Posted inଜାତୀୟ

ମହନ୍ତ କରଶନ ଦାସ ବାପୁଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ: ୨୦୨୩-୨୪ରେ ଆସିବ ଅନାହାର ମୃତ୍ୟୁ, କରିଛନ୍ତି ଭବିଷ୍ୟବାଣୀ…

ରାଜକୋଟ,୧୧।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟ ଗସ୍ତର ତୃତୀୟ ଦିନରେ ରାଜକୋଟର ଜମକନ୍ଦୋରାନାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମହନ୍ତ କରଶନ ଦାସ ବାପୁଙ୍କୁ ମଧ୍ୟ ଭେଟି ତାଙ୍କ ଆଶୀର୍ବାଦ ନେଇଛନ୍ତି। ଭୈସନରେ ପରବ ଧାମ ସାଧୁଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତର ଫଟୋ ଭାରତୀୟ ଜନତା ପାର୍ଟି ଦ୍ୱାରା ଶେୟାର କରାଯାଇଛି।

ମହନ୍ତ କରଶନ ଜଣେ ପ୍ରସିଦ୍ଧ ଭବିଷ୍ୟବକ୍ତା। କରୋନା ମହାମାରୀ ଆରମ୍ଭ ହେବା ପରେ, ତାଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ୨୦୨୦ ରେ ଭୂତାଣୁ ଜନିତ ରୋଗ ଯୋଗୁଁ କୋଟି କୋଟି ଲୋକଙ୍କ ମୃତ୍ୟୁ ହେବାର ପୂର୍ବାନୁମାନ କରିଥିଲେ। ସମ୍ପ୍ରତି ସେ ୨୦୨୩-୨୪ରେ ଅନାହାର ମୃତ୍ୟୁର ପୂର୍ବାନୁମାନ କରିଛନ୍ତି। ଏଥିରୁ ରକ୍ଷା ପାଇବା ପାଇଁ ସେ ଏକ ଉପାୟ ମଧ୍ୟ ବତାଇ ଦେଇଛନ୍ତି।

ଭାଇରାଲ ଭିଡିଓରେ ସେ ଲୋକମାନଙ୍କୁ ଏଥିରୁ ରକ୍ଷା ପାଇବା ପାଇଁ ଯଅ ଏବଂ ବାଜରା ବୁଣିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯଦି ତୁମର ପାଖରେ ବାଜରା ଅଛି ତେବେ ତୁମେ ପାଣି ସହିତ ବଞ୍ଚିପାରିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନାହାରରେ ସାରା ବିଶ୍ୱରେ ବହୁ ସଂଖ୍ୟକ ଲୋକ ମରିବେ।

୨୦୧୯ରେ ଭୂତାଣୁ ଜନିତ ରୋଗରେ ମୃତ୍ୟୁ ହେବାର ପୂର୍ବାନୁମାନ ସେ କରିଥିଲେ। ୨୦୨୦ରେ କରୋନା ମହାମାରୀ ଆରମ୍ଭ ହେବାର ପ୍ରାୟ ଏକ ବର୍ଷ ପୂର୍ବରୁ ମହନ୍ତ ଏହି କାରଣରୁ କୋଟି କୋଟି ଲୋକଙ୍କର ମୃତ୍ୟୁ ହେବାର ପୂର୍ବାନୁମାନ କରିଥିଲେ। ମହାମାରୀ ଆରମ୍ଭ ହେବା ପରେ, ତାଙ୍କର ଏହି ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଲା ଯେଉଁଥିରେ ସେ କହିଥିଲେ ଯେ ୨୦୨୦ ରେ ଏକ ଭାଇରସ ଆସିବ ଯାହା ଦ୍ୱାରା ସାରା ବିଶ୍ୱରେ ଦେଢ଼ କୋଟିରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିବ। ଭିଡିଓ ଭାଇରାଲ ହେବା ପରେ ସେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହୋଇଥିଲେ। ରାଜକୋଟ ଏବଂ ଗୁଜୁରାଟର ଅନ୍ୟାନ୍ୟ ଅଞ୍ଚଳରେ ବହୁ ସଂଖ୍ୟାରେ ଲୋକ ତାଙ୍କର ଅନୁଗାମୀ।


Enter your email to get our daily news in your inbox.

All Right Reserved By Dharitri.Com

ଜରୁରୀ ଅବତରଣ କଲା ବିମାନ

ବେଙ୍ଗାଲୁରୁ,୨୭ା୧୧: ବେଙ୍ଗାଲୁରୁରୁ ପାଟଣା ଯାଉଥିବା ଗୋ-ଏୟାର ବିମାନର ନାଗପୁର ବିମାନ ବନ୍ଦରରେ ଶନିବାର ଜରୁରିକାଳୀନ ଅବତରଣ କରାଯାଇଥିବା ଜଣାପଡ଼ିଛି। ଇଞ୍ଜିନ୍‌ରେ ତ୍ରୁଟି ଯୋଗୁ ପାଇଲଟ୍‌ ହଠାତ୍‌...

ସଡ଼କ ଉପରେ ପର୍ଯ୍ୟଟକଙ୍କ କାର ସହ ଖେଳିଲେ ଗଜରାଜ

ରାମନଗର,୨୮।୬: ଆକ୍ସନ ମୁଡରେ ଗଜରାଜ। ଉତ୍ତରାଖଣ୍ଡର ରାମନଗର ନିକଟରେ ଥିବା ଭାକ୍ରାକୋଟରେ କିଛି ହାତୀ ପଲ ଉତ୍ପାତ ମଚାଇଛନ୍ତି। ରାସ୍ତାରେ ଠିଆ ହୋଇଥିବା ପର୍ଯ୍ୟଟକଙ୍କ ଗାଡ଼ିକୁ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: ୫ଟା ସୁଦ୍ଧା ୟୁପିରେ ୬୦% ମତଦାନ

ଲକ୍ଷ୍ନୌ,୧୪।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୫୫ଟି ଆସନ ପାଇଁ ସୋମବାର ମତଦାନ ଅନୁଷ୍ଠିତ ହୋଇଥିଲା। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ...

ହିନ୍ଦୁ-ମୁସଲମାନ୍‌ ନୁହେଁ ବିକାଶକୁ ଦୃଷ୍ଟିରେ ରଖି ଭୋଟର ଦେଇଛନ୍ତି ଭୋଟ: ଅଖିଳେଶ

ନୂଆଦିଲ୍ଲୀ,୯।୨: ଦିଲ୍ଲୀ ବିଧାନସଭାର ୭୦ ଆସନ ଲାଗି ମତଦାନ ଶେଷ ହୋଇଛି। ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପୁଣି କ୍ଷମତା...

ବଉଳ ସାଙ୍ଗରେ ବାହାଘର: ୨ ଯୁବତୀଙ୍କ ନିଆରା ପ୍ରେମ ବିବାହ

ଅଯୋଧ୍ୟା, ୨୯।୮: କଥାରେ ଅଛି ପ୍ରେମ ବାଧାବନ୍ଧନ ମାନେ ନାହିଁ। ଏହାର ସଦ୍ୟତମ ଉଦାହରଣ ଅଯୋଧ୍ୟାରେ ଦେଖିବାକୁ ମିଳିଛି। ଏଠାରେ ୨ ଜଣ ଯୁବତୀଙ୍କ ମଧ୍ୟରେ...

ପ୍ରଦୂଷଣ କରିବାରେ ଭାରତ ଏକ ନମ୍ବର କହିଥିଲେ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ନିକ୍କି ହେଲି , ଧରାପଡିଲା ମିଛ

ନୂଆଦିଲ୍ଲୀ,୭।୬: ଆମେରିକାରେ ଆଗାମୀ ନିର୍ବାଚନରେ ରିପବ୍ଲିକ ପାର୍ଟିରୁ ରାଷ୍ଟ୍ରପତି ପାର୍ଥୀ ଭାବେ ମନୋନୀତ ହୋଇଥିବା ନିକ୍କି ହେଲି ଭାରତକୁ ସବୁଠାରୁ ଅଧିକ ପ୍ରଦୂଷଣ କରୁଥିବା ଦେଶ...

୭୦ ପ୍ରତିଶତ ସରକାରୀ ମାମଲା ଭିତ୍ତିହୀନ, କୋର୍ଟର କାର୍ଯ୍ୟ ଭାର ବଢାଉଛି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୩।୮: କୋର୍ଟକୁ ଆସୁଥିବା ବହୁ ସଂଖ୍ୟକ ସରକାରୀ ମାମଲା ଭିତ୍ତିହୀନ। ଏଭଳି ମାମଲା ଯୋଗୁ କୋର୍ଟର କାର୍ଯ୍ୟ ଭାର ବଢୁଥିବା ସୁପ୍ରିମକୋର୍ଡ କହିଛନ୍ତି। କେନ୍ଦ୍ର ସରକାରଙ୍କ...

ଅକ୍ଟୋବର ୧୨ରୁ ଦେଶରେ ଆରମ୍ଭ ହେବ ୫-ଜି ସେବା

ନୂଆଦିଲ୍ଲୀ,୨୫।୮: ୨୦୨୨ ଅକ୍ଟୋବରର ଦ୍ୱିତୀୟ ସପ୍ତାହରେ ଦେଶରେ ୫-ଜି ମୋବାଇଲ ସେବା ଆରମ୍ଭ ହେବ। ଆସନ୍ତା ଅକ୍ଟୋବର ୧୨ସୁଦ୍ଧା ଦେଶରେ ୫-ଜି ମୋବାଇଲ ସେବା ଆରମ୍ଭ...

Advertisement
Archives

Model This Week