ଓଡ଼ିଶାରେ ଟିକାକରଣ ହାର ଦେଶରେ ସର୍ବୋଚ୍ଚ

ନୂଆଦିଲ୍ଲୀ,୨୧।୪: ସାରା ବିଶ୍ୱରେ ଟିକାକରଣ କ୍ଷେତ୍ରରେ ଭାରତ ଅଗ୍ରଣୀ ଦେଶ। କରୋନା ସମୟରେ ଯେତେବେଳେ ବିଶ୍ୱର ଅନେକ ଦେଶରେ ଟିକାକରଣ ଉପରୁ ଭରସା ତୁଟିଥିଲା, ସେତେବେଳେ ଭାରତ ଟିକାକରଣକୁ ଅଧିକ ପ୍ରୋତ୍ସାହନ ଦେଇଥିଲା। କେବଳ କୋଭିଡ୍‌ ଟିକାକରଣ ନୁହେଁ, ପିଲାଙ୍କ କ୍ଷେତ୍ରରେ ମିଶନ୍‌ ଇନ୍ଦ୍ରଧନୁଷ ପ୍ରଚଳନ କରି ମାଗଣା ଟିକା ପ୍ରଦାନ କରାଯାଇ ଦେଶରେ ଅସାଧ୍ୟ ରୋଗଗୁଡ଼ିକୁ କାବୁ କରାଯାଇଥିବା ୟୁନିସେଫ୍‌ ରିପୋର୍ଟରେ କୁହାଯାଇଛି।
ୟୁନିସେଫ୍‌ ଇଣ୍ଡିଆ ପକ୍ଷରୁ ଗୁରୁବାର ପ୍ରକାଶିତ ଦି ଷ୍ଟେଟ୍‌ ଅଫ୍‌ ଦି ୱାଲର୍‌ଡ ଚିଲ୍‌ଡ୍ରେନ ୨୦୨୩: ଫର୍‌ ଏଭ୍ରି ଚାଇଲ୍‌ଡ ଭ୍ୟାକସିନେଶନ’ ରିପୋର୍ଟ ଅନୁସାରେ ଓଡିଶାରେ ଟିକାକରଣ କାର୍ଯ୍ୟ ୯୦.୫ ପ୍ରତିଶତ ରହିଛି , ଯାହା ଏନ୍‌ଏଫ୍‌ଏଚ୍‌ଏସ୍‌-୫ ଅନୁଯାୟୀ ଜାତୀୟ ହାର ୭୬.୪ ପ୍ରତିଶତଠାରୁ ଯଥେଷ୍ଟ ଅଧିକ। ଅପହଞ୍ଚ ଅଞ୍ଚଳରେ ପିଲାମାନଙ୍କୁ ଟିକାକରଣ କରିବା ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନ ତଥା ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ପାଇଁ ଓଡିଶା ସରକାରଙ୍କ ଅନନ୍ୟ ପଦକ୍ଷେପ ଯୋଗୁ ଏହା ସମ୍ଭବ ହୋଇଛି। ଫଳସ୍ବରୂପ, ରାଜ୍ୟର ୩୦ ଜିଲା ମଧ୍ୟରୁ ୨୦ ଜିଲାରେ ପୂର୍ଣ୍ଣ ଟିକାକରଣର ହାର ୯୦ ପ୍ରତିଶତରୁ ଅଧିକ ଥିବା ଜଣାପଡ଼ିଛି। ବଣ ପାହାଡ଼ ଘେରା ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଜନଜାତି ବସବାସ କରୁଥିବା ଓଡିଶାର ୧୪୪ ବ୍ଲକରେ ଟିକାକରଣ ହାର ଅଧିକ ରହିଛି। ପୂର୍ଣ୍ଣ ଟିକାକରଣକୁ ସୁନିଶ୍ଚିତ କରିବା ପାଇଁ ଏକ ସ୍ବତନ୍ତ୍ର ଟିକାକରଣ ଅଭିଯାନ ମାଧ୍ୟମରେ ଫ୍ରଣ୍ଟଲାଇନ ୱାର୍କର ଯଥା ଆଶା ଓ ଅଙ୍ଗନଓ୍ବାଡ଼ି କର୍ମଚାରୀମାନେ ଅପହଞ୍ଚ ଇଲାକାକୁ ଯାଇ ପରିବାରମାନଙ୍କୁ ଟିକାକରଣ ପାଇଁ ପ୍ରୋତ୍ସାହିତ କରିଥିଲେ। ସାରା ରାଜ୍ୟରେ ଟିକାକରଣର କ୍ଷମତା ଏବଂ ପ୍ରଭାବକୁ ବଜାୟ ରଖିବା ପାଇଁ ସରକାରଙ୍କ ଦକ୍ଷ ନୀତି ଓ ବ୍ୟବସ୍ଥା ଏକ ଉଚ୍ଚମାନର ଟିକାକରଣ ଅଭିଯାନରେ ମୁଖ୍ୟ ଭୂମିକା ଗ୍ରହଣ କରିଛି।
ଲଣ୍ଡନ ସ୍କୁଲ୍‌ ଅଫ୍‌ ହାଇଜିନ୍‌ ଆଣ୍ଡ ଟ୍ରପିକାଲ୍‌ ମେଡିସିନ୍‌ ଦ୍ୱାରା ସଂଗୃହୀତ ଏବଂ ୟୁନିସେଫ୍‌ ଦ୍ୱାରା ପ୍ରକାଶିତ ଦି’ ଭ୍ୟାକ୍ସିନ୍‌ କନ୍‌ଫିଡେନ୍ସ ପ୍ରୋଜେକ୍ଟର ନୂତନ ତଥ୍ୟ ଉପରେ ଆଧାର କରି ରିପୋର୍ଟରେ ଦର୍ଶାଯାଇଛି ଯେ, ପିଲାମାନଙ୍କ ପାଇଁ ଟିକାକରଣର ମହତ୍ତ୍ୱ ବିଷୟରେ ଅଧ୍ୟୟନ କରିଥିବା ବିଶ୍ୱର ୫୫ଦେଶ ମଧ୍ୟରୁ କେବଳ ଚାଇନା, ଭାରତ ଏବଂ ମେକ୍ସିକୋରେ ଏହାଉପରେ ଲୋକଙ୍କ ଧାରଣା ଅଧିକ ଲୋକପ୍ରିୟ ଏବଂ ଉନ୍ନତ ହୋଇଛି।
ଅଧ୍ୟୟନ କରାଯାଇଥିବା ଦେଶ ମଧ୍ୟରୁ ଏକ ତୃତୀୟାଂଶରୁ ଅଧିକ ଦେଶ ଯଥା ରିପବ୍ଲିକ ଅଫ୍‌ କୋରିଆ, ପପୁଆ ନ୍ୟୁ ଗିନି, ଘାନା, ସେନେଗାଲ୍‌ ଏବଂ ଜାପାନ ପରି ଦେଶରେ ମହାମାରୀ ଆରମ୍ଭ ପରେ ଏଇ ଦେଶଗୁଡିକରେ ଟିକା ଉପରୁ ବିଶ୍ୱାସ ହ୍ରାସ ପାଇଥିଲା। ବିଭ୍ରାନ୍ତିକର ସୂଚନା ତଥା ଟିକାକରଣ ପ୍ରଭାବ ଉପରେ ବିଶ୍ୱାସ ହ୍ରାସ ହେଉଥିବା ଭଳି କାରଣ ହେତୁ ଟିକାକରଣ ପାଇଁ ଦ୍ୱିଧାବୋଧ ହେବାର ଆଶଙ୍କା ରହିଛି ବୋଲି ରିପୋର୍ଟରେ ଚେତାବନୀ ଦିଆଯାଇଛି।
ହେଲେ ଭାରତରେ ଦୃଢ଼ ନେତୃତ୍ୱ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ପିଲାଙ୍କୁ ଟିକା ପ୍ରଦାନ ସାରା ବିଶ୍ୱରେ ଉଦାହରଣ ସୃଷ୍ଟି କରିଛି। ଏହାଦ୍ୱାରା ଭାରତ ଟିକାଦାନ କ୍ଷେତ୍ରରେ ସବୁଠାରୁ ଭରସାଯୋଗ୍ୟ ରାଷ୍ଟ୍ରର ମାନ୍ୟତା ପାଇଛି। ଏହା ଭାରତ ସରକାରଙ୍କ ରାଜନୈତିକ ଏବଂ ସାମାଜିକ ପ୍ରତିବଦ୍ଧତାର ଏକ ନିଦର୍ଶନ। ମହାମାରୀ ସମୟରେ ମଧ୍ୟ ପ୍ରତ୍ୟେକ ଶିଶୁଙ୍କ ଟିକାକରଣ ଦ୍ୱାରା ନିୟମିତ ଟିକାକରଣ ପ୍ରତି ଥିବା ବିଶ୍ୱାସକୁ ଆହୁରି ଦୃଢ଼ କରିବାରେ ସହାୟକ ହୋଇଛି ବୋଲି ୟୁନିସେଫ୍‌ ଇଣ୍ଡିଆର ପ୍ରତିନିଧି ସିନ୍ଥିଆ ମ୍ୟାକ୍‌ ଫ୍ରେ କହିଛନ୍ତି।
ସେ ଆହୁରି କହିଛନ୍ତି, ଟିକାକରଣ ହେଉଛି ମାନବିକତାର ଅନ୍ୟତମ ଉଲ୍ଲେଖନୀୟ ସଫଳତାର କାହାଣୀ, ଯାହା ପିଲାମାନଙ୍କୁ ସୁସ୍ଥ ଜୀବନଯାପନ କରିବାକୁ ତଥା ସମାଜରେ ନିଜର ଯୋଗଦାନ କରିବାକୁ ସକ୍ଷମ କରାଇଥାଏ। ଟିକାକରଣ ପ୍ରତ୍ୟେକ ଶିଶୁଙ୍କ ପାଖକୁ ପହଞ୍ଚତ୍ବା ହେଉଛି ସମାନତାର ଏକ ପ୍ରମୁଖ ସୂଚକ, ଯାହା କେବଳ ପିଲାଙ୍କୁ ନୁହେଁ, ସମଗ୍ର ସମ୍ପ୍ରଦାୟକୁ ଲାଭ ଦିଏ। ଭବିଷ୍ୟତର ମହାମାରୀକୁ ରୋକିବା ଏବଂ ରୋଗ ଏବଂ ମୃତ୍ୟୁହାରକୁ ହ୍ରାସ କରିବା ପାଇଁ ନିୟମିତ ଟିକାକରଣ ଏବଂ ଦୃଢ଼ ସ୍ବାସ୍ଥ୍ୟସେବା ପ୍ରଣାଳୀ ଆମକୁ ଆହୁରି ଭଲଭାବରେ ପ୍ରସ୍ତୁତ କରିପାରିବ ବୋଲି ସେ କହିଛନ୍ତି।
ଏହି ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ, ୨୦୧୯ରୁ ୨୦୨୧ମଧ୍ୟରେ ମୋଟ ୬ କୋଟି ୭୦ ଲକ୍ଷ ଶିଶୁ ଟିକାକରଣରୁ ବଞ୍ଚିତ ହୋଇଛନ୍ତି। ୧୧୨ଟି ଦେଶରେ ଟିକାକରଣ ହାର ସ୍ତର ହ୍ରାସ ପାଇଛି। ଫଳରେ ୨୦୨୨ରେ, ଉଦାହରଣ ସ୍ବରୂପ, ମିଳିମିଳା ରୋଗ ସଂଖ୍ୟା ପୂର୍ବ ବର୍ଷରେ ମୋଟ ଦୁଇଗୁଣରୁ ଅଧିକ ଥିଲା। ପୋଲିଓ ଦ୍ୱାରା ପକ୍ଷାଘାତ ହୋଇଥିବା ଶିଶୁଙ୍କ ସଂଖ୍ୟା ୨୦୨୨ ବର୍ଷ ତୁଳନାରେ ୧୬% ବୃଦ୍ଧି ପାଇଥିଲା। ୨୦୧୯ ରୁ ୨୦୨୧ ସମୟକୁ ପୂର୍ବ ତିନିବର୍ଷ ସହିତ ତୁଳନା କରିବାବେଳେ ପୋଲିଓ ଦ୍ୱାରା ପକ୍ଷାଘାତ ହୋଇଥିବା ଶିଶୁଙ୍କ ସଂଖ୍ୟାରେ ଆଠ ଗୁଣ ବୃଦ୍ଧି ଘଟିଥିଲା। ଏହିସବୁ ଦୁଃସାଧ୍ୟ ରୋଗର ବୃଦ୍ଧି ଟିକାକରଣ ପ୍ରୟାସକୁ ଜାରି ରଖିବା ଆବଶ୍ୟକତା ଉପରେ ଆଲୋକପାତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?