ଓଡ଼ିଶାରେ ଟିକାକରଣ ହାର ଦେଶରେ ସର୍ବୋଚ୍ଚ

ନୂଆଦିଲ୍ଲୀ,୨୧।୪: ସାରା ବିଶ୍ୱରେ ଟିକାକରଣ କ୍ଷେତ୍ରରେ ଭାରତ ଅଗ୍ରଣୀ ଦେଶ। କରୋନା ସମୟରେ ଯେତେବେଳେ ବିଶ୍ୱର ଅନେକ ଦେଶରେ ଟିକାକରଣ ଉପରୁ ଭରସା ତୁଟିଥିଲା, ସେତେବେଳେ ଭାରତ ଟିକାକରଣକୁ ଅଧିକ ପ୍ରୋତ୍ସାହନ ଦେଇଥିଲା। କେବଳ କୋଭିଡ୍‌ ଟିକାକରଣ ନୁହେଁ, ପିଲାଙ୍କ କ୍ଷେତ୍ରରେ ମିଶନ୍‌ ଇନ୍ଦ୍ରଧନୁଷ ପ୍ରଚଳନ କରି ମାଗଣା ଟିକା ପ୍ରଦାନ କରାଯାଇ ଦେଶରେ ଅସାଧ୍ୟ ରୋଗଗୁଡ଼ିକୁ କାବୁ କରାଯାଇଥିବା ୟୁନିସେଫ୍‌ ରିପୋର୍ଟରେ କୁହାଯାଇଛି।
ୟୁନିସେଫ୍‌ ଇଣ୍ଡିଆ ପକ୍ଷରୁ ଗୁରୁବାର ପ୍ରକାଶିତ ଦି ଷ୍ଟେଟ୍‌ ଅଫ୍‌ ଦି ୱାଲର୍‌ଡ ଚିଲ୍‌ଡ୍ରେନ ୨୦୨୩: ଫର୍‌ ଏଭ୍ରି ଚାଇଲ୍‌ଡ ଭ୍ୟାକସିନେଶନ’ ରିପୋର୍ଟ ଅନୁସାରେ ଓଡିଶାରେ ଟିକାକରଣ କାର୍ଯ୍ୟ ୯୦.୫ ପ୍ରତିଶତ ରହିଛି , ଯାହା ଏନ୍‌ଏଫ୍‌ଏଚ୍‌ଏସ୍‌-୫ ଅନୁଯାୟୀ ଜାତୀୟ ହାର ୭୬.୪ ପ୍ରତିଶତଠାରୁ ଯଥେଷ୍ଟ ଅଧିକ। ଅପହଞ୍ଚ ଅଞ୍ଚଳରେ ପିଲାମାନଙ୍କୁ ଟିକାକରଣ କରିବା ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନ ତଥା ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ପାଇଁ ଓଡିଶା ସରକାରଙ୍କ ଅନନ୍ୟ ପଦକ୍ଷେପ ଯୋଗୁ ଏହା ସମ୍ଭବ ହୋଇଛି। ଫଳସ୍ବରୂପ, ରାଜ୍ୟର ୩୦ ଜିଲା ମଧ୍ୟରୁ ୨୦ ଜିଲାରେ ପୂର୍ଣ୍ଣ ଟିକାକରଣର ହାର ୯୦ ପ୍ରତିଶତରୁ ଅଧିକ ଥିବା ଜଣାପଡ଼ିଛି। ବଣ ପାହାଡ଼ ଘେରା ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଜନଜାତି ବସବାସ କରୁଥିବା ଓଡିଶାର ୧୪୪ ବ୍ଲକରେ ଟିକାକରଣ ହାର ଅଧିକ ରହିଛି। ପୂର୍ଣ୍ଣ ଟିକାକରଣକୁ ସୁନିଶ୍ଚିତ କରିବା ପାଇଁ ଏକ ସ୍ବତନ୍ତ୍ର ଟିକାକରଣ ଅଭିଯାନ ମାଧ୍ୟମରେ ଫ୍ରଣ୍ଟଲାଇନ ୱାର୍କର ଯଥା ଆଶା ଓ ଅଙ୍ଗନଓ୍ବାଡ଼ି କର୍ମଚାରୀମାନେ ଅପହଞ୍ଚ ଇଲାକାକୁ ଯାଇ ପରିବାରମାନଙ୍କୁ ଟିକାକରଣ ପାଇଁ ପ୍ରୋତ୍ସାହିତ କରିଥିଲେ। ସାରା ରାଜ୍ୟରେ ଟିକାକରଣର କ୍ଷମତା ଏବଂ ପ୍ରଭାବକୁ ବଜାୟ ରଖିବା ପାଇଁ ସରକାରଙ୍କ ଦକ୍ଷ ନୀତି ଓ ବ୍ୟବସ୍ଥା ଏକ ଉଚ୍ଚମାନର ଟିକାକରଣ ଅଭିଯାନରେ ମୁଖ୍ୟ ଭୂମିକା ଗ୍ରହଣ କରିଛି।
ଲଣ୍ଡନ ସ୍କୁଲ୍‌ ଅଫ୍‌ ହାଇଜିନ୍‌ ଆଣ୍ଡ ଟ୍ରପିକାଲ୍‌ ମେଡିସିନ୍‌ ଦ୍ୱାରା ସଂଗୃହୀତ ଏବଂ ୟୁନିସେଫ୍‌ ଦ୍ୱାରା ପ୍ରକାଶିତ ଦି’ ଭ୍ୟାକ୍ସିନ୍‌ କନ୍‌ଫିଡେନ୍ସ ପ୍ରୋଜେକ୍ଟର ନୂତନ ତଥ୍ୟ ଉପରେ ଆଧାର କରି ରିପୋର୍ଟରେ ଦର୍ଶାଯାଇଛି ଯେ, ପିଲାମାନଙ୍କ ପାଇଁ ଟିକାକରଣର ମହତ୍ତ୍ୱ ବିଷୟରେ ଅଧ୍ୟୟନ କରିଥିବା ବିଶ୍ୱର ୫୫ଦେଶ ମଧ୍ୟରୁ କେବଳ ଚାଇନା, ଭାରତ ଏବଂ ମେକ୍ସିକୋରେ ଏହାଉପରେ ଲୋକଙ୍କ ଧାରଣା ଅଧିକ ଲୋକପ୍ରିୟ ଏବଂ ଉନ୍ନତ ହୋଇଛି।
ଅଧ୍ୟୟନ କରାଯାଇଥିବା ଦେଶ ମଧ୍ୟରୁ ଏକ ତୃତୀୟାଂଶରୁ ଅଧିକ ଦେଶ ଯଥା ରିପବ୍ଲିକ ଅଫ୍‌ କୋରିଆ, ପପୁଆ ନ୍ୟୁ ଗିନି, ଘାନା, ସେନେଗାଲ୍‌ ଏବଂ ଜାପାନ ପରି ଦେଶରେ ମହାମାରୀ ଆରମ୍ଭ ପରେ ଏଇ ଦେଶଗୁଡିକରେ ଟିକା ଉପରୁ ବିଶ୍ୱାସ ହ୍ରାସ ପାଇଥିଲା। ବିଭ୍ରାନ୍ତିକର ସୂଚନା ତଥା ଟିକାକରଣ ପ୍ରଭାବ ଉପରେ ବିଶ୍ୱାସ ହ୍ରାସ ହେଉଥିବା ଭଳି କାରଣ ହେତୁ ଟିକାକରଣ ପାଇଁ ଦ୍ୱିଧାବୋଧ ହେବାର ଆଶଙ୍କା ରହିଛି ବୋଲି ରିପୋର୍ଟରେ ଚେତାବନୀ ଦିଆଯାଇଛି।
ହେଲେ ଭାରତରେ ଦୃଢ଼ ନେତୃତ୍ୱ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ପିଲାଙ୍କୁ ଟିକା ପ୍ରଦାନ ସାରା ବିଶ୍ୱରେ ଉଦାହରଣ ସୃଷ୍ଟି କରିଛି। ଏହାଦ୍ୱାରା ଭାରତ ଟିକାଦାନ କ୍ଷେତ୍ରରେ ସବୁଠାରୁ ଭରସାଯୋଗ୍ୟ ରାଷ୍ଟ୍ରର ମାନ୍ୟତା ପାଇଛି। ଏହା ଭାରତ ସରକାରଙ୍କ ରାଜନୈତିକ ଏବଂ ସାମାଜିକ ପ୍ରତିବଦ୍ଧତାର ଏକ ନିଦର୍ଶନ। ମହାମାରୀ ସମୟରେ ମଧ୍ୟ ପ୍ରତ୍ୟେକ ଶିଶୁଙ୍କ ଟିକାକରଣ ଦ୍ୱାରା ନିୟମିତ ଟିକାକରଣ ପ୍ରତି ଥିବା ବିଶ୍ୱାସକୁ ଆହୁରି ଦୃଢ଼ କରିବାରେ ସହାୟକ ହୋଇଛି ବୋଲି ୟୁନିସେଫ୍‌ ଇଣ୍ଡିଆର ପ୍ରତିନିଧି ସିନ୍ଥିଆ ମ୍ୟାକ୍‌ ଫ୍ରେ କହିଛନ୍ତି।
ସେ ଆହୁରି କହିଛନ୍ତି, ଟିକାକରଣ ହେଉଛି ମାନବିକତାର ଅନ୍ୟତମ ଉଲ୍ଲେଖନୀୟ ସଫଳତାର କାହାଣୀ, ଯାହା ପିଲାମାନଙ୍କୁ ସୁସ୍ଥ ଜୀବନଯାପନ କରିବାକୁ ତଥା ସମାଜରେ ନିଜର ଯୋଗଦାନ କରିବାକୁ ସକ୍ଷମ କରାଇଥାଏ। ଟିକାକରଣ ପ୍ରତ୍ୟେକ ଶିଶୁଙ୍କ ପାଖକୁ ପହଞ୍ଚତ୍ବା ହେଉଛି ସମାନତାର ଏକ ପ୍ରମୁଖ ସୂଚକ, ଯାହା କେବଳ ପିଲାଙ୍କୁ ନୁହେଁ, ସମଗ୍ର ସମ୍ପ୍ରଦାୟକୁ ଲାଭ ଦିଏ। ଭବିଷ୍ୟତର ମହାମାରୀକୁ ରୋକିବା ଏବଂ ରୋଗ ଏବଂ ମୃତ୍ୟୁହାରକୁ ହ୍ରାସ କରିବା ପାଇଁ ନିୟମିତ ଟିକାକରଣ ଏବଂ ଦୃଢ଼ ସ୍ବାସ୍ଥ୍ୟସେବା ପ୍ରଣାଳୀ ଆମକୁ ଆହୁରି ଭଲଭାବରେ ପ୍ରସ୍ତୁତ କରିପାରିବ ବୋଲି ସେ କହିଛନ୍ତି।
ଏହି ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ, ୨୦୧୯ରୁ ୨୦୨୧ମଧ୍ୟରେ ମୋଟ ୬ କୋଟି ୭୦ ଲକ୍ଷ ଶିଶୁ ଟିକାକରଣରୁ ବଞ୍ଚିତ ହୋଇଛନ୍ତି। ୧୧୨ଟି ଦେଶରେ ଟିକାକରଣ ହାର ସ୍ତର ହ୍ରାସ ପାଇଛି। ଫଳରେ ୨୦୨୨ରେ, ଉଦାହରଣ ସ୍ବରୂପ, ମିଳିମିଳା ରୋଗ ସଂଖ୍ୟା ପୂର୍ବ ବର୍ଷରେ ମୋଟ ଦୁଇଗୁଣରୁ ଅଧିକ ଥିଲା। ପୋଲିଓ ଦ୍ୱାରା ପକ୍ଷାଘାତ ହୋଇଥିବା ଶିଶୁଙ୍କ ସଂଖ୍ୟା ୨୦୨୨ ବର୍ଷ ତୁଳନାରେ ୧୬% ବୃଦ୍ଧି ପାଇଥିଲା। ୨୦୧୯ ରୁ ୨୦୨୧ ସମୟକୁ ପୂର୍ବ ତିନିବର୍ଷ ସହିତ ତୁଳନା କରିବାବେଳେ ପୋଲିଓ ଦ୍ୱାରା ପକ୍ଷାଘାତ ହୋଇଥିବା ଶିଶୁଙ୍କ ସଂଖ୍ୟାରେ ଆଠ ଗୁଣ ବୃଦ୍ଧି ଘଟିଥିଲା। ଏହିସବୁ ଦୁଃସାଧ୍ୟ ରୋଗର ବୃଦ୍ଧି ଟିକାକରଣ ପ୍ରୟାସକୁ ଜାରି ରଖିବା ଆବଶ୍ୟକତା ଉପରେ ଆଲୋକପାତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ନିର୍ବାଚନରେ ​​ସଫଳତା ପାଇଁ ତ୍ରିପୁରା ଏବଂ ଆସାମ ସୂତ୍ରକୁ ନକଲ କରିବ ଭାଜପା

