Posted inଜାତୀୟ

ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜନ୍ମମାଟିକୁ ଭୁଲି ନ ଥିଲେ ମୁଲାୟମ: ଏପରି ବିକାଶ କରିଥିଲେ ଯେ ବଡ଼ ବଡ଼ ସହର ବି ଫିକା ପଡ଼ିବ

ଲକ୍ଷ୍ନୌ,୧୧।୧୦: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ଆଉ ନାହାନ୍ତି। ମଙ୍ଗଳବାର ତାଙ୍କର ଅନ୍ତିମ ସଂସ୍କାର ଜନ୍ମିତ ଗ୍ରାମ ସୈଫାଇରେ କରାଯିବ। ୧୯୩୯ ନଭେମ୍ବର ୨୨ରେ ଉତ୍ତରପ୍ରଦେଶର ଇଟାଓ୍ବା ଜିଲା ଅନ୍ତର୍ଗତ ସୈଫାଇ ଗ୍ରାମର ଏକ ଗରିବ ଚାଷୀ ପରିବାରରେ ଜନ୍ମ ନେଇଥିଲେ ମୁଲାୟମ। ସେତେବେଳେ ହୁଏତ ଏହି ପିଲା ରାଜନୀତିରେ ଏଭଳି ସକ୍ରିୟ ହେବ ଜାଣି ନ ଥିଲେ। ହେଲେ ମୁଲାୟମ ଛୋଟ ଗାଁରେ ଜନ୍ମ ନେଇ ବି ଦେଶର ରକ୍ଷା ମନ୍ତ୍ରୀଠାରୁ ଆରମ୍ଭ କରି ୩ ଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ। ସଫଳତାର ଶୀର୍ଷରେ ପହଞ୍ଚିବା ପରେ ଅନେକ ନିଜର ଜନ୍ମମାଟିକୁ ଭୁଲି ଯାଆନ୍ତି। ମାତ୍ର ମୁଲାୟମ ଥିଲେ ବ୍ୟତିକ୍ରମ। ମାତ୍ର ୭୦୦୦ ବାସିନ୍ଦା ଥିବା ସୈଫାଇକୁ ମୁଲାୟମ ମଡେଲ ଗ୍ରାମରେ ପରିଣତ କରିଥିଲେ, ଏବେ ଯାହା ଆଗରେ ବଡ଼ ବଡ଼ ସହର ବି ଫିକା ଲାଗିବ।

ମୁଲାୟମଙ୍କ ଗାଁ ସୈଫାଇରେ ଏୟାରଷ୍ଟ୍ରିପ, ମେଡିକାଲ କଲେଜ, ଆନ୍ତର୍ଜାତୀୟ ଷ୍ଟାଡିୟମ, ଅତ୍ୟାଧୁନିକ ସୁବିଧା ଥିବା ଡାକ୍ତରଖାନା, ସପିଂ କମ୍ଲେକ୍ସ ଭଳି ସମସ୍ତ ଆବଶ୍ୟକୀୟ ସୁବିଧା ରହିଛି। ଜଣେ ରାଜନେତା ହିସାବରେ ମୁଲାୟମ ଯେଉଁଭଳି ସୈଫାଇର ବିକାଶ କରିଛନ୍ତି ସେଭଳି ଭାରତୀୟ ରାଜନୀତିରେ ଅନ୍ୟ କୌଣସି ନେତା ତାଙ୍କ ଗାଁ ପାଇଁ ତାହା କରିପାରି ନାହାନ୍ତି।

୯୦ ଦଶକରେ ସୈଫାଇ ଗ୍ରାମର ଅବସ୍ଥା ଭାରତର ଅନ୍ୟ ସାଧାରଣ ଗ୍ରାମ ପରି ଥିଲା। ପଢ଼ିବା ଲାଗି ସେଠାରେ ସ୍କୁଲ ନ ଥିଲା। ଚିକିତ୍ସା ଲାଗି ଡାକ୍ତରଖାନା ନ ଥିଲା। ଯାତାୟାତ ଲାଗି ମଧ୍ୟ ଭଲ ସଡ଼କ ମଧ୍ୟ ନ ଥିଲା। ୧୯୮୯ରେ ଯେତେବେଳେ ମୁଲାୟମ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ସେ ସୈଫାଇର ଚେହେରା ବଦଳାଇ ଦେଇଥିଲେ। ସେ ମୁଖ୍ୟମନ୍ତ୍ରୀ ଭାବେ ୩ ଥର ନିଜ କାର୍ଯ୍ୟକାଳ ସମୟରେ ଏବଂ ଥରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ହିସାବରେ ସୈଫାଇକୁ ଅନେକ ଭେଟ ଦେଇଥିଲେ। ପରେ ତାଙ୍କ ପୁଅ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ହେବା ପରେ ସମସ୍ତ କାର୍ଯ୍ୟକୁ ପୂରଣ କରିଥିଲେ। ଏହାର ପରିଣାମସ୍ବରୂପ ସୈଫାଇ ଏବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି।

ସୈଫାଇରେ ଗ୍ରାମ ରାସ୍ତା ବେଶ ଚଉଡା। ରାସ୍ତାକଡ଼ରେ ଲାଇଟ୍‌ ବ୍ୟବସ୍ଥା ହୋଇଛି, ବଡ ବଡ଼ ଦୋକାନ ଅଛି। ଶପିଂ ମଲ୍‌ ବି ଅଛି। ସେହିଭଳି ମୁଲାୟମ ଗ୍ରାମୀଣ ଆୟୁର୍ବିଜ୍ଞାନ ସଂସ୍ଥାନ ନାମକ ମେଡିକାଲ କଲେଜର ସ୍ଥାପନା କରିଥିଲେ। ପରେ ଅଖିଳେଶ ସରକାର ଏହାକୁ ମେଡିକାଲ ୟୁନିଭର୍ସିିଟିର ମାନ୍ୟତା ଦେଇଥିଲେ। ଏସବୁ ଦେଖିଲେ ସୈଫାଇ ସମ୍ପୂର୍ଣ୍ଣ ଭାବେ ଆଧୁନିକ ସହର ଭଳି ଲାଗୁଥିବା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ସମାନ ନାଗରିକ ସଂହିତା ପାଳି

ନୂଆଦିଲ୍ଲୀ,୧୦।୧୧: ଭାଜପାର ନିର୍ବାଚନ ପ୍ରତିଶ୍ରୁତି ପାଳନ ଧାରା ଜାରି ରହିଛି। ତିନି ତଲାକ୍‌ ପରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହୋଇଥିଲା। ଏହାପରେ ଅଯୋଧ୍ୟା ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ...

ବିଭ୍ରାନ୍ତିକର ବିଜ୍ଞାପନ ବିରୋଧରେ ବିଜ୍ଞାପନଦାତା, ପ୍ରସାରଣକାରୀଙ୍କୁ ଚେତାବନୀ ଦେଲା କେନ୍ଦ୍ର

ନୂଆଦିଲ୍ଲୀ,୧ ।୯: ଟେଲିଭିଜନ ଓ ସୋସିଆଲ ମିଡିଆର ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ କଠୋର ହୋଇଛନ୍ତି ସରକାର । ଉପଭୋକ୍ତା ମାମଲା, ଖାଦ୍ୟ ଓ ସାର୍ବଜନିକ ବିତରଣ...

ଆସ୍ଥାଭୋଟ ବିରୋଧରେ ଯିବ ଏନ୍‌ସିପି

ମୁମ୍ବାଇ,୧୦ା୧୧(ପି.ଟି.): ମହାରାଷ୍ଟ୍ର ବିଧାନସଭାରେ ଯଦି ଆସ୍ଥାଭୋଟ ନିଆଯାଏ ତେବେ ଭାଜପା ବିରୋଧରେ ଏନ୍‌ସିପି ଭୋଟ ଦେବ ବୋଲି ଏହାର ମୁଖପାତ୍ର ନଓ୍ବାବ ମଲିକ୍‌ କହିଛନ୍ତି। ଯଦି...

ଭାରତକୁ ପ୍ରଶଂସା କଲା ଚାଇନା, କହିଲା ଧନ୍ୟବାଦ କମ୍‌..

ମୁମ୍ବାଇ,୧୮।୮: ଚାଇନା ନାଗରିକଙ୍କୁ ଗୁରୁତର ଅବସ୍ଥାରେ ଆରବ ସାଗର ମଝିରୁ ଉଦ୍ଧାର କରିଥିବାରୁ ଭାରତୀୟ କୋଷ୍ଟଗାର୍ଡଙ୍କୁ ପ୍ରଶଂସା କରିଛି ଚାଇନା ଦୂତାବାସ। କୋଷ୍ଟଗାର୍ଡଙ୍କୁ ପ୍ରଶଂସା କରି...

୫ ମାସ ପରେ ଦୈନିକ ସଂକ୍ରମଣ ସର୍ବନିମ୍ନ…

ନୂଆଦିଲ୍ଲୀ,୧୭।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଦୈନିକ...

ଆଜମ ଖାଁଙ୍କୁ ସମର୍ଥନ ଦେବାକୁ ବର ବେଶରେ ପହଞ୍ଚିଲେ ସମାଜବାଦୀ ପାର୍ଟି ନେତା ଫିରୋଜ

ରାମପୁର,୧୪।୯: ସମାଜବାଦୀ ପାର୍ଟି ନେତା ତଥା ରାମପୁର ଏମ୍‌ପି ଆଜମ ଖାଁ ଏବେ ଅଡୁଆରେ ପଡିଛନ୍ତି। ଏହି ସମୟରେ ଦଳର ସବୁ ବରିଷ୍ଠ ନେତା ତାଙ୍କ...

ସିଲ ହେଲା ପଞ୍ଜାବୀ ଗାୟକ ଦିଲେର ମେହନ୍ଦିଙ୍କ ଗୁରୁଗ୍ରାମ ସ୍ଥିତ ଫାର୍ମ ହାଉସ

ଗୁରୁଗ୍ରାମ,୩୦ ।୧୧: ଜଣାଶୁଣା ପଞ୍ଜାବୀ ସିଙ୍ଗର ଦିଲେର ମେହନ୍ଦି ଆସିଛନ୍ତି ଚର୍ଚ୍ଚାକୁ । ହେଲେ ଏଥର ସେ କୌଣସି ଗୀତକୁ ନେଇ ଚର୍ଚ୍ଚାକୁ ଆସି ନାହାନ୍ତି...

ରାମମନ୍ଦିର ନିର୍ମାଣରେ ବ୍ୟବହୃତ ହେବ ବଂଶୀ ପାହାଡ଼ପୁର ପଥର: ପ୍ରତି ମାସରେ ଆସିବ ୧୦ରୁ ୨୦ ଟ୍ରକ

ନୂଆଦିଲ୍ଲୀ,୧୦।୧୧: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କରାଯିବା ପାଇଁ ଯୋଜନା ଆରମ୍ଭ ହୋଇଛି। ମନ୍ଦିର ନିର୍ମାଣରେ ରାଜସ୍ଥାନ ଭରତପୁର ଅନ୍ତର୍ଗତ ବଂଶୀ ପାହାଡ଼ପୁର ପଥର ବ୍ୟବହୃତ ହେବ।...

Advertisement
Archives

Model This Week