ଚାଇନା ଚିନ୍ତା ବଢ଼ାଇଛି ଡେଲ୍ଟା
ବେଜିଂ, ୧୬ା୧୧: କରୋନାର ସବୁଠୁ ମାରାତ୍ମକ ଡେଲ୍ଟା ଭାରିଆଣ୍ଟ ଚାଇନାର ଚିନ୍ତା ବଢ଼ାଇଛି। ଅକ୍ଟୋବର ୧୭ରୁ ନଭେମ୍ବର ୧୪ ମଧ୍ୟରେ ୧୩୦୮ ମାମଲା ଚିହ୍ନଟ କରାଯାଇଛି। ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଉତ୍ତରପୂର୍ବର କେତେକ ସହରରେ ଲକ୍ଡାଉନ ଭଳି କଟକଣା ଲଗାଯାଇଛି।…
ଚାଇନାକୁ ଆମେରିକାର ଉପଦେଶ: ଜୋ ବାଇଡେନ-ସି ଜିପିଙ୍ଗଙ୍କ ମଧ୍ୟରେ ଶିଖର ବୈଠକ
ୱାଶିଂଟନ,୧୬ ।୧୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଙ୍ଗଳବାର ସକାଳୁ(ଭାରତୀୟ ସମୟ ଅନୁସାରେ) ହ୍ୱାଇଟ ହାଉସରୁ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଭର୍ଚୁଆଲ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି । ଅନୁମାନ କରାଯାଉଛି କି ଏହି ବୈଠକରେ ଆମେରିକା ରାଷ୍ଟ୍ରପତି…
ନେପାଳରେ ଭାରତ ନିର୍ମାଣ କରିଛି ୫୦ ହଜାର ଘର
କାଠମାଣ୍ଡୁ, ୧୬ା୧୧: ୨୦୧୫ରେ ନେପାଳକୁ ଦୋହଲାଇ ଦେଇଥିଲା ଭୂକମ୍ପ। ଏହି ଭୟାବହ ଭୂକମ୍ପ ଯୋଗୁ ୨ଟି ଜିଲାରେ ଭାଙ୍ଗିଥିବା ୫୦ ହଜାର ଘର ପୁନଃନିର୍ମାଣ କାର୍ଯ୍ୟ ଭାରତ ଶେଷ କରିଛି। ଏ ନେଇ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ଜାତୀୟ…
ଏୟାରହୋଷ୍ଟେସ୍ଙ୍କୁ ମୁଥ ମାରିଲେ ମହିଳା ଯାତ୍ରୀ, ଆଉ ତା’ ପରେ…
ଓ୍ବାଶିଂଟନ,୧୫ା୧୧: ଆମେରିକାର ଟେକ୍ସାସ ଏୟାରପୋର୍ଟରେ ଜିନିଷପତ୍ର ଯାଞ୍ଚ ପ୍ରକ୍ରିୟା ସମୟରେ ଜଣେ ମହିଳା ଯାତ୍ରୀ ଏୟାରହୋଷ୍ଟେସ୍ଙ୍କ ଉପରେ ହମ୍ଲା କରିଛନ୍ତି। ମହିଳା ଜଣକ ଏୟାରହୋଷ୍ଟେସ୍ଙ୍କୁ ମୁଥ ମାରି ଆହତ କରିଦେଇଛନ୍ତି। ଏହି ଘଟଣା ପରେ ଏୟାରହୋଷ୍ଟେସ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ମହିଳା…
ଗର୍ଭନିରୋଧ ପଦ୍ଧତି ଗ୍ରହଣ ଉପରେ ରୋକ ନେଇ ଲୋକଙ୍କ ମଧ୍ୟରେ ବଢ଼ିଲା ଆକ୍ରୋଶ…
ତେହେରାନ,୧୫।୧୧: ଇରାନ ସରକାର ଦେଶର ଜନସଂଖ୍ୟା ବଢ଼ାଇବା ଲାଗି ଦେଶରେ ମହିଳାଙ୍କ ସ୍ବାସ୍ଥ୍ୟକୁ ଅଣଦେଖା କରିବା ସହିତ ମାନବାଧିକାରର ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି। ସରକାର ସମସ୍ତ ଗର୍ଭନିରୋଧ ପଦ୍ଧତି ଗ୍ରହଣ ଉପରେ ରୋକ ଲଗାଇଛନ୍ତି। ଏହାକୁ ନେଇ ଲୋକଙ୍କ ମଧ୍ୟରେ…
ବିବାହ ପରେ ଦେଶ ଛାଡ଼ି ଆମେରିକାରେ ପହଞ୍ଚିଲେ ରାଜକୁମାରୀ
ଟୋକିଓ,୧୫ା୧୧: ଜାପାନର ରାଜକୁମାରୀ ଯିଏକି ତାଙ୍କ ରାଜକୀୟ ସ୍ଥିତି ପରିତ୍ୟାଗ କରି ଜଣେ ସାଧାରଣ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ସେ ତାଙ୍କ ସ୍ବାମୀଙ୍କ ସହ ଆମେରିକାର ନ୍ୟୁୟର୍କରେ ପହଞ୍ଚିଛନ୍ତି। ନବ ବିବାହିତ ଏହି ଦମ୍ପତି ଦେଶରେ ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ଟୋକିଓର…
ପିଲାଙ୍କୁ କରୋନା ଟିକା ଦେବାକୁ ଅନୁମତି ଦେଲା ଇସ୍ରାଏଲ
ଜେରୁଜେଲମ,୧୫ା୧୧: ବର୍ତ୍ତମାନ ୫ରୁ ୧୧ ବର୍ଷ ବୟସର ପିଲାମାନେ କରୋନା ଟିକା ନେଇପାରିବେ। ଏନେଇ ଇସ୍ରାଏଲର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ନଚ୍ମନ ଆୟଶ କହିଛନ୍ତି। ୫ରୁ ୧୧ବର୍ଷ ବୟସର ପିଲାମାନଙ୍କ କରୋନା ଟିକାକରଣ ପାଇଁ ଏକ ବିଶେଷଜ୍ଞ ପ୍ୟାନେଲର ସୁପାରିସକୁ ସେ…
ରାଷ୍ଟ୍ରପତି ଦୌଡ଼ରେ ଗଦ୍ଦାଫିଙ୍କ ପୁଅ
ତ୍ରିପୋଲି,୧୫।୧୧: ଲିବ୍ୟାର ପୂର୍ବତନ ଏକଚ୍ଛତ୍ରବାଦୀ ଶାସକ ମୁଆମାର ଅଲ୍-ଗଦ୍ଦାଫିଙ୍କ ବଡ଼ପୁଅ ସୈଫ୍-ଅଲ୍-ଅସ୍ଲମ ଅଲ୍-ଗଦ୍ଦାଫି ଦେଶର ରାଷ୍ଟ୍ରପତି ଦୌଡ଼ରେ ସାମିଲ ହୋଇଛନ୍ତି। ଆସନ୍ତା ଡିସେମ୍ବର ୨୪ରେ ହେବାକୁ ଥିବା ଏହି ନିର୍ବାଚନ ପାଇଁ ସେ ରବିବାର ନାମାଙ୍କନପତ୍ର ଦାଖଲ କରିଥିବା ଲିବ୍ୟା ନିର୍ବାଚନ…
୨୦ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ପାକିସ୍ତାନ
ଇସଲାମାବାଦ୍,୧୪।୧୧: ପାକିସ୍ତାନୀ ଜଳରାଶିରେ ବେଆଇନ ଭାବେ ମାଛ ଧରିବା ଅଭିଯୋଗରେ ୨୦ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ପାକିସ୍ତାନର ଲ୍ୟାଣ୍ଡି ଜିଲା ଜେଲରୁ ମୁକ୍ତ କରାଯାଇଛି। ମୁକ୍ତ ହୋଇଥିବା ମତ୍ସ୍ୟଜୀବୀଙ୍କୁ ସୋମବାର ୱାଘା ସୀମାକୁ ଅଣାଯିବ ଏବଂ ଭାରତୀୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ।…
ଆଖି ପିଛୁଳାକେ ନଷ୍ଟ କରିବ ଶତ୍ରୁ ଦେଶର କ୍ଷେପଣାସ୍ତ୍ର
ମସ୍କୋ,୧୪ା୧୧: ଆସନ୍ତା ମାସ ମଧ୍ୟଭାଗରେ ଭାରତ ରୁଷିଆର ପ୍ରସିଦ୍ଧ ଏସ୍-୪୦୦ କ୍ଷେପଣାସ୍ତ୍ର ପାଇବ ବୋଲି ଆଶା କରାଯାଉଛି। ଏହି କ୍ଷେପଣାସ୍ତ୍ର ଭାରତର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ। ଏ ସମ୍ବନ୍ଧରେ ଭାରତ ଏବଂ ରୁଷିଆ ୧୫ ଅକ୍ଟୋବର ୨୦୧୬ରେ ଏକ…
ଲୋକଙ୍କୁ ପ୍ରଥମ ଡୋଜ୍ ମିଳି ନଥିବା ବେଳେ ବୁଷ୍ଟର ଡୋଜ୍ ସମ୍ପର୍କରେ କହିବା ଯୁକ୍ତିହୀନ: ଡବ୍ଲ୍ୟୁଏଚ୍ଓ ମୁଖ୍ୟ…
ଜେନେଭା,୧୪।୧୧: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। କେତେକ ଦେଶରେ କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଟିକାକରଣ ଅଭିଯାନ ଜାରି ରହିଛି। ଦୁଇ ଡୋଜ୍ ଟିକାପରେ ବୁଷ୍ଟର…
ତାଲିବାନ ବାଟରେ କଣ୍ଟା ବିଛାଉଛି ପାକିସ୍ତାନ, ଛୋଟ ଜିହାଦି ଗୋଷ୍ଠୀଙ୍କୁ ସମର୍ଥନ…
କାବୁଲ/ଇସଲାମାବାଦ୍,୧୪।୧୧: ଆଫଗାନିସ୍ତାନରେ ପାକିସ୍ତାନ ତାଲିବାନ ବାଟରେ କଣ୍ଟା ବିଛାଉଛି। ଦେଶରେ ଥିବା ଛୋଟ ଜିହାଦି ଗୋଷ୍ଠୀଙ୍କୁ ପାକିସ୍ତାନର ଗୋଇନ୍ଦା ସଂସ୍ଥା ଆଇଏସଆଇ ସମର୍ଥନ କରୁଛି। ତାଲିବାନକୁ ବାଧା ଦେବା ପାଇଁ ଏଭଳି କରାଯାଉଥିବା ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପାକିସ୍ତାନର ଆଇଏସଆଇ…
Archives


