Home

ଭିତ୍ତିଭୂମି ନାହିଁ,ଚାଷ ଛାଡ଼ୁଛନ୍ତି ଚାଷୀ

କେନ୍ଦ୍ରାପଡ଼ା ଅଫିସ,୨୪।୧: କେନ୍ଦ୍ରାପଡ଼ା ଜିଲା ସର୍ଭେ ରିପୋର୍ଟ ଅନୁଯାୟୀ ମଧ୍ୟମ ଓ ବୃହତ୍‌ ଶିଳ୍ପ ସଂଖ୍ୟା ଶୂନ । ଜିଲାର ଅର୍ଥନୀତି ୭୯ ପ୍ରତିଶତ ଚାଷ ଦ୍ୱାରା ପରିଚାଳିତ । ଜିଲାରେ ୭ ନଦୀ ଓ ୨୭ ଶାଖା ନାଳ ଅଛି…

ତୁରନ୍ତ ଟ୍ରେନ ଚଳାଇବାକୁ ଏମ୍‌ପି ଚନ୍ଦ୍ରାଣୀଙ୍କ ଦାବି

କେନ୍ଦୁଝର, ୨୪।୧(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର ଜିଲାରେ ପୁରୀ -ବଡ଼ବିଲ ଇଣ୍ଟରସିଟି ଏକ୍ସପ୍ରେସ ଚଳାଚଳ ପାଇଁ ଏମ୍‌ପି ଚନ୍ଦ୍ରାଣୀ ମୂର୍ମୁ କେନ୍ଦ୍ର ରେଳମନ୍ତ୍ରୀଙ୍କଠାରେ ଦାବି କରିଛନ୍ତି। କରୋନା ମହାମାରୀ ପାଇଁ ଏହି ଟ୍ରେନ ମାର୍ଚ୍ଚ ୨୦୨୦ରୁ ବନ୍ଦ ରହିଥିଲା। ଏବେ ଜୀବନ ଯାତ୍ରା ସ୍ବାଭାବିକ…

ପିକ୍‌ନିକ୍‌ ସ୍ପଟ୍‌: ଓ୍ବାଇଲ୍ଡଲାଇଫ୍‌ ୱାଚ୍‌ ଟାୱାର

ରାୟଗଡ଼ା ଜିଲାର ଅନେକ ସ୍ଥାନ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଏଥିପାଇଁ ବର୍ଷ ତମାମ ଭିଡ଼ ଜମିଥାଏ। ହେଲେ ଜିଲାର ଚନ୍ଦ୍ରପୁର ବ୍ଲକ୍‌ର ଅନ୍ୟତମ ଆକର୍ଷଣ ‘ଓ୍ବାଇଲ୍ଡଲାଇଫ୍‌ ଓ୍ବାଚ୍‌ ଟାଓ୍ବାର’ ଅନେକଙ୍କ ପାଇଁ ଏବେ ବି ଅଜଣା। ଡାଙ୍ଗସୋରଡ଼ା ପଞ୍ଚାୟତଠାରୁ ୫ କି.ମି.…

ଜୟ ହିନ୍ଦ୍‌ କହିବା ଅବା ଜନ ଗଣ ମନ ଗାନ କରିବା ନୁହେଁ ରାଷ୍ଟ୍ରବାଦ: ଉପରାଷ୍ଟ୍ରପତି

ହାଇଦ୍ରାବାଦ୍‌,୨୪।୧: କେବଳ ଜୟ ହିନ୍ଦ୍‌ କହିବା ଅବା ଜନ ଗଣ ମନ ଗାନ କରିବା ରାଷ୍ଟ୍ରବାଦ ନୁହେଁ। ଦେଶର ସମସ୍ତ ଜନତାଙ୍କ ସୁଖ ସୁବିଧା ପ୍ରତି ଧ୍ୟାନ ଦେବା, କୌଣସି ଭେଦଭାବ ନ କରିବା ହିଁ ପ୍ରକୃତ ଜୟ ହିନ୍ଦ୍‌। ସେହିପରି…

ଏଣିକି ସବୁ ଅଭିଯୋଗ ପାଇଁ ‘୧୩୯’

ଭୁବନେଶ୍ୱର,୨୪।୧(ବ୍ୟୁରୋ): ଭାରତୀୟ ରେଳପଥ ପକ୍ଷରୁ ସମସ୍ତ ହେଲ୍ପଲାଇନ ନମ୍ବରକୁ ଗୋଟିଏ ହେଲ୍ପଲାଇନ ନମ୍ବର-୧୩୯ ସହିତ ମିଶ୍ରଣ କରାଯାଇଛି। ଯାତ୍ରୀମାନେ ହେଲ୍ପଲାଇନ ନମ୍ବରକୁ ସହଜରେ ମନେରଖିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି। ଏଣିକି ଏହି ନମ୍ବରକୁ ମନେ ରଖି ରେଲଓ୍ବେ ସହିତ ଯୋଗାଯୋଗ…

ଜଳ ଯୁଦ୍ଧ ପାଇଁ ଷଡ଼ଯନ୍ତ୍ର କରୁଛି ଚାଇନା

ନୂଆଦିଲ୍ଲୀ,୨୪।୧: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଥମିବାର ନା ଧରୁନି। ଏଠାରେ ଜାଣିଶୁଣି ଚାଇନା ସୀମା ବିବାଦକୁ ଅଧିକ ସଙ୍କଟ ଜନକ କରୁଛି। ଇତିମଧ୍ୟରେ ଦୁଇପକ୍ଷଙ୍କ ମଧ୍ୟରେ ୮ଥର କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇସାରିଛି। ତେବେ…

ପ୍ରତିଶୋଧ ନିଆଯିବ

ଲଣ୍ଡନ,୨୪।୧: ଇରାନର ସବୁଠୁ ଶକ୍ତିଶାଳୀ ସାମରିକ ବଳ ହେଉଛି ଇସ୍‌ଲାମିକ୍‌ ରିଭୋଲ୍ୟୁଶନାରି ଗାର୍ଡ କର୍ପ୍ସ (ଆଇଆର୍‌ଜିସି)। କାସିମ ସୋଲେମାନି ୧୯୯୮ରୁ ମୃତ୍ୟୁ ପର୍ଯ୍ୟନ୍ତ ଏହାର ମେଜର ଜେନେରାଲ ଥିଲେ। ଏହି ଦୁର୍ଦ୍ଧର୍ଷ କମାଣ୍ଡରଙ୍କୁ ଗତବର୍ଷ ଜାନୁୟାରୀ ୩ରେ ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶକ୍ରମେ ଇରାକ…

ଟ୍ରାକ୍ଟର ପରେଡକୁ ଅନୁମତି

ନୂଆଦିଲ୍ଲୀ, ୨୪।୧: ସାଧାରଣତନ୍ତ୍ର ଦିବସରେ ରାଜଧାନୀ ଦିଲ୍ଲୀରେ ୧୦୦ କିଲୋମିଟର ଟ୍ରାକ୍ଟର ପରେଡ୍‌ ପାଇଁ ଦିଲ୍ଲୀ ପୋଲିସ ଶନିବାର ଅନୁମତି ଦେଇଥିବା କୃଷକ ନେତାମାନେ ଦାବି କରିଛନ୍ତି। ଦିଲ୍ଲୀର ଗାଜିପୁର, ସିଙ୍ଘୁ ଏବଂ ଟିକ୍ରି ସୀମାରୁ ଏହି ଟ୍ରାକ୍ଟର ପରେଡ୍‌ ଆରମ୍ଭ…

ପାଳିରେ ହେଉ ୪ ରାଜଧାନୀ: ମମତା

କୋଲକାତା, ୨୪।୧: ଭାରତରେ ପାଳିକରି ୪ଟି ରାଜଧାନୀ ହେବା ଆବଶ୍ୟକ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ନେତାଜୀ ଜୟନ୍ତୀ ପାଳନ ଅବସରରେ ଏକ ସଭାକୁ ସମ୍ବୋଧିତ କରି ମମତା କହିଥିଲେ, ଭାରତରେ ଗୋଟିଏ ନୁହେଁ, ପାଳିକରି ୪ଟି ରାଜଧାନୀ…

୪ କୃଷକ ନେତାଙ୍କୁ ହତ୍ୟା ଷଡ଼ଯନ୍ତ୍ର

ନୂଆଦିଲ୍ଲୀ, ୨୪।୧(ପି.ଟି.): ୪ ଜଣ କୃଷକ ନେତାଙ୍କୁ ହତ୍ୟା କରିବା ସହ ଜାନୁୟାରୀ ୨୬ରେ ଦିଲ୍ଲୀରେ ହେବାକୁ ଥିବା ପ୍ରସ୍ତାବିତ ଟ୍ରାକ୍ଟର ରାଲିକୁ ଭଣ୍ଡୁର କରିବା ନିମନ୍ତେ ଷଡ଼ଯନ୍ତ୍ର ହେଉଥିବା ଶନିବାର ଆନ୍ଦୋଳନରତ ଚାଷୀ ସଂଗଠନର ନେତାମାନେ ଅଭିଯୋଗ କରିଛନ୍ତି। ଶୁକ୍ରବାର…

ଏଲ୍‌ଓସିରୁ ଏଲ୍‌ଏସି ଭାରତ ଶକ୍ତ

କୋଲକାତା,୨୪ା୧: ନିୟନ୍ତ୍ରଣରେଖା (ଏଲ୍‌ଓସି)ରୁ ନେଇ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି) ପର୍ଯ୍ୟନ୍ତ ସବୁଠି ଭାରତ ଶକ୍ତିଶାଳୀ ହେବାରେ ଲାଗିଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୀବିତ ଥିଲେ ତାଙ୍କ ପଦାଙ୍କ ଅନୁସରଣ କରି ଏହା ସମ୍ଭବ ହୋଇପାରିଥିବା ଦେଖି ଗର୍ବ ଅନୁଭବ କରିଥାଆନ୍ତେ…

ହଡ଼ବଡ଼େଇଲେ ମମତା

କୋଲକାତା,୨୪ା୧: କେନ୍ଦ୍ର ସରକାରଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅହି ନକୁଳ ସମ୍ପର୍କ ଶନିବାର ଏକ ଅସ୍ବାଭାବିକ ସ୍ଥିତି ସୃଷ୍ଟି କରିଛି। ନେତାଜୀ ଜୟନ୍ତୀ ପାଳନ ଅବସରରେ କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମମତା ହଡ଼ବଡ଼ାଇ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri