ଭଗ୍ନାବଶେଷ ତଳେ ଜୀବନ

କ୍ୱିଭ୍‌, ୧୭ା୩: ଜିଦ୍‌ରେ ଅଟଳ ରୁଷିଆ ୨୧ ଦିନ ଧରି ୟୁକ୍ରେନ୍‌ରେ ଗୁଳିଗୋଳା, କ୍ଷେପଣାସ୍ତ୍ର ବର୍ଷା କରିଚାଲିଛି। ଆକ୍ରମଣରୁ ବାଦ୍‌ ପଡ଼ିନାହାନ୍ତି ସାଧାରଣ ନାଗରିକ, ସେମାନଙ୍କ ଘରବାରି। ଶିଶୁ, ମାତୃ ହସ୍ପିଟାଲ ସହ ଅନ୍ୟ ଡାକ୍ତରଖାନା, ସ୍କୁଲ, ଶତାଧିକ ବହୁତଳପ୍ରାସାଦ ବିଶିଷ୍ଟ ରେସିଡେନ୍ସିଆଲ କୋଠା ସବୁ ପାଲଟିଛନ୍ତି ଧ୍ୱଂସସ୍ତୂପ। ଯୁଦ୍ଧ ଆରମ୍ଭରୁ ୩୦ ଲକ୍ଷ ଲୋକ ୟୁକ୍ରେନ୍‌ ଛାଡ଼ି ଶରଣ ଆଶାରେ ପହଞ୍ଚିଛନ୍ତି ସୀମାନ୍ତ ଦେଶରେ। ଘର ଛାଡ଼ିବାବେଳେ ମଧ୍ୟ ରୁଷିଆର ଟାର୍ଗେଟରୁ ବର୍ତ୍ତି ନ ପାରି ହଜାର ହଜାର ନାଗରିକ ପ୍ରାଣ ହରାଇସାରିଲେଣି। ପ୍ରତି ସେକେଣ୍ଡରେ ୟୁକ୍ରେନ୍‌ର ଜଣେ ଶିଶୁ ଶରଣାର୍ଥୀ ପାଲଟୁଛନ୍ତି। ଅନେକେ ଭିଟାମାଟି ମୋହ ଛାଡ଼ି ନ ପାରି ଯେନତେନ ଉପାୟରେ ଜୀବନ ବଞ୍ଚାଇ ସେଠାରେ ପଡ଼ି ରହିଛନ୍ତି। ଯୋଗାଯୋଗ, କାରବାର ଠପ୍‌ ଯୋଗୁ ଖାଦ୍ୟପାନୀୟ, ଔଷଧ ସମେତ ଜରୁରୀ ମୌଳିକ ସାମଗ୍ରୀ ଏକ ପ୍ରକାର ଅପହଞ୍ଚ ସତ୍ତ୍ୱେ ଆତ୍ମରକ୍ଷା ଓ ଦେଶ ବଞ୍ଚାଇବା ନିମନ୍ତେ ଶକ୍ତିଶାଳୀ ରୁଷୀୟ ସୈନ୍ୟଙ୍କ ବିରୋଧରେ ଲଢ଼ିବା ପାଇଁ ସାଧାରଣ ନାଗରିକ ଅସ୍ତ୍ର ଉଠାଇଛନ୍ତି। ୨୧ ଦିନର ଧ୍ୱଂସଲୀଳା ମଧ୍ୟରେ ଏବେ ବି ଭଗ୍ନାବଶେଷରୁ ପୁଣି ଜୀବନ ସାଉଁଟିବାକୁ ଉଦ୍ୟମ କରୁଛନ୍ତି ସାହସୀ ୟୁକ୍ରେନ୍‌ବାସୀ।
ଉପରେ ରୁଷିଆ ବୁଧବାର ଅଧିକ ଆକ୍ରମଣାମତ୍କ ହୋଇଛି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ନେତୃତ୍ୱାଧୀନ ସରକାରଙ୍କୁ ହଟାଇବା ପାଇଁ ରୁଷୀୟ ସୈନ୍ୟ କ୍ୱିଭ୍‌ସ୍ଥିତ ସରକାରୀ କୋଠା ଓ ଆବାସିକ ଆପାର୍ଟମେଣ୍ଟଗୁଡ଼ିକ ଉପରେ ତୁହାକୁ ତୁହା ମିଶାଇଲ ଓ ଆର୍ଟିଲେରି ନିକ୍ଷେପ କରୁଛନ୍ତି। ଫଳରେ ବିଶାଳକାୟ ବିଲ୍ଡିଂଗୁଡ଼ିକ ଜଳିଉଠୁଛି। ରାଜଧାନୀ କ୍ୱିଭ୍‌ ଓ ଏହାର ଆଖପାଖ ଅଞ୍ଚଳ ଆକାଶରେ ଧୂଅଁାର ବଳୟ ସୃଷ୍ଟି ହୋଇଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସୈନ୍ୟ ଦିନକୁ ଦିନ ଉଗ୍ର ହେବାରେ ଲାଗିଛନ୍ତି। ସେମାନଙ୍କ ବୋମାମାଡ଼ରେ ୟୁକ୍ରେନ୍‌ର ଅନେକ ସହର ଧୂଳିସାତ୍‌ ହୋଇଯାଇଛି। ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି କ୍ୱିଭ୍‌, ଖର୍କିଭ୍‌, ମାରିଉପୋଲ ଓ ଖେରସନ୍‌ ସହର। କ୍ୱିଭ୍‌ର ୮୦ କି.ମି. ଉତ୍ତରରେ ତଥା ବେଲାରୁଷ ସୀମା ସଂଲଗ୍ନ ଇଭାଙ୍କିଭ୍‌ ସିଟିକୁ ରୁଷିଆ ସୈନ୍ୟ ଦଖଲ କରିସାରିଛନ୍ତି। କୃଷ୍ଣସାଗରର ଖେରସନ ବନ୍ଦର ସହରରେ ଶକ୍ତିଶାଳୀ ବିସ୍ଫୋରଣର ଶବ୍ଦ ଶୁଭୁଛି। ସମ୍ପୃକ୍ତ ଅଞ୍ଚଳ ମାନବୀୟ ସଙ୍କଟର ଦ୍ୱାର ଦେଶରେ ଛିଡ଼ାହୋଇଥିବା ଜେଲେନ୍‌ସ୍କି କହିଛନ୍ତି। ତେବେ ରୁଷିଆ ପୂର୍ବାପେକ୍ଷା ବାସ୍ତବବାଦୀ ଆଭିମୁଖ୍ୟ ନେଇ ଏବେ ଆଲୋଚନା କରୁଥିବା ଜେଲେନ୍‌ସ୍କି ମତ ଦେଇଛନ୍ତି। ଜାତିସଂଘର ଆକଳନ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୩୦ ଲକ୍ଷ ୟୁକ୍ରେନୀୟ ଦେଶ ଛାଡ଼ି ପଳାୟନ କଲେଣି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ହେଉଛି ୟୁରୋପର ସବୁଠୁ ବଡ଼ ଶରଣାର୍ଥୀ ସଙ୍କଟ। ରୁଷିଆର ଏହି ଆକ୍ରମଣ ଯୋଗୁ ୟୁକ୍ରେନ୍‌ର ନଷ୍ଟ ହୋଇଯାଇଥିବା ସମ୍ପତ୍ତିର ପରିମାଣ ୧୨୦ ବିଲିୟନ୍‌ ଡଲାରରୁ ଊର୍ଦ୍ଧ୍ୱ ବୋଲି ଆକଳନ କରାଯାଇଛି।
ଯୁଦ୍ଧ ଭିତରେ ବି ଶାନ୍ତି ପାଇଁ କୂଟନୈତିକ ଉଦ୍ୟମ ଜାରି ରହିଛି। ଚତୁର୍ଥ ପର୍ଯ୍ୟାୟ ଆଲୋଚନାକୁ ଜେଲେନ୍‌ସ୍କି ‘ଅଧିକ ବାସ୍ତବବାଦୀ’ ବୋଲି ଅଭିହିତ କରିବା ପରେ ବୁଧବାର ରୁଷିଆ ଓ ୟୁକ୍ରେନ୍‌ ପ୍ରତିନିଧି ଦଳ ପୁନର୍ବାର ବୈଠକ କରିଛନ୍ତି। ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସେର୍ଗେ ଲାଭ୍ରୋଭ୍‌ କହିଛନ୍ତି, କୂଟନୈତିକ ଆଲୋଚନାରୁ ‘ବିଜିନେସ୍‌ ଭଳି ସ୍ପିରିଟ୍‌’ ବାହାରିଛି। ଇତିମଧ୍ୟରେ ଜେଲେନ୍‌ସ୍କି ଆମେରିକା କଂଗ୍ରେସକୁ ସମ୍ବୋଧନ କରି ରୁଷିଆ ବିରୋଧରେ ଅଧିକ ସାମରିକ ସହାୟତା ଯୋଗାଇବାକୁ ଦାବି କରିଛନ୍ତି।

ପୁଟିନ୍‌ ଯୁଦ୍ଧ ଅପରାଧୀ

ୟୁକ୍ରେନ୍‌ ଆକ୍ରମଣ କରି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଯୁଦ୍ଧ ଅପରାଧ କରିଛନ୍ତି ବୋଲି ଆମେରିକା ନିନ୍ଦା କରିଛି। ଏହାର ତଦନ୍ତ କରି ଅପରାଧ ସାବ୍ୟସ୍ତ ନିମନ୍ତେ ଆମେରିକା ସିନେଟ୍‌ରେ ମଙ୍ଗଳବାର ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ପାରିତ ହୋଇଛି। ବିରୋଧୀ ଦଳର ସଦସ୍ୟମାନେ ମଧ୍ୟ ଏହି ପ୍ରସଙ୍ଗରେ ଏକସ୍ବର ଆପଣାଇଛନ୍ତି। ରିପବ୍ଲିକାନ୍‌ ସିନେଟର ଲିଣ୍ଡ୍‌ସେ ଗ୍ରାହମ ଆଣିଥିବା ଏହି ପ୍ରସ୍ତାବକୁ ଉଭୟ ଶାସକ ଓ ବିରୋଧୀ ଦଳ ସମର୍ଥନ ଦେଇ ତଦନ୍ତ ନିମନ୍ତେ ଇଣ୍ଟରନ୍ୟାଶନାଲ କ୍ରିମିନାଲ କୋର୍ଟ (ଆଇସିସି)କୁ ପ୍ରୋତ୍ସାହିତ କରିଛନ୍ତି। ଏଥିସହ ୟୁକ୍ରେନ୍‌ ଆକ୍ରମଣରେ ସମ୍ପୃକ୍ତ ରହି ଯୁଦ୍ଧ ଅପରାଧ କରିଥିବା ରୁଷିଆ ସେନା ବିରୋଧରେ ହେବାକୁ ଥିବା ତଦନ୍ତରେ ଅନ୍ୟଦେଶଗୁଡ଼ିକ ସହଯୋଗ କରିବା ପାଇଁ ଆହ୍ବାନ ଦିଆଯାଇଛି। ୟୁକ୍ରେନ୍‌ ଲୋକଙ୍କ ଉପରେ ହୋଇଥିବା ଅତ୍ୟାଚାର ପାଇଁ ପୁଟିନ ଉତ୍ତରଦାୟୀ ରହିବେ ବୋଲି ଆମେରିକା ସିନେଟ୍‌ରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri