱଂସାବଶେଷରେ ପରିଣତ ହୋଇଛି। ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ୩୨ ମହଲାର ଆପେକ୍ସ ଟାଓ୍ବାର ଏବଂ ୨୯ ମହଲା ବିଶିଷ୍ଟ ସିୟାନେ ଟାଓ୍ବାରକୁ ବିସ୍ଫୋରକ ମାଧ୍ୟମରେ ଧ୍ୱଂସ କରାଯାଇଛି। ଏଥିପାଇଁ ୩,୭୦୦ କେ.ଜି. ଏକ୍ସପ୍ଲୋସିଭ୍‌ ବ୍ୟବହାର ହୋଇଥିଲା। କୁତବମିନାରଠାରୁ ବଡ଼ ବେଆଇନ ଭାବେ ନିର୍ମିତ ଏତେ ବଡ଼ ଅଟ୍ଟାଳିକା ଭଙ୍ଗାଯିବା ଦେଶର ପ୍ରଥମ ଘଟଣା। ଏଥିପାଇଁ ସ୍ବତନ୍ତ୍ର ଭାବେ ଇମ୍ପ୍ଲୋଜନ୍‌ ଟେକ୍‌ନିକ୍‌ ବ୍ୟବହାର ହୋଇଥିଲା।
ଖାୟ ଦଶନ୍ଧି ଧରି ଚାଲିଥିବା ଆଇନଗତ ଲଢ଼େଇରେ ସୁପ୍ରିମକୋର୍ଟ ସୁପରଟେକ୍‌ ଟାଓ୍ବାରକୁ ଭାଙ୍ଗିବା ପାଇଁ ୨୦୨୧ ଅଗଷ୍ଟ ୩୧ରେ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ବିରାଟକାୟ ଅଟ୍ଟାଳିକାକୁ ଭାଙ୍ଗିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ନୋଏଡ଼ା ଏବଂ ଗ୍ରେଟର ନୋଏଡ଼ାକୁ ସଂଯୋଗ କରୁଥିବା ଏକ୍ସପ୍ରେସ୍‌ ଓ୍ବେ ନିକଟରେ ନିର୍ମିତ ଏହି ଟୁଇନ୍‌ ଟାଓ୍ବାରକୁ ଧ୍ୱଂସ କରିବା ନିମନ୍ତେ ମୁମ୍ବାଇର ଏଡିଫିସ୍‌ ଇଞ୍ଜିନିୟରିଂ ଏବଂ ଦକ୍ଷିଣ ଆଫ୍ରିକାର ଜେଟ୍‌ ଡିମୋଲିଶନ କମ୍ପାନୀ ବିଶେଷଜ୍ଞଙ୍କୁ ନେଇ ଏକ ଟିମ୍‌ ଗଠନ ହୋଇଥିଲା। ବୈଷୟିକ ତ୍ରୁଟି ଯୋଗୁ କିଛି ମାସ ଟାଓ୍ବାର ଭାଙ୍ଗିବା କାର୍ଯ୍ୟ ଘୁଞ୍ଚିବା ପରେ ଅଗଷ୍ଟ ୨୮ ତାରିଖକୁ ଧାର୍ଯ୍ୟ କରାଯାଇଥିଲା। ବିଲ୍ଡିଂ ପିଲାରରେ ପ୍ରାୟ ୭ ହଜାର କଣା କରାଯାଇ ସେଥିରେ ବିସ୍ଫୋରକ ଭର୍ତ୍ତି କରାଯାଇଥିଲା। ଏଥିରେ ପ୍ରାୟ ୨୦ ହଜାର ସର୍କିଟ କରାଯାଇଥିଲା। ବିସ୍ଫୋରଣ ପାଇଁ ବ୍ୟବହାର ହୋଇଥିବା ଏକ୍ସପ୍ଲୋସିଭ୍‌ ୩ ଅଗ୍ନି ମିଶାଇଲ, ୧୨ ବ୍ରହ୍ମୋସ୍‌ କିମ୍ବା ୪ ପୃଥ୍ବୀ ମିଶାଇଲ ପରି ଶକ୍ତିଶାଳୀ। ଆଖପାଖ ବିଲ୍ଡିଂ ଏବଂ ଅଞ୍ଚଳକୁ ଯେପରି ବିଲ୍ଡିଂ ଭଗ୍ନାବଶେଷରୁ ବାହାରିବାକୁ ଥିବା ଧୂଳି, ଧୂଆଁ ନ ଯାଏ ସେଥିପାଇଁ ୩ ସ୍ତରୀୟ ପରଦା ବ୍ୟବସ୍ଥା କରାଯାଇଥିଲା। ଅଟ୍ଟାଳିକା ଚାରିପାଖରେ ଟ୍ରେଞ୍ଚ ଖୋଳାଯାଇଥିଲା। ପାଖ ବିଲ୍ଡିଂ ଏବଂ ସୋସାଇଟିରୁ ପ୍ରାୟ ୫ ହଜାର ଲୋକଙ୍କୁ ସେମାନଙ୍କ ଘର ଖାଲି କରିବାକୁ କୁହାଯାଇଥିଲା। ୩ ହଜାରରୁ ଊର୍ଦ୍ଧ୍ୱ ଯାନବାହନ ଏବଂ ୧୫୦ ପୋଷା ପ୍ରାଣୀଙ୍କୁ କିଛି ଘଣ୍ଟା ପାଇଁ ସେହି ସ୍ଥାନରୁ ଦୂରକୁ ନିଆଯାଇଥିଲା। ଓ୍ବାଟରଫଲ୍‌ ଇମ୍ପ୍ଲୋଜନ୍‌ କୌଶଳରେ ବିସ୍ଫୋରଣ ପରେ ଏହି ଦୁଇ ଟାଓ୍ବାରରୁ ପ୍ରାୟ ୮୦ ହଜାର ଟନ୍‌ ଭଗ୍ନାବଶେଷ ବାହାରିଛି। ତାହାକୁ ସେଠାରୁ ସଫା କରିବା ପାଇଁ ୩ ମାସ ସମୟ ଲାଗିବ। ଯୋଜନା ଅନୁସାରେ ସୁରକ୍ଷିତ ଭାବେ ବିଲ୍ଡିଂ ଭଙ୍ଗା କାମ ଶେଷ ହୋଇଥିବା ନୋଏଡ଼ା ପୋଲିସ କମିଶନର ଆଲୋକ କୁମାର କହିଛନ୍ତି।
ଏହି ଟୁଇନ ଟାଓ୍ବାର ଭଙ୍ଗାଯିବା ଯୋଗୁ ୫୦୦ କୋଟି ଟଙ୍କା କ୍ଷତି ହୋଇଥିବା କମ୍ପାନୀ କହିଛି। ସୁପରଟେକ୍‌ ଲିମିଟେଡ୍‌ର ସୂଚନା ଅନୁସାରେ, ଟୁଇନ୍‌ ଟାଓ୍ବାର ପ୍ରୋଜେକ୍ଟ ପାଇଁ ଜମି କିଣିବା ନିମନ୍ତେ କମ୍ପାନୀ ୨୫ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ଲେଆଉଟ୍‌ ସ୍ବୀକୃତି ନିମନ୍ତେ ନୋଏଡା କର୍ତ୍ତୃପକ୍ଷଙ୍କ ଅନୁମତି ପାଇଁ ଆଉ ୨୫ କୋଟି ଲାଗିଥିଲା। ଷ୍ଟିଲ, ସିମେଣ୍ଟ, ବାଲି, ମଜୁରି, ବ୍ୟାଙ୍କ ଋଣ, ସୁଧ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ପ୍ରାୟ ୪୫୦ କୋଟି ନିବେଶ ହୋଇଥିଲା ବୋଲି କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?