Posted inଫୁରସତ

ଜଙ୍ଗଲ-ଜୀବିକାକୁ ବିସ୍ଥାପନ ଅଡୁଆ

ଆଜି ବିଶ୍ବ ବନ୍ୟପ୍ରାଣୀ ଦିବସ। ବନ୍ୟଜନ୍ତୁ ଓ ଉଦ୍ଭିଦଙ୍କ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଦିନଟିଏ। ଜାତିସଂଘ କ୍ୟାଲେଣ୍ଡରରେ ମଧ୍ୟ ବନ୍ୟଜନ୍ତୁଙ୍କ ପାଇଁ ଏହି ବିଶେଷ ଦିନର ବିଶ୍ୱସ୍ତରୀୟ ପାଳନ ପାଇଁ ଘୋଷଣା କରାଯାଇଛି। ତେବେ ଚଳିତ ବର୍ଷର ଥିମ୍‌ ରଖାଯାଇଛି ‘ଫରେଷ୍ଟସ ଆଣ୍ଡ୍‌ ଲାଇଭ୍‌ଲିହୁଡ୍‌: ସଷ୍ଟେନିଙ୍ଗ ପିପୁଲ ଆଣ୍ଡ୍‌ ପ୍ଲାନେଟ’। ବିଶ୍ୱରେ ଶହ ଶହ କୋଟି ଲୋକଙ୍କ ଜୀବିକା ବଜାୟ ରଖିବାରେ ଜଙ୍ଗଲ, ଜଙ୍ଗଲ ପ୍ରଜାତି ଓ ଇକୋ ସିଷ୍ଟମ ସେବାଗୁଡିକର କେନ୍ଦ୍ରୀୟ ଭୂମିକାକୁ ଆଲୋକିତ କରିବା ପାଇଁ ଏହା ଏକ ମାଧ୍ୟମ ହେବ। ବିଶେଷ ଭାବରେ ଜଙ୍ଗଲ ତଥା ସଂଲଗ୍ନ ଅଞ୍ଚଳ ସହିତ ବହୁ କାଳ ଧରି ଯୋଡ଼ି ହୋଇ ରହିଥିବା ଆଦିବାସୀ ଓ ସ୍ଥାନୀୟ ସମ୍ପ୍ରଦାୟ ପାଇଁ ବେଶ୍‌ ଗୁରୁତ୍ୱ ବହନ କରିବ। ଆମ ରାଜ୍ୟ ପାଇଁ ମଧ୍ୟ ବିଶ୍ୱ ବନ୍ୟଜନ୍ତୁ ଦିବସ ୨୦୨୧ ନୂଆ ବାର୍ତ୍ତା ଦେବ। ଓଡ଼ିଶା ଉଭୟ ଜଙ୍ଗଲ ଓ ସାମୁଦ୍ରିକ ବନ୍ୟପ୍ରାଣୀ ଏବଂ ଉଦ୍ଭିଦଙ୍କୁ ନେଇ ସମୃଦ୍ଧଶାଳୀ। ଭାରତରେ ଅନେକ ରାଜ୍ୟରେ ସମୁଦ୍ର ମଧ୍ୟ ନାହିଁ। ହେଲେ ଦୁଃଖର ବିଷୟ, ରାଜ୍ୟରେ ଜଙ୍ଗଲ ଓ ଜୀବିକା ଦୀର୍ଘଦିନ ଧରି ସଂକଟ ଭିତରେ ରହି ଆସିଛି। ଜଙ୍ଗଲ ପରିଚାଳନାରେ ବିସ୍ଥାପନ ଓ ସାମୁଦ୍ରିକ ପରିଚାଳନାରେ ସାମୟିକ ମାଛଧରା କଟକଣା ଆଡୁଆ ସାଜିଛି। ବନ୍ୟପ୍ରାଣୀ ପରିଚାଳନାରେ ରାଜ୍ୟ ବନବିଭାଗ ବାରମ୍ବାର ବିଫଳ ହେଉଥିବା ଅଭିଯୋଗ ହେଉଛି।
ଶିମିଳିପାଳ:ଯଦିଓ ୱିକିପେଡିଆରେ ଶିମିଳିପାଳକୁ ଏକ ଜାତୀୟ ଉଦ୍ୟାନ ବୋଲି ଦର୍ଶାଯାଉଛି, କିନ୍ତୁ ଏହାର ବାସ୍ତବତା ଭିନ୍ନ କଥା କହୁଛି। ଜାତୀୟ ଉଦ୍ୟାନ ମାନ୍ୟତା ପାଇଁ ପ୍ରଥମ ଯୋଗ୍ୟତା ହେଲା କୋର୍‌ ଏରିଆ ମଧ୍ୟରେ ଗୋଟିଏ ହେଲେ ଗାଁ ବା ଜନବସତି ରହିବ ନାହିଁ। କିନ୍ତୁ ଆଜି ଯାଏ ବନବିଭାଗ ଶିମିଳିପାଳର କୋର୍‌ ଏରିଆରୁ ସବୁ ଗାଁ କୁ ବିସ୍ଥାପନ କରିବାରେ ସଫଳ ହୋଇପାରି ନାହିଁ। କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ବନ ଅଧିକାରୀଙ୍କ ଅବହେଳା ଓ ଅପାରଗତା ଯୋଗୁ ଏଯାବତ୍‌ ଶିମିଳିପାଳକୁ ଜାତୀୟ ଉଦ୍ୟାନ ମାନ୍ୟତା ମିଳୁନାହିଁ। ଏଣେ ଶିମିଳିପାଳରେ ମହାବଳ ବାଘଙ୍କ ସଂଖ୍ୟା ହ୍ରାସ ପାଇବା ଓ କିଛି ବର୍ଷ ତଳେ କୋର ଏରିଆରେ ବନ୍ଧୁକ ଚାଳନା ଶିକ୍ଷା ଭିଡିଓ ଭାଇରାଲ ହେବା ଘଟଣା ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ବ୍ୟଥିତ କରିଦେଇଛି।
ସାତକୋଶିଆ: ରାଜ୍ୟର ଅନ୍ୟତମ ପ୍ରମୁଖ ସାତକୋଶିଆ ଜଙ୍ଗଲ ମଧ୍ୟ ନାନା ବିବାଦ ଘେରକୁ ଚାଲି ଆସିଛି। ଆବଶ୍ୟକ ପଦକ୍ଷେପ ନିଆ ନ ଯାଇ ସାତକୋଶିଆରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଆରମ୍ଭ କରାଗଲା। ଏହା ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ବାସିନ୍ଦାଙ୍କୁ ବିସ୍ଥାପନ ନ କରି ମଧ୍ୟପ୍ରଦେଶରୁ ୨ଟି ମହାବଳ ବାଘ ଆଣି ଛଡାଗଲା। ମହାବୀରକୁ ଶିକାରୀମାନେ ମାରିଦେଲେ ଓ ସୁନ୍ଦରୀ ମଣିଷ ମାରିବା ଅଭିଯୋଗରେ ଏବେ ବନ୍ଦୀ ଜୀବନ ବିତାଉଛି। ଏଥିପାଇଁ ଏନ୍‌ଟିସିଏ ଦାୟିତ୍ୱରେ ଥିବା ବଡ଼ ଅଧିକାରୀଙ୍କୁ ଦୋଷ ଦେବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ପଦକ୍ଷେପ ବଦଳରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଘଣ୍ଟା ଘୋଡ଼ାଯିବାରୁ ଏବେ ଜଙ୍ଗଲ ଓ ଜୀବିକାରେ ସମନ୍ବୟ ରକ୍ଷା ପୂରା ଫେଲ୍‌ ମାରିଛି। ବନ୍ୟପ୍ରାଣୀଙ୍କୁ ବିପଦ ମୁହଁକୁ ଠେଲି ଦିଆଯାଉଛି।
ଦେବ୍ରିଗଡ଼: ବରଗଡ଼ ଜିଲାରେ ଥିବା ଦେବ୍ରିଗଡ ଅଭୟାରଣ୍ୟରେ ବହୁ ଆଶା ଓ ସୁଯୋଗ ଥିଲେ ମଧ୍ୟ ବନ ବିଭାଗର ଅପାରଗତା ଯୋଗୁ ଜଙ୍ଗଲ ଓ ଜୀବିକା ପରସ୍ପରର ଶତ୍ରୁ ପାଲଟିଛି। ଯଦିଓ ଅଭୟାରଣ୍ୟର କୋର ଏରିଆରେ ଥିବା ଗାଁଗୁଡିକୁ ବିସ୍ଥାପନ କରିବାରେ କିଛିଟା ସଫଳତା ମିଳିଛି, ହେଲେ ଦୁର୍ନୀତି ଯୋଗୁ ଶିକାର କମିବାର ନା ନେଉନାହିଁ। ଦୁଇବର୍ଷ ତଳେ ଏକ ଅଣ୍ଡିରା ମହାବଳ ବାଘକୁ ଶିକାରୀମାନେ ମାରି ପୋଡି ପୋତି ଦେଇଥିଲେ। ହେଲେ ବଡ ବାବୁମାନେ ମହାବଳକୁ କଲରା ପତରିଆ ବୋଲି ଦେଖେଇବାକୁ ଯାଇ ବୃଥା ଚେଷ୍ଟା କରି ଧରାପଡିଯାଇଥିଲେ।
ଭିତରକନିକା ଜାତୀୟ ଉଦ୍ୟାନ
ବନ୍ୟପ୍ରାଣୀ କ୍ଷେତ୍ରରେ ଗର୍ବ ଓ ଗୌରବ ହେଉଛି ରାଜ୍ୟର ଏକମାତ୍ର ଭିତରକନିକା ଜାତୀୟ ଉଦ୍ୟାନ। ଜଙ୍ଗଲ ଓ ଜୀବିକା ମଧ୍ୟରେ ଦ୍ୱନ୍ଦ୍ୱକୁ ଅନେକ ପରିମାଣରେ ପ୍ରଶମନ କରିବାରେ ସ୍ଥାନୀୟ ବନ ବିଭାଗ ସଫଳତା ପାଇଛି । ଯଦିଓ ବଉଳା କୁମ୍ଭୀରଙ୍କ ଯୋଗୁ କିଛି ଜୀବନ ହାନିର ନଜିର ରହିଛି, ହେଲେ ବନ୍ୟ ପ୍ରାଣୀ ପରିଚାଳନାରେ ସଫଳ ପଦକ୍ଷେପକୁ ପ୍ରଶଂସା କରାଯାଉଛି। ବିଶେଷକରି ଅଲିଭ ରିଡ୍‌ଲେ କଇଁଛ ପାଇଁ ସମୁଦ୍ର ଓ ବଉଳା କୁମ୍ଭୀର ପାଇଁ ନଦୀଗୁଡ଼ିକରେ ମାଛଧରା କଟକଣା ଜାରି ସମୟରେ ପାରମ୍ପରିକ ମତ୍ସ୍ୟଜୀବୀଙ୍କ ପାଇଁ ସ୍ବତନ୍ତ୍ର ରାଶନ କାର୍ଡ ମାଧ୍ୟମରେ ଖାଦ୍ୟଦ୍ରବ୍ୟ ବଣ୍ଟନ କରାଯାଉଛି। ଏହାଦ୍ବାରା ଜଙ୍ଗଲ ଓ ଜୀବିକାର ସମନ୍ବୟ ରକ୍ଷା ହୋଇପାରିଛି।
ଚିଲିକା: ମରାଳ ମାଳିନୀ ନୀଳାମ୍ବୁ ଚିଲିକା ଜଙ୍ଗଲ ଓ ଜୀବିକାର ଏକ ଅପୂର୍ବ ମିଶ୍ରଣ। ଜୀବିକା ଅର୍ଥାତ୍‌ ଚିଙ୍ଗୁଡି ଘେରିକୁ ନେଇ ବହୁ ସମୟରେ ରକ୍ତପାତ ହୋଇଛି। ଏଣେ ପକ୍ଷୀଙ୍କ ସ୍ବର୍ଗ ମଙ୍ଗଳାଯୋଡ଼ି ବନ୍ୟପ୍ରାଣୀ ପରିଚାଳନାରେ ଆଉଏକ ସଫଳତାର ସ୍ବାକ୍ଷର ବହନ କରୁଛି।

ଉପସ୍ଥାପନା: ଅସମାପିକା ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ସରିଗଲା ଡେଡ୍‌ଲାଇନ୍‌; ଏବେ ଆଉ ମିଳିବନି ସିଲିଣ୍ଡର? ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍‌ଲୀ,୮।୯: LPG ଗ୍ୟାସ ସିଲିଣ୍ଡରର ନୂଆ କନେକସନ ଉପରେ ଏବେ ମଧ୍ୟ ରୋକ ଲାଗି ରହିଛି। ଅନ୍ୟପଟେ ନିକଟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ନକଲି କନେକସନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri