Posted inଜାତୀୟ

ଶିନ୍ଦେ-ଉଦ୍ଧବଙ୍କ ଲଢ଼େଇ ଦେଖି ଥକି ଗଲେଣି ଲୋକେ, ରାଜ ଠାକ୍‌ରେଙ୍କ କଟାକ୍ଷ…

ମୁମ୍ବାଇ,୧୧।୧୦ : ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବାବେଳେ କହିଛନ୍ତି ଯେ ଉଦ୍ଧବ ଠାକରେ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ମଧ୍ୟରେ ଜାରି ରହିଥିବା ଲଢ଼େଇ ଦେଖି ଲୋକମାନେ ଥକି ଗଲେଣି। କେତେକ ଲୋକ ଦୁହିଁଙ୍କ ଦଶହରା ରାଲି ମଧ୍ୟ ଦେଖି ନାହାନ୍ତି। ରାଜ ଠାକ୍‌ରେଙ୍କ ଏହି କଟାକ୍ଷ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ବର୍ତ୍ତମାନ ଶିବସେନାକୁ ରାଜ୍ୟର ଦୁଇଟି ଦଳରେ ବିଭକ୍ତ କରାଯାଇଛି। ସେଥିପାଇଁ ଆସନ୍ତା ନିର୍ବାଚନରେ ଆମକୁ ସମ୍ପୂର୍ଣ୍ଣ ଶକ୍ତି ସହିତ ନିର୍ବାଚନ ମଇଦାନରେ ପ୍ରବେଶ କରିବାକୁ ପଡିବ। ରଣନୀତି ଅନୁଯାୟୀ ଦଳର ନେତାମାନଙ୍କୁ ମଧ୍ୟ ଆଗକୁ ବଢ଼ିବାକୁ ସେ କହିଛନ୍ତି।

ମଙ୍ଗଳବାର ରଙ୍ଗସରଦାରେ ଏକ ଦଳୀୟ ବୈଠକରେ ଉଦ୍ଧବ ଠାକରେ ଏବଂ ଏକନାଥ ଶିନ୍ଦେଙ୍କ ମଧ୍ୟରେ ଚାଲିଥିବା ବିବାଦ ଉପରେ ସିଧାସଳଖ ମନ୍ତବ୍ୟ ଦେଇନାହାଁନ୍ତି। କିନ୍ତୁ କହିଛନ୍ତି ଯେ ବର୍ତ୍ତମାନର ଏଭଳି ରାଜନୀତିରେ ରାଜ୍ୟବାସୀ ଅସନ୍ତୁଷ୍ଟ ହେବାରେ ଲାଗିଛନ୍ତି। ଏପରିସ୍ଥଳେ ଏମଏନଏସକୁ ନେଇ ଲୋକଙ୍କ ମଧ୍ୟରେ ଏକ ସକରାତ୍ମକ ବାତାବରଣ ସୃଷ୍ଟି ହୋଇଛି। ଏହି ସୁଯୋଗର ସଦ୍‌ ବ୍ୟବହାର କରିବା ଜରୁରୀ।

ରାଜ ଠାକରେ ପାର୍ଟି କର୍ମୀଙ୍କୁ ଦୀପାବଳିରେ ଲୋକଙ୍କ ସହିତ ସମ୍ପର୍କ ବୃଦ୍ଧି କରିବା ଲାଗି ଘର ଘର ବୁଲିବାକୁ ପରାମର୍ଶ ଦେଇଛନ୍ତି। ସକରାତ୍ମକ ଏବଂ ସଚ୍ଚୋଟ ଭାବରେ କାର୍ଯ୍ୟ କରନ୍ତୁ, ଏହା ପରେ ଆପଣଙ୍କୁ କ୍ଷମତାକୁ ଆଣିବା ମୋର ଦାୟିତ୍ୱ। ଏଥି ସହିତ, ରାଜ ଠାକରେ ଏକ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଛନ୍ତି ଯେ ଯେତେବେଳେ ଏମଏନଏସ କ୍ଷମତାକୁ ଆସିବ, ମୁଁ ଆପଣଙ୍କୁ ପଦବୀରେ ନିଯୁକ୍ତ କରିବି ମାତ୍ର ମୁଁ କୌଣସି ପଦ ଗ୍ରହଣ କରିବି ନାହିଁ।

ସୂଚନାଯୋଗ୍ୟ, ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ତୃଣମୂଳସ୍ତରରେ ଏମଏନଏସ ଜୋରଦାର କାମ କରିବା ଆରମ୍ଭ କରିଛି। ରାଜ ଠାକରେ ଆଶା କରିଛନ୍ତି ଯେ ପୌର ପରିଷଦ ନିର୍ବାଚନରେ ମହାରାଷ୍ଟ୍ର ନବନିର୍ମାନ ସେନା ଜିତିବ।

ଅପରପକ୍ଷରେ, ଉଦ୍ଧବ ଏବଂ ଶିନ୍ଦେ ସେମାନଙ୍କ ଦଳର ନାମ ଏବଂ ଚିହ୍ନ ନେଇ ଲଢ଼େଇ କରୁଛନ୍ତି। ନିର୍ବାଚନ ଆୟୋଗ ଶିବସେନା ଉଦ୍ଧବ ବାଲାସାହେବ ଠାକରେ ନାମକୁ ଉଦ୍ଧବଙ୍କ ଦଳକୁ ଦେଇଛନ୍ତି। ଯେତେବେଳେ କି, ଚିହ୍ନ ଭାବରେ ମଶାଲ ଉପରେ ଦଳ ରାଜି ହୋଇଛି । ଶିନ୍ଦେଙ୍କ ଦଳକୁ ବାଲାସାହେବଚି ଶିବସେନା ନାମ ଦିଆଯାଇଛି। ତେବେ ଦଳୀୟ ଚିହ୍ନ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ।

 


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମିଳିଲା ମଞ୍ଜୁରୀ

ଅହମଦାବାଦ,୨ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?