ଏକଦା ରାଜୀବ ଗାନ୍ଧୀଙ୍କ ଘନିଷ୍ଠ ବନ୍ଧୁ ଥିଲେ ଅମିତାଭ; ସୋନିଆଙ୍କୁ ବିବାହରେ କରିଥିଲେ ସହାୟତା; ହେଲେ ଏପରି ହୋଇଥିଲା ମତଭେଦ

ବମ୍ବେ: ଆଜି ଅର୍ଥାତ ଅକ୍ଟୋବର ୧୧,୨୦୨୨ରେ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ୮୦ ବର୍ଷ ବୟସରେ ପାଦ ଥାପିଛନ୍ତି। ରୁପେଲି ପରଦାରେ ନିଜର ଅଭିନୟ ଶୈଳୀ ଏବଂ କଳାକୁ ନେଇ କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ଏବେ ବି ରାଜ କରୁଛନ୍ତି ସେ। ହେଲେ ବହୁତ କମ୍‌ ଲୋକ ତାଙ୍କର ରାଜନୈତିକ ଇନିଂସ ବିଷୟରେ ଜାଣନ୍ତି। ତାଙ୍କର ଏହି ସ୍ବତନ୍ତ୍ର ଦିନରେ ଆସନ୍ତୁ ଜାଣିବା ସେ ବିଷୟରେ…

ଏକଦା ଗାନ୍ଧୀ ପରିବାର ସହ ଘନିଷ୍ଠତା ଯୋଗୁ ରାଜନୀତିରେ ପ୍ରବେଶ କରିଥିଲେ ଅମିତାଭ। ସେ ନିର୍ବାଚନ ଲଢ଼ି ଜିତିବା ପରେ ଏମ୍‌ପି ହୋଇଥିଲେ। ହେଲେ ରାଜନୈତିକ ଛକାପଞ୍ଝା ତାଙ୍କୁ ଭଲ ଲାଗି ନ ଥିଲା। ସେ ମାତ୍ର ୩ ବର୍ଷ ପରେ ବଲିଉଡ୍‌କୁ ଫେରି ଯାଇଥିଲେ।

ଏକ ସମୟ ଏପରି ଥିଲା ଯେତେବେଳେ ଅମିତାଭ ଏବଂ ରାଜୀବ ଗାନ୍ଧୀଙ୍କ ବନ୍ଧୁତା ଚର୍ଚ୍ଚାରେ ରହୁଥିଲା। ଉଭୟ ପରିବାର ଆହ୍ଲାବାଦ ସହ ଜଡ଼ିତ। ଦିଲ୍ଲୀ ଆସିବା ପୂର୍ବରୁ ନେହେରୁଙ୍କ ପରିବାର ଆହ୍ଲାବାଦରେ ରହୁଥିଲେ। ଅମିତାଭଙ୍କ ବାପା ହରିବଂଶ ରାୟ ବଚ୍ଚନ ନିଜ ସମୟରେ ମହାନ ହିନ୍ଦୀ କବି ତଥା ଲେଖକ ଥିଲେ। ସେ ପରିବାର ସହ ଆହ୍ଲାବାଦରେ ରହୁଥିଲେ। ଏମିତିରେ ଉଭୟ ପରିବାରର ପରିଚୟ ଆହ୍ଲାବାଦରୁ ଥିଲା। ପରେ ହରିବଂଶ  ଦିଲ୍ଲୀର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ହିନ୍ଦୀ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ, ସେତେବେଳେ ତାଙ୍କ ସ୍ତ୍ରୀ ତେଜି ବଚ୍ଚନ ଏବଂ ଇନ୍ଦିରା ଗାନ୍ଧୀଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇଥିଲା। ଉଭୟ ଭଲ ବନ୍ଧୁ ହୋଇଥିଲେ। କୁହାଯାଏ ଯେ ଅମିତାଭଙ୍କ ପିଲାଦିନ ରାଜୀବ ଏବଂ ସଞ୍ଜୟ ଗାନ୍ଧୀଙ୍କ ସହ ବିତିଥିଲା।

ରାଜୀବ ଯେତେବେଳେ ବିଦେଶୀ ଝିଅକୁ ବିବାହ କରିଥିଲେ ଇନ୍ଦିରା ଗାନ୍ଧୀ ଖୁସି ନ ଥିଲେ। ସମାଜ ଏହାକୁ ଠିକ୍‌ ଭାବେ ଗ୍ରହଣ କରିବ ନାହିଁ ବୋଲି ସେ ଅନୁଭବ କରିଥିଲେ। ଏପରିକି ଏଥିଲାଗି ତାଙ୍କୁ ରାଜନୈତିକ କ୍ଷତି ହୋଇପାରେ ବୋଲି ସେ ଅନୁମାନ କରିଥିଲେ। ଏହି ସମୟରେ ଅମିତାଭଙ୍କ ମା’ ଇନ୍ଦିରାଙ୍କୁ ବହୁତ ବୁଝାଇଥିଲେ। ଯେତେବେଳେ ସୋନିଆ ଗାନ୍ଧୀ ପ୍ରଥମ ଥର ଲାଗି ଦିଲ୍ଲୀର ପାଲମ ବିମାନବନ୍ଦରରେ ପହଞ୍ଚିଥିଲେ, ସେତେବେଳେ ଅମିତାଭଙ୍କ ବ୍ୟତିତ କେହି ତାଙ୍କୁ ସ୍ବାଗତ କରିବାକୁ ଯାଇ ନ ଥିଲେ। ସୋନିଆ ଏବଂ ତାଙ୍କ ପରିବାର ବିମାନବନ୍ଦରରୁ ସିଧାସଳଖ ଅମିତାଭଙ୍କ ଘରେ ପହଞ୍ଚି ସେଠାରେ ରହିଥିଲେ। ବିବାହ ପର୍ଯ୍ୟନ୍ତ ସୋନିଆ ଅମିତାଭଙ୍କ ଘରେ ଥିଲେ। ଏହାଦ୍ୱାରା ମଧ୍ୟ ନିବିଡ଼ତା ଆହୁରି ବଢ଼ିଥିଲା।

୧୯୮୦ ଦଶକରେ ଅମିତାଭଙ୍କ ଲୋକପ୍ରିୟତା ଶିଖରରେ ଥିଲା। ସେ ବଲିଉଡର ବାଦ୍‌ଶାହା ଥିଲେ। ଲଗାତାର ଭାବେ ତାଙ୍କ ଫିଲ୍ମ ସୁପରହିଟ୍‌ ହେଉଥିଲା। ଏହି ସମୟରେ ରାଜୀବ ତାଙ୍କୁ ନିର୍ବାଚନ ଲଢ଼ିବାକୁ କହିଥିଲେ। ପ୍ରଥମେ ମନା କଲେ ବି ପରେ ଅମିତାଭ ରାଜନୀତିରେ ପ୍ରବେଶ କରିଥିଲେ। ୧୯୮୪ ଲୋକ ସଭା ନିର୍ବାଚନରେ ଆହ୍ଲାବାଦ ଆସନରୁ ଲଢ଼ି ତତ୍କାଳୀନ ଭେଟେରାନ ନେତା ହେମବତୀ ନନ୍ଦନ ବହୁଗୁଣାଙ୍କୁ ପରାଜିତ କରିଥିଲେ। ଏମ୍‌ପି ହୋଇଥିଲେ ହେଁ ହୃଦୟରୁ ରାଜନୀତିକୁ ଗ୍ରହଣ କରିପାରି ନ ଥିଲେ। ଦିଲ୍ଲୀରେ ସେ କଂଗ୍ରେସର ଯୁବ ବିଗ୍ରେଡର ଏକ ଅଂଶ ପାଲଟିଥିଲେ। ତାଙ୍କ ତୁଳନା ସତୀଶ ଶର୍ମା, ଅରୁଣ ନେହେରୁ, ଅରୁଣ ସିଂ, କମଲ ନାଥଙ୍କ ସହ ହୋଇଥିଲା।

ଏକ ଖବରକାଗଜ ବୋଫର୍ସ ଦୁର୍ନୀତିରେ ଅମିତାଭଙ୍କ ନାମରେ କିଛି ଖବର ପ୍ରକାଶ କରିଥିଲା। ଏହା ଅମିତାଭଙ୍କୁ ବହୁତ ଯନ୍ତ୍ରଣା ଦେଇଥିଲା। ପରେ ତାଙ୍କୁ ସୁପ୍ରିମକୋର୍ଟରୁ କ୍ଲିନ୍‌ଚିଟ୍‌ ମିଳିଥିଲେ ହେଁ ସେ ଏମ୍‌ପି ପଦ ଛାଡ଼ିଥିଲେ। ୧୯୮୭ରେ ସେ ଇସ୍ତଫା ଦେଇ ବଲିଉଡ୍‌କୁ ଫେରି ଯାଇଥିଲେ। ଏହାପରେ କିନ୍ତୁ ତାଙ୍କ ଫିଲ୍ମ ଫ୍ଲପ୍‌ ହୋଇଥିଲା। କିଛି ବର୍ଷ ପରେ, ୧୯୯୧ରେ ରାଜୀବଙ୍କ ହତ୍ୟା ପରେ ଗାନ୍ଧୀ ଏବଂ ବଚ୍ଚନ ପରିବାର ମଧ୍ୟରେ ଥିବା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। କାରଣ ଏହି କଠିନ ସମୟରେ ବଚ୍ଚନ ପରିବାର ତାଙ୍କ ସହ ନ ଥିବା ଗାନ୍ଧୀ ପରିବାର ଅନୁଭବ କରିଥିଲେ।

ଅପରପକ୍ଷେ ଅମିତାଭଙ୍କ ଫିଲ୍ମ ଫ୍ଲପ ହେବା ସହ କମ୍ପାନୀ ଏବିସିଏଲ୍‌ ଋଣଗ୍ରସ୍ତ ହୋଇ ଦେବାଳିଆ ହୋଇପଡ଼ିଥିଲା। ଏହି ସମୟରେ ତାଙ୍କ ହାତ ଘନିଷ୍ଠ ବନ୍ଧୁମାନେ ଛାଡ଼ି ଚାଲିଯାଇଥିଲେ। ହେଲେ ଅମର ସିଂହଙ୍କ ଏଣ୍ଟ୍ରି ହୋଇଥିଲା। ଏହି ବନ୍ଧୁତା ବଚ୍ଚନଙ୍କୁ ଏକ ନୂତନ ଜୀବନ ଦେଇଥିଲା। ତାଙ୍କର ଆର୍ଥିକ ସଙ୍କଟ ଦୂର ହୋଇଥିଲା। ପତ୍ନୀ ଜୟା ଭାଦୁରୀ ସମାଜବାଦୀ ପାର୍ଟିରୁ ରାଜ୍ୟ ସଭା ଏମ୍‌ପି ହୋଇଥିଲେ। ନିଜେ ଅମିତାଭ ମଧ୍ୟ ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି ସରକାରରେ ଅନେକ ଯୋଜନାର ଚେହେରା ପାଲଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ଅହମଦାବାଦ,୩ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

୬ରୁ ହବିଷିଆଳି ବ୍ରତ ପାଇଁ ଅନ୍‌ଲାଇନ ପଞ୍ଜୀକରଣ

ପୁରୀ,୩ା୧୦(ଅଜିତ୍‌ କୁମାର ମହାନ୍ତି) ଚଳିତ ବର୍ଷ ହବିଷିଆଳି ବ୍ରତ ବା ରାଈଦାମୋଦର ବ୍ରତ ଅକ୍ଟୋବର ୨୬ରୁ ଆରମ୍ଭ ହୋଇ ନଭେମ୍ବର ୨୪ରେ ଶେଷହେବ। କେବଳ ଅନ୍‌ଲାଇନ ମାଧ୍ୟମରେ…

ପୁଣି ଆସୁଛି ଲଘୁଚାପ! ବଙ୍ଗୋପସାଗରରେ ନେଇପାରେ ଅବପାତ ରୂପ

ଭୁବନେଶ୍ୱର,୩ା୧୦(ବନ୍ଦନା ସେଠୀ):ସାରା ରାଜ୍ୟରେ ଏବେ ପାରଦ ଉପରମୁହଁା ରହିଥିବାବେଳେ ପ୍ରବଳ ଖରା ସହ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ…

ନେପୋଲିଅନଙ୍କ ରହସ୍ୟମୟ ଚିଠିର ଗୁମର ଖୋଲିଲା ଏଆଇ

ଲଣ୍ଡନ, ୩ା୧୦: ଫ୍ରାନ୍ସର ପ୍ରସିଦ୍ଧ ସମ୍ରାଟ ନେପୋଲିଅନ ବୋନାପାର୍ଟଙ୍କ ଏକ ୨୧୭ ବର୍ଷ ପୁରୁଣା ରହସ୍ୟମୟ ଚିଠିର ଗୁପ୍ତ ସଙ୍କେତକୁ କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ…

ସିଇସି ଜ୍ଞାନେଶଙ୍କ ଇସ୍ତଫା ଦାବି ତେଜିଲା

ମମ୍ବାଇ,୩ା୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ପକ୍ଷରୁ ଶୁକ୍ରବାର ମୁମ୍ବାଇର ଶିବାଜୀ ପାର୍କରେ ଜେଲଭରୋ ଆନ୍ଦୋଳନ…

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?