ଏହି ଅନନ୍ୟ ଜିନିଷକୁ ସମୁଦ୍ର କୂଳରୁ ଘରକୁ ନେଇ ଆସିଥିଲେ ମା’-ଝିଅ: ଘଟିଲା ଏଭଳି ଅଘଟଣ

ବ୍ରିଟେନର କେଣ୍ଟରେ ରହୁଥିବା ୩୮ ବର୍ଷୀୟା ଯୋଡି କ୍ରୁଜ ଏବଂ ତାଙ୍କର ୮ ବର୍ଷର ଝିଅ ଇସାବେଲା ସମୁଦ୍ର କୂଳରେ ଏକ ଅନନ୍ୟ ଜିନିଷ ପାଇଥିଲେ।
ତାହାକୁ ସେମାନେ ଘରକୁ ଆଣିଥିଲେ, ପରେ ସେମାନଙ୍କ ସହ ଯାହା ଘଟିଲା ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଗ୍ରେନେଡ ଆଣି ସେମାନେ ରୋଷେଇ ଘରେ ରଖିଥିଲେ। ଏହା ବିସ୍ଫୋରଣ ହେଲା। ଯଦିଓ ଉଭୟଙ୍କର ଭାଗ୍ୟ ଭଲ ଥିଲା, ସେମାନେ ବଞ୍ଚିଗଲେ।

ଯୋଡି ଏବଂ ଇସାବେଲା ପ୍ରଥମେ ଭାବିଥିଲେ ଏହା ଏକ ପ୍ରାଚୀନ ଜୀବାଶ୍ମ ବା ପଶୁଙ୍କର ହାଡ, କିନ୍ତୁ ଏହା ୮୦ ବର୍ଷ ପୁରୁଣା ଗ୍ରେନେଡ ହୋଇପାରେ ବୋଲି ସେମାନଙ୍କର ଧାରଣା ନ ଥିଲା। ଯୋଡି କହିଛନ୍ତି, ମୁଁ ଏହାର ଫଟୋକୁ ପ୍ରତ୍ନତତ୍ତ୍ୱ ବିଭାଗର ୱେବ୍‌ସାଇଟରେ ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲିି। ଅନେକ ଲୋକ ପ୍ରତିକ୍ରିୟା ଦେଇଥିଲେ। କିନ୍ତୁ ଏହା ଗ୍ରେନେଡ ବୋଲି କେହି କହିପାରିଲେ ନାହିଁ। ସୋସିଆଲ ମିଡିଆରେ କିଛି ଗବେଷଣା କରିବା ପରେ ଯୋଡି କହିଲେ, ମୁଁ ଏଥିରେ ଏକ ପିନ ରଖିଲି। ଏହା କରିବା ମାତ୍ରେ ଏହାର ଏକ ଅଂଶ ତରଳିବା ଆରମ୍ଭ କଲା। ତା’ପରେ ପୂରା ଜିନିଷ ଫାୟାରବଲରେ ପରିଣତ ହେଲା ଏବଂ ଡାଇନିଂ ରୁମରେ ଧୂଆଁ ବାହାରିଲା ।

ସେ ଆହୁରି ମଧ୍ୟ କହିଛନ୍ତି, ମୋ ଝିଇ ଚିତ୍କାର ଶୁଣି ପଛ କବାଟ ଦେଇ ଦୌଡ଼ି ପଳାଇଲା। ମୁଁ ଗ୍ରେନେଡକୁ ଧରି ଅତି ଦ୍ରୁତ ଗତିରେ ଦୌଡ଼ିି ରୋଷେଇ ଘର ବେସିନ୍‌ରେ ଫୋପାଡି ଦେଲି, ଯେଉଁଠାରେ ଏହା ବିସ୍ଫୋରଣ ହେଲା। ଆମେ ବହୁତ ଭାଗ୍ୟବାନ କାରଣ ଏହା ଅନେକ ଶକ୍ତିଶାଳୀ ଏବଂ ବିପଜ୍ଜନକ ଥିଲା। ମୋ ମନକୁ ପ୍ରଥମେ ଆସିଥିବା ମୋ ଝିଅ, ଘରର ଚାରି କୁକୁର ଏବଂ ଦୁଇଟି ବିଲେଇଙ୍କୁ କିପରି ବଞ୍ଚାଇ ପାରିବି। ଯେତେବେଳେ ଝିଅ ଦୌଡ଼ି ପଳାଇଥିଲା। ମୁଁ ମୋର ବିଲେଇ, କୁକୁରଙ୍କୁ ସାହାଯ୍ୟ କରିବାକୁ ପହଞ୍ଚିଲି । ଆମେ ଭାଗ୍ୟବାନ ଯେ, ସେମାନେ ମଧ୍ୟ ସୁରକ୍ଷିତ ଥିଲେ।

ନିଆଁ ଲିଭାଇବା ପାଇଁ ଯୋଡିଙ୍କ ଘରେ ପହଞ୍ଚିଥିବା ଜଣେ ଅଗ୍ନିଶମ କର୍ମଚାରୀ କହିଛନ୍ତି, ଏହା ଏକ ଗ୍ରେନେଡ କାରଣ ସାଧାରଣତଃ ଏହି ଗ୍ରେନେଡଗୁଡ଼ିକରେ ପ୍ରତିରକ୍ଷା ଆବରଣ ରହିଥିଲା, ଯାହା ଉପରେ ଏହା ମଧ୍ୟ ଦେଖାଯାଇପାରେ। ଯୋଡ଼ି ଆହୁରି କହିଛନ୍ତି, ଏହି ଘଟଣା ପରେ ସମ୍ପର୍କୀୟ ମୋଠାରୁ ପ୍ରତିଶ୍ରୁତି ନେଇଥିଲେ। ବର୍ତ୍ତମାନ ମୁଁ ସମୁଦ୍ରରୁ କିଛି ଉଠାଇ ଘରକୁ ଆଣିବି ନାହିଁ। ବୋଧହୁଏ ଏହି ୮୦ ବର୍ଷ ପୁରୁଣା ଗ୍ରେନେଡ ସମୁଦ୍ର ତରଙ୍ଗର ସମ୍ମୁଖୀନ ହେବା ପରେ କୂଳରେ ପହଞ୍ଚିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପରିବାରର ସହାୟତା ପାଇଁ ବିକୁଥିଲେ ପକୁଡି; ଛିଡା କଲେ ଦେଶର ନଂ୧ କମ୍ପାନୀ

ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ବଜାର ପୁଞ୍ଜୀକରଣ ସୋମବାର ୧୧.୫ ଲକ୍ଷ କୋଟି ଟଙ୍କା ଟପିଛି। କମ୍ପାନୀ ସ୍ଥାପନା କରିଥିବା ଧୀରୁ ଭାଇ...

ଖେଳାଳିଙ୍କୁ ୟୁନିଫର୍ମ ଜାଳି ଦେବାକୁ କହିଲେ ଅଧିନାୟିକା

କାବୁଲ,୧୯।୮ : ସୋସିଆଲ ମିଡିଆରୁ ସମସ୍ତ ଫଟୋ ଡିଲିଟ୍‌ କର। ୟୁନିଫର୍ମକୁ ଜାଳିଦିଅ। ଯେମିତି ହେଲେ ପରିଚୟ ଲୁଚାଅ। ଖେଳାଳିଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ଆଫଗାନିସ୍ତାନ...

ମରୁଭୂମିରେ ପୋଷ୍ଟ ଅଫିସ୍‌

ଦୁନିଆରେ ଏମିତି ବି କେତେକ ଜିନିଷ ଅଛି, ଯାହାକୁ ଏଭଳି ନିରୋଳା ସ୍ଥାନରେ ତିଆରି କରାଯାଇଛି; ଫଳରେ ଏହା ଲୋକଙ୍କ ଦୃଷ୍ଟି ଆଢୁଆଳରେ ରହିଯାଉଛି। ସେମିତି...

ଅକ୍ଷୟ ତୃତୀୟାରେ କରନ୍ତୁ ଏହି ଉପାୟ, ଘରକୁ ଆସିବ ସୁଖ ସମୃଦ୍ଧି

ବୈଶାଖ ମାସ ଶୁକ୍ଳପକ୍ଷରେ ପଡ଼ୁଥିବା ଅକ୍ଷୟ ତୃତୀୟାକୁ ବହୁ ଶୁଭ ମନାଯାଇଥାଏ। ଏହି ଦିନରେ ପୂଜାର୍ଚ୍ଚନା କଲେ ଭକ୍ତକୁ ପୂଣ୍ଣ୍ୟ ମିଳିଥାଏ। ଚଳିତ ବର୍ଷ ଅକ୍ଷୟ...

ଆମେରିକାରେ ପ୍ରଥମ ଜୀବନ ନେଲା ଓମିକ୍ରନ: ବଢୁଛି ସଂକ୍ରମଣ

ଓ୍ବାଶିଂଟନ୍‌,୨୧।୧୨: କରୋନାର ନୂତନ ଭାରିଆଣ୍ଟ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଛି। ଆମେରିକାରେ ଏହା ଏକ ଆତଙ୍କ ସୃଷ୍ଟି କରିବା ଆରମ୍ଭ କରିଛି। ଏହି ନୂତନ...

ସୁସ୍ବାସ୍ଥ୍ୟ ପାଇଁ ପରିମଳ

ସୁସ୍ବାସ୍ଥ୍ୟ ପାଇଁ ପରିଷ୍କାର ପରିଚ୍ଛନ୍ନତା ଅପରିହାର୍ଯ୍ୟ। ଏହା ସହିତ ଘର ଏବଂ ବାହ୍ୟ ପରିବେଶରେ ପରିମଳ ବ୍ୟବସ୍ଥା ଆପଣେଇବା ମଧ୍ୟ ଆବଶ୍ୟକ। ବାହାରେ ଶୌଚ ହେବା...

କାମ କରୁନି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ଶୌଚାଳୟ: ଡାଇପର ପିନ୍ଧୁଛନ୍ତି ମହାକାଶ ଯାତ୍ରୀ

ଓ୍ବାଶିଂଟନ,୨୮।୧୧: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ଶୌଚାଳୟ କାମ କରୁନି। ଫଳରେ ମହାକାଶ ଯାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନେ ଏବେ ଡାଇପର ପିନ୍ଧୁଛନ୍ତି। ଏହି...

୨୦୮ କୋଟି ଟଙ୍କା ଲଟେରି ଜିତିଲେ ଜଣେ ବ୍ୟକ୍ତି: କୋର୍ଟ କହିଲେ, ପୂର୍ବତନ ସ୍ତ୍ରୀଙ୍କୁ ୫୦ପ୍ରତିଶତ ଦିଅ

ନ୍ୟୁୟର୍କ, ୨୩।୬: ଆମେରିକାର ମିଶିଗାନରେ ଜଣେ ବ୍ୟକ୍ତି ୨୦୮ କୋଟି ଟଙ୍କା ଲଟେରି ଜିତିଛନ୍ତି। ରିଚ୍‌ ଜ୍ୟାଲୋସ୍କୋ ନାମକ ଏହି ବ୍ୟକ୍ତି ଜଣଙ୍କ ଖୁସିରେ ଆତ୍ମହରା...

Advertisement
Archives

Model This Week