Posted inଜାତୀୟ

ଶିନ୍ଦେ-ଉଦ୍ଧବଙ୍କ ଲଢ଼େଇ ଦେଖି ଥକି ଗଲେଣି ଲୋକେ, ରାଜ ଠାକ୍‌ରେଙ୍କ କଟାକ୍ଷ…

ମୁମ୍ବାଇ,୧୧।୧୦ : ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବାବେଳେ କହିଛନ୍ତି ଯେ ଉଦ୍ଧବ ଠାକରେ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ମଧ୍ୟରେ ଜାରି ରହିଥିବା ଲଢ଼େଇ ଦେଖି ଲୋକମାନେ ଥକି ଗଲେଣି। କେତେକ ଲୋକ ଦୁହିଁଙ୍କ ଦଶହରା ରାଲି ମଧ୍ୟ ଦେଖି ନାହାନ୍ତି। ରାଜ ଠାକ୍‌ରେଙ୍କ ଏହି କଟାକ୍ଷ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ବର୍ତ୍ତମାନ ଶିବସେନାକୁ ରାଜ୍ୟର ଦୁଇଟି ଦଳରେ ବିଭକ୍ତ କରାଯାଇଛି। ସେଥିପାଇଁ ଆସନ୍ତା ନିର୍ବାଚନରେ ଆମକୁ ସମ୍ପୂର୍ଣ୍ଣ ଶକ୍ତି ସହିତ ନିର୍ବାଚନ ମଇଦାନରେ ପ୍ରବେଶ କରିବାକୁ ପଡିବ। ରଣନୀତି ଅନୁଯାୟୀ ଦଳର ନେତାମାନଙ୍କୁ ମଧ୍ୟ ଆଗକୁ ବଢ଼ିବାକୁ ସେ କହିଛନ୍ତି।

ମଙ୍ଗଳବାର ରଙ୍ଗସରଦାରେ ଏକ ଦଳୀୟ ବୈଠକରେ ଉଦ୍ଧବ ଠାକରେ ଏବଂ ଏକନାଥ ଶିନ୍ଦେଙ୍କ ମଧ୍ୟରେ ଚାଲିଥିବା ବିବାଦ ଉପରେ ସିଧାସଳଖ ମନ୍ତବ୍ୟ ଦେଇନାହାଁନ୍ତି। କିନ୍ତୁ କହିଛନ୍ତି ଯେ ବର୍ତ୍ତମାନର ଏଭଳି ରାଜନୀତିରେ ରାଜ୍ୟବାସୀ ଅସନ୍ତୁଷ୍ଟ ହେବାରେ ଲାଗିଛନ୍ତି। ଏପରିସ୍ଥଳେ ଏମଏନଏସକୁ ନେଇ ଲୋକଙ୍କ ମଧ୍ୟରେ ଏକ ସକରାତ୍ମକ ବାତାବରଣ ସୃଷ୍ଟି ହୋଇଛି। ଏହି ସୁଯୋଗର ସଦ୍‌ ବ୍ୟବହାର କରିବା ଜରୁରୀ।

ରାଜ ଠାକରେ ପାର୍ଟି କର୍ମୀଙ୍କୁ ଦୀପାବଳିରେ ଲୋକଙ୍କ ସହିତ ସମ୍ପର୍କ ବୃଦ୍ଧି କରିବା ଲାଗି ଘର ଘର ବୁଲିବାକୁ ପରାମର୍ଶ ଦେଇଛନ୍ତି। ସକରାତ୍ମକ ଏବଂ ସଚ୍ଚୋଟ ଭାବରେ କାର୍ଯ୍ୟ କରନ୍ତୁ, ଏହା ପରେ ଆପଣଙ୍କୁ କ୍ଷମତାକୁ ଆଣିବା ମୋର ଦାୟିତ୍ୱ। ଏଥି ସହିତ, ରାଜ ଠାକରେ ଏକ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଛନ୍ତି ଯେ ଯେତେବେଳେ ଏମଏନଏସ କ୍ଷମତାକୁ ଆସିବ, ମୁଁ ଆପଣଙ୍କୁ ପଦବୀରେ ନିଯୁକ୍ତ କରିବି ମାତ୍ର ମୁଁ କୌଣସି ପଦ ଗ୍ରହଣ କରିବି ନାହିଁ।

ସୂଚନାଯୋଗ୍ୟ, ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ତୃଣମୂଳସ୍ତରରେ ଏମଏନଏସ ଜୋରଦାର କାମ କରିବା ଆରମ୍ଭ କରିଛି। ରାଜ ଠାକରେ ଆଶା କରିଛନ୍ତି ଯେ ପୌର ପରିଷଦ ନିର୍ବାଚନରେ ମହାରାଷ୍ଟ୍ର ନବନିର୍ମାନ ସେନା ଜିତିବ।

ଅପରପକ୍ଷରେ, ଉଦ୍ଧବ ଏବଂ ଶିନ୍ଦେ ସେମାନଙ୍କ ଦଳର ନାମ ଏବଂ ଚିହ୍ନ ନେଇ ଲଢ଼େଇ କରୁଛନ୍ତି। ନିର୍ବାଚନ ଆୟୋଗ ଶିବସେନା ଉଦ୍ଧବ ବାଲାସାହେବ ଠାକରେ ନାମକୁ ଉଦ୍ଧବଙ୍କ ଦଳକୁ ଦେଇଛନ୍ତି। ଯେତେବେଳେ କି, ଚିହ୍ନ ଭାବରେ ମଶାଲ ଉପରେ ଦଳ ରାଜି ହୋଇଛି । ଶିନ୍ଦେଙ୍କ ଦଳକୁ ବାଲାସାହେବଚି ଶିବସେନା ନାମ ଦିଆଯାଇଛି। ତେବେ ଦଳୀୟ ଚିହ୍ନ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ।

 


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri