କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଜଣାଇଲେ ଅଭିନେତା ଆୟୁଷ୍ମାନଙ୍କ ପତ୍ନୀ ତାହିରା, ବହୁ ଅଭିନେତା କଲେ ନିନ୍ଦା…

ନୂଆଦିଲ୍ଲୀ,୨।୬: ଦୀର୍ଘଦିନ ଧରି କୁସ୍ତିଯୋଦ୍ଧାମାନେ ବ୍ରିଜ୍‌ ଭୂଷଣଙ୍କ ବିରୋଧରେ ଯନ୍ତରମନ୍ତରରେ ଧାରଣା ଦେଉଛନ୍ତି। ତେବେ ଏହାକୁ ବହୁ ବିରୋଧୀ ସମେତ ବହୁ ରାଜନେତା ଏବଂ ଅଭିନେତା ସମର୍ଥନ କରିଛନ୍ତି। ବ୍ରିଜ୍‌ ଭୂଷଣଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରିଛନ୍ତି ବୋଲି ବହୁଜଣ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଏମଧ୍ୟରେ ବଲିଉଡ ଅଭିନେତା ଆୟୁଷ୍ମନ ଖୁରାନାଙ୍କ ସ୍ତ୍ରୀ ତାହିରା କଶ୍ୟପ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି। ଭିଡିଓରେ ସେ କବିତା ମାଧ୍ୟମରେ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିଛନ୍ତି।

କବିତା ମାଧ୍ୟମରେ ସେ କହିଛନ୍ତି, ମୁଁ କେବେ ନିଜ ଝିଅ ଏବଂ ଅନ୍ୟ ଝିଅ ମଧ୍ୟରେ ପାତର ଅନ୍ତର କରେ ନାହିଁ। ଏହି ଯୋଦ୍ଧାମାନେ ଆମ ଦେଶର ହୀରା ଅଟନ୍ତି। ମୋ ପୁରା ପରିବାର ଦେଶର କୁସ୍ତିଯୋଦ୍ଧାଙ୍କ ଠାରୁ ପ୍ରେରଣା ପାଇଥାଏ। ମୋ ଝିଅ ଦେଶ ପାଇଁ ପଦକ ଆଣି ପରିବାର ସହ ଦେଶକୁ ମଧ୍ୟ ଗୌରାବନିତ୍ୱ କରିବାକୁ ଇଛା ରଖିଛି।
ସେ ଆହୁରି କହିଛନ୍ତି, ଥରେ ମୋ ଝିଅ ଖବରକାଗଜ ପଢୁଥିଲା। ସେହି ସମୟରେ ମୁଁ ତୁରନ୍ତ ତା’ଠାରୁ ଖବରକାଗଜ ଛଡାଇ ଆଣିଲି। କାରଣ ମୁଁ ଚାହୁଁ ନ ଥିଲି ଯେ, ଆମ ଦେଶର ଗୌରବଙ୍କ ସହ ଏବେ ଯାହା ବି ହେଉଛି ସେ ଏସବୁ ଦେଖୁ।

ସେହିପରି ସ୍ବରା ଭାସ୍କର କୁସ୍ତିଯୋଦ୍ଧାଙ୍କୁ ନେଇ ଟ୍ବିଟର୍‌ରେ ଭିଡିଓ ସେୟାର୍‌ କରିଛନ୍ତି। ସେ କହିଛନ୍ତି, ଆମ ଅର୍ନ୍ତରାଷ୍ଟ୍ରୀୟ ଖେଳାଳୀ ଯୌନ ଉତ୍ପୀଡନ ମାମଲାରେ ରାସ୍ତାରେ ଧାରଣା ଦେବାକୁ ବାଧ୍ୟ ହେଉଛନ୍ତି। ଏହା ଅତ୍ୟନ୍ତ ଲଜ୍ଜ୍ୟାଜନକ। କିନ୍ତୁ ଅଭିଯୁକ୍ତ ଭାଜପା ସାଂସଦ ସରକାରଙ୍କ ଛାୟାରେ ସୁରକ୍ଷିତ ଅଛି। ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ।

 

View this post on Instagram

 

A post shared by Tovino⚡️Thomas (@tovinothomas)

ଏଥିସହ ତୋଭିନୋ ଥୋମାସ, କମଲ ହାସନ, ପ୍ରକାଶ ରାଜ ଏବଂ ସୋନୁ ସୁଦ୍‌ ମଧ୍ୟ ଏହି ମାମଲାରେ ପୋଲିସ୍‌ର କାର୍ଯ୍ୟାନୁଷ୍ଠାନ ନେଇ ନିନ୍ଦା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?