Posted inଜାତୀୟ

ତାନ୍ତ୍ରିକଙ୍କ ପରାମର୍ଶରେ ଦଳର ନାମ ପରିବର୍ତ୍ତନ କରିଛନ୍ତି କେସିଆର, ସୀତାରମଣଙ୍କ ସମାଲୋଚନା ନେଇ ଇସିଙ୍କ ଦ୍ୱାରସ୍ଥ ହେଲା ବିଆରଏସ…

ହାଇଦ୍ରାବାଦ,୧୧।୧୦ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଦଳ ଭାଜପା ନେତାଙ୍କ ବିରୋଧରେ ନିର୍ବାଚନ ଆୟୋଗ(ଇସି)ଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଜ୍ୟ ଭାଜପା ମୁଖ୍ୟ ବଣ୍ଡି ସଞ୍ଜୟ କୁମାର ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ)ରୁ ନୂଆ ନାମ କରଣ ହୋଇଥିବା ଭାରତ ରାଷ୍ଟ୍ର ସମିତି(ବିଆରଏସ) ଆୟୋଗକୁ ନିବେଦନ କରିଛି। ଭାଜପା ନେତାମାନେ ଅଭିଯୋଗ କରିଛନ୍ତି ଯେ ଟିଆରଏସ କଳା ଯାଦୁ ଏବଂ ତାନ୍ତ୍ରିକଙ୍କ ପରାମର୍ଶରେ ନିଷ୍ପତ୍ତି ନିଏ। କେସିଆର ଦଳ ଏହି ଅଭିଯୋଗକୁ ବିଭ୍ରାନ୍ତିକର ଏବଂ ଭିତ୍ତିହୀନ ବୋଲି କହିଛି।

ଟିଆରଏସ ଏହାର ଅଭିଯୋଗରେ କହିଛି, ଆମେ ଏହି ଅଭିଯୋଗକୁ ମିଥ୍ୟା ଏବଂ ମନଗଢ଼ା ବୋଲି ବିବେଚନା କରୁଛୁ। ଭୋଟରଙ୍କ ମଧ୍ୟରେ ଘୃଣା ସୃଷ୍ଟି କରିବାର ଉଦ୍ଦେଶ୍ୟ ନେଇ ଏଭଳି ଘୃଣ୍ୟ କାର୍ଯ୍ୟ କରାଯାଇଛି। ମୁନୁଗୋଡେ ବିଧାନସଭା ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଉପ-ନିର୍ବାଚନ ପୂର୍ବରୁ ଏହା ସୁଚିନ୍ତିତ ଭାବେ କରାଯାଇଛି। କେସିଆର ଭଗବାନଙ୍କ ପ୍ରତି ନାସ୍ତିକ ଆଚରଣ ପ୍ରଦର୍ଶନ କରୁଥିବା ଏବଂ ତନ୍ତ୍ରପ୍ରତି ଆସ୍ତିକ ଭାବ ଦେଖାଉଥିବା ପ୍ରଚାର କରାଯାଉଛି।

ତେଲେଙ୍ଗାନା ଭାଜପା ସଭାପତି ସଞ୍ଜୟ କେସିଆରଙ୍କୁ ଯାଦୁକର ବୋଲି କହିଥିଲେ। ସେ କହିଛନ୍ତି ଯେ ଯାଦୁ ଶକ୍ତି ହାସଲ କରିବା ପାଇଁ କେସିଆର ତାଙ୍କ ଫାର୍ମହାଉସରେ ଏକ କଳା ବିଲେଇ ପାଳନ କରିଛନ୍ତି। ବିଶ୍ୱସ୍ତ ଲୋକଙ୍କଠାରୁ ସେ ଏହି ସୂଚନା ପାଇଛନ୍ତି ବୋଲି ଦାବି କରିଥିଲେ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ କେସିଆରଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ କେବଳ ତାନ୍ତ୍ରିକ ଏବଂ ନ୍ୟୁମ୍ରୋଲୋଜି ବିଶେଷଜ୍ଞଙ୍କ ପରାମର୍ଶରେ ରାଜ୍ୟ ସଚିବାଳୟକୁ ଯିବା ବନ୍ଦ କରିବା ସହିତ ମହିଳାମାନଙ୍କୁ ତାଙ୍କ କ୍ୟାବିନେଟରେ ଦୀର୍ଘ ଦିନ ଧରି ସାମିଲ କରିନାହାଁନ୍ତି। ସୀତାରମଣ ଏହା ମଧ୍ୟ ଦାବି କରିଥିଲେ ଯେ କେସିଆର ତାନ୍ତ୍ରିକଙ୍କ ପରାମର୍ଶରେ ତାଙ୍କ ଦଳର ନାମ ପରିବର୍ତ୍ତନ କରିଛନ୍ତି।

