Posted inଖେଳ

ଯାହା କରିପାରିନାହାନ୍ତି ମହାନ୍‌ ତେନ୍ଦୁଲକର, ଆଉ ୪୫ରନ୍‌ରେ ତାହା କରି ଦେଖାଇବେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌

ଅହମ୍ମଦାବାଦ,୩।୩: ଭାରତୀୟ ଟେଷ୍ଟ ଟିମ୍‌ର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ଚେତେଶ୍ୱର ପୂଜାରା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ରେକର୍ଡ କରିପାରନ୍ତି। ଏଥିପାଇଁ ମାତ୍ର ୪୫ରନ୍‌ର ଆବଶ୍ୟକତା ରହିଛି। ଯଦି ସେ ଚତୁର୍ଥ ଟେଷ୍ଟରେ ରନ୍‌ କରିନିଅନ୍ତି ତେବେ ଇଂଲଣ୍ଡ ବିପକ୍ଷରେ ୧୦୦୦ ଟେଷ୍ଟ ରନ୍‌ କରିଥିବା ୪ର୍ଥ ଭାରତୀୟ କ୍ରିକେଟର ପାଲଟିବେ। ତାଙ୍କ ପୂର୍ବରୁ ସୁନିଲ ଗାଭାସ୍କର, ଗୁଡପ୍ପା ବିଶ୍ୱନାଥ ଏବଂ ଭାରତୀୟ ଅଧିନାୟକ ବିରାଟ କୋହଲି ଏହା କରିଛନ୍ତି।

ତେବେ ମହାନ୍‌ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର ଏହି ସ୍ବତନ୍ତ୍ର କ୍ଲବରେ ସାମିଲ ହୋଇପାରି ନାହାନ୍ତି। ଇଲଂଣ୍ଡ ବିପକ୍ଷରେ ସେ ୧୫ ଟେଷ୍ଟ ଖେଳିଥିବା ବେଳେ ୯୬୦ରନ୍‌ କରିପାରିଥିଲେ। ଅପରପକ୍ଷେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି ହେଉଛନ୍ତି ଗାଭାସ୍କର। ସେ ୨୨ଟେଷ୍ଟ ଖେଳି ୧୩୩୧ରନ୍‌ କରିଛନ୍ତି। ଏହାପରେ ଗୁଡପ୍ପା ୧୭ ଟେଷ୍ଟ ଖେଳି ୧୦୨୨ରନ୍‌ କରିଛନ୍ତି। କୋହଲି ୧୨ ଟେଷ୍ଟରେ ୧୦୧୫ରନ୍‌ କରିବାରେ ସଫଳ ହୋଇଛନ୍ତି। ଏଣୁ ଚତୁର୍ଥ ଟେଷ୍ଟରେ ଭଲ ପ୍ରଦର୍ଶନ କରି ଗୁଡପ୍ପାଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନ ହାସଲ କରିପାରନ୍ତି ସେ।

ପୁଜାରା ଏଯାବତ ଇଂଲଣ୍ଡ ବିପକ୍ଷରେ ୧୨ ଟେଷ୍ଟ ଖେଳି ୯୫୫ରନ୍‌ କରିଛନ୍ତି। ନିକଟରେ ଖେଳାଯାଇଥିବା ତିନୋଟି ଟେଷ୍ଟରେ କେବଳ ଗୋଟିଏ ଅର୍ଦ୍ଧଶତକ ମାରିଛନ୍ତି ସେ। ଏଣୁ ସେ ଚତୁର୍ଥ ଟେଷ୍ଟରେ ବଡ଼ ପାଳି ଖେଳି ପ୍ରଶଂସକଙ୍କୁ ଖୁସି କରି ନିଜ ପାଇଁ ରେକର୍ଡ କରିବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri