ଏକଦା ରାଜୀବ ଗାନ୍ଧୀଙ୍କ ଘନିଷ୍ଠ ବନ୍ଧୁ ଥିଲେ ଅମିତାଭ; ସୋନିଆଙ୍କୁ ବିବାହରେ କରିଥିଲେ ସହାୟତା; ହେଲେ ଏପରି ହୋଇଥିଲା ମତଭେଦ

ବମ୍ବେ: ଆଜି ଅର୍ଥାତ ଅକ୍ଟୋବର ୧୧,୨୦୨୨ରେ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ୮୦ ବର୍ଷ ବୟସରେ ପାଦ ଥାପିଛନ୍ତି। ରୁପେଲି ପରଦାରେ ନିଜର ଅଭିନୟ ଶୈଳୀ ଏବଂ କଳାକୁ ନେଇ କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ଏବେ ବି ରାଜ କରୁଛନ୍ତି ସେ। ହେଲେ ବହୁତ କମ୍‌ ଲୋକ ତାଙ୍କର ରାଜନୈତିକ ଇନିଂସ ବିଷୟରେ ଜାଣନ୍ତି। ତାଙ୍କର ଏହି ସ୍ବତନ୍ତ୍ର ଦିନରେ ଆସନ୍ତୁ ଜାଣିବା ସେ ବିଷୟରେ…

ଏକଦା ଗାନ୍ଧୀ ପରିବାର ସହ ଘନିଷ୍ଠତା ଯୋଗୁ ରାଜନୀତିରେ ପ୍ରବେଶ କରିଥିଲେ ଅମିତାଭ। ସେ ନିର୍ବାଚନ ଲଢ଼ି ଜିତିବା ପରେ ଏମ୍‌ପି ହୋଇଥିଲେ। ହେଲେ ରାଜନୈତିକ ଛକାପଞ୍ଝା ତାଙ୍କୁ ଭଲ ଲାଗି ନ ଥିଲା। ସେ ମାତ୍ର ୩ ବର୍ଷ ପରେ ବଲିଉଡ୍‌କୁ ଫେରି ଯାଇଥିଲେ।

ଏକ ସମୟ ଏପରି ଥିଲା ଯେତେବେଳେ ଅମିତାଭ ଏବଂ ରାଜୀବ ଗାନ୍ଧୀଙ୍କ ବନ୍ଧୁତା ଚର୍ଚ୍ଚାରେ ରହୁଥିଲା। ଉଭୟ ପରିବାର ଆହ୍ଲାବାଦ ସହ ଜଡ଼ିତ। ଦିଲ୍ଲୀ ଆସିବା ପୂର୍ବରୁ ନେହେରୁଙ୍କ ପରିବାର ଆହ୍ଲାବାଦରେ ରହୁଥିଲେ। ଅମିତାଭଙ୍କ ବାପା ହରିବଂଶ ରାୟ ବଚ୍ଚନ ନିଜ ସମୟରେ ମହାନ ହିନ୍ଦୀ କବି ତଥା ଲେଖକ ଥିଲେ। ସେ ପରିବାର ସହ ଆହ୍ଲାବାଦରେ ରହୁଥିଲେ। ଏମିତିରେ ଉଭୟ ପରିବାରର ପରିଚୟ ଆହ୍ଲାବାଦରୁ ଥିଲା। ପରେ ହରିବଂଶ  ଦିଲ୍ଲୀର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ହିନ୍ଦୀ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ, ସେତେବେଳେ ତାଙ୍କ ସ୍ତ୍ରୀ ତେଜି ବଚ୍ଚନ ଏବଂ ଇନ୍ଦିରା ଗାନ୍ଧୀଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇଥିଲା। ଉଭୟ ଭଲ ବନ୍ଧୁ ହୋଇଥିଲେ। କୁହାଯାଏ ଯେ ଅମିତାଭଙ୍କ ପିଲାଦିନ ରାଜୀବ ଏବଂ ସଞ୍ଜୟ ଗାନ୍ଧୀଙ୍କ ସହ ବିତିଥିଲା।

ରାଜୀବ ଯେତେବେଳେ ବିଦେଶୀ ଝିଅକୁ ବିବାହ କରିଥିଲେ ଇନ୍ଦିରା ଗାନ୍ଧୀ ଖୁସି ନ ଥିଲେ। ସମାଜ ଏହାକୁ ଠିକ୍‌ ଭାବେ ଗ୍ରହଣ କରିବ ନାହିଁ ବୋଲି ସେ ଅନୁଭବ କରିଥିଲେ। ଏପରିକି ଏଥିଲାଗି ତାଙ୍କୁ ରାଜନୈତିକ କ୍ଷତି ହୋଇପାରେ ବୋଲି ସେ ଅନୁମାନ କରିଥିଲେ। ଏହି ସମୟରେ ଅମିତାଭଙ୍କ ମା’ ଇନ୍ଦିରାଙ୍କୁ ବହୁତ ବୁଝାଇଥିଲେ। ଯେତେବେଳେ ସୋନିଆ ଗାନ୍ଧୀ ପ୍ରଥମ ଥର ଲାଗି ଦିଲ୍ଲୀର ପାଲମ ବିମାନବନ୍ଦରରେ ପହଞ୍ଚିଥିଲେ, ସେତେବେଳେ ଅମିତାଭଙ୍କ ବ୍ୟତିତ କେହି ତାଙ୍କୁ ସ୍ବାଗତ କରିବାକୁ ଯାଇ ନ ଥିଲେ। ସୋନିଆ ଏବଂ ତାଙ୍କ ପରିବାର ବିମାନବନ୍ଦରରୁ ସିଧାସଳଖ ଅମିତାଭଙ୍କ ଘରେ ପହଞ୍ଚି ସେଠାରେ ରହିଥିଲେ। ବିବାହ ପର୍ଯ୍ୟନ୍ତ ସୋନିଆ ଅମିତାଭଙ୍କ ଘରେ ଥିଲେ। ଏହାଦ୍ୱାରା ମଧ୍ୟ ନିବିଡ଼ତା ଆହୁରି ବଢ଼ିଥିଲା।

୧୯୮୦ ଦଶକରେ ଅମିତାଭଙ୍କ ଲୋକପ୍ରିୟତା ଶିଖରରେ ଥିଲା। ସେ ବଲିଉଡର ବାଦ୍‌ଶାହା ଥିଲେ। ଲଗାତାର ଭାବେ ତାଙ୍କ ଫିଲ୍ମ ସୁପରହିଟ୍‌ ହେଉଥିଲା। ଏହି ସମୟରେ ରାଜୀବ ତାଙ୍କୁ ନିର୍ବାଚନ ଲଢ଼ିବାକୁ କହିଥିଲେ। ପ୍ରଥମେ ମନା କଲେ ବି ପରେ ଅମିତାଭ ରାଜନୀତିରେ ପ୍ରବେଶ କରିଥିଲେ। ୧୯୮୪ ଲୋକ ସଭା ନିର୍ବାଚନରେ ଆହ୍ଲାବାଦ ଆସନରୁ ଲଢ଼ି ତତ୍କାଳୀନ ଭେଟେରାନ ନେତା ହେମବତୀ ନନ୍ଦନ ବହୁଗୁଣାଙ୍କୁ ପରାଜିତ କରିଥିଲେ। ଏମ୍‌ପି ହୋଇଥିଲେ ହେଁ ହୃଦୟରୁ ରାଜନୀତିକୁ ଗ୍ରହଣ କରିପାରି ନ ଥିଲେ। ଦିଲ୍ଲୀରେ ସେ କଂଗ୍ରେସର ଯୁବ ବିଗ୍ରେଡର ଏକ ଅଂଶ ପାଲଟିଥିଲେ। ତାଙ୍କ ତୁଳନା ସତୀଶ ଶର୍ମା, ଅରୁଣ ନେହେରୁ, ଅରୁଣ ସିଂ, କମଲ ନାଥଙ୍କ ସହ ହୋଇଥିଲା।

ଏକ ଖବରକାଗଜ ବୋଫର୍ସ ଦୁର୍ନୀତିରେ ଅମିତାଭଙ୍କ ନାମରେ କିଛି ଖବର ପ୍ରକାଶ କରିଥିଲା। ଏହା ଅମିତାଭଙ୍କୁ ବହୁତ ଯନ୍ତ୍ରଣା ଦେଇଥିଲା। ପରେ ତାଙ୍କୁ ସୁପ୍ରିମକୋର୍ଟରୁ କ୍ଲିନ୍‌ଚିଟ୍‌ ମିଳିଥିଲେ ହେଁ ସେ ଏମ୍‌ପି ପଦ ଛାଡ଼ିଥିଲେ। ୧୯୮୭ରେ ସେ ଇସ୍ତଫା ଦେଇ ବଲିଉଡ୍‌କୁ ଫେରି ଯାଇଥିଲେ। ଏହାପରେ କିନ୍ତୁ ତାଙ୍କ ଫିଲ୍ମ ଫ୍ଲପ୍‌ ହୋଇଥିଲା। କିଛି ବର୍ଷ ପରେ, ୧୯୯୧ରେ ରାଜୀବଙ୍କ ହତ୍ୟା ପରେ ଗାନ୍ଧୀ ଏବଂ ବଚ୍ଚନ ପରିବାର ମଧ୍ୟରେ ଥିବା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। କାରଣ ଏହି କଠିନ ସମୟରେ ବଚ୍ଚନ ପରିବାର ତାଙ୍କ ସହ ନ ଥିବା ଗାନ୍ଧୀ ପରିବାର ଅନୁଭବ କରିଥିଲେ।

ଅପରପକ୍ଷେ ଅମିତାଭଙ୍କ ଫିଲ୍ମ ଫ୍ଲପ ହେବା ସହ କମ୍ପାନୀ ଏବିସିଏଲ୍‌ ଋଣଗ୍ରସ୍ତ ହୋଇ ଦେବାଳିଆ ହୋଇପଡ଼ିଥିଲା। ଏହି ସମୟରେ ତାଙ୍କ ହାତ ଘନିଷ୍ଠ ବନ୍ଧୁମାନେ ଛାଡ଼ି ଚାଲିଯାଇଥିଲେ। ହେଲେ ଅମର ସିଂହଙ୍କ ଏଣ୍ଟ୍ରି ହୋଇଥିଲା। ଏହି ବନ୍ଧୁତା ବଚ୍ଚନଙ୍କୁ ଏକ ନୂତନ ଜୀବନ ଦେଇଥିଲା। ତାଙ୍କର ଆର୍ଥିକ ସଙ୍କଟ ଦୂର ହୋଇଥିଲା। ପତ୍ନୀ ଜୟା ଭାଦୁରୀ ସମାଜବାଦୀ ପାର୍ଟିରୁ ରାଜ୍ୟ ସଭା ଏମ୍‌ପି ହୋଇଥିଲେ। ନିଜେ ଅମିତାଭ ମଧ୍ୟ ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି ସରକାରରେ ଅନେକ ଯୋଜନାର ଚେହେରା ପାଲଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫ ଶହ ବର୍ଷ ତଳର ଭୟଙ୍କର ଖେଳ: ଘୋଡ଼ାର ଶୁଦ୍ଧିକରଣ ପାଇଁ ନିଆଁରେ ପ୍ରବେଶ କରନ୍ତି ଘୋଡ଼ା ସବାର

ମାଦ୍ରିଦ୍‌: ପୃଥିବୀର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ସ୍ପେନ୍‌ରେ ଘୋଡ଼ାର ଶୁଦ୍ଧିକରଣ ପାଇଁ ଏକ ଭୟଙ୍କର ଖେଳ ହୋଇଥାଏ। ଗତ ୫ ଶହ...

ପାଣି ବଦଳାଇ ଦିଏ ଏହି ଫୁଲର ରୂପ

ପାହାଡ଼ିଆ ଅଞ୍ଚଳ ବୁଲିବା ପାଇଁ ଗଲେ ବିଭିନ୍ନ ପ୍ରକାର ଫୁଲ ଫୁଟିଥିବାର ନଜରକୁ ଆସିବ। ମାତ୍ର ଏମିତି ଏକ ଫୁଲ ଅଛି ଯାହା ଦେଖିଲେ ଆଖିକୁ...

ରଣବୀରଙ୍କ ଆଖିରେ ଲୁହ

ବଲିଉଡ୍‌ ଅଭିନେତା ରଣବୀର ସିଂ ଆଜିକାଲି ତାଙ୍କ ଟିଭି ସୋ ‘ବିଗ ପିକ୍ଚର୍‌’ ସହିତ ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରୁଛନ୍ତି। ସାଧାରଣ ଲୋକଙ୍କ ସହିତ ସେଲିବ୍ରିଟିମାନେ...

୧୬ତମ ସନ୍ତାନ ପ୍ରସବ ପରେ ନବଜାତ ସମେତ ମା’ର ମୃତ୍ୟୁ

ଦମୋହ, ୧୧।୧୦: ମଧ୍ୟପ୍ରଦେଶ ଦମୋହ ଜିଲା ଅନ୍ତର୍ଗତ ବାଟିଆଗଡ଼ ପୋଲିସ ଷ୍ଟେସନ ଅନ୍ତର୍ଗତ ପାଣ୍ଡାଝିର ଗ୍ରାମରେ ଜଣେ ମହିଳା ସନ୍ତାନ ପ୍ରସବ ପରେ ପ୍ରାଣ ହରାଇଛନ୍ତି।...

୨୦୨୦ର ଫିଲ୍ମ କ୍ୟାଲେଣ୍ଡର: ରିଲିଜ୍‌ ଅପେକ୍ଷାରେ ରହିଛି ବିଗ୍‌ ବଜେଟ୍‌ର ୨୨ରୁ ଅଧିକ ଫିଲ୍ମ

ବମ୍ବେ: ଆଉ ଦିନ କେଇଟାରେ ଶେଷ ହେବ ବର୍ଷ ୨୦୧୯। ଆଗାମୀ ବର୍ଷକୁ ସ୍ବାଗତ କରିବା ଲାଗି ଏବେଠୁ ସଜବାଜ ହେବାକୁ ଲାଗିଲେଣି ଅନେକେ। ଏସବୁରେ...

ପଛରୁ ଛପିଛପି ଆସି କୁମ୍ଭୀରକୁ ମାଡ଼ି ବସିଲା ବାଘ: ଦେଖନ୍ତୁ ଲୋମ ଟାଙ୍କୁରା ଭାଇରାଲ ଭିଡିଓ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଆର୍ୟନଙ୍କୁ ଜାମିନ ନ ମିଳିବା ଯାଏ ଖାଇବେନି ଗୌରୀ

ମୁମ୍ବାଇ: ଆସନ୍ତାକାଲି ଅର୍ଥାତ୍‌ ଅକ୍ଟୋବର ୨୦ରେ ଆର୍ୟନଙ୍କ ଜାମିନ ଶୁଣାଣି ହୋଇପାରେ। ପୁଅକୁ ଜାମିନ ନ ମିଳିବା ଯାଏ ମା’ ଗୌରୀ ଖାନ୍‌ ମିଠା ଖାଇବେ...

ବିବାହର ଦିନକୁ ପୂର୍ବରୁ ଏମିତି କଲେ ଭାବି ସ୍ବାମୀ, ଜେଲ ପଠାଇଲେ ଭାବି ସ୍ତ୍ରୀ

ଲୋକେ ନିଜ ମନପସନ୍ଦର ବ୍ୟକ୍ତିଙ୍କୁ ବିବାହ କରିବା ପାଇଁ କିଛି ବି କରିପାରନ୍ତି। ସେମିତି କିଛି କରିଛନ୍ତି ଆମେରିକାର ଟେକ୍ସାସ୍‌ରେ ରହୁଥିବା ଜଣେ ବ୍ୟକ୍ତି। ନିଜ...

Advertisement
Archives

Model This Week