Posted inଜାତୀୟ

ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜନ୍ମମାଟିକୁ ଭୁଲି ନ ଥିଲେ ମୁଲାୟମ: ଏପରି ବିକାଶ କରିଥିଲେ ଯେ ବଡ଼ ବଡ଼ ସହର ବି ଫିକା ପଡ଼ିବ

ଲକ୍ଷ୍ନୌ,୧୧।୧୦: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ଆଉ ନାହାନ୍ତି। ମଙ୍ଗଳବାର ତାଙ୍କର ଅନ୍ତିମ ସଂସ୍କାର ଜନ୍ମିତ ଗ୍ରାମ ସୈଫାଇରେ କରାଯିବ। ୧୯୩୯ ନଭେମ୍ବର ୨୨ରେ ଉତ୍ତରପ୍ରଦେଶର ଇଟାଓ୍ବା ଜିଲା ଅନ୍ତର୍ଗତ ସୈଫାଇ ଗ୍ରାମର ଏକ ଗରିବ ଚାଷୀ ପରିବାରରେ ଜନ୍ମ ନେଇଥିଲେ ମୁଲାୟମ। ସେତେବେଳେ ହୁଏତ ଏହି ପିଲା ରାଜନୀତିରେ ଏଭଳି ସକ୍ରିୟ ହେବ ଜାଣି ନ ଥିଲେ। ହେଲେ ମୁଲାୟମ ଛୋଟ ଗାଁରେ ଜନ୍ମ ନେଇ ବି ଦେଶର ରକ୍ଷା ମନ୍ତ୍ରୀଠାରୁ ଆରମ୍ଭ କରି ୩ ଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ। ସଫଳତାର ଶୀର୍ଷରେ ପହଞ୍ଚିବା ପରେ ଅନେକ ନିଜର ଜନ୍ମମାଟିକୁ ଭୁଲି ଯାଆନ୍ତି। ମାତ୍ର ମୁଲାୟମ ଥିଲେ ବ୍ୟତିକ୍ରମ। ମାତ୍ର ୭୦୦୦ ବାସିନ୍ଦା ଥିବା ସୈଫାଇକୁ ମୁଲାୟମ ମଡେଲ ଗ୍ରାମରେ ପରିଣତ କରିଥିଲେ, ଏବେ ଯାହା ଆଗରେ ବଡ଼ ବଡ଼ ସହର ବି ଫିକା ଲାଗିବ।

ମୁଲାୟମଙ୍କ ଗାଁ ସୈଫାଇରେ ଏୟାରଷ୍ଟ୍ରିପ, ମେଡିକାଲ କଲେଜ, ଆନ୍ତର୍ଜାତୀୟ ଷ୍ଟାଡିୟମ, ଅତ୍ୟାଧୁନିକ ସୁବିଧା ଥିବା ଡାକ୍ତରଖାନା, ସପିଂ କମ୍ଲେକ୍ସ ଭଳି ସମସ୍ତ ଆବଶ୍ୟକୀୟ ସୁବିଧା ରହିଛି। ଜଣେ ରାଜନେତା ହିସାବରେ ମୁଲାୟମ ଯେଉଁଭଳି ସୈଫାଇର ବିକାଶ କରିଛନ୍ତି ସେଭଳି ଭାରତୀୟ ରାଜନୀତିରେ ଅନ୍ୟ କୌଣସି ନେତା ତାଙ୍କ ଗାଁ ପାଇଁ ତାହା କରିପାରି ନାହାନ୍ତି।

୯୦ ଦଶକରେ ସୈଫାଇ ଗ୍ରାମର ଅବସ୍ଥା ଭାରତର ଅନ୍ୟ ସାଧାରଣ ଗ୍ରାମ ପରି ଥିଲା। ପଢ଼ିବା ଲାଗି ସେଠାରେ ସ୍କୁଲ ନ ଥିଲା। ଚିକିତ୍ସା ଲାଗି ଡାକ୍ତରଖାନା ନ ଥିଲା। ଯାତାୟାତ ଲାଗି ମଧ୍ୟ ଭଲ ସଡ଼କ ମଧ୍ୟ ନ ଥିଲା। ୧୯୮୯ରେ ଯେତେବେଳେ ମୁଲାୟମ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ସେ ସୈଫାଇର ଚେହେରା ବଦଳାଇ ଦେଇଥିଲେ। ସେ ମୁଖ୍ୟମନ୍ତ୍ରୀ ଭାବେ ୩ ଥର ନିଜ କାର୍ଯ୍ୟକାଳ ସମୟରେ ଏବଂ ଥରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ହିସାବରେ ସୈଫାଇକୁ ଅନେକ ଭେଟ ଦେଇଥିଲେ। ପରେ ତାଙ୍କ ପୁଅ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ହେବା ପରେ ସମସ୍ତ କାର୍ଯ୍ୟକୁ ପୂରଣ କରିଥିଲେ। ଏହାର ପରିଣାମସ୍ବରୂପ ସୈଫାଇ ଏବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି।

ସୈଫାଇରେ ଗ୍ରାମ ରାସ୍ତା ବେଶ ଚଉଡା। ରାସ୍ତାକଡ଼ରେ ଲାଇଟ୍‌ ବ୍ୟବସ୍ଥା ହୋଇଛି, ବଡ ବଡ଼ ଦୋକାନ ଅଛି। ଶପିଂ ମଲ୍‌ ବି ଅଛି। ସେହିଭଳି ମୁଲାୟମ ଗ୍ରାମୀଣ ଆୟୁର୍ବିଜ୍ଞାନ ସଂସ୍ଥାନ ନାମକ ମେଡିକାଲ କଲେଜର ସ୍ଥାପନା କରିଥିଲେ। ପରେ ଅଖିଳେଶ ସରକାର ଏହାକୁ ମେଡିକାଲ ୟୁନିଭର୍ସିିଟିର ମାନ୍ୟତା ଦେଇଥିଲେ। ଏସବୁ ଦେଖିଲେ ସୈଫାଇ ସମ୍ପୂର୍ଣ୍ଣ ଭାବେ ଆଧୁନିକ ସହର ଭଳି ଲାଗୁଥିବା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?