Home

ହସ୍ପିଟାଲରେ ଭର୍ତ୍ତି ହେଲେ ଉର୍ଫି

ବମ୍ବେ:ଅସୁସ୍ଥ ହୋଇପଡ଼ିଛନ୍ତି ସୋସିଆଲ ମିଡିଆ ସେନ୍‌ସେଶନ୍‌ ଉର୍ଫି ଜାଭେଦ। ଏଥିଲାଗି ତାଙ୍କୁ କୋକିଲା ବେନ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଅଭିନେତ୍ରୀଙ୍କୁ ୧୦୩ ଜ୍ୱର। ଏପରିକି ସେ ଦୁର୍ବଳ ଅନୁଭବ କରୁଛନ୍ତି। ଡାକ୍ତରଖାନାରେ ତାଙ୍କର କିଛି ପରୀକ୍ଷା କରାଯିବ। ଏହାପରେ ତାଙ୍କୁ କ’ଣ…

ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ୨୦ ଭରି ସୁନା ସହ ଲୁଟିନେଲେ ନଗଦ ୨ ଲକ୍ଷ ଟଙ୍କା

ପାରଳାଖେମୁଣ୍ଡି,୬ା୮(ଡି.ଏନ୍‌.ଏ.): ଦିନ ଦ୍ୱିପ୍ରହରରେ ଜନଗହଳି ପୂର୍ଣ୍ଣ ଅଞ୍ଚଳରୁ ଶନିବାର ଚୋରି ହୋଇଛି। ବାହାଘର ଭୋଜିରେ ପରିବାର ଲୋକେ ବ୍ୟସ୍ତ ଥିବା ବେଳେ ଘରେ କଳା କନା ବୁଲାଇଛନ୍ତି ଦୁର୍ବୃତ୍ତ। ପାରଳାଖେମୁଣ୍ଡି ଟାଉନ୍‌ହଲ୍‌ ନିକଟରେ ଥିବା ଜି.ଗୋବିନ୍ଦଙ୍କ ଘରୁ ୨୦ ଭରି ସୁନା…

ବୃଦ୍ଧ ବାପାଙ୍କୁ ବିଦ୍ୟୁତ୍‌ଖୁଣ୍ଟରେ ବାନ୍ଧି ପିଟିପିଟି ମାରିଦେଲେ ପୁଅବୋହୂ

କୋରାପୁଟ,୬।୮(ସ୍ବ.ପ୍ର.): ନାନାଦି ଦୁଃଖ, କଷ୍ଟ, ଯନ୍ତ୍ରଣା ସହି ପିଲାମାନଙ୍କୁ ଛୋଟରୁ ବଡ଼ କରିଥାନ୍ତି ମାତାପିତା। ହେଲେ ସେମାନେ ପରିଣତ ବୟସରେ ପିଲାମାନଙ୍କ ପାଇଁ ଅଲୋଡା ହୋଇପଡ଼ନ୍ତି। ଏପରି ଏକ ହୃଦୟ ବିଦାରକ ଘଟଣା କୋରାପୁଟରେ ଦେଖିବାକୁ ମିଳିଛି। ଜିଲାର ଲକ୍ଷ୍ମୀପୁର ଥାନା…

କେନାଲରେ ୧୨ ଫୁଟର ଘାଇ: ଜମିରେ ଭାସୁଛି ରୁଆଧାନ

ସାକ୍ଷୀଗୋପାଳ,୬ା୮(ସ୍ବ.ପ୍ର.): ପୁରୀ ଜିଲା ସାକ୍ଷୀଗୋପାଳ ଜଳସମ୍ପଦ ବିଭାଗ ଉପଖଣ୍ଡ ରୂପଦେଇପୁର ସେକ୍ସନ ଅଧୀନରେ ରହିଥିବା ସାକ୍ଷୀଗୋପାଳ ଶାଖା କେନାଲର ବାମପାର୍ଶ୍ୱ ବନ୍ଧରେ ୧୨ ଫୁଟର ଘାଇ ହୋଇଛି। ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଭାଲୁ ବଜାର ନିକଟରେ ଶନିବାର ମଧ୍ୟାହ୍ନରେ ଏହି ଘାଇ…

ଭାଇଙ୍କ ହାତରେ ରାଖୀ ବାନ୍ଧିବା ବେଳେ ପକାନ୍ତୁ ୩ ଗଣ୍ଠି, ଜାଣିରଖନ୍ତୁ ଏସବୁ ନିୟମ..

ଆସୁଛି ରାଖୀ ପୂର୍ଣ୍ଣିମା। ଭାଇଭଉଣୀଙ୍କ ପବିତ୍ର ପ୍ରେମର ପ୍ରତୀକ ହେଉଛି ଏହି ପର୍ବ। ହିନ୍ଦୁ ଧର୍ମରେ ରାଖୀ ପୂର୍ଣ୍ଣିମାର ବିଶେଷ ମହତ୍ୱ ରହିଛି। ଚଳିତ ବର୍ଷ ଏହା ଅଗଷ୍ଟ ୧୧ ଅର୍ଥାତ ଗୁରୁବାର ସାରା ଦେଶରେ ପାଳନ କରାଯିବ। ରାଖୀ ପୂର୍ଣ୍ଣିମା…

ପୁଅଙ୍କ ଶକ୍ତ ଚାପୁଡ଼ାରେ ମା’ଙ୍କ ଜୀବନ ଗଲା

କୁଆଁରମୁଣ୍ଡା,୬ା୮(ଡି.ଏନ୍‌.ଏ.): ଜନ୍ମକଲା ପୁଅ ନିଜ ମା’କୁ ଶକ୍ତ ଚାପୁଡ଼ା ମାରିବାରୁ ମା’ଙ୍କ ଜୀବନ ଯାଇଛି। ଏଭଳି ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅଞ୍ଚଳର ତଳ ବସ୍‌ଷ୍ଟାଣ୍ଡ ନିକଟ କୁମ୍ଭାରବସ୍ତିରେ ଦେଖିବାକୁ ମିଳିଛି। ଅଭିଯୁକ୍ତ ପୁଅ ସରୋଜ ତନ୍ତୀ(୩୮)ଙ୍କୁ ପୋଲିସ…

ଜଗଦୀପ ନୂଆ ଉପ-ରାଷ୍ଟ୍ରପତି…

ନୂଆଦିଲ୍ଲୀ, ୬।୮ : ଦେଶର ପରବର୍ତ୍ତୀ ଉପ-ରାଷ୍ଟ୍ରପତି ଭାବେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନକର ନିର୍ବାଚିତ ହୋଇଛନ୍ତି। ସେ ବିରୋଧୀ ପ୍ରାର୍ଥୀ ମାର୍ଗେଟ ଅଲଭାଙ୍କୁ ପରାସ୍ତ କରିଛନ୍ତି। ଜଗଦୀପଙ୍କୁ ୫୨୮ ଭୋଟ ମିଳିଥିବାବେଳେ ଆଲଭାଙ୍କୁ ୧୮୨ ଭୋଟ ମିଳିଛି। ଶନିବାର ଉପରାଷ୍ଟ୍ରପତି…

ରୋମାଞ୍ଚକର ବିଜୟ ସହ ଫାଇନାଲରେ ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌

ବର୍ମିଂହାମ,୬।୮: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ପଦକ ପକ୍କା କରିଛି ଭାରତୀୟ ମହିଳା କ୍ରିକେଟ ଟିମ୍‌। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମଥର ମହିଳା କ୍ରିକେଟକୁ ସାମିଲ କରାଯାଇଥିବା ବେଳେ ଭାରତ ପ୍ରଥମ ଟିମ ଭାବେ ଫାଇନାଲରେ ପ୍ରବେଶ କରିଛି। ଶନିବାର ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା…

ଗୋଟାବାୟାଙ୍କୁ ଆଉ ଦୁଇ ସପ୍ତାହ ରଖିବାକୁ ସିଙ୍ଗାପୁର କର୍ତ୍ତୃପକ୍ଷଙ୍କୁ ଅନୁରୋଧ କଲେ ଶ୍ରୀଲଙ୍କା ସରକାର

କଲମ୍ବୋ,୬ା୮: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କୁ ସିଙ୍ଗାପୁରରେ ଆଉ ୨ ସପ୍ତାହ ରହିବାକୁ ଅନୁମତି ଦେବାକୁ ଶ୍ରୀଲଙ୍କା ସରକାର ଶନିବାର ଅନୁରୋଧ କରିଛନ୍ତି। ରାଜପାକ୍ସେ ବର୍ତ୍ତମାନ ସିଙ୍ଗାପୁରରେ ରହୁଛନ୍ତି। ତାଙ୍କର ଭିଜା ସମୟସୀମା ଥିବାରୁ ସେ ଅଗଷ୍ଟ ୧୧ରେ ଦେଶ…

ଏନ୍ତୁଡ଼ିଶାଳରେ କରୋନା ବେକାବୁ, ଚାଇନାର ସାନ୍ୟା ସହରରେ ଲକ୍‌ଡାଉନ, ୮୦ ହଜାରରୁ ଅଧିକ ପର୍ଯ୍ୟଟକ ଚିନ୍ତାରେ…

ବେଜିଂ, ୬।୮ :  କରୋନା ଏନ୍ତୁଡ଼ିଶାଳ ଚାଇନାରେ  କରୋନା ପୁଣି ଥରେ ନିୟନ୍ତ୍ରିତ ହରାଇଛି। ଶନିବାର ଚାଇନାର ’ହାୱାଇ’ କୁହାଯାଉଥିବା ସାନ୍ୟା ସହରରେ କର୍ତ୍ତୃପକ୍ଷ ଲକ୍‌ଡାଉନ ଘୋଷଣା କରିଛନ୍ତି। ଫଳରେ ସେଠାରେ ଥିବା ପ୍ରାୟ ୮୦ ହଜାରରୁ ଅଧିକ ପର୍ଯ୍ୟଟକ ଅଟକି…

କଟକଣାକୁ ଖାତିର ନାହିଁ, କିମ୍‌ ଆଣବିକ ପରୀକ୍ଷଣ ପାଇଁ ପୁଣି ପ୍ରସ୍ତୁତ…

ପୋୟଙ୍ଗୟାଙ୍ଗ, ୬।୮ : ଭାରତ-ପ୍ରଶାନ୍ତ ମହାସାଗରରେ ଉତ୍ତେଜନା ବୃଦ୍ଧି ପାଇବା ମଧ୍ୟରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ମଧ୍ୟ ଉତ୍ତେଜନାମୂଳକ କାର୍ଯ୍ୟ ଜାରି ରଖିଛନ୍ତି। ମିଳିତ ଜାତିସଂଘର ଏକ ରିପୋର୍ଟରେ ଏହା ଦାବି କରାଯାଇଛି। ଏହି ରିପୋର୍ଟ…

ପୋଲ ଉପରେ ୫ ଫୁଟର ପାଣି, ଉଭୟ ପାର୍ଶ୍ୱରେ ଅଟକି ରହିଛି ଗାଡ଼ିମୋଟର

କୋରୁକୋଣ୍ଡା,୬ା୮(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ହେବାରୁ ମାଲକାନଗିରି-ବାଲିମେଳା ମୁଖ୍ୟ ରାସ୍ତାର ଏମ୍‌ଭି-୩୭ରେ ଶନିବାର ପୋଲ ଉପରେ ପ୍ରାୟ ୫ଫୁଟ ଉପରେ ପାଣି ଚାଲୁଥିବାର ଦେଖିବାକୁ ମିଳିଛି। ତେବେ ଉପରମୁଣ୍ଡରୁ ପାଣି ଅତ୍ୟଧିକ ମାତ୍ରାରେ ଆସୁଥିବାରୁ ବନ୍ୟାଜଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri