Posted inଖେଳ

ଯାହା କରିପାରିନାହାନ୍ତି ମହାନ୍‌ ତେନ୍ଦୁଲକର, ଆଉ ୪୫ରନ୍‌ରେ ତାହା କରି ଦେଖାଇବେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌

ଅହମ୍ମଦାବାଦ,୩।୩: ଭାରତୀୟ ଟେଷ୍ଟ ଟିମ୍‌ର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ଚେତେଶ୍ୱର ପୂଜାରା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ରେକର୍ଡ କରିପାରନ୍ତି। ଏଥିପାଇଁ ମାତ୍ର ୪୫ରନ୍‌ର ଆବଶ୍ୟକତା ରହିଛି। ଯଦି ସେ ଚତୁର୍ଥ ଟେଷ୍ଟରେ ରନ୍‌ କରିନିଅନ୍ତି ତେବେ ଇଂଲଣ୍ଡ ବିପକ୍ଷରେ ୧୦୦୦ ଟେଷ୍ଟ ରନ୍‌ କରିଥିବା ୪ର୍ଥ ଭାରତୀୟ କ୍ରିକେଟର ପାଲଟିବେ। ତାଙ୍କ ପୂର୍ବରୁ ସୁନିଲ ଗାଭାସ୍କର, ଗୁଡପ୍ପା ବିଶ୍ୱନାଥ ଏବଂ ଭାରତୀୟ ଅଧିନାୟକ ବିରାଟ କୋହଲି ଏହା କରିଛନ୍ତି।

ତେବେ ମହାନ୍‌ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର ଏହି ସ୍ବତନ୍ତ୍ର କ୍ଲବରେ ସାମିଲ ହୋଇପାରି ନାହାନ୍ତି। ଇଲଂଣ୍ଡ ବିପକ୍ଷରେ ସେ ୧୫ ଟେଷ୍ଟ ଖେଳିଥିବା ବେଳେ ୯୬୦ରନ୍‌ କରିପାରିଥିଲେ। ଅପରପକ୍ଷେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି ହେଉଛନ୍ତି ଗାଭାସ୍କର। ସେ ୨୨ଟେଷ୍ଟ ଖେଳି ୧୩୩୧ରନ୍‌ କରିଛନ୍ତି। ଏହାପରେ ଗୁଡପ୍ପା ୧୭ ଟେଷ୍ଟ ଖେଳି ୧୦୨୨ରନ୍‌ କରିଛନ୍ତି। କୋହଲି ୧୨ ଟେଷ୍ଟରେ ୧୦୧୫ରନ୍‌ କରିବାରେ ସଫଳ ହୋଇଛନ୍ତି। ଏଣୁ ଚତୁର୍ଥ ଟେଷ୍ଟରେ ଭଲ ପ୍ରଦର୍ଶନ କରି ଗୁଡପ୍ପାଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନ ହାସଲ କରିପାରନ୍ତି ସେ।

ପୁଜାରା ଏଯାବତ ଇଂଲଣ୍ଡ ବିପକ୍ଷରେ ୧୨ ଟେଷ୍ଟ ଖେଳି ୯୫୫ରନ୍‌ କରିଛନ୍ତି। ନିକଟରେ ଖେଳାଯାଇଥିବା ତିନୋଟି ଟେଷ୍ଟରେ କେବଳ ଗୋଟିଏ ଅର୍ଦ୍ଧଶତକ ମାରିଛନ୍ତି ସେ। ଏଣୁ ସେ ଚତୁର୍ଥ ଟେଷ୍ଟରେ ବଡ଼ ପାଳି ଖେଳି ପ୍ରଶଂସକଙ୍କୁ ଖୁସି କରି ନିଜ ପାଇଁ ରେକର୍ଡ କରିବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri