କରୋନା ପୁଣି ଫେରିଲା, ୫ କୋଟି ଲୋକ ଘରେ ବନ୍ଦ…

ବେଜିଂ, ୧୬।୩ : କରୋନା ମହାମାରୀ ପୁଣି ଚାଇନାକୁ ଫେରିଛି। ଗତ ତିନି ଦିନ ଧରି ଚାଇନାରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫,୨୮୦ ନୂତନ ମାମଲା ପଞ୍ଜିକୃତ ହୋଇଛି। ସେଥିମଧ୍ୟରୁ ୩,୫୦୭ ଘରୋଇ ମାମଲା ବୋଲି ଚିହ୍ନଟ କରାଯାଇଛି। ଉହାନରେ ମହାମାରୀ ଆରମ୍ଭ ହେବା ପରେ ଏହା ହେଉଛି ଦ୍ୱିତୀୟ ସର୍ବାଧିକ ସଂକ୍ରମଣ ସଂଖ୍ୟା।

ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଚାଇନା ୧୩ ଟି ସହର ଏବଂ ଜିଲାରେ ଲକ୍‌ ଡାଉନ୍‌ ଘୋଷଣା କରିଛି। ସୂଚନା ଅନୁଯାୟୀ, କରୋନାର ଓମିକ୍ରନ ଭାରିଆଣ୍ଟ୍‌ର ନୂତନ ରୂପ ଷ୍ଟିଲଥ୍‌ ଓମିକ୍ରନ୍‌ ଦେଶରେ ବ୍ୟାପିଛି। କରୋନା କାରଣରୁ ଲାଗୁ ହୋଇଥିବା ଲକ୍‌ଡାଉନ ଦ୍ୱାରା ୫ କୋଟି ଲୋକ ସେମାନଙ୍କ ଘରେ ବନ୍ଦୀ ହୋଇ ରହିଛନ୍ତି। ନୂଆ ସଂକ୍ରମଣ ଦ୍ୱାରା ଜିଲିନ ପ୍ରଦେଶ ସର୍ବାଧିକ ପ୍ରଭାବିତ ହୋଇଛି।

ଏହା ବ୍ୟତୀତ ଚାଇନାର ବୈଷୟିକ ହବ କୁହାଯାଉଥିବା ଶେନଜେନ ପ୍ରଦେଶରେ ମଧ୍ୟ କଡା ପ୍ରତିବନ୍ଧକ ଲଗାଯାଇଛି। ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ମାର୍ଚ୍ଚ ୧୨ ପୂର୍ବରୁ ସାଂଘାଇର ଦୁଇଟି ଏବଂ ଶେନଜେନର ଗୋଟିଏ ଡାକ୍ତରଖାନା ମଧ୍ୟ ନିର୍ମାଣ କରାଯାଇଛି। ଏହା ବ୍ୟତୀତ କରୋନା ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ପରୀକ୍ଷଣକୁ ବ୍ୟାପକ କରାଯାଇଛି।

ଜିଲିନ ପ୍ରଦେଶର ଲୋକମାନେ ଏପର୍ଯ୍ୟନ୍ତ ୬ଟି ରାଉଣ୍ଡ ଯାଞ୍ଚ ଶେଷ କରିଛନ୍ତି। ଏହି ପ୍ରସ୍ତୁତି ଦର୍ଶାଏ ଯେ ଚତୁର୍ଥ ଲହର ପ୍ରାୟ ଏକ ମାସ ଧରି ଚାଇନାରେ ବ୍ୟାପିବାରେ ଲାଗିଛି। ଉତ୍ତର କୋରିଆ ସୀମାରେ ଅବସ୍ଥିତ ଚାଇନାର ଜିଲିନ ପ୍ରଦେଶର ଲୋକଙ୍କ ଉପରେ ଏବଂ ଏହାର ଆଖପାଖ ଅଞ୍ଚଳ ଲୋକଙ୍କ ଉପରେ ଯାତ୍ରା ନିଷେଧାଦେଶ ଲାଗୁ କରାଯାଇଛି।

ଜରୁରୀକାଳୀନ ବୈଠକରେ ଜିଲିନ୍‌ ର ରାଜ୍ୟପାଳ ଏକ ସପ୍ତାହ ମଧ୍ୟରେ ଶୂନ କୋଭିଡ ଟାର୍ଗେଟ ସ୍ଥିର କରିଛନ୍ତି। ସିକ୍ରେଟ ଓମିକ୍ରନ (ବିଏ.୨) ଚାଇନାରେ ଦ୍ରୁତ ବେଗରେ ବ୍ୟାପି ଚାଲିଛି। ଏହା ମୂଳ ଓମିକ୍ରନ ଫର୍ମ ଅପେକ୍ଷା ଦଶ ଗୁଣା ଅଧିକ ଶକ୍ତିଶାଳୀ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

NDAରେ ବଡ଼ ଫାଟ: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ଚିରାଗ ପାଶୱାନ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୨୯।୮: NDAରେ ଦଳିତ ସଂରକ୍ଷଣକୁ ନେଇ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ମୋଦି କ୍ୟାବିନେଟରେ ଥିବା…

ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…

ଭାରତ ପରି ପାକିସ୍ତାନରେ ବି ମିଳେ ମାଗଣା ରାସନ; ନଗଦ ଟଙ୍କାକୁ ଚାଉଳ,ଅଟା-ଚିନି…

ନୂଆଦିଲ୍ଲୀ,୨୯।୮: ଭାରତରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳିଥାଏ, ଯାହା ଉପରେ ସରକାର ବାର୍ଷିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri