ଜାତୀୟ

ସାହସ ଅଛି ତ ମୋ ବିରୋଧରେ ମକଦ୍ଦମା ଦାୟର କରିପାର: ଶୁଭେନ୍ଦୁଙ୍କ ମମତାଙ୍କୁ ଚ୍ୟାଲେଞ୍ଜ

କୋଲକାତା, ୨୧।୪: ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଜାତୀୟ ଦଳ ମାନ୍ୟତା ହରାଇଛି। ତେବେ ଜାତୀୟ ମାନ୍ୟତା ବଞ୍ଚାଇବା ପାଇଁ ଟିଏମ୍‌ସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଫୋନ କରି ସହାୟତା ଲୋଡ଼ିଥିଲେ…

ଶନିବାର ସରକାରୀ ବଙ୍ଗଳା ଖାଲିକରିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୧।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଢୁଆ ବଢିବାରେ ଲାଗିଛି। ‘ମୋଦି ’ ସରନେମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ବିରୋଧରେ ରାହୁଲ ଗାନ୍ଧୀ ସୁରଟ କୋର୍ଟରେ ଆବେଦନ କରିଥିଲେ। ତେବେ ଗୁରୁବାର କୋର୍ଟ ଏହି ମାମଲାର ଶୁଣାଣି କରି ଆବେଦନ…

ରାହୁଲ, ଯୋଗୀଙ୍କଠାରୁ ଶାହାରୁଖ, ସଲମାନଙ୍କ ଯାଏ ସମସ୍ତ ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍‌

ନୂଆଦିଲ୍ଲୀ,୨୧।୪: ମାଇକ୍ରୋବ୍ଲଗିଂ ସାଇଟ ଟୁଇଟରର ସିଇଓ ଏଲନ ମସ୍କଙ୍କ ଘୋଷଣା ମୁତାବକ ଯାଞ୍ଚ ହୋଇଥିବା ଆକାଉଣ୍ଟରେ ଥିବା ବ୍ଲୁ ଟିକ୍‌ ମାର୍କକୁ ହଟାଇ ଦିଆଯାଇଛି। ଏହି କ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

ପ୍ରତ୍ୟେକଙ୍କର ଜୀବନସାଥୀ ବାଛିବାର ଅଧିକାର ଅଛି, ସମଲିଙ୍ଗୀ ବିବାହକୁ ସମର୍ଥନ କରି ଏଭଳି କହିଲେ ଟିଏମ୍‌ସି ନେତା

କୋଲକାତା,୨୧।୪: ତୃଳମୂଳ କଂଗ୍ରେସ(ଟିଏମ୍‌ସି)ନେତା ଅଭିଷେକ ବାନାର୍ଜୀ ସମଲିଙ୍ଗୀ ବିବାହକୁ ସମର୍ଥନ କରିଛନ୍ତି। ଗୁରୁବାର ଏକ ବୟାନ ଦେଇ ଟିଏମ୍‌ସି ନେତା କହିଛନ୍ତି, ପ୍ରତ୍ୟେକଙ୍କର ନିଜ ଜୀବନସାଥୀ ବାଛିବାର ଅଧିକାର ଅଛି। ଏହା ସହିତ ସେ ଏହି ପ୍ରସଙ୍ଗରେ ବିଳମ୍ବ ପାଇଁ କେନ୍ଦ୍ର…

ପାଲାନିସ୍ବାମୀଙ୍କ ନିର୍ବାଚନକୁ ଇସିଙ୍କ ସ୍ବୀକୃତି

ଚେନ୍ନାଇ,୨୧ା୪: ଏଡାପ୍ପାଡି କେ. ପାଲାନିସ୍ବାମୀ (ଇପିଏସ୍‌)ଙ୍କୁ ଏଆଇଏଡିଏମ୍‌କେର ସାଧାରଣ ସମ୍ପାଦକ ଭାବେ ଭାରତର ନିର୍ବାଚନ କମିଶନ (ଇସି) ଗୁରୁବାର ସ୍ବୀକୃତି ପ୍ରଦାନ କରିବା ସହ ତାଙ୍କ ଦଳକୁ ଦ୍ୱିପତ୍ର ନିର୍ବାଚନୀ ଚିହ୍ନ ପ୍ରଦାନ କରିଛନ୍ତି। ଏଥିସହିତ ଦଳ ନିୟମାବଳୀରେ ସଂଶୋଧନ କରାଯିବା…

ଓଡ଼ିଶାରେ ଟିକାକରଣ ହାର ଦେଶରେ ସର୍ବୋଚ୍ଚ

ନୂଆଦିଲ୍ଲୀ,୨୧।୪: ସାରା ବିଶ୍ୱରେ ଟିକାକରଣ କ୍ଷେତ୍ରରେ ଭାରତ ଅଗ୍ରଣୀ ଦେଶ। କରୋନା ସମୟରେ ଯେତେବେଳେ ବିଶ୍ୱର ଅନେକ ଦେଶରେ ଟିକାକରଣ ଉପରୁ ଭରସା ତୁଟିଥିଲା, ସେତେବେଳେ ଭାରତ ଟିକାକରଣକୁ ଅଧିକ ପ୍ରୋତ୍ସାହନ ଦେଇଥିଲା। କେବଳ କୋଭିଡ୍‌ ଟିକାକରଣ ନୁହେଁ, ପିଲାଙ୍କ କ୍ଷେତ୍ରରେ…

ଆରାଧ୍ୟା ବଚ୍ଚନଙ୍କ ଉପରେ ବିଭ୍ରାନ୍ତିକର କଣ୍ଟେଣ୍ଟ କରିବା ମନା

ନୂଆଦିଲ୍ଲୀ,୨୧ା୪: ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଅଭିନେତା ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ ଉପରେ ୟୁଟ୍ୟୁବ୍‌ ଚ୍ୟାନେଲଗୁଡ଼ିକରେ ବିଭ୍ରାନ୍ତିକର କଣ୍ଟେଣ୍ଟ ଦେଖାଯାଇପାରିବ ନାହିଁ ବୋଲି ଗୁରୁବାର ଦିଲ୍ଲୀ ହାଇକୋର୍ଟ ରାୟ ଦେଇଛନ୍ତି। ଏଥିସହ ଅନେକ ୟୁଟ୍ୟୁବ୍‌ ଚ୍ୟାନେଲକୁ ଏଭଳି…

ସ୍ବୀକୃତି ପାଇଁ ଧାରଣା ବଦଳାଇବାକୁ ହେବ

ନୂଆଦିଲ୍ଲୀ,୨୧ା୪: ସମଲିଙ୍ଗୀ ବିବାହର ବୈଧୀକରଣକୁ ନେଇ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ପୀଠରେ ଗୁରୁବାର ତୃତୀୟ ଦିନ ପାଇଁ ଶୁଣାଣି ଜାରି ରହିଥିଲା। ବିପରୀତଲିଙ୍ଗୀ ଦୁଇ ଜୀବନସାଥୀଙ୍କ ମଧ୍ୟରେ ବିବାହ ଜରୁରୀ କି ବୋଲି ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଗୁରୁବାର…

ସ୍ପେସ୍‌ଏକ୍ସ ରକେଟରେ ବିସ୍ଫୋରଣ

ନୂଆଦିଲ୍ଲୀ,୨୧ା୪: ବିଶ୍ୱର ସବୁଠୁ ପ୍ରଭାବଶାଳୀ ରକେଟ ଭାବେ ପରିଚିତ ସ୍ପେସ୍‌ଏକ୍ସର ଷ୍ଟାର୍‌ଶିପ୍‌ ଗୁରୁବାର ପ୍ରଥମ ପରୀକ୍ଷା ବେଳେ ବିସ୍ଫୋରଣ ହୋଇଛି। ଚନ୍ଦ୍ର, ମଙ୍ଗଳ ଏବଂ ଅନ୍ୟ ଗ୍ରହକୁ ମହାକାଶଚାରୀଙ୍କୁ ପଠାଇବା ନିମନ୍ତେ ସ୍ପେସ୍‌ଏକ୍ସ ଏହି ରକେଟ ଡିଜାଇନ ପ୍ରସ୍ତୁତ କରିଥିଲା। ଟେକ୍ସାସ୍‌ର…

ପ୍ରବାସୀ ଶ୍ରମିକଙ୍କୁ ୩ ମାସରେ ରାଶନ କାର୍ଡ ଦିଅ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧ା୪: ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ପ୍ରବାସୀ ଶ୍ରମିକମାନଙ୍କୁ ରାଶନ କାର୍ଡ ଯୋଗାଇଦେବା ଲାଗି ସୁପ୍ରିମକୋର୍ଟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଆଉ ୩ ମାସ ସମୟ ଦେଇଛନ୍ତି। ସରକାରଙ୍କ ଲାଭଦାୟକ ଯୋଜନାର ସୁଫଳ ସେମାନଙ୍କୁ ମିଳିବା ଆବଶ୍ୟକ ବୋଲି ଜଷ୍ଟିସ୍‌…

ବୋମା ତିଆରିରେ ସିଦ୍ଧହସ୍ତ ଗୁଡ୍ଡୁ ମୁସ୍‌ଲିମ

ଲକ୍ଷ୍ନୌ,୨୧ା୪: ୨୦୨୩ ଫେବୃୟାରୀ ୨୪। ପ୍ରୟାଗରାଜର ଧୂମାନଗରରେ ରାଜୁ ପାଲ୍‌ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଉମେଶ ପାଲ୍‌ଙ୍କୁ ଟାର୍ଗେଟ କରାଯାଇଥିଲା। ଗ୍ୟାଙ୍ଗ୍‌ଷ୍ଟର ଅତିକ୍‌ ଅହମ୍ମଦଙ୍କ ପୁଅ ଅସଦ ଅହମ୍ମଦ ଓ ଶାର୍ପ ଶୁଟର ଗୁଲାମ ମହମ୍ମଦ (ଏନ୍‌କାଉଣ୍ଟରରେ ଉଭୟେ ମୃତ) ଗୁଳି…

ପଳାତକ ଖଲିସ୍ତାନୀ ନେତାଙ୍କ ସ୍ତ୍ରୀଙ୍କୁ ଜେରା

ଅମୃତସର,୨୦ା୪: ପଳାତକ ଖଲିସ୍ତାନୀ ନେତା ଅମ୍ରିତ୍‌ପାଲ ସିଂଙ୍କ ସ୍ତ୍ରୀ କିରନଦୀପ୍‌ କୌର ଗୁରୁବାର ବିମାନ ଯୋଗେ ଲଣ୍ଡନ ପଳାଇଯିବାକୁ ଉଦ୍ୟମ କରୁଥିଲେ। ସେତିକିବେଳେ ଇମିଗ୍ରେଶନ ଅଧିକାରୀମାନେ ତାଙ୍କୁ ଅମୃତସରର ଶ୍ରୀଗୁରୁ ରାମଦାସ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଟକ ରଖି ଜେରା କରୁଛନ୍ତି। ବ୍ରିଟେନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?