ଅନ୍ତର୍ଜାତୀୟ

ଆଜି ଖୋଲିଲା ୧୫୦ ବିଶ୍ୱବିଦ୍ୟାଳୟ

କାବୁଲ,୨ା୨: ଆଫଗାନିସ୍ତାନର ଉଚ୍ଚଶିକ୍ଷା ମନ୍ତ୍ରଣାଳୟର ଘୋଷଣା ଅନୁଯାୟୀ, ଦେଶର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକ ବୁଧବାର (ଫେବୃୟାରୀ ୨)ରେ ଖୋଲିଛି। ଆଫଗାନିସ୍ତାନରେ ମିଳିତ ଜାତିସଂଘର ସହାୟତା ମିଶନ (ୟୁନାମା) ଏକ ଟୁଇଟର ପୋଷ୍ଟରେ ଏହି ପଦକ୍ଷେପକୁ ପ୍ରଶଂସା କରିଛି। ୟୁଏନ୍‌ଏମ୍‌ଏର ଟୁଇଟର ପୋଷ୍ଟରେ କୁହାଯାଇଛି…

୨୦୨୨ ଶେଷ ସୁଦ୍ଧା ଇସ୍ରାଏଲ୍‌ ନିର୍ମାଣ କରିବ ଲେଜର କାନ୍ଥ, ସୁରକ୍ଷା ବ୍ୟବସ୍ଥା ହେବ ସୁଦୃଢ଼…

ଜେରୁଜେଲମ୍‌, ୨।୨ : ଏକ ବର୍ଷ ମଧ୍ୟରେ ୨୦୨୨ ଶେଷ ସୁଦ୍ଧା ଇସ୍ରାଏଲ ଲେଜର ଆଧାରିତ ମିସାଇଲ ଇଣ୍ଟରସେପ୍ଟ ସିଷ୍ଟମ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରହିଛି। ଏହି ସୂଚନା ଇସ୍ରାଏଲର ପ୍ରଧାନମନ୍ତ୍ରୀ ନାଫ୍ଟାଲୀ ବେନେଟ୍ଟ ଦେଇଛନ୍ତି। ସେ ଏକ ଗଣମାଧ୍ୟମ ସମ୍ମିଳନୀରେ…

ପୁଟିନ୍‌ଙ୍କ ଚେତାବନୀ, ରୁଷିଆକୁ ଘେରିବା ପାଇଁ ୟୁକ୍ରେନ୍‌ର ବ୍ୟବହାର କରୁଛି ଆମେରିକା…

ନୂଆଦିଲ୍ଲୀ, ୨।୨: ୟୁକ୍ରେନ ଏବଂ ନାଟୋ ଦେଶମାନଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବା ନେଇ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ ଆମେରିକାକୁ ଚେତାବନୀ ଦେଇଛନ୍ତି। ରୁଷିଆକୁ ଘେରିବା ପାଇଁ ଆମେରିକା ୟୁକ୍ରେନ୍‌ର ବ୍ୟବହାର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଏଭଳି…

ଭାଲୁ ଗୁମ୍ଫାକୁ ଝିଅକୁ ଫୋପାଡିଲେ ମା’, ଆଉ ତା’ପରେ…

ତାସକେଣ୍ଟ,୨।୨: ଜଣେ ମା’ ପାଇଁ, ତାଙ୍କ ଶିଶୁଠାରୁ ଅଧିକ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ। ପିଲାମାନଙ୍କର ଅସୁବିଧା ସାମ୍ନାରେ, ମା’ ନିଜ ଜୀବନକୁ ମଧ୍ୟ ବଳି ଦେବାକୁ କୁଣ୍ଠାବୋଧ କରନ୍ତି ନାହିଁ। କିନ୍ତୁ ଜଣେ ମା’ ନିଜ ପିଲାକୁ ମୃତ୍ୟୁ ମୁଖକୁ ଠେଲି…

ଶେଷ ହୋଇନି ଓମିକ୍ରନ୍‌, କଟକଣା ହଟାଇବା ନେଇ ଚେତାବନୀ ଦେଲା ଡବ୍ଲ୍ୟୁଏଚ୍‌ଓ…

ଜେନେଭା, ୨।୨ : ପୃଥିବୀରୁ ଏବେ ବି ଶେଷ ହୋଇନି ଓମିକ୍ରନ୍‌ ଆତଙ୍କ। ତେଣୁ କଟକଣା ହଟାଇବା ନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଚେତାବନୀ ଦିଆଯାଇଛି। ଓମିକ୍ରନ ଲହରର ଶୀର୍ଷ ଏପର୍ଯ୍ୟନ୍ତ ବହୁ ଦେଶରେ ଆସିନାହିଁ। ତେଣୁ ସତର୍କତା ଜରୁରୀ ବୋଲି…

ଆମେରିକାରେ ଅପମାନିତ ହେଲା ପାକିସ୍ତାନ: ଭାରତକୁ ଦେଲା ଦୋଷ

ୱାଶିଂଟନ,୧।୨: ପାକିସ୍ତାନ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଅପମାନିତ ହୋଇଛି। ଆମେରିକାର ସାଂସଦ ସ୍କଟ ପେରି ମାସୁଦ ଖାନଙ୍କୁ ପାକିସ୍ତାନର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତିକୁ ବିରୋଧ କରି ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ହଟାଇବାକୁ ନିବେଦନ କରିଛନ୍ତି। ବାଇଡେନଙ୍କୁ ଲେଖିଥିବା ପତ୍ରରେ…

ୟୁକ୍ରେନ୍‌ ପ୍ରସଙ୍ଗରେ ସୁରକ୍ଷା ପରିଷଦରେ ମତଦାନରୁ ବିରତ ରହିଲା ଭାରତ…

ଜେନେଭା, ୧।୨ : ୟୁକ୍ରେନ୍‌ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଆଗରେ ଏକ ଗମ୍ଭୀର କୂଟ ନୈତିକ ଆହ୍ବାନ ସୃଷ୍ଟି ହୋଇଛି। ମୋଦି ସରକାରଙ୍କ ସାମ୍ନାରେ ନୂତନ ଏବଂ ପୁରୁଣା ବନ୍ଧୁମାନଙ୍କ ମଧ୍ୟରେ ଚୟନର ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କଟ ଦେଖାଦେଇଛି…

ଫ୍ରାନ୍ସରେ କମୁନି କରୋନା ସଂକ୍ରମଣ

ପ୍ୟାରିସ,୧ ।୨: ଗତ ପ୍ରାୟ ଦୁଇଦିନ ହେବ ଫ୍ରାନ୍ସରେ କରୋନା ସଂକ୍ରମଣ ସାମନ୍ୟ କମ୍ ହୋଇଥିବା ବେଳେ ପୁଣିଥରେ ଆମେରିକାକୁ ପଛରେ ପକାଇ ଶୀର୍ଷରେ ପହଞ୍ଚିଛି ଫ୍ରାନ୍ସ । ନୂଆ ସଂକ୍ରମଣକୁ ନେଇ ଏବେବି ଆମେରିକା ଶୀର୍ଷରେ ଥିବା ବେଳେ ଫ୍ରାନ୍ସରେ…

୧୩,୦୦୦ ଉପଗ୍ରହ ମହାକାଶକୁ ପ୍ରେରଣ କରିବ ଚାଇନା…

ଲକ୍ଷ୍ନୌ, ୩୧।୧ : ଚାଇନା ମହାକାଶକୁ ୧୩,୦୦୦ ଉପଗ୍ରହ ପ୍ରେରଣ ପାଇଁ ଯୋଜନା କରିଛି। ଏଭଳି କରି ଚାଇନା ନିଜର ମହାକାଶ ଶକ୍ତି ବୃଦ୍ଧି କରିବାକୁ ଚାହୁଁଥିବା କୁହାଯାଉଛି। ଚାଇନା ଏଭଳି ଏକ ମିଶନ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ ହେଉଛି, ଯାହା…

ଦେଶ ସୁରକ୍ଷା ପାଇଁ ଲୋକଙ୍କୁ ନକଲି ବନ୍ଧୁକରେ ତାଲିମ…

କାଇଭ୍‌, ୩୧।୧ : ଅସ୍ତ୍ରବିରତି ଉଲ୍ଲଂଘନ ପରେ ମଧ୍ୟ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ରୁଷିଆ ସୈନ୍ୟ ସ୍ଥଳ ତଥା ସମୁଦ୍ରରେ ମଧ୍ୟ ୟୁକ୍ରେନକୁ ଘେରାବନ୍ଦୀ କରିଛି। ଏହା ଅନୁମାନ କରାଯାଉଛି ଯେ ଯଦି କୂଟନୈତିକ ଆଲୋଚନା…

ତାଲିବାନକୁ ବାଇଡେନଙ୍କ ଚେତାବନୀ

ୱାଶିଂଟନ,୩୧ ।୧: ଆଫଗାନିସ୍ତାନ ଉପରେ ପ୍ରାୟ ୨ଦଶକ ପରେ ଗତବର୍ଷ ତାଲିବାନ ଶାସନ କ୍ଷମତା ହାତେଇଥିବା ବେଳେ ଏବେ ଏହାର ଶାସନରେ ଅତିଷ୍ଠ ହୋଇପଡିଛନ୍ତି ଆଫଗାନବାସୀ । ତେବେ ତାଲିବାନ ଶାସନ କ୍ଷମତା ହାତକୁ ନେବା ପରେ ସେଠାରେ ଥିବା ଆମେରିକା…

ସାବଧାନ, ପ୍ଲାଷ୍ଟିକ-ମଣିଷ ତ୍ୱଚାରେ ଅଧିକ ସମୟ ସକ୍ରିୟ ରହିଥାଏ ଓମିକ୍ରନ୍‌…

ନୂଆଦିଲ୍ଲୀ/ଟୋକିଓ, ୩୧।୧ : ଓମିକ୍ରନ ଭାରତ ସମେତ ସମଗ୍ର ବିଶ୍ୱରେ ତାଣ୍ଡବ ରଚିିଛି । ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ନୂତନ କରୋନାର ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି। ସେହିପରି ଓମିକ୍ରନ୍‌ ଭାରିଆଣ୍ଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri