ପାକିସ୍ତାନରେ ୩ ତାଲିବାନ ଆତଙ୍କବାଦୀ ଗିରଫ

ଲାହୋର,୧୪।୧୨: ରାଓ୍ବଲପିଣ୍ଡି ବିସ୍ଫୋରଣ ଘଟଣାରେ ଜଡ଼ିତ ଥିବା ୩ ତାଲିବାନ ଆତଙ୍କବାଦୀଙ୍କୁ ଗିରଫ କରିଛି ପାକିସ୍ତାନର ସୁରକ୍ଷା ସଂସ୍ଥା। ରାଓ୍ବଲପିଣ୍ଡର ଗ୍ୟାରିସନ୍‌ ସହରର ଗଞ୍ଜ ମଣ୍ଡି ଅଞ୍ଚଳରେ ପୋଲିସ ଷ୍ଟେଶନ ନିକଟରେ ରବିବାର ଘଟିଥିବା ବିସ୍ଫୋରଣରେ ମହିଳା ଓ ଶିଷୁଙ୍କ ସମେତ ଅତିକମ୍‌ରେ ୨୫ ଜଣ ଆହତ ହୋଇଥିଲେ।

ଆଦ୍ୟାଲା-ଖାରାକାନ ରୋଡ ନିକଟରେ ୩ ତାଲିବାନ ଆତଙ୍କବାଦୀ ଲୁଚିଥିବା ଖବର ମିଳିଥିଲା। ଏହି ଟିପ୍‌ ପାଇବା ପରେ ପଞ୍ଜାବ ପୋଲିସର ଆତଙ୍କବାଦ ମୁକାବିଲା ବିଭାଗ (ସିଟିଡି) ଚଢ଼ାଉ କରି ଆତଙ୍କବାଦୀଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ବିସ୍ଫୋରକ, ଡେଟୋନେଟର୍ସ, ମୋବାଇଲ ଫୋନ ଓ ଅନ୍ୟ ସାମଗ୍ରୀ ଜବତ ହୋଇଥିବା ପଞ୍ଜାବ ପୋଲିସର ଆତଙ୍କବାଦ ମୁକାବିଲା ବିଭାଗ (ସିଟିଡି) ପକ୍ଷରୁ କୁହାଯାଇଛି।

ସିଟିଡିର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଆତଙ୍କବାଦୀମାନେ ୪ଟି ବିସ୍ଫୋରଣ ଘଟଣାରେ ଜଡ଼ିତ ଥିଲେ। ଚଳିତ ବର୍ଷ ଜାନୁୟାରୀ, ମାର୍ଚ୍ଚ, ଜୁନ ଓ ଡିସେମ୍ବରରେ ଘଟାଇଥିବା ବ୍ଲାଷ୍ଟରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋମବାରଠାରୁ ସପ୍ତାହେ ପାଇଁ ଏହି ଦେଶରେ ଲକ୍‌ଡାଉନ୍‌…

ତେହେରାନ,୧୫।୮: କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଇରାନ୍‌ରେ ସଙ୍କଟ ସୃଷ୍ଟି ହୋଇଛି। ସୁରକ୍ଷା ଦୃଷ୍ଟରୁ ଦେଶରେ ସୋମବାରଠାରୁ ସପ୍ତାହେ ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି।...

ସବୁଠୁ ବଡ଼ ଆଗ୍ନେୟଗିରିରୁ ଲାଭା ଉଦ୍‌ଗିରଣ

ହୋନୋଲୁଲୁ, ୨୯।୧୧:ହାଓ୍ବାଇର ସମିଟ୍‌ କାଲଡେରାରେ ଥିବା ବିଶ୍ୱର ସବୁଠୁ ବଡ଼ ମାଉନା ଲୋଆ ଆଗ୍ନେୟଗିରିରୁ ରବିବାର ରାତିରୁ ଲାଭା ଉଦ୍‌ଗିରଣ ହେଉଛି। ୟୁ. ଏସ୍‌. ଜିଓଲୋଜିକାଲ...

୨୦୧୭ରେ ଇସ୍ରାଏଲଠାରୁ ଭାରତ କିଣିଥିଲା ପେଗାସସ ସ୍ପାଇୱେୟାର

ୱାଶିଂଟନ/ନୂଆଦିଲ୍ଲୀ,୨୯ ।୧: ଭାରତ ସରକାର ୨୦୧୭ରେ ଇସ୍ରାଏଲଠାରୁ ଗୁପ୍ତଚର ସଫ୍ଟୱେର ପେଗାସସ କ୍ରୟ କରିଥିଲା । ଆମେରିକାର ଖବରକାଗଜ ଦ ନ୍ୟୁୟର୍କସ ଟାଇମନ୍ସର ରିପୋର୍ଟରେ ଏହା...

ଫିନ୍‌ଲାଣ୍ଡ-ସ୍ବିଡ଼େନ୍‌କୁ ଧମକ, ନାଟୋରେ ସାମିଲ ହେଲେ ସାମରିକ ମିଶନ ପାଇଁ ପ୍ରସ୍ତୁତ ରୁହ…

ମସ୍କୋ, ୨୬।୨ : ରୁଷିଆ ଏବେ ଫିନ୍‌ଲାଣ୍ଡ ଏବଂ ସ୍ବିଡ଼େନ୍‌କୁ ଧମକ ଦେଇଛି। ନାଟୋରେ ସାମିଲ ହେଲେ ସାମରିକ ମିଶନ ପାଇଁ ପ୍ରସ୍ତୁତ ରହିବାକୁ ପ୍ରସ୍ତୁତ...

ଜାଣନ୍ତୁ କେଉଁମାନଙ୍କୁ ଦିଆଯିବ ନାହିଁ ରୁଷିଆ ଟିକା

ମସ୍କୋ,୧୨ା୮: ୧୮ ବର୍ଷରୁ କମ୍‌ ଏବଂ ୬୦ ବର୍ଷରୁ ଅଧିକ ଲୋକଙ୍କୁ ରୁଷିଆର କରୋନା ଟିକା ପ୍ରୟୋଗ କରିବାକୁ ଅନୁମତି ଦିଆଯାଇ ନାହିଁ। ଏକ ରିପୋର୍ଟ...

‘ଭାରତ-ଆମେରିକା’ର ସମ୍ପର୍କ ବିଶ୍ୱାସ ଉପରେ ଆଧାରିତ’

ଓ୍ବାଶିଂଟନ,୨୨ା୧୦: ଆମେରିକାରେ ଭାରତର ରାଷ୍ଟ୍ରଦୂତ ତରଣଜିତ୍‌ ସିଂ ସାନ୍ଧୁ କହିଛନ୍ତି, ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କର ଆଧାର ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଏହା କ୍ରମାଗତ...

୬୨୦୦ ଫୁଟ ଉଚ୍ଚରେ ଚେତାଶୂନ୍ୟ ହୋଇପଡ଼ିଲେ ଟ୍ରେନର: ପ୍ରଥମ ଥର ବିମାନ ଅବତରଣ କଲେ ଛାତ୍ର

କାନବେରା,୩।୯: ଅଷ୍ଟ୍ରେଲିଆରେ ବିମାନ ଉଡାଣର ପ୍ରଶିକ୍ଷଣ ଦିଆଯାଉଥିବା ସମୟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ମଝି ଆକାଶରେ ଜଣେ ଛାତ୍ରଙ୍କୁ ଏକ ବଡ଼ ସମସ୍ୟାର...

କରୋନା କଟକଣା: ଘରୁ ବାହାରିଲେ ୨୫୦୦୦ ଟଙ୍କା ଜରିମାନା

ରୋମ୍‌, ୧୪।୩: କରୋନା ମହାମାରୀ ଯୋଗୁ ଚାଇନା ପରେ ଏବେ ଇଟାଲୀରେ ସଙ୍କଟ ଦେଖାଦେଇଛି। ମୃତକ ଏବଂ ସଂକ୍ରମିତଙ୍କ ସଂଖ୍ୟା ଏଠାରେ ଦିନକୁ ଦିନ ବଢ଼ିବାରେ...

Advertisement
Archives

Model This Week