ଅକ୍ଟୋବର ୫ରେ, ଦଳର ସାଧାରଣ ବୈଠକ ତେଲେଙ୍ଗାନା ଭବନରେ ଅପରାହ୍ନ ୧ଟା ୧୯ରେ ଅନୁଷ୍ଠିତ ହୋଇଥିଲା। ଯେଉଁଠାରେ ନାମ ପରିବର୍ତ୍ତନ ପାଇଁ ପ୍ରସ୍ତାବ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା। ରିପୋର୍ଟ ଅନୁଯାୟୀ, ଏହି ଶୁଭ ସମୟ ବିଷୟରେ ପଣ୍ଡତିମାନେ କେସିଆରଙ୍କୁ ପରାମର୍ଶ ଦେଇଥିଲେ। ଟିଆରଏସକୁ ଭାରତ ରାଷ୍ଟ୍ର ସମିତି ଭାବରେ ନାମିତ କରାଯାଇଥିଲା। କୁହାଯାଉଛି ଯେ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେସିଆର ଏହି ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଆଯାଇଥିବା ଅଧିକ ଅର୍ଥ ଫେରାଯାଉ

ନୂଆଦିଲ୍ଲୀ, ୬।୧୨: କୋଭିଡ୍‌ ଚିହ୍ନଟ ଲାଗି ହୋଇଥିବା ଆର୍‌ଟି-ପିସିଆର୍‌ ପରୀକ୍ଷାରେ ଘରୋଇ ଲାବ୍‌ ଓ ହସ୍ପ୍‌ିଟାଲଗୁଡ଼ିକ ଅତ୍ୟଧିକ ଦେୟ ନେଇଛନ୍ତି। ଏବେ ସେମାନେ ଉକ୍ତ ଅତିରିକ୍ତ...

ପାଇକାରୀ ମୁଦ୍ରାସ୍ଫୀତି ୨୧ ମାସର ସର୍ବନିମ୍ନ ସ୍ତରରେ…

ନୂଆଦିଲ୍ଲୀ,୧୪।୧୨ : ଡିସେମ୍ବର ୧୪ ରେ ବାଣିଜ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତର ପାଇକାରୀ ମୁଦ୍ରାସ୍ଫୀତି ନଭେମ୍ବରରେ ୨୧ ମାସର ସର୍ବନିମ୍ନ ସ୍ତରରେ...

ଅଗଷ୍ଟ ୧୬ରୁ ଖୋଲିବ ସ୍କୁଲ

ଲକ୍ଷ୍ନୌ,୨।୮: ଦେଶରେ କରୋନାର ଦ୍ୱିତୀୟ ଲହର ଧୀରେ ଧୀରେ କମିବାରେ ଲାଗିଛି। ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଅନେକ ରାଜ୍ୟରେ ଏବେ ସ୍କୁଲ ଓ କଲେଜ...

କଟକଣା କୋହଳ ପରେ ଟ୍ରାଫିକ ଜାମ୍‌

ବାଙ୍ଗାଲୋର,୨୫ା୪: କର୍ନାଟକ ସରକାର ରାଜ୍ୟରୁ କୋଭିଡ-୧୯ ମୁକାବିଲା ପାଇଁ ଜାରି କରିଥିବା କଟକଣାକୁ କେତେକ ସ୍ଥାନରେ ଗୁରୁବାରଠାରୁ ଆଂଶିକ ଭାବେ କୋହଳ କରିବା ପରେ ଶୁକ୍ରବାର...

ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରୁ କମଲନାଥଙ୍କ ଭଣଜା ଫେରାର

ନୂଆଦିଲ୍ଲୀ,୨୭।୭: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ରତୁଲ ପୁରୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ହାଜତରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ ମାମଲାରେ ରତୁଲ ପୁରୀଙ୍କୁ ଇଡି...

ଜନ୍ମଦିନରେ ଆମେଠିରେ ରହିବେ ପ୍ରିୟଙ୍କା

ଲକ୍ଷ୍ନୌ,୧୨।୧: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୨ ଜାନୁୟାରୀ ୧୨ରେ ସେ ନୂଆଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ଜନ୍ମଦିନରେ...

ରହସ୍ୟ ହୋଇ ରହିଛି ଆନ୍ଧ୍ରପ୍ରଦେଶର ଏଲୁରୁରେ ଅଜଣା ରୋଗ

ଏଲୁରୁ, ୭।୧୨- ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାର ଏଲୁରୁ ଅଞ୍ଚଳରେ ବ୍ୟାପିଥିବା ଅଜଣା ରୋଗ ରହସ୍ୟ ହୋଇ ରହିଛି। ଅଜଣା ରୋଗରେ ୩୪୦ ଜଣ...

‘କେଉଁ ପ୍ରକାର ନିଶାର ପ୍ରଭାବରେ ଜନମତ ସର୍ଭେ କରାଯାଉଛି, ଆମକୁ ଜଣାନାହିଁ’

ଲକ୍ଷ୍ନୌ,୨୪।୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ସୁହାଉଥିବା ଜନମତ ସର୍ଭେକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ସେ ୟୁପି ମୁଖ୍ୟମନ୍ତ୍ରୀ...

Advertisement
Archives

Model This Week