ଭୁବନେଶ୍ୱର,୨୭ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ସୋନପୁର ରାଲିରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ଭାଜପା) ର ନେତା ଓ କର୍ମୀଙ୍କ ମନୋବଳ ବଢ଼ାଇଛନ୍ତି।...

‘EVM ଉପରେ ପ୍ରଶ୍ନ ଉଠାଇଥିବାରୁ କଂଗ୍ରେସ କ୍ଷମା ମାଗିବା ଉଚିତ୍‌’

ଗୋଆ,୨୭ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି, ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ୍‌)ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ ଦେଶକୁ କ୍ଷମା ମାଗିବା ଉଚିତ୍‌।...

ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ଓଡ଼ିଶାରେ ମୁତୟନ ହେବେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ

ଭୁବନେଶ୍ୱର,୨୭ା୪: ରାଜ୍ୟରେ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା ମଧ୍ୟରେ ଆଗାମୀ ସାଧାରଣ ନିର୍ବାଚନ ପ୍ରକ୍ରିୟା ପରିଚାଳନା ନିମନ୍ତେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରାଯାଉଛି...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କାଶୀ, ଅଯୋଧ୍ୟା ପରେ ଆମେ ମଥୁରା ଆଡ଼କୁ ଯିବୁ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୭ା୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଥରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଏହି ଲୋକମାନେ ରାମ ଏବଂ...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri