କମଲା ହାରିସ୍‌ଙ୍କୁ ‘ଫାଷ୍ଟ ଲେଡି’ କହିଲେ ବାଇଡେନ୍‌

ଓ୍ବାଶିଂଟନ୍‌, ୧୭ା୩: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମଙ୍ଗଳବାର ହ୍ବାଇଟ୍‌ହାଉସ୍‌ରେ ‘ସମାନ ବେତନ ଦିବସ’ ଉପରେ ମନ୍ତବ୍ୟ ରଖୁଥିବାବେଳେ ଭୁଲ୍‌ରେ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କୁ ଫାଷ୍ଟ ଲେଡି (ଦେଶର ପ୍ରଥମ ମହିଳା) ସମ୍ବୋଧନ କରିଥିଲେ। ଏହା ପରେ ହ୍ବାଇଟ୍‌ ହାଉସ୍‌ରେ ଥିବା ସମସ୍ତ ସଦସ୍ୟଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା। ହାରିସ୍‌ଙ୍କୁ ଫାଷ୍ଟ ଲେଡି ବୋଲି କହି ତାଙ୍କ ସ୍ବାମୀ ଡୋଗଲସ୍‌ ଏମ୍‌ହଫ୍‌ କୋଭିଡ୍‌ରେ ସଂକ୍ରମିତ ହୋଇଥିବା ବାଇଡେନ୍‌ ସମ୍ବୋଧନରେ ଦର୍ଶାଇଥିଲେ। ଡୋଗଲସ୍‌ କରୋନାରେ ଆକ୍ରାନ୍ତ କାରଣରୁ କାର୍ଯ୍ୟକ୍ରମ ଆୟୋଜନରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିବା ବାଇଡେନ୍‌ କହୁଥିବାବେଳର ଏକ ଭିଡିଓ ମଧ୍ୟ ସାମ୍‌ନାକୁ ଆସିଛି। ବକ୍ତବ୍ୟ ଆରମ୍ଭ କରିବା ବେଳେ ବାଇଡେନ୍‌ ନିଜକୁ ଫାଷ୍ଟ ଲେଡିଙ୍କ ସ୍ବାମୀ ବୋଲି ଦର୍ଶାଇଥିଲେ। ‘ମୁଁ ଜୋ ବାଇଡେନ୍‌। ଜିଲ୍‌ ବାଇଡେନ୍‌ଙ୍କ ସ୍ବାମୀ ଏବଂ ଏଥିପାଇଁ ଗର୍ବିତ ବୋଲି ରାଷ୍ଟ୍ରପତି କହିଥିଲେ। ଏହାବାଦ୍‌ କାର୍ଯ୍ୟକ୍ରମରେ ମହିଳା କର୍ମଚାରୀଙ୍କୁ ସମାନ ବେତନ ଦେବା ଉପରେ ବାଇଡେନ୍‌ ଗୁରୁତ୍ୱ ଦେଇଥିଲେ। ପେ ଗ୍ୟାପ୍‌ ବା ବେତନରେ ଅସମାନତା ଦୂର କରିବା ପାଇଁ ସେ ନିଜ ପ୍ରଶାସନକୁ ପରାମର୍ଶ ଦେଇଥିଲେ। ଡିପାର୍ଟମେଣ୍ଟ ଅଫ୍‌ ଲେବର ଡାଟା ଉପରେ ହାଉସ୍‌ ସ୍ପିକର ନାନ୍‌ସୀ ପେଲୋସି ଏବଂ ଡି-କାଲିଫ୍‌ ପାଉଣା ପ୍ରଦାନରେ ଥିବା ଅସମାନତାକୁ ଦର୍ଶାଇଥିଲେ। ୨୦୨୦ରେ ଆମେରିକାରେ ପୁରୁଷମାନଙ୍କ ତୁଳନାରେ ମହିଳାମାନେ ୧ ଡଲାର ବଦଳରେ ୮୩ ସେଣ୍ଟ୍‌ସ ଆୟ କରିଥିବା ରିପୋର୍ଟରେ ଦର୍ଶାଯାଇଥିଲା। ସମାନ ବେତନ ଉପରେ ସରକାର ଅଧିକ ଗୁରୁତ୍ୱ ଦେଉଥିବା ବାଇଡେନ୍‌ କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚରେ ଦଳାଚକଟା, ୩୧ ମୃତ…

ଅବୁଜା, ୨୮।୫ : ନାଇଜେରିଆରେ ଏକ ଚର୍ଚ୍ଚରେ ଭୋଜନ ନେବାକୁ ଆସିଥିବା ଲୋକଙ୍କ ମଧ୍ୟରେ ଦଳାଚକଟା ଘଟିଛି। ଏଥିରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ...

ଚାଇନାର ବିଶାଳ ବୁଦ୍ଧମୂର୍ତ୍ତିଁ: ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା

ବେଜିଂ: ଦକ୍ଷିଣ-ପଶ୍ଚିମ ଚାଇନାର ସିଚୁଆନ ପ୍ରଦେଶରେ ବୌଦ୍ଧଧର୍ମର ପ୍ରବର୍ତ୍ତକ ବୁଦ୍ଧଦେବଙ୍କ ବିଶାଳ ପ୍ରତିମୂର୍ତ୍ତି ପର୍ଯ୍ୟଟକଙ୍କ ନିମନ୍ତେ ପୁଣି ଉନ୍ମୁକ୍ତ କରାଯାଇଛି। ୭୧ ମିଟର ଉଚ୍ଚ ଏହି...

କଶ୍ମୀର ପରିସ୍ଥିତିକୁ ତାଲିବାନ ସହ ତୁଳନା କଲା ପାକିସ୍ତାନ

ତାଲିବାନ,୯।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଇ ଏହାକୁ କେନ୍ଦ୍ର ଶାସିତ ରାଜ୍ୟ କରିଦିଆଯିବା ପରେ ପାକିସ୍ତାନ ଏବେ ବିଚଳିତ ହୋଇପଡ଼ିଛି। ଏନେଇ ଦିନକୁ ଦିନ ପାକିସ୍ତାନ...

ଜ୍ୟାକ ମା’ ଚାଇନା ଛାଡ଼ିବେ, ୬ ମାସ ଧରି ରହୁଥିଲେ ଟୋକିଓରେ !…

ବେଜିଂ,୩୦।୧୧ : ଦୀର୍ଘ ସମୟ ପରେ ଚାଇନାର ବିଲିୟନେୟାର ତଥା ଇ-କମର୍ସ ଜ୍ୟାଣ୍ଟ ଆଲିବାବାଙ୍କ ପ୍ରତିଷ୍ଠାତା ଜ୍ୟାକ ମା’ଙ୍କ ବିଷୟରେ କୌଣସି ଖବର ଆସି ନଥିଲା।...

ସୁଉଚ୍ଚ ପର୍ବତର ଉଚ୍ଚତା ମାପିବ ନେପାଳ

କାଠମାଣ୍ଡୁ୨୭।୧୧: ନେପାଳ ଓ ଚାଇନା ଏକାସାଙ୍ଗରେ ଖୁବ୍‌ଶ୍ରୀଘ୍ର ସୁଉଚ୍ଚ ପର୍ବତ କୁହାଯାଉଥିବା ମାଉଣ୍ଟ ଏଭରେଷ୍ଟର ସଠିକ୍‌ ଉଚ୍ଚତା ବିଷୟରେ ସାରା ଦୁନିଆକୁ ଜଣାଇବେ। ଏଥିପାଇଁ ଚାଇନା...

ଫେସବୁକ, ହ୍ବାଟ୍‌ସଆପ୍‌, ଇନଷ୍ଟାଗ୍ରାମ ହଠାତ୍‌ କାହିଁକି ହୋଇଗଲା ଡାଉନ୍‌: ଜାଣନ୍ତୁ ପ୍ରକୃତ କାରଣ

ଓ୍ବାଶିଟନ୍‌,୫।୧୦: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ, ହ୍ବାଟ୍ସଆପ୍‌ ଏବଂ ଇନଷ୍ଟାଗ୍ରାମ ସୋମବାର ରାତିରେ ହଠାତ୍‌ ଡାଉନ୍‌ ହୋଇଯାଇଥିଲା। ଫଳରେ ବିଶ୍ୱର କୋଟି କୋଟି ଉପଭୋକ୍ତା ବହୁ...

ଭୂକମ୍ପ ମୃତ୍ୟୁସଂଖ୍ୟା ୨୭

ଇଜ୍‌ମିର୍‌ (ତୁର୍କୀ),୧।୧୧: ତୁର୍କୀ ଓ ଗ୍ରୀସ୍‌ରେ ଶୁକ୍ରବାର ଅପରାହ୍ଣରେ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ବଡ଼ ଧରଣର ଭୂକମ୍ପରେ ତୁର୍କୀର ଆଜିଆନ ଉପକୂଳ...

ଥାଇ ଇଂଲିଶ ‘ଦି ନେଶନ୍‌’ର ମୁଦ୍ରଣ ବନ୍ଦ

ବ୍ୟାଙ୍କକ୍‌, ୨୯ା୬: ଥାଇଲାଣ୍ଡର ଇଂଲିଶ ଦୈନିକ ‘ଦି ନେଶନ୍‌’ର ଶେଷ ମୁଦ୍ରିତ ପ୍ରକାଶନ ଶୁକ୍ରବାର ପ୍ରକାଶ ପାଇଛି। ଏହା ଆଉ ପ୍ରକାଶ ପାଇବ ନାହିଁ, ବରଂ...

Advertisement
Archives

Model This Week