ରୁଷିଆ ଆକ୍ରମଣ ବନ୍ଦ କରୁ: ଆଇସିଜେ

ହେଗ୍‌, ୧୭ା୩: ରୁଷିଆ ତୁରନ୍ତ ୟୁକ୍ରେନ୍‌ ଉପରେ ଆକ୍ରମଣ ବନ୍ଦ କରୁ ବୋଲି ନେଦରଲାଣ୍ଡସ୍‌ର ହେଗ୍‌ସ୍ଥିତ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ସ୍ଥିତି ଅଧିକ ଖରାପ ହେବା ଭଳି କାର୍ଯ୍ୟରୁ ଉଭୟ ପକ୍ଷ ନିବୃତ୍ତ ରୁହନ୍ତୁ। ଏଥିସହ କୌଣସି ରାଷ୍ଟ୍ର ରୁଷିଆକୁ ସାମରିକ ସହାୟତା ନ ଯୋଗାଇବା ପାଇଁ ନିର୍ଦ୍ଦେଶ ରହିଛି। ତେବେ ଏହାକୁ ରୁଷିଆ ମାନିବ କି ନାହିଁ ତାହା ସନ୍ଦେହ।
ଆକ୍ରମଣ ବନ୍ଦ ପାଇଁ ରୁଷିଆକୁ ନିର୍ଦ୍ଦେଶ ଦେବା ଲାଗି ୟୁକ୍ରେନ୍‌ ଜାତିସଂଘର ସର୍ବୋଚ୍ଚ ଅଦାଲତଙ୍କୁ ଅନୁରୋଧ କରିଥିଲା। ଆଇସିଜେ ବିଚାରପତିମାନେ ଏହାର ଶୁଣାଣି କରି ସଂଖ୍ୟାଗରିଷ୍ଠ ୧୩:୨ ରାୟ ଦେଇଛନ୍ତି। ଫେବୃୟାରୀ ୨୪ରେ ରୁଷିଆ ଆରମ୍ଭ କରିଥିବା ସାମରିକ ଅଭିଯାନକୁ ତୁରନ୍ତ ବନ୍ଦ କରିବା ଜରୁରୀ ବୋଲି ଏଥିରେ କୁହାଯାଇଛି। ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ଏହା ହେଉଛି ପ୍ରଥମ ନ୍ୟାୟିକ ନିର୍ଦ୍ଦେଶ। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ରାୟକୁ ସ୍ବାଗତ କରି ଟୁଇଟରରେ ଲେଖିଛନ୍ତି, ଆଇସିଜେରେ ୟୁକ୍ରେନ୍‌ ରୁଷିଆ ବିରୋଧରେ ସମ୍ପୂର୍ଣ୍ଣ ବିଜୟ ହାସଲ କରିଛି। ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ମସ୍କୋ ଏହାର ଅନୁପାଳନ କରିବାକୁ ବାଧ୍ୟ। ଏହାକୁ ଅବଜ୍ଞା କଲେ ରୁଷିଆ ଆଗକୁ ଏକଘରକିଆ ହୋଇଯିବ। ପ୍ରକାଶ ଯେ, ମସ୍କୋ ପୂର୍ବ ୟୁକ୍ରେନ୍‌ର ଡୋନେସ୍କ ଓ ଲୁହାନ୍‌ସ୍କ ଅଞ୍ଚଳରେ ଗଣହତ୍ୟା କରାଯାଉଥିବା କହି ବେଆଇନ ଭାବେ ଯୁଦ୍ଧର ଯଥାର୍ଥତା ପ୍ରତିପାଦିତ କରିବାକୁ ଉଦ୍ୟମ ଚଳାଇଛି ବୋଲି କ୍ୱିଭ୍‌ ଅଭିଯୋଗ ଆଣିଛି। ୟୁକ୍ରେନ୍‌ର ପ୍ରତିନିଧି ଆଣ୍ଟୋନ୍‌ କୋରିନେଭିକ୍‌ ତୁରନ୍ତ ମିଲିଟାରୀ ଅପରେଶନ ବନ୍ଦ ନିର୍ଦ୍ଦେଶ ଦାବି କରି ଆଇସିଜେ ଦ୍ୱାରସ୍ଥ ହୋଇଥିଲେ। ପୂର୍ବରୁ ଏହି ଅନ୍ତର୍ଜାତୀୟ ବିବାଦର ଶୁଣାଣିବେଳେ ରୁଷିଆ କୋର୍ଟ ବର୍ଜନ କରିଥିଲା। ଜାତିସଂଘର ୧୯୪୮ ଜେନୋସାଇଡ୍‌ କନ୍‌ଭେନଶନ୍‌ ପରିଧିରେ ୟୁକ୍ରେନ୍‌ର ନିବେଦନ ଆସୁ ନ ଥିବାରୁ ଆଇସିଜେ ଏହାର ଶୁଣାଣି କରିପାରିବେ ନାହିଁ ବୋଲି ମସ୍କୋ ଯୁକ୍ତି ବାଢ଼ିଥିଲା।

ଜିତିପାରିବନି ରୁଷିଆ: ବାଇଡେନ୍‌

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ବୁଧବାର ୟୁକ୍ରେନ୍‌କୁ ୮ ଶହ ନିୟୁତ ଡଲାରର ଯୁଦ୍ଧାସ୍ତ୍ର ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଆମେରିକା କଂଗ୍ରେସରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ଭାବାବେଗପୂର୍ଣ୍ଣ ସମ୍ବୋଧନ କରି ବାେଇଡନ୍‌ ଶାନ୍ତିର ନେତୃତ୍ୱ ନିଅନ୍ତୁ ଏବଂ ୟୁକ୍ରେନ୍‌ର ସୁରକ୍ଷା ପାଇଁ ଅଧିକ କିଛି କରନ୍ତୁ ବୋଲି କହିଥିଲେ। ଏହା ପରେ ବାଇଡେନ୍‌ ୟୁକ୍ରେନ୍‌ ପ୍ରସଙ୍ଗରେ ଅଭିଭାଷଣ ରଖିଥିଲେ। ୟୁକ୍ରେନକୁ କେବେ ବି ରୁଷିଆ ଜିତିପାରିବନି ବୋଲି ସୁନିଶ୍ଚିତ କରିବା ପାଇଁ ଏହି ପୂର୍ବ ୟୁରୋପୀୟ ରାଷ୍ଟ୍ରକୁ ଆମେରିକା କ୍ରମାଗତ ସହାୟତା ପ୍ରଦାନ କରୁଛି। ସଦ୍ୟ ଘୋଷଣା କ୍ରମେ ଆମେରିକା ୟୁକ୍ରେନ୍‌କୁ ଦେବାକୁ ଥିବା ଯୁଦ୍ଧାସ୍ତ୍ର ମଧ୍ୟରେ ୮୦୦ ଆଣ୍ଟାଇ-ଏୟାରକ୍ରାଫ୍ଟ ସିଷ୍ଟମ, ୯,୦୦୦ ଆଣ୍ଟାଇ-ଆର୍ମର ସିଷ୍ଟମ, ମେଶିନ୍‌ ଗନ୍‌, ଶଟ୍‌ଗନ୍‌, ଗ୍ରେନେଡ୍‌ ଲଞ୍ଚର, ୨ କୋଟି ଗୁଳି ଆଦି ସାମିଲ ରହିଛି।

ବିଶ୍ୱ ଅର୍ଥନୀତି ଉପରେ ଡେମୋକ୍ଲିସ୍‌ ଖଣ୍ଡା

ରୁଷିଆର ଆକ୍ରମଣ ଯୋଗୁ କେବଳ ୟୁକ୍ରେନ୍‌ ନୁହେଁ, ବରଂ ସାରା ବିଶ୍ୱର ଅର୍ଥନୀତି ପ୍ରଭାବିତ ହୋଇଛି। ବିଶେଷକରି ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ଏଥିରେ କ୍ଷତିଗ୍ରସ୍ତ ହୋଇଛନ୍ତି। ଖାଦ୍ୟ, ତୈଳ ଓ ସାର ଦାମ ଆକାଶଛୁଅଁା ହେବାରେ ଲାଗିଛି। ଯୋଗାଣ ଶୃଙ୍ଖଳ ବ୍ୟାହତ ହୋଇଛି। ଆମଦାନୀ କରାଯାଉଥିବା ସାମଗ୍ରୀଗୁଡ଼ିକ ବିଳମ୍ବରେ ପହଞ୍ଚୁଛି। ଖାଦ୍ୟ ଓ କୃଷି ସଙ୍ଗଠନ (ଏଫ୍‌ଏଓ)ର ବୈଶ୍ୱିକ ଖାଦ୍ୟ ମୂଲ୍ୟ ସୂଚକାଙ୍କ ଏହାର ସର୍ବୋଚ୍ଚ ସ୍ତରରେ ରହିଛି ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଚିନ୍ତାବ୍ୟକ୍ତ କରିଛନ୍ତି। ଗୁଟେରେସ୍‌ କହିଛନ୍ତି, ଏହା ହେଉଛି ବିପଦରେ ଥିବା ଲୋକଙ୍କ ବିରୋଧରେ ଯୁଦ୍ଧ। ମୋଟାମୋଟି ଭାବେ ଦେଖିଲେ ବିଶ୍ୱ ଅର୍ଥନୀତି ଉପରେ ଡେମୋକ୍ଲିସ୍‌ ଖଣ୍ଡା ଝୁଲୁଛି। ଏଭଳି ସ୍ଥିତି ଲାଗିରହିଲେ ସାରା ବିଶ୍ୱରେ ରାଜନୈତିକ ଅସ୍ଥିରତା ଓ ଅଶାନ୍ତି ଦେଖାଦେବ ବୋଲି ସେ ଚେତାଇଦେଇଛନ୍ତି। ଯୁଦ୍ଧଜନିତ ସଙ୍କଟ ଦୂର କରିବା ଲାଗି ଖାଦ୍ୟ, ଶକ୍ତି ଓ ଅର୍ଥ ଉପରେ ଏକ ଗ୍ଲୋବାଲ କ୍ରାଇସିସ୍‌ ରେସ୍‌ପନ୍ସ ଗ୍ରୁପ୍‌ ଗଠନ କରିବା ନେଇ ଗୁଟେରେସ୍‌ ଘୋଷଣା କରିଛନ୍ତି।

ସୁଟ୍‌କେସ୍‌ରୁ ମିଳିଲା ମଡେଲଙ୍କ ମୃତଦେହ

ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ପାଗଳ କହିଥିବା ଜଣେ ରୁଷୀୟ ମଡେଲଙ୍କ ମୃତଦେହ ଏକ ସୁଟ୍‌କେସ୍‌ରୁ ମିଳିଛି। ସେ ହେଲେ ୨୩ ବର୍ଷୀୟା ଗ୍ରେଟା ଭେଡ୍‌ଲର। ସୋସିଆଲ ମିଡିଆରେ ପୁଟିନ୍‌ ବିରୋଧୀ କ୍ୟାମ୍ପେନବେଳେ ପ୍ରାୟ ବର୍ଷେ ପୂର୍ବରୁ ଗ୍ରେଟା ନିଖୋଜ ହୋଇଯାଇଥିଲେ। ତେବେ ଗ୍ରେଟାଙ୍କ ପୂର୍ବତନ ପ୍ରେମିକ ଡିମିଟ୍ରି କୋରୋଭିନ୍‌ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିବା ସ୍ବୀକାର କରିଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି। ହତ୍ୟା ପରେ ଡିମିଟ୍ରି ମୃତଦେହ ସହ ୩ ରାତି କାଟିଥିଲେ। ତାହାକୁ ସେ ଏକ ସୁଟ୍‌କେସ୍‌ରେ ରଖିଥିଲେ। ଗ୍ରେଟା ବଞ୍ଚିଛନ୍ତି ବୋଲି ସମସ୍ତଙ୍କୁ ବିଶ୍ୱାସ ଦେବା ନିମନ୍ତେ ଡିମିଟ୍ରି ବାକ୍ସରୁ ମୃତଦେହର ଫଟୋ ପୋଷ୍ଟ କରୁଥିଲେ ବୋଲି ପୋଲିସ ଆଗରେ ମାନିଛନ୍ତି।

ପୁଟିନ୍‌-ଜେଲେନ୍‌ସ୍କି ବୈଠକରେ
ନିଷ୍କର୍ଷ ବାହାରିବା ଜରୁରୀ

ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏବଂ ୟୁକ୍ରେନ୍‌ ପ୍ରତିପକ୍ଷ ଭୋଲୋଡିମିର ଜେଲେନ୍‌ସ୍କିଙ୍କ ମଧ୍ୟରେ ବୈଠକ ହେବାରେ କୌଣସି ଅସୁବିଧା ନାହିଁ। କିନ୍ତୁ ଏହି ବୈଠକରେ କୌଣସି ନିର୍ଦ୍ଦିଷ୍ଟ ଚୁକ୍ତି ସ୍ବାକ୍ଷର ହେବା ଉଚିତ ବୋଲି ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସେର୍‌ଗି ଲାଭ୍ରୋଭ୍‌ କହିଛନ୍ତି। ପୁଟିନ୍‌-ଜେଲେନ୍‌ସ୍କିଙ୍କ ଆଲୋଚନା ଫଳପ୍ରଦ ହୋଇପାରିବା ଭଳି ପରିସ୍ଥିତି ସୃଷ୍ଟି କରିବା ସହ ବୁଝାମଣା ସୁନିଶ୍ଚିତ କରିବା ନିମନ୍ତେ ଉଭୟ ପକ୍ଷର ପ୍ରତିନିଧି ଉଦ୍ୟମ କରୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।

ୟୁରୋପ ପରିଷଦର ମାନବାଧିକାର ସଂସ୍ଥାରୁ ରୁଷିଆ ବିଦା

ୟୁରୋପ ପରିଷଦର ମାନବାଧିକାର ସଂସ୍ଥାରୁ ରୁଷିଆକୁ ବୁଧବାର ବିଦା କରାଯାଇଛି। ୪୭ ରାଷ୍ଟ୍ରକୁ ନେଇ ଗଠିତ ଏହି ସଂସ୍ଥାର ମନ୍ତ୍ରୀସ୍ତରୀୟ କମିଟି ଏ ନେଇ ଏକ ମିଳିତ ବିବୃତି ଜାରି କରିଛନ୍ତି। ୨୬ ବର୍ଷ ଧରି ରୁଷିଆ ଏହି ସଂସ୍ଥାର ସଦସ୍ୟ ରହିଥିବାବେଳେ ଏବେ ତାହାର ମେମ୍ବରଶିପ୍‌ ରଦ୍ଦ କରାଯାଉଥିବା ଏଥିରେ କୁହାଯାଇଛି। ୟୁକ୍ରେନ୍‌ ବହିର୍ବ୍ୟାପାର ମନ୍ତ୍ରୀ ଡିମିଟ୍ରୋ କୁଲେବା ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri