କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ରହିବ ଆଜୀବନ ଶାରୀରିକ ସମସ୍ୟା
ଇଂଲଣ୍ଡ,୨୩।୬: ସାରା ବିଶ୍ୱରେ କରୋନା ଭାଇରସ୍ ଆତଙ୍କ ଖେଳାଇ ଚାଇଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ସେଥିମଧ୍ୟରୁ ମଧ୍ୟ କେତେକ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିବା…
ପିପିଇ କିଟ୍ ଅଭାବରୁ କରୋନା ସଂକ୍ରମଣରେ ୪୨ ଡାକ୍ତର ମୃତ!
ଇସ୍ଲାମାବାଦ,୨୩।୬: କରୋନା ମହାମାରୀ ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ପାକିସ୍ତାନର ସ୍ଥିତି ମଧ୍ୟ ଉଦ୍ବେଗଜନକ ରହିଛି। ମିଳିଥିବା ଖବରରୁ ଜଣାପଡିଛି କି ପାକିସ୍ତାନରେ କରୋନାର ଆଗଧାଡିର ଯୋଦ୍ଧା ସାଜିଥିବା ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କୁ ମଧ୍ୟ ଏଥିରୁ ନିସ୍ତାର ମିଳୁନାହିଁ।…
ଗାଈ ଆଣ୍ଟିବଡ଼ିରୁ କରୋନା ଔଷଧ
ଓ୍ବାଶିଂଟନ, ୨୩।୬: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଥମିବାର ନାଁ ଧରୁନି। ଏପରିସ୍ଥଳେ ଆମେରିକାର ଏକ କମ୍ପାନୀ ଗାଈ ଆଣ୍ଟିବଡ଼ିରୁ କରୋନା ଔଷଧ ପ୍ରସ୍ତୁତ କରିଥିବା ଦାବି କରିଛି। ଏହାର ପ୍ରୟୋଗ ମଣିଷଙ୍କ ଉପରେ ଆସନ୍ତା ମାସରୁ ଆରମ୍ଭ ହେବ…
କରୋନା ପ୍ରଭାବ: ବିଦେଶୀଙ୍କୁ ହଜ୍ ଯାତ୍ରା ମନା
ଅବୁଧାବି, ୨୩।୬: ଚଳିତ ବର୍ଷ ବିଦେଶୀଙ୍କ ପାଇଁ ହଜ୍ ଯାତ୍ରାକୁ ସୌଦି ସରକାର ମନା କରିଛନ୍ତି। କରୋନା ସଂକ୍ରମଣକୁ ରୋକିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଛି। ଏନେଇ ସୌଦି ହଜ୍ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଦେଶର…
ସୀମାରେ ବାଲିଷ୍ଟିକ୍ ମିଶାଇଲ ମୁତୟନ କଲା ଜାପାନ
ଟୋକିଓ, ୨୩ା୬(ଆଇଏଏନ୍ଏସ୍): ଚାଇନା ଓ ଜାପାନ ମଧ୍ୟରେ ସେନ୍କାକୁସ ଦ୍ୱୀପପୁଞ୍ଜକୁ ନେଇ ବିବାଦ ଦେଖାଦେଇଛି। ଯଦିଓ ଏହି ଅଞ୍ଚଳ ୧୯୭୨ରୁ ଜାପାନ ପ୍ରଶାସନ ଅଧୀନରେ ରହିଆସିଛି, ତେବେ ଏହାର ଆଇନଗତ ସ୍ଥିତି ଚାଇନା ସହ ବିବାଦୀୟ ହୋଇ ରହିଛି। ଚାଇନା ଏହି…
ପୁଟିନ୍ଙ୍କ ମାଷ୍ଟର ପ୍ଲାନ୍: ୨୦୩୬ ପର୍ଯ୍ୟନ୍ତ ରାଷ୍ଟ୍ରପତି ପଦରେ ରହିବା ପାଇଁ ଯୋଜନା
ମସ୍କୋ,୨୨।୬: ରୁଷ୍ ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନ୍ ୨୦୩୬ ପର୍ଯ୍ୟନ୍ତ ରାଷ୍ଟ୍ରପତି ପଦରେ ରହିବା ପାଇଁ ମାଷ୍ଟର ପ୍ଲାନ୍ କରିଛନ୍ତି। ତାଙ୍କର କାର୍ଯ୍ୟକାଳ ବୃଦ୍ଧି ଲାଗି ସମ୍ବିଧାନ ସଂଶୋଧନର ଆବଶ୍ୟକତା ରହିଛି। ସରକାରଙ୍କ ଏହି ପ୍ରସ୍ତାବ ଉପରେ ଦେଶବ୍ୟାପୀ ଜନସାଧାରଣ ଜୁନ୍ ୨୫ରୁ…
କରୋନା ସଂକ୍ରମଣ କ୍ଷେତ୍ରରେ ଆଗକୁ ବଢୁଛି ଭାରତ: ବିଶ୍ୱରେ ୯୦ ଲକ୍ଷ ଅତିକ୍ରମ କଲା ସଂକ୍ରମିତଙ୍କ ସଂଖ୍ୟା
ଓ୍ବାଶିଂଟନ,୨୨।୬: ଆମେରିକା, ବ୍ରାଜିଲ, ଭାରତ, ରୁଷିଆ ଓ ପାକିସ୍ତାନ କରୋନା ସଂକ୍ରମଣ କ୍ଷେତ୍ରରେ ଆଗୁ ବଢିବାରେ ଲାଗିଛନ୍ତି। ରବିବାର ସାରା ବିଶ୍ୱରେ ୧ଲକ୍ଷ ୩୦ ହଜାର ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୦ ଲକ୍ଷ…
ଏହି ଦେଶରେ ଛୁରୀରେ ହୋଇଥାଏ ମସାଜ: ଜାଣନ୍ତୁ କ’ଣ ରହିଛି ୨ହଜାର ବର୍ଷ ତଳର ଏହାର ଇତିହାସ
ତାଇପେଇ,୨୨।୬: ଫଳ, ପନିପରିବା ଓ ମାଂସ କାଟିବାରେ ଛୁରୀକୁ ବ୍ୟବହାର କରାଯାଇଥାଏ। କିନ୍ତୁ କେବେ ଶୁଣିଛନ୍ତି କି, ଛୁରୀରେ ମସାଜ କରାଯିବା କଥା। ଶୁଣିବାରେ ଏହା ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ କଥାଟି ସତ। ଏଭଳି ଘଟଣା ଦେଖିବାକୁ ମିଳିଛି ପୂର୍ବ ଏସିଆ…
ଲକ୍ଡାଉନ ଖୋଲିବା ପରେ ପୁଣି ଫେରିଲା କରୋନା: ଚାଇନାରେ ୧୮ ନୂଆ ସଂକ୍ରମିତ ଚିହ୍ନଟ
ବେଜିଂ,୨୨।୬: କରୋନା ମହାମାରୀ ସାରା ବିଶ୍ୱରେ ତା’ର ଉପସ୍ଥିତି ଜାହିର କରି ସାରିଥିବା ବେଳେ କିଛି ଦେଶରେ ଏହା ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଗତ ଡିସେମ୍ବରରୁ ପ୍ରଥମ କରି ଚାଇନାରେ ଦେଖାଦେଇଥିବା ଏହି ଭାଇରସ ଧୀରେ ଧୀରେ ସାରା ବିଶ୍ୱକୁ…
ଭାରତ ‘ବିଶ୍ୱର ଫାର୍ମାସୀ’ ଭୂମିକା ନେଇଛି: ଏସ୍ସିଓ
ବେଜିଂ,୨୨ା୬(ପି.ଟି.): ମେଡିସିନ କ୍ଷେତ୍ରରେ ଗଭୀର ଜ୍ଞାନକୌଶଳ, ଅଭିଜ୍ଞତା ଯୋଗୁ ଭାରତ କରୋନା ମହାମାରୀ ସମୟରେ ‘ବିଶ୍ୱର ଫାର୍ମାସୀ’ ଭୂମିକା ଗ୍ରହଣ କରିଛି ବୋଲି ସାଂଘାଇ ସହଯୋଗ ସଂଗଠନ(ଏସ୍ସିଓ) ମହାସଚିବ ଭ୍ଲାଦିମିର ନୋରୋଭ କହିଛନ୍ତି। ଭାରତ ନିଜ ଦେଶର କରୋନା ସଂକ୍ରମଣକୁ ରୋକିବା…
୪ ଜଣରେ ଜଣେ ଭୋକିଲା
ନ୍ୟୁୟର୍କ,୨୨ା୬(ଆଇଏଏନ୍ଏସ୍): କରୋନା ଭୂତାଣୁର ମୁକାବିଲା ପାଇଁ ବ୍ରିଟେନ ଦୀର୍ଘଦିନ ଲକ୍ଡାଉନରେ ରହିବା ପରେ ଏବେ ସେଠାରେ ଉତ୍କଟ ଖାଦ୍ୟାଭାବ ଦେଖାଦେଇଛି। ସେଠାରେ ପ୍ରତି ୪ ଜଣରେ ଜଣେ ବୟସ୍କ ବ୍ୟକ୍ତି କ୍ଷୁଧାରେ ରହିବା ସହ ଅପପୁଷ୍ଟିର ସମ୍ମୁଖୀନ ହୋଇଥିବା ଏକ ସର୍ଭେରେ…
ଭାରତ-ଚାଇନା ସୀମା ବିବାଦ: ଟ୍ରମ୍ପ୍ ସାଜିବେ କି ମଧ୍ୟସ୍ଥି !
ଓ୍ବାଶିଂଟନ, ୨୧।୬: ଭାରତ ଚାଇନା ମଧ୍ୟରେ ସୀମା ବିବାଦ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥି ସାଜିବା ପାଇଁ ପ୍ରସ୍ତୁତ ହୋଇ ରହିଥିବା କୁହାଯାଉଛି। ସେ କହିଛନ୍ତି ଯେ, ଭାରତ ଚାଇନା ମଧ୍ୟରେ…
Archives


