ଅନ୍ତର୍ଜାତୀୟ

ଭାରତ-ଚାଇନା ସୀମା ବିବାଦ: ଟ୍ରମ୍ପ୍‌ ସାଜିବେ କି ମଧ୍ୟସ୍ଥି !

ଓ୍ବାଶିଂଟନ, ୨୧।୬: ଭାରତ ଚାଇନା ମଧ୍ୟରେ ସୀମା ବିବାଦ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥି ସାଜିବା ପାଇଁ ପ୍ରସ୍ତୁତ ହୋଇ ରହିଥିବା କୁହାଯାଉଛି। ସେ କହିଛନ୍ତି ଯେ, ଭାରତ ଚାଇନା ମଧ୍ୟରେ…

ଆମେରିକା ନ୍ୟାଶନାଲ ସାଇନ୍ସ ଫାଉଣ୍ଡେଶନ ମୁଖ୍ୟ ହେଲେ ଭାରତୀୟ

ଓ୍ବାଶିଂଟନ,୨୧ା୬(ପି.ଟି.): ଖ୍ୟାତନାମା ଭାରତୀୟ-ଆମେରିକୀୟ ବୈଜ୍ଞାନିକ ସେଥୁରମନ ପଞ୍ଚନାଥନ୍‌ ଆମେରିକାର ଶୀର୍ଷ ବିଜ୍ଞାନ ଗବେଷଣା ସହାୟକ ସଂସ୍ଥା ନ୍ୟାଶନାଲ ସାଇନ୍ସ ଫାଉଣ୍ଡେଶନର ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି। ଏହି ଫାଉଣ୍ଡେଶନର ବାର୍ଷିକ ବଜେଟ ୭.୪ ବିଲିୟନ ଡଲାର। ଆମେରିକା ସିନେଟ ତାଙ୍କ ନିଯୁକ୍ତିକୁ ମଞ୍ଜୁରୀ…

ଚାଇନାର ଚେତାବନୀ: ୨୦ ବର୍ଷ ପର୍ଯ୍ୟନ୍ତ ସକ୍ରିୟ ରହିବ କରୋନା ଭୂତାଣୁ

ବେଜିଂ, ୨୦।୬: କରୋନା ସଂକ୍ରମଣ ନେଇ ପୃଥିବୀରେ ଅଚଳାବସ୍ଥା ଦେଖାଦେଇଛି। ଏପରିସ୍ଥଳେ ଚାଇନାର ମହାମାରୀ ବିଶେଷଜ୍ଞ ଲି ଲାନଜୁଆନ୍‌ ଚେତାବନୀ ଦେଇଛନ୍ତି ଯେ, ମାଇନସ୍‌ ୨୦ ଡିଗ୍ରୀ ତାପମାତ୍ରା ମଧ୍ୟରେ କରୋନା ଭୂତାଣୁ ୨୦ ବର୍ଷ ପର୍ଯ୍ୟନ୍ତ ସକ୍ରିୟ ରହିପାରିବ। ମାଇନସ୍‌…

ଗୋଲାପି ଆଖି ହୋଇପାରେ କରୋନା ଭାଇରସର ପ୍ରାରମ୍ଭିକ ଲକ୍ଷଣ

ଟରଣ୍ଟୋ,୨୦।୬: କରୋନା ମହାମାରୀ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଯାଇଥିବା ବେଳେ ଏହି ସଂକ୍ରମଣର ନୂଆ ନୂଆ ଲକ୍ଷଣ ସାମ୍ନାକୁ ଆସିବାରେ ଲାଗିଛି। ଥଣ୍ଡା, ସର୍ଦ୍ଦି, ଜ୍ୱର, ଗଳା ଦରଜ ଏହାର ପ୍ରଥମ ଲକ୍ଷଣ ହୋଇଥିବା ବେଳେ…

ଗ୍ରାଜୁଏଟ ହେଲେ ନୋବେଲ ବିଜୟିନୀ ମଲାଲା

ଇସ୍‌ଲାମାବାଦ,୨୦।୬: ପାକିସ୍ତାନର ସାମାଜିକ କର୍ମୀ ତଥା ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ମଲାଲା ୟୁଶୁଫଜଇ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟରୁ ଗ୍ରାଜୁଏଟ ଡିଗ୍ରୀ ହାସଲ କରିଛନ୍ତି। ସେ ଦର୍ଶନଶାସ୍ତ୍ର, ରାଜନୀତି ଓ ଅର୍ଥଶାସ୍ତ୍ରରେ ଗ୍ରାଜୁଏଟ ଡିଗ୍ରୀ ହାସଲ କରିଥିବା ଟୁଇଟ କରି ଜଣାଇଛନ୍ତି।…

କରୋନା ଭାଙ୍ଗିଲା ରେକର୍ଡ: ଗୋଟିଏ ଦିନରେ ୫୪ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ

ବ୍ରାସିଲିଆ, ୨୦।୬: କରୋନା ମହାମାରୀ ଯୋଗୁ ପୃଥିବୀର ବିଭିନ୍ନ ଦେଶରେ ଆତଙ୍କ ଦେଖାଦେଇଛି। ବ୍ରାଜିଲ୍‌ରେ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ସଂଖ୍ୟା ରେକର୍ଡ ଭାଙ୍ଗିଛି। ଗୋଟିଏ ଦିନରେ ଏଠାରେ ୫୪ ହଜାର ୭୭୧ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ…

ଖୁସି ଖବର: ଆମେରିକାରେ କମିଲା କରୋନା ମୃତ୍ୟୁ ସଂଖ୍ୟା

ଓ୍ବାଶିଂଟନ,୧୯।୬: କରୋନା ସଂକ୍ରମଣ କ୍ଷେତ୍ରରେ ବ୍ରାଜିଲ, ଆମେରିକା ଓ ଭାରତର ସ୍ଥିତି ଉଦ୍‌ବେଗଜନକ ରହିଛି। ପ୍ରତିଦିନ ସଂକ୍ରମିତଙ୍କ ତାଲିକାରେ ଭାରତ ୩ ନମ୍ବରରେ ଥିବା ବେଳେ ପାକିସ୍ତାନ ବି ଏଥିରେ ସାମିଲ ହୋଇସାରିଛି। ଗୁରୁବାର ସାରା ବିଶ୍ୱରେ ୧ଲକ୍ଷ ୪୦ ହଜାରରୁ…

୨୯ବର୍ଷ ପରେ ଏହି ଦେଶରେ ଦେଖିବାକୁ ମିଳିଲା ବିରଳ ଧଳା ହ୍ବେଲ

କାନବେରା,୧୯।୬: ଦକ୍ଷିଣ ଅଷ୍ଟ୍ରେଲିଆର ଏକ ସମୁଦ୍ରରେ ୨୯ବର୍ଷ ପରେ ଏକ ବିରଳ ଧଳା ହମ୍ପବେକ ହ୍ବେଲ ଦେଖିବାକୁ ମିଳିଛି। ଏହା ପୂର୍ବରୁ ୧୯୯୧ରେ ଏହି ହ୍ବେଲକୁ ଏଠାରେ ଦେଖିବାକୁ ମିଳିଥିଲା। ପୁଣିଥରେ ଏହି ଅଞ୍ଚଳରେ ବିରଳ ଧଳା ହମ୍ପବେକ ହ୍ବେଲ ବାହାରିଛି।…

୧୭ ତାଲିବାନ ଆତଙ୍କବାଦୀ ମୃତ

ସରୋଜାଇ,୧୯।୬: ଆଫଗାନିସ୍ତାନର ସରୋଜାଇ ଜିଲାର ପକତିଆ ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଆଫଗାନ ସେନା ଆକ୍ରମଣରେ ୧୭ ତାଲିବାନ ଆତଙ୍କବାଦିଙ୍କ ମୃତ୍ୟୁ ହେବା ସହ ୨୦ ଆହତ ହୋଇଥିବା ସୂଚନା ମିଳିଛି। ଆଫଗାନିସ୍ତାନର ପ୍ରତିରକ୍ଷାମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ…

ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଆପତ୍ତିଜନକ ଚିତ୍ର, ସ୍ପ୍ରେ ପେଣ୍ଟିଂରେ କରାଗଲା ବେରୂପ

ଆମଷ୍ଟରଡାମ,୧୮।୬: ଓ୍ବାଶିଂଟନ ଡିସି ପରେ ଏବେ ନେଦରଲାଣ୍ଡସ୍‌ର ରାଜଧାନୀ ଆମଷ୍ଟରଡାମରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ କେହି ଦୁର୍ବୁତ୍ତ ନଷ୍ଟ କରିଦେଇଛନ୍ତି। ନେଦରଲାଣ୍ଡସ୍‌ ପୋଲିସର ସୂଚନା ଅନୁଯାୟୀ କେହି ଦୁର୍ବୁତ୍ତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଆପତ୍ତିଜନକ ଚିତ୍ର ଓ ସ୍ପ୍ରେ…

୮ମ ଥର ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ହେଲା ଭାରତ

ଜେନେଭା, ୧୮।୬: ଭାରତ ୮ମ ଥର ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛି। ଏନେଇ ହୋଇଥିବା ଭୋଟିଂରେ ୧୯୩ ସଦସ୍ୟ ରାଷ୍ଟ୍ର ଅଂଶଗ୍ରହଣ କରିଥିଲେ। ଭାରତ ସପକ୍ଷରେ ୧୮୪ ଦେଶ ନିଜର ସମର୍ଥନ ଦେଇଥିଲେ। ଆମେରିକା…

ଗଲଓ୍ବାନ ଉପରେ ଦାବି ଦୋହରାଇଲା ଚାଇନା

ବେଜିଂ,୧୮ା୬: ଲଦାଖସ୍ଥିତ ଗଲଓ୍ବାନ ଉପତ୍ୟକା ଉପରେ ବୁଧବାର ପୁଣିଥରେ ନିଜର ଦାବି ଦୋହରାଇଛି ଚାଇନା। ଏହି ଅଞ୍ଚଳ ସବୁବେଳେ ଚାଇନାର ଥିଲା ବୋଲି ବେଜିଂ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ସମ୍ପୃକ୍ତ ଭୂଖଣ୍ଡର ସ୍ଥିତାବସ୍ଥାରେ ଚାଇନା ସେନାର ଏକତରଫା ପରିବର୍ତ୍ତନ ଉଦ୍ୟମ ଯୋଗୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri