Posted inଜାତୀୟ

ଭୂପେଶ ବଘେଲା ସୋନିଆଙ୍କ ଏଟିଏମ୍‌ କାର୍ଡ, ରମଣ ସିଂଙ୍କ କଟାକ୍ଷ…

ରାୟପୁର,୧୧।୧୦ : ମଙ୍ଗଳବାର ସକାଳୁ ଛତିଶଗଡ଼ରେ ଇଡି ପକ୍ଷରୁ ଚଢ଼ାଉ ଜାରି ରହିଛି। ଏହାକୁ ନେଇ ଛତିଶଗଡରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲା ଏହାକୁ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର ବୋଲି କହିଛନ୍ତି। ଏହାର ଜବାବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା  ରମଣ ସିଂ ଭୁପେଶଙ୍କୁ ସୋନିଆ ଗାନ୍ଧୀଙ୍କ ଏଟିଏମ କାର୍ଡ ବୋଲି କହି କଟାକ୍ଷ କରିଛନ୍ତି। ସେ କହିଛନ୍ତି ମୁଁ ବାରମ୍ବାର ଏହା କହିଆସୁଛି।

ରମଣ ସିଂ କହିଛନ୍ତି ଯେ ଆଜି ଛତିଶଗଡ ସମଗ୍ର ଦେଶ ତଥା ବିଶ୍ୱରେ ଲଜ୍ଜିତ ହୋଇଛି। ରାଜ୍ୟର ୪୦ ଅଧିକାରୀଙ୍କ ଘରେ ଇଡି ଚଢ଼ାଉ କରାଯାଇଛି। ସେ କହିଛନ୍ତି ଯେ ସତ୍ୟ ସାମ୍ନାକୁ ଆସିବ। ସବୁକିଛି ଜଣାପଡ଼ିବ।

ରାଜ୍ୟରେ ହଜାର ହଜାର କୋଟିର ଟଙ୍କାର ବେଆଇନ କାରବାର ହୋଇଥାଏ। ଟଙ୍କା ଆଦାୟ କରାଯାଇ ଆସାମଏବଂ ହିମାଚଳ ପ୍ରଦେଶକୁ ପଠାଯାଏ। କଲେକ୍ଟରଙ୍କୁ କଲେକ୍ଟିଙ୍ଗ୍‌ ଏଜେଣ୍ଟ କରାଯାଇଛି। ଆଜି ଇଡି ସେସବୁ ଏଜେଣ୍ଟଙ୍କ ଘରେ ଚଢ଼ାଉ କରୁଛି। ରାଜ୍ୟରେ କଂଗ୍ରେସର ଶେଷ ହେବାର ସମୟ ପାଖେଇ ଆସିଛି। ଆମେ ସାରା ଦେଶରେ ଯୁଦ୍ଧ କରୁଛୁ। ଜନସାଧାରଣଙ୍କ ମନରେ ବହୁତ ଅସନ୍ତୋଷ ରହିଛି।

ରମଣ ମୁଖ୍ୟମନ୍ତ୍ରୀ ବଘେଲା ଦେଇଥିବା ପ୍ରତିକ୍ରିୟାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ଚିନ୍ତାଜନକ। ସେ କହୁଛନ୍ତି ଭାଜପା ଏହି ଯୁଦ୍ଧରେ ଲଢ଼ିବାକୁ ସକ୍ଷମ ନୁହେଁ। ଆମେ ସେମାନଙ୍କୁ କହୁଛୁ ଯେ ଆମେ ଯୁଦ୍ଧ କରିବାରେ ସକ୍ଷମ। ପୂର୍ବରୁ ଭୁପେଶ କହିଥିଲେଭାଜପା ସିଧାସଳଖ ଲଢ଼ିବାକୁ ସକ୍ଷମ ନୁହେଁ ତେଣୁ ଇଡି,ଆଇଟି, ସିବିଆଇ ମାଧ୍ୟମରେ ଲଢ଼େଇ କରିବାକୁ ଚେଷ୍ଟା କରୁଛି। ଏଭଳି ଏଜେନ୍ସି ରାଜ୍ୟକୁ ବାରମ୍ବାର ଆସିବେ। ଏହା ସେମାନଙ୍କର ଶେଷ ଆସିବା ନୁହେଁ। ନିର୍ବାଚନ ଯେତିକି ପାଖେଇ ଆସିବ ସେମାନଙ୍କ ଚଢ଼ାଉ ସେତେ ବୃଦ୍ଧି ପାଇବ।

ଏହା ସହିତ ରମଣ ଅନ୍ୟ ଅଧିକାରୀମାନଙ୍କୁ ଚେତାବନୀ ଦେଇ କହିଛନ୍ତି ଯଦି ତୁମେ ଦୁର୍ନୀତିରେ ଲିପ୍ତ ରୁହ, ତୁମକୁ ସୁରକ୍ଷା ମିଳିବ ନାହିଁ। ତେଣୁ ସଚ୍ଚୋଟ ଭାବରେ କାମ କର । ଅଧିକ ସମୟ ନାହିଁ । ଶସକ ସରକାରଙ୍କର ଆଉ ଗୋଟିଏ ବର୍ଷ ବାକି ଅଛି । ସାବଧାନ ହେବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ରାମ ନାମ ଧରି…

ସିର୍‌ସି/ନୂଆଦିଲ୍ଲୀ,୨୯ା୪:କେନ୍ଦ୍ରରେ କ୍ଷମତାସୀନ ଭାଜପା ଏଥର ମଧ୍ୟ ‘ରାମ ନାମ’ ଧରି ଲୋକ ସଭା ନିର୍ବାଚନ ବୈତରଣୀ ପାର ହେବାକୁ ଉଦ୍ୟମ ଚଳାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ...

ଭାରତ ମହାସାଗର ହେବ ସ୍ଥାୟୀ ଗ୍ରୀଷ୍ମ ଲହର ଅଞ୍ଚଳ

ନୂଆଦିଲ୍ଲୀ,୨୯ା୪ (ପି.ଟି.):ଭାରତରେ କିଛିଦିନ ହେଲା ଗ୍ରୀଷ୍ମ ଲହର ଜାରି ରହିଥିବାବେଳେ ଓଡ଼ିଶା ସମେତ କର୍ନାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କେରଳରେ ସର୍ବାଧିକ ତାପମାତ୍ରା ଅନୁଭୂତ ହେଉଛି।...

ଅଶ୍ଳୀଳ ଭିଡିଓ: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି ଫେରାର

ବେଙ୍ଗାଲୁରୁ,୨୯ା୪:ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ାଙ୍କ ନାତି ତଥା ହାସନ ଏମ୍‌ପି ପ୍ରଜ୍ୱଳ ରେଭନ୍ନାଙ୍କ କେତେକ ଅଶ୍ଳୀଳ ଭିଡିଓ...

ଆପ୍‌ର ପ୍ରଚାର ଗୀତକୁ ବ୍ୟାନ୍‌ କଲା ଇସି

ନୂଆଦିଲ୍ଲୀ,୨୮ା୪:ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଲୋକ ସଭା ପ୍ରଚାର ଗୀତ ଉପରେ ନିର୍ବାଚନ କମିଶନ (ଇସି) ପ୍ରତିବନ୍ଧ ଲଗାଇଛି। ଆପ୍‌ ଗୀତ ‘ଜେଲ କେ ଜବାବ...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଗିରଫ ହେଲେ ଭାଜପା ନେତା

ବିକାନେର,୨୮ା୪: ରାଜସ୍ଥାନରେ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିକାନେରର ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଉସ୍‌ମାନ ଘନିଙ୍କୁ ଶନ୍ତି ଭଙ୍ଗ କରିବା ଅଭିଯୋଗରେ...

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଅହମ୍ମଦାବାଦ,୨୮।୪: ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଦେଶର ପ୍ରତିରକ୍ଷା...

ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏହା ସହିତ ଜାହାଜରେ ଥିବା ୧୪ ଜଣଙ୍କୁ ମଧ୍ୟ ଫୋର୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri