ଚାକିରି ଛାଡିଥିବା ମଡେଲ୍‌ଙ୍କ ଦାବି: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କଠାରୁ କରିବି ଅଧିକ ରୋଜଗାର, ଜାଣନ୍ତୁ କିପରି

ବ୍ରିଟେନ୍‌ର ୨୪ ବର୍ଷୀୟ ମଡେଲ ଆଲିଆ ମର୍ସିଡିଜ ଦାବି କରିଛନ୍ତି, ସେ ଚଳିତ ବର୍ଷ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କଠାରୁ ଅଧିକ ରୋଜଗାର କରିବାକୁ ଯାଉଛନ୍ତି। ଆଲିଆ ବହୁତ କମ ଲୋକଙ୍କ ମଧ୍ୟରୁ ଜଣେ, ଯେଉଁମାନଙ୍କ ପାଇଁ କରୋନା ଏକ ସୁଯୋଗ ବୋଲି ପ୍ରମାଣିତ ହୋଇଛି। ଲକ୍‌ଡାଉନ୍‌ ହେବା ପରଠାରୁ ତାଙ୍କ ରୋଜଗାରରେ ବହୁତ ଅଭିବୃଦ୍ଧି ଘଟିଛି।

ବ୍ରିଟେନର ପଶ୍ଚିମ ୟର୍କର ସ୍କିପଟନରେ ଅବସ୍ଥିତ ଆଲିଆ ‘ଦ ସନ ୱେବସାଇଟକୁ’ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ସେ ଗ୍ରାଫିକ ଡିଜାଇନିଂରେ ସ୍ନାତକ ହାସଲ କଲାବେଳେ ବହୁତ କମ ରୋଜଗାର କରୁଥିଲେ। କରୋନା ଲାଗି ସେ ଘରୁ କାମ କରିବାର ସୁଯୋଗ ପାଇଲେ। ପରେ ସେ ଏକ ପ୍ରସିଦ୍ଧ ୱେବସାଇଟରେ ନିଜର ଫଟୋ ବିକ୍ରୟ କରିବା ଆରମ୍ଭ କଲେ।

ପରେ ଗ୍ରାଫିକ ଡିଜାଇନିଂ ଚାକିରି ଛାଡି ସେ ଏହି ୱେବସାଇଟରେ ବହୁତ ପ୍ରସିଦ୍ଧ ହେଲେ। ସେ ଏହି ୱେବସାଇଟରେ ନିଜର ଫ୍ୟାନ୍‌ ସୃଷ୍ଟି କରିବାରେ ସଫଳ ହେଲେ। ଆଲିଆ କହିଛନ୍ତି, ଚଳିତ ବର୍ଷ ପ୍ରାୟ ଦେଢ଼ ଲକ୍ଷ ପାଉଣ୍ଡ ଅର୍ଥାତ୍‌ ପ୍ରାୟ ୧.୫ କୋଟି ଟଙ୍କା ରୋଜଗାର କରିବି । ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଅପେକ୍ଷା ସେ ଚଳିତ ବର୍ଷ ଅଧିକ ଟଙ୍କା ରୋଜଗାର କରିବେ ବୋଲି ଆଲିଆ କହିଛନ୍ତି। ଏହି ୱେବସାଇଟରେ ଆଲିଆଙ୍କୁ ପ୍ରଶଂସକଙ୍କ ଅନେକ ଅଜବ ଅନୁରୋଧର ସାମ୍ନା କରିବାକୁ ପଡୁଛି। କିଛି ଲୋକ ସେମାନଙ୍କର ପାଦର ଫଟୋ ମଧ୍ୟ ପସନ୍ଦ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ମିଳିତ ଜାତିସଂଘରେ ଆମେରିକା-ରୁଷିଆ ମୁହାଁମୁହିଁ

ଓ୍ବାଶିଂଟନ,୨୫ା୪: ମିଳିତ ଜାତିସଂଘରେ ଆମେରିକା ଏବଂ ରୁଷିଆ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। କିଛି ଦିନ ପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ରୁଷିଆ...

ଆମେରିକା ଉପରେ ରାଗିଗଲେ ନେତାନ୍ୟାହୁ: କହିଲେ ଏମିତି କଥା

ଜେରୁଜେଲମ,୨୫।୪: ଗାଜାରେ ହମାସ ଆତଙ୍କବାଦୀଙ୍କ ସହ ଇସ୍ରାଏଲର ଯୁଦ୍ଧ ଜାରି ରହିଛି ଏବଂ ଇରାନ ସହିତ ଯୁଦ୍ଧ ପରି ପରିସ୍ଥିତି ଅଛି। ଏହି ସମୟରେ ବେଞ୍ଜାମିନ